Home Left

ଆଳି ବିଧାନସଭାରୁ ପ୍ରତାପ କେଶରୀ ବିଜୟୀ

କେନ୍ଦ୍ରାପଡ଼ା,୪ା୬(ଜଗନ୍ନାଥ ଧଳ): ୨୦୨୪ ସାଧାରଣ ନିର୍ବାଚନ ଫା ପାଇଁ ଭୋଟ ଗଣତି ଚାଲିଛି। ଏହି ପରିପ୍ରେକ୍ଷୀରେ ଆଳି ବିଧାନସଭାରୁ ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ଦେବ ୧୯୫୫୪ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।

ମ୍ୟାଜିକ ନମ୍ବର ୨୭୨ରୁ ଦୂରେଇ ଯାଉଛି ଭାଜପା, କିଙ୍ଗ ମେକରଙ୍କ ସହ କଥା ହେଲେ ମୋଦି!

ନୂଆଦିଲ୍ଲୀ,୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଡିପି ନେତା ଏନ ଚନ୍ଦ୍ରବାବୁ ନାଇଡୁଙ୍କ ସହ କଥା ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା, ଟ୍ରେଣ୍ଡ ଅନୁଯାୟୀ, ଭାଜପା ପ୍ରାୟ ୨୪୦ ଟି ଆସନରେ ସୀମିତ ଥିବା ଜଣାପଡିଛି। ୫୪୩ ସଦସ୍ୟ…

ସମ୍ବଲପୁରରେ ବହୁ ପଛରେ ପ୍ରଣବ,ଜାଣନ୍ତୁ କେତେ ଭୋଟ୍‌ରେ ଧର୍ମେନ୍ଦ୍ର ଆଗୁଆ…

ସମ୍ବଲପୁର,୪।୬: ଓଡ଼ିଶାରେ ଭାଜପା ଲୋକ ସଭା ପ୍ରାର୍ଥୀଙ୍କ ଦବ୍‌ଦବା। ମୋଟ ୧୯ ଆସନରେ ଦଳ ଆଗୁଆ ଚାଲିଥିବା ବେଳେ କଂଗ୍ରେସ ଏବଂ ବିଜେଡି ମାତ୍ର ଗୋଟିଏ ଲେଖାଏ ଆସନରେ ଲିଡ୍‌ କରୁଛନ୍ତି। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ…

ମାଲକାନଗିରିରେ ଜିତିଲା ଭାଜପା

ମାଲକାନଗିରି,୪ା୬: ମାଲକାନଗିରି ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ନରସିଂହ ମାଡକାମୀ ବିଜୟ ହୋଇଛନ୍ତି। ନରସିଂହଙ୍କୁ ୭୭ ହଜାର ୭୬୩ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ମାଳା ମାଢିଙ୍କୁ ୬୩ ହଜାର ୨୯୮ ଖଣ୍ଡ ଭୋଟ ମିଳିଛି…

ମନ୍ମଥଙ୍କଠାରୁ ବହୁ ଆଗରେ ଅପରାଜିତା, ଜାଣନ୍ତୁ କେତେ ଭୋଟ୍‌ରେ ଆଗୁଆ….

ଭୁବନେଶ୍ୱର,୪।୬: ୨୦୧୪ ଲୋକ ସଭା ନିର୍ବାଚନର ଭୋଟ ଗଣତି ଜାରି ରହିଥିବା ବେଳେ ଭାଜପା ପ୍ରାର୍ଥୀମାନେ ବହୁ ଆଗରେ ଚାଲିଛନ୍ତି। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ଭାଜପା ୧୯ ଆସନରେ ଆଗୁଆ ଥିବା ବେଳେ ବିଜେଡି ୧ରେ ଆଗୁଆ ଅଛି। ସେହିଭଳି କଂଗ୍ରେସ…

ଜିତିଲେ ସୁରେଶ ପୂଜାରୀ

ଭୁବନେଶ୍ୱର,୪।୬: ବ୍ରଜରାଜନଗରରେ ଫୁଟିଲା ପଦ୍ମ। ବିଜୟୀ ହେଲେ ଭାଜପା ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀ। ସୁରେଶ, ବିଜେଡିର ଅଳକା ମହାନ୍ତିଙ୍କୁ ୨୨,୦୦୨ ଭୋଟ ବ୍ୟବଧାନରେ ହରାଇ ବଡ଼ ବିଜୟ ହାସଲ କରିଛନ୍ତି। ସେ ୭୧,୭୯୭ ଭୋଟରେ ବିଜୟୀ ହୋଇଛନ୍ତି।

