Posted inଜାତୀୟ

‘କଂଗ୍ରେସ ଭଳି ଭୁଲ ନ କରୁ ଭାଜପା’, ନିଜ ଦଳକୁ କାହିଁକି ଏମିତି ବାର୍ତ୍ତା ଦେଲେ ଗଡକରୀ

ପଣଜୀ,୧୨।୭: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଶୁକ୍ରବାର କହିଛନ୍ତି ଯେ ଭାଜପା ଏକ ଭିନ୍ନ ପ୍ରକାରର ଦଳ ଏବଂ ସେଥିପାଇଁ ଦଳ ବାରମ୍ବାର ଭୋଟରଙ୍କ ବିଶ୍ୱାସ ଜିତିଛି। କଂଗ୍ରେସ କରିଥିବା ଭୁଲଗୁଡିକର ପୁନରାବୃତ୍ତି ନକରିବାକୁ ସେ ଭାଜପାକୁ ଚେତାବନୀ ଦେଇଛନ୍ତି। ଗଡକରୀ କହିଛନ୍ତି ଯେ କଂଗ୍ରେସ କରିଥିବା ଭୁଲ ଭଳି ଭାଜପା କରିବା ଉଚିତ ନୁହେଁ ଏବଂ ଯେଉଁ କାରଣରୁ ଦେଶର ପୁରାତନ ଦଳକୁ କ୍ଷମତାରୁ ବହିଷ୍କାର କରିବାକୁ ପଡିଛି।

ଗଡକରୀ ଜୋର ଦେଇଛନ୍ତି ଯେ ଯଦି ଆମେ କଂଗ୍ରେସ ଯାହା କରିଆସୁଛି ତାହା ଆମେ କରିବା, ତା’ହେଲେ ସେମାନଙ୍କ ଯିବା ଏବଂ ଆମର ଆସିବାରେ କୌଣସି ଅର୍ଥ ନାହିଁ।
ଗୋଆର ରାଜଧାନୀ ପଣଜୀରେ ଗୋଆ ଭାଜପା କାର୍ଯ୍ୟନିର୍ବାହୀ ବୈଠକକୁ ସମ୍ବୋଧିତ କରିବାବେଳେ ଗଡକରୀ ଏହି କଥା କହିଛନ୍ତି। ଏହି ବୈଠକରେ ଗୋଆ ରାଜ୍ୟ ୟୁନିଟ ସଭାପତି ସଦାନନ୍ଦ ତନୱାଡେ ଏବଂ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏବଂ ଅନ୍ୟ ନେତାମାନେ ଯୋଗ ଦେଇଥିଲେ।
କେନ୍ଦ୍ର ମନ୍ତ୍ରୀ ତାଙ୍କ ୪୦ମିନିଟର ଅଭିଭାଷଣରେ ତାଙ୍କ ପରାମର୍ଶଦାତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କ ବିବୃତ୍ତିକୁ ମନେ ପକାଇ କହିଛନ୍ତି ଯେ ଭାଜପା ଏକ ଭିନ୍ନ ଦଳ। ଆଡଭାନୀ ଜୀ କହୁଥିଲେ ଯେ ଆମେ ଏକ ଭିନ୍ନ ଦଳ। ଆମକୁ ବୁଝିବାକୁ ପଡିବ ସେମାନେ ଅନ୍ୟ ଦଳଠାରୁ କେତେ ଭିନ୍ନ ଅଟନ୍ତି ବୋଲି ସେ କହିଛନ୍ତି।
ନାଗପୁରର ଲୋକ ସଭା ଏମପି କହିଛନ୍ତି ଯେ କଂଗ୍ରେସର ଭୁଲ ଯୋଗୁଁ ଦେଶର ଲୋକମାନେ ଭାଜପାକୁ ନିର୍ବାଚିତ କରିଛନ୍ତି। କଂଗ୍ରେସ ଭଳି ସମାନ ଭୁଲ ନକରିବାକୁ ସେ ତାଙ୍କ ଦଳକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଆଗାମୀ ଦିନରେ ଦଳୀୟ କର୍ମୀମାନେ ଜାଣିବା ଉଚିତ୍‌ ଯେ ରାଜନୀତି ହେଉଛି ସାମାଜିକ ଏବଂ ଅର୍ଥନୈତିକ ସଂସ୍କାର ଆଣିବା ପାଇଁ ଏକ ମାଧ୍ୟମ ।
ଗଡକରୀ ଜୋର ଦେଇଛନ୍ତି ଯେ ଭାଜପାକୁ ଏକ ଦୁର୍ନୀତିମୁକ୍ତ ଦେଶ ଗଢିବାକୁ ପଡିବ ଏବଂ ଏଥିପାଇଁ ଆମର ଯୋଜନା ହେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?