Home Left

ବଢୁଛି ମେଣ୍ଟ ସସ୍‌ପେନ୍ସ: ବିଧାୟକ ମୋହନ ମାଝୀଙ୍କ ଘରେ ଭାଜପା ବିଧାୟକଙ୍କ ମେଳି

ଭୁବନେଶ୍ୱର,୧୧।୩: ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ଉପରୁ ପରଦା ଉଠୁନି। ଏହି ସମୟରେ ଭାଜପା ବିଧାୟକ ମୋହନ ମାଝୀଙ୍କ ଭୁବନେଶ୍ୱର ବାସଭବନରେ ୫ ବିଧାୟକଙ୍କ ଏକାଠି ହେବାକୁ ନେଇ ସସ୍‌ପେନ୍ସ ତୀବ୍ର ହୋଇଛି। ବୈଠକରେ କସୁମ ଟେଟେ, ବୁଦ୍ଧାନ ମୁର୍ମୁ, ଭାସ୍କର ମଡେଇ,ନାରାୟଣ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ଝୁଲା ପୋଲ, ଟ୍ରି ହାଉସ୍‌

କେନ୍ଦୁଝର,୧୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ପ୍ରସିଦ୍ଧ ସାନଘାଗରା ଜଳ ପ୍ରପାତ ନିକଟରେ ଥିବା ନେଚର୍‌ କ୍ୟାମ୍ପ (ପ୍ରକୃତି ନିବାସ)ରେ ନିର୍ମାଣ ହୋଇଥିବା ଝୁଲା ପୋଲ ଓ ଟ୍ରି ହାଉସ ସୋମବାର ଲୋକାର୍ପିତ ହୋଇଛି।  ଉଦ୍‌ଘାଟନୀ ଉତ୍ସବରେ ଏମ୍‌ପି ଚନ୍ଦ୍ରାଣି ମୁର୍ମୁ,…

ଓଡ଼ିଶାର ଦୀର୍ଘତମ ଫ୍ଲାଏଓଭର ଲୋକାର୍ପିତ 

ଯୋଡ଼ା,୧୧ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲାର ଯୋଡ଼ାଠାରେ ଓଡ଼ିଶାର ଦୀର୍ଘତମ ଫ୍ଲାଏଓଭର ସୋମବାର ଲୋକାର୍ପିତ ହୋଇଯାଇଛି। ୩ କି.ମି. ଲମ୍ବ ବିଶିଷ୍ଟ ଏହି ଫ୍ଲାଏଓଭରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପଣ କରିଛନ୍ତି। କାର୍ଯ୍ୟକ୍ରମରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ…

ମଙ୍ଗଳବାରଠୁ ଓଡ଼ିଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ: ଏହି ସବୁ ଜିଲା ଦେଇ ଯିବ

ଭୁବନେଶ୍ୱର,୧୧।୩: ମଙ୍ଗଳବାର ଓଡ଼ିଶାରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ୧୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ। ସେଥିମଧ୍ୟରୁ ଗୋଟିଏ ବନ୍ଦେ ଭାରତ ଏକ୍ସପ୍ରେସ ଓଡ଼ିଶାରେ ଚାଲିବ। ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ…

ମେଣ୍ଟ ଚର୍ଚ୍ଚା ମଧ୍ୟରେ ବିଜେଡି ସରକାରଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଲା ଭାଜପା

ଭୁବନେଶ୍ୱର,୧୧।୩: ରାଜ୍ୟରେ ବିଜେଡି ଓ ଭାଜପା ମେଣ୍ଟ ଚର୍ଚ୍ଚା ମଧ୍ୟରେ ସୋମବାର ଭାଜପା ପ୍ରଥମଥର ପାଇଁ ବିଜେଡି ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଛି। ଭାଜପା ନିର୍ବାଚନ କମିଶନଙ୍କୁ ଭେଟି ଦୀର୍ଘଦିନ ଧରି କାର୍ଯ୍ୟରତ ଅଧିକାରୀମାନଙ୍କୁ ତୁରନ୍ତ ବଦଳି ପାଇଁ ଦାବି ଜଣାଇଛି।…

ଦାବି ନ ମାନିଲେ ମାଟ୍ରିକ୍‌ ଖାତା ମୂଲ୍ୟାୟନ କରିବୁ ନାହିଁ

ଭଦ୍ରକ,୧୧ା୩(ସନାତନ ରାଉତ): ୨୦୦୪ରୁ ୨୦୧୩ ମଧ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତ ସମସ୍ତ ଶିକ୍ଷକଙ୍କୁ ୬ଟି ନ୍ୟାଶନାଲ ଇନ୍‌କ୍ରିମେଣ୍ଟ ସହ ୬ ବର୍ଷର ଚୁକ୍ତି ଅବଧିକୁ ନିୟମିତ ଚାକିରିରେ ଯୋଗ କରିବା, ମାଧ୍ୟମିକ ଶିକ୍ଷକଙ୍କ କ୍ୟାଡର ପୁନର୍ଗଠନ ଦାବି ଆସନ୍ତା ୧୩…

ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା

ଭୁବନେଶ୍ୱର,୧୧।୩: ଚାଷୀଙ୍କୁ ସୋମବାର କାଳିଆ କିସ୍ତି ଟଙ୍କା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରିଛନ୍ତି । ୯୩୩ କୋଟିରୁ ଅଧିକ ଟଙ୍କା ଡିବିଟି ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପ୍ରଦାନ କରାଯାଇଛି। ୧୮ ଲକ୍ଷରୁ…

ସିଏଏ: ନାଗରିକତା ପାଇଁ ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜିକରଣ

ନୂଆଦିଲ୍ଲୀ,୧୧।୩: ଲୋକ ସଭା ନିର୍ବାଚନ ୨୦୨୪ ଘୋଷଣା ପୂର୍ବରୁ ସୋମବାର ଦେଶରେ ନାଗରିକତା ସଂଶୋଧନ ନିୟମ (ସିଏଏ) ଲାଗୁ କରିବା ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ନାଗରିକତା ସଂଶୋଧନ ନିୟମ (ସିଏଏ) ଅନୁଯାୟୀ, ୩୧ ଡିସେମ୍ବର ୨୦୧୪ ପୂର୍ବରୁ…

ଜୟ ଶାହା ଦେଲେ ବଡ଼ ସୂଚନା, ପନ୍ତଙ୍କ ପାଇଁ ଖୋଲିଲା ଦ୍ୱାର

ନୂଆଦିଲ୍ଲୀ,୧୧।୩: ଭାରତୀୟ କ୍ରିକେଟ ଦଳର ତାରକା ଦ୍ରୁତ ବୋଲର ମହମ୍ମଦ ଶାମି ଚଳିତ ବର୍ଷ ଜୁନରେ ଖେଳାଯିବାକୁ ଥିବା ଆଇପିଏଲ ୨୦୨୪ ଏବଂ ୨୦୨୪ ଟି -୨୦ ବିଶ୍ୱକପ୍‌ ଖେଳିବେ ନାହିଁ। ବିସିସିଆଇ ସଚିବ ଜୟ ଶାହା ଏହା ନିଶ୍ଚିତ କରିଛନ୍ତି।…

ସିଏଏ ଲାଗୁ କରିବାକୁ ଲାଗିଗଲା ଚାରି ବର୍ଷ ତିନି ମାସ ସମୟ: କଂଗ୍ରେସ ନେତା

ନୂଆଦିଲ୍ଲୀ,୧୧।୩: ନାଗରିକତା ସଂଶୋଧନ ନିୟମ (ସିଏଏ)କୁ ନେଇ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏହା ପ୍ରକାଶ ପାଇବା ମାତ୍ରେ ଏହାକୁ ନେଇ କଂଗ୍ରେସ ପ୍ରତିକ୍ରିୟା ଦେଇଛି। ସିଏଏ ଲାଗୁ କରିବାର ସମୟକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। କଂଗ୍ରେସ…

CAA ଲାଗୁ ହେବା ପରେ ଅନ୍ୟ ଦେଶରୁ ଆସୁଥିବା ଲୋକଙ୍କ ପାଇଁ ହେବ କି ନୂଆ ପରିଚୟ ପତ୍ର, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୩: : ଲୋକ ସଭା ନିର୍ବାଚନ ୨୦୨୪ ଠିକ୍‌ ପୂର୍ବରୁ ଅନେକ ବଡ ନିଷ୍ପତ୍ତି ନିଆଯାଉଛି। ଏହି କ୍ରମରେ ସୋମବାର ନାଗରିକତା ସଂଶୋଧନ ନିୟମ (ସିଏଏ) ଲାଗୁ କରିବା ପାଇଁ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ଏଭଳି ପରିସ୍ଥିତିରେ…

ଅଗ୍ନି-୫ର ସଫଳ ପରୀକ୍ଷଣ, ଡିଆର୍‌ଡିଓ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ବାଲେଶ୍ବର,୧୧।୩(ମାନସ ବିଶ୍ୱାଳ): ଡିଆର୍‌ଡିଓର ‘ମିଶନ ଦିବ୍ୟାସ୍ତ୍ର’ର ସଫଳ ପରୀକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି ଲେଖିଛନ୍ତି, ଡିଆର୍‌ଡିଓ ବୈଜ୍ଞାନିକମାନଙ୍କ ‘ମିଶନ ଦିବ୍ୟାସ୍ତ୍ର’ ପାଇଁ ସେ ଗର୍ବିତ । ଏହି ମିଶନ ଅଧୀନରେ ସ୍ବଦେଶୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri