ହୋଇପାରେ ବଡ ଧରଣର ଅଦଳବଦଳ: ଏସ୍ଆରସି ସତ୍ୟବ୍ରତ ସାହୁଙ୍କୁ ମିଳିବ ବଡ଼ ଦାୟିତ୍ୱ!
ଭୁବନେଶ୍ୱର,୧।୭: ରାଜ୍ୟ ପ୍ରଶାସନରେ ବଡ ଧରଣର ଅଦଳବଦଳ ହୋଇପାରେ ବୋଲି କୁହାଯାଉଛି । ଏହି ସମୟରେ ଉନ୍ନୟନ କମିଶନର ଅନୁ ଗର୍ଗ ଦିଲ୍ଲୀ ଯିବା ନେଇ ସଙ୍କେତ ମିଳିସାରିଛି । ତାଙ୍କ ସ୍ଥାନରେ ବର୍ତ୍ତମାନର ଏସ୍ଆରସି ସତ୍ୟବ୍ରତ ସାହୁଙ୍କୁ ଉନ୍ନୟନ କମିଶନର…
୨ଜଣଙ୍କୁ ଦଳିଦେଲା ହାତୀ
ରାଉରକେଲା/ଟେନ୍ସା,୧ା୭(ସଙ୍ଗୀତା ଜେନା/ ସମୀର ପାଢ଼ୀ): ସୁନ୍ଦରଗଡ଼ ଜିଲାରେ ହାତୀ ଆତଙ୍କ ଥମୁନାହିଁ। ସୋମବାର ଜିଲାର ପୃଥକ୍ ପୃଥକ୍ ସ୍ଥାନରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଦକ୍ଷିଣ ରାଉରକେଲା ଟାଙ୍ଗରପାଲୀ ଥାନା ସୋନାପର୍ବତ ଗଞ୍ଜୁଟୋଲା ଅଞ୍ଚଳର ଶୁକ୍ରମଣି ସମାସୀ(୬୯)।…
ଗାଡ଼ି ଧକ୍କାରେ ଚାଲିଗଲା ହେଟା ବାଘର ଜୀବନ
ଖଡ଼ିଆଳ,୧ା୭(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ୩୫୩ନଂ. ଜାତୀୟ ରାଜପଥର ପୋଡାପାଲି କେନାଲ ତ୍ରିବେଣୀ ଛକ ନିକଟରେ ସୋମବାର ଅଜଣା ଗାଡ଼ି ଧକ୍କାରେ ଏକ ହେଟା ବାଘର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ମୁତାବକ, ପୋଡାପାଲି ଛକ ନିକଟରେ ହେଟାବାଘର…
ପୁଣି ସକ୍ରିୟ ହେଲେ ପାଣ୍ଡିଆନ! ଚର୍ଚ୍ଚା ଆରମ୍ଭ
ଭୁବନେଶ୍ୱର,୧।୭: ରାଜ୍ୟରେ ବିଜେଡି ଶାସନର ଅନ୍ତ ଘଟିଛି। ନିର୍ବାଚନୀରେ ବିଜେଡି କାହିଁକି ହାରିଲା ତା’ର ସମୀକ୍ଷା କରିବା ପାଇଁ ବିଜେଡି ତତ୍ପରତା ଦେଖାଉନଥିବା ଜଣାପଡିଛି। ତେବେ ଏହି ସମୟରେ ଏକ ଖବର ସାମ୍ନାକୁ ଆସିଛି ଯେ, ସକ୍ରିୟ ରାଜନୀତିରୁ ସନ୍ୟାସ ଘୋଷଣା…
ପାଟ୍ରୋଲିଂ ବେଳେ ୧୪୩ କେଜି ଗଞ୍ଜେଇ ଜବତ, ସର୍ଚ୍ଚ ଅପରେଶନ ଜାରି
ଦାରିଙ୍ଗବାଡ଼ି,୧।୭ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ପୋଲିସକୁ ପୁଣି ଏକ ବଡ଼ ସଫକତା ମିଳିଛି। ଜଙ୍ଗଲରେ ପାଟ୍ରୋଲିଂ ବେଳେ ୧୪୩ କେଜି ଗଞ୍ଜେଇ ଜବତ ହୋଇଥିବା ଥାନା ଅଧିକାରୀ ଚିରଞ୍ଜୀବି ବେହେରା କହିଛନ୍ତି। ହେଲେ ପୋଲିସ…
ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା
ଭୁବନେଶ୍ୱର,୧।୭: ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୋମବାର ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭେଟିଥିଲେ ମନୋଜ ଆହୁଜା। ରାଜ୍ୟ ଅତିଥି ଭବନକୁ ଆସି ସେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିଥିଲେ। ତାଙ୍କ…
ରଥଯାତ୍ରାରେ ପୁରୀ ଆସୁଥିବା ଭକ୍ତଙ୍କ ହେବ ଗଣନା: ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧।୭: ଆଉ କିଛି ଦିନ ପରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରଥଯାତ୍ରା ପାଇଁ ପୁରୀ ଆସୁଥିବା…
ରୋହିତଙ୍କ ପରେ କିଏ କରିବେ ଓପନିଙ୍ଗ୍, ଲିଷ୍ଟରେ ଅଛି ଏହି ୫ ନାଁ…
ନୂଆଦିଲ୍ଲୀ,୧।୭: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ୍ 2024 ଟାଇଟଲ ଜିତିଛି। ଗୋଟିଏ ପଟେ ଟିମ ଇଣ୍ଡିଆ ବିଶ୍ୱ ଚାମ୍ପିୟନହୋଇଥିବା ଅନ୍ୟପଟେ ରୋହିତ ଶର୍ମା ଅନ୍ତର୍ଜାତୀୟ ଟି -୨୦କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଯଦିଓ ରୋହିତ ଭଲ…
ଛାତ୍ରୀଛାତ୍ରଙ୍କୁ ଆଣୁଥିବା ବେଳେ ଟ୍ରକକୁ ପିଟିଲା ସ୍କୁଲ ବସ୍
ଘସିପୁରା,୭।୧(ନିରଞ୍ଜନ ସାହୁ): ଗାଡ଼ି ଚାଳକଙ୍କ ବେପରୁଆ ଯୋଗୁ ଏକ ଘରୋଇ ସ୍କୁଲ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଣାରେ ୨ଜଣ ଛାତ୍ର, ଜଣେ ଶିକ୍ଷୟିତ୍ରୀ ଏବଂ ଗାଡିର ହେଲ୍ପର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଘସିପୁରା ଥାନା ଗୋହିରାସ୍ଥିତ ଘରୋଇ…
କିଏ ହେବେ ବିରୋଧୀଙ୍କ ଉପବାଚସ୍ପତି ପ୍ରାର୍ଥୀ, ଚର୍ଚ୍ଚାରେ ଏହି ନେତା
ନୂଆଦିଲ୍ଲୀ,୧।୭: ଲୋକ ସଭାର ଉପବାଚସ୍ପତି ପଦ ପାଇଁ ବିରୋଧୀ ପ୍ରାର୍ଥୀଙ୍କ ନାମ ଏ ପର୍ଯ୍ୟନ୍ତ ସ୍ଥିର କରାଯାଇ ନଥିଲେ ମଧ୍ୟ ୟୁପିର ଅଯୋଧ୍ୟା ଆସନରୁ ସମାଜବାଦୀ ପାର୍ଟି ଏମ୍ପି ଅବଧେଶ ପ୍ରସାଦଙ୍କ ନାମ ଏହି ପଦ ରେସ୍ରେ ଆଗରେ ଅଛି। ଏହି…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି ମହାରାଜା
ଭୁବନେଶ୍ୱର,୧।୭: ରଥଯାତ୍ରା ପୂର୍ବରୁ ରାଜ୍ୟ ଅତିଥି ଭବନରେ ସୋମବାର ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଆଇନ ମନ୍ତ୍ରୀ ପୃଥୱୀରାଜ ହରିଚନ୍ଦନଙ୍କୁ ଭେଟିଛନ୍ତି। ଏହି ଅବସରରେ ଶୃଙ୍ଖଳିତ ରଥଯାତ୍ରା ନେଇ ବିଭିନ୍ନ ବିଷୟରେ ଆଲୋଚନା…
ଜଙ୍ଗଲରୁ ଉଦ୍ଧାର ହେଲା ଶିଶୁକନ୍ୟା
ମାଲକାନଗିରି,୧।୭: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଜଙ୍ଗଲରୁ ସୋମବାର ଜଣେ ଦିବ୍ୟାଙ୍ଗ ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ଶିଶୁକନ୍ୟାଙ୍କୁ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । ଉଦ୍ଧାର ଶିଶୁ କନ୍ୟା ୨ରୁ ୩ ବର୍ଷର ମଧ୍ୟରେ ହେବା ବୋଲି ଅନୁମାନ…
Archives