କୋରାପୁଟ ବିଧାନସଭାରେ କଂଗ୍ରେସ ଆଗୁଆ

କୋରାପୁଟ,୪ା୬(ଅମିତାଭ ବେହେରା): ସାରା ରାଜ୍ୟରେ ମଙ୍ଗଳବାର ଭୋଟ୍‌ ଗଣତି ଜାରି ରହିଛି। ଏହି କ୍ରମରେ କୋରାପୁଟ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ କୃଷ୍ଣ କୁଲଦୀପ ୧୦ମ ରାଉଣ୍ଡ ସୁଦ୍ଧା ୨୫,୮୮୦ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ରଘୁରାମ ପୋଡାଲ…

ବିହାର ଲୋକ ସଭା ରେଜଲ୍ଟ, ଜାଣନ୍ତୁ କିଏ ଆଗରେ…

ନୂଆଦିଲ୍ଲୀ,୪।୬: ବିହାରର ୪୦ଟି ଲୋକସଭା ଆସନ ପାଇଁ ଗଣତି ଭୋଟ ଗଣତି ଚାଲୁ ରହିଥିବାବେଳେ ଏନ୍‌ଡିଏ ଆଗରେ ରହିଛି। ୩୪ ଆସନରେ ଲିଡ୍‌ ଜାରି ରଖିଥିବା ଏନ୍‌ଡିଏର ଭାଜପା ୧୩ ସିଟ୍‌, ଜେଡିୟୁ ୧୫, ଲୋଜପା ରାମବିଳାଶ ୫ ସିଟ୍‌ରେ ଆଗରେ…

ଚିତ୍ରକୋଣ୍ଡା ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ଆଗରେ

ମାଲକାନଗିରି,୪ା୬: ମଙ୍ଗଳବାର ରାଜ୍ୟରେ ଜାରି ରହିଛି ଭୋଟ ଗଣତି। ଏହି କ୍ରମରେ ଚିତ୍ରକୋଣ୍ଡାବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ଡମ୍ବରୁ ସିସା ୨୨ ରାଉଣ୍ଡ ସୁଦ୍ଧା ୩୮,୫୬୪ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲା ୩୭,୬୪୯ ଖଣ୍ଡ ପାଇଛନ୍ତି।…

ହାରିଗଲେ ଦୀପାଳି, ଝାରସୁଗୁଡ଼ାରେ ଫୁଟିଲା ପଦ୍ମ

ଝାରସୁଗଡ଼ା,୪।୬: ଝାରସୁଗୁଡ଼ାରେ ପଦ୍ମର ବଡ଼ ବିଜୟ। ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୧୩୨୨ ଖଣ୍ଡ ଭୋଟରେ ହରାଇଛନ୍ତି ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ। ୨୦୨୪ ଲୋକସଭା ନିର୍ବାଚନ ଶେଷ ପରେ ଆଜି ଭୋଟ ଗଣତି ଜାରି ରହିଛି । ତେବେ ପ୍ରାରମ୍ଭିକ…

ଏନଡିଏକୁ ବହୁମତ, ହେଲେ ଭାଜପାକୁ ଝଟ୍‌କା, ମୋଦିଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ,୪।୬: ବଳଦି ଯାଇଛି ଭାଜପାର ସବୁ ଗଣିତ। ଲୋକ ସଭା ନିର୍ବାଚନର ଫଳାଫଳକୁ ଅପେକ୍ଷା କରିବା ବର୍ତ୍ତମାନ ସବୁଠାରୁ ଆକର୍ଷଣୀୟ ହୋଇଛି। ଏପର୍ଯ୍ୟନ୍ତ, ଟ୍ରେଣ୍ଡ ଦର୍ଶାଉଛି ଯେ ଭାଜପା ସଂଖ୍ୟାଗରିଷ୍ଠତାଠାରୁ ବହୁ ଦୂରରେ। ଏଭଳି ପରିସ୍ଥିତିରେ କଂଗ୍ରେସ ସକ୍ରିୟ ହୋଇଛି ଏବଂ…

ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ଆଗୁଆ

ପୁରୁଷୋତ୍ତମପୁର,୪।୬(ସିମାଞ୍ଚଳ ମିଶ୍ର):ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଗଣତି ଚାଲିଛି। ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ ୩,୪୪୫ ଭୋଟରେ ଆଗୁଆ ରହିଛି। ବିଜେଡିର ନବୀନ ପଟ୍ଟନାୟକଙ୍କୁ ୧୬ ହଜାର ୦୧୩ ଭୋଟ ମିଳିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?