Home Left

ଶାହରୁଖ ଏମ୍‌ପିଜିର ନୂଆ ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୩।୬: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ମୁଥୁଟ୍‌ ପପାଚାନ୍‌ ଗ୍ରୁପ୍‌ (ଏମ୍‌ପିଜି)ର ନୂଆ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ଶାହରୁଖ ଖାନ୍‌ଙ୍କ ସହ ସହଭାଗିତା କରାଯାଇଛି। ଏପରିକି ଏହି ସହଭାଗିତା ଏମ୍‌ପିଜି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଥିବାବେଳେ ବ୍ରାଣ୍ଡ୍‌ର ଉପସ୍ଥିତି…

ରାଗିକି ନିଆଁବାଣ ମମତା ବାନାର୍ଜୀ: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୩।୬:ଲୋକ ସଭା ନିର୍ବାଚନ ପାଇଁ ଏକଜିଟ ପୋଲ ହୋଇଛି। ପ୍ରାୟ ସମସ୍ତ ଏକଜିଟ ପୋଲରେ ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ହେବାର ସମ୍ଭାବନା ପୂର୍ବାନୁମାନ କରାଯାଇଛି। ବର୍ତ୍ତମାନ ମମତା ବାନାର୍ଜୀ ଏହି ଏକଜିଟ ପୋଲରେ ପ୍ରତିକ୍ରିୟା ରଖିଛନ୍ତି। ମମତା ବାନାର୍ଜୀ କହିଛନ୍ତି,…

Exit Poll ପରେ ଶେୟାର ବଜାରରେ ଉତ୍ସାହ, ସେନସେକ୍ସ-ନିଫ୍ଟିରେ ଜବରଦସ୍ତ ବୃଦ୍ଧି

ମୁମ୍ବାଇ, ୩।୬: ଲୋକସଭା ନିର୍ବାଚନ ପାଇଁ ଏକଜିଟ୍ ପୋଲ୍ ଆକଳନ ପରେ ଶେୟାର ବଜାରରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ସୋମବାର ବଜାର ଖୋଲିବା ମାତ୍ରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୁଚକାଙ୍କ ସେନସେକ୍ସ ୨,୬୨୧.୯୮ ପଏଣ୍ଟ କିମ୍ବା ୩.୫୫ ପ୍ରତିଶତ ବୃଦ୍ଧି…

ଅଂଶୁଘାତର ବିପଦ

ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ମଣିଷଜାତି ପାଇଁ ଏହା ବଡ଼ ବିପଦ ଭାବେ ଉଭା ହେଲାଣି। ଅନ୍ୟପଟେ ଜଳବାୟୁ ପରିବର୍ତ୍ତନ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସକାଶେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ…

ଏକ୍‌ଜିଟ ପୋଲ୍‌ ରିପୋର୍ଟ ନେଇ ବିଜେଡି-ଭାଜପା ଯୁକ୍ତି

ଭୁବନେଶ୍ୱର,୩।୬(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ଲାଗି ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହୋଇଥିବା ଭୋଟ ଗ୍ରହଣ ଗତ ୧ ତାରିଖ ସୁଦ୍ଧା ଶେଷ ହୋଇସାରିଛି। ତେବେ ଆସନ୍ତା ୪ ତାରିଖରେ ସମସ୍ତ ପର୍ଯ୍ୟାୟ ନିର୍ବାଚନର ଭୋଟ ଗଣତି କରାଯିବ। ହେଲେ ଏହା…

କନ୍ୟାକୁମାରୀରେ ସାଧନାରୁ ଜନ୍ମନେଲା ନୂଆ ସଂକଳ୍ପ

ମୋର ପ୍ରିୟ ଦେଶବାସୀଗଣ, ଗଣତନ୍ତ୍ରର ଜନନୀରେ ଗଣତନ୍ତ୍ରର ସବୁଠାରୁ ବଡ଼ ପର୍ବ ଆଜି ଜୁନ୍‌ ପହିଲାରେ ପୂରଣ ହେଉଛି। କନ୍ୟାକୁମାରୀରେ ତିନିଦିନର ଆଧ୍ୟାତ୍ମିକ ଯାତ୍ରା ପରେ ମୁଁ ଏବେ ଦିଲ୍ଲୀ ଅଭିମୁଖେ ବିମାନରେ ଚଢ଼ିଛି। କାଶୀ ସମେତ ଅନେକ ଆସନରେ ମତଦାନ…

ଅଂଶୁଘାତର ପ୍ରତିକାର

ଚିକିତ୍ସା ଶାସ୍ତ୍ର ମତାନୁଯାୟୀ ଛୋଟ ପିଲାମାନଙ୍କ ଶରୀରରେ ହାରାହାରି ତାପମାତ୍ରା ୯୭.୯ ଡିଗ୍ରୀ ଫାରେନାଇଟ(୩୬.୬ଡିଗ୍ରୀ ସେଲସିୟସ୍‌)ରୁ ୯୯ ଡିଗ୍ରୀ ଫାରେନାଇଟ (୩୭.୨ଡିଗ୍ରୀ ସେଲସିୟସ୍‌) ଏବଂ ପ୍ରାପ୍ତ ବୟସ୍କ (୬୫ ବର୍ଷରୁ ଅଧିକ) ଲୋକଙ୍କଠାରେ ହାରାହାରି ତାପମାତ୍ରା ୯୮.୭ ଡିଗ୍ରୀ ଫାରେନାଇଟ(୩୭ ଡିଗ୍ରୀ…

ସିରିଆରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ, ଅନେକ ମୃତ: ରିପୋର୍ଟ

ନୂଆଦିଲ୍ଲୀ, ୩।୬: ସୋମବାର ସିରିଆର ଆଲେପ୍ପୋ ସହର ପରିସରରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ସିରିଆର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଗୋଟିଏ ସପ୍ତାହ ମଧ୍ୟରେ ଦେଶ ଉପରେ ଏହା ଦ୍ୱିତୀୟ ଆକ୍ରମଣ ହୋଇଛି। ଖବର…

ସୌରଜଗତର କ୍ଷୁଦ୍ର ଇତିହାସ

ଆଠଟି ଗ୍ରହ, ଗ୍ରହମାନଙ୍କର ଉପଗ୍ରହ, ବାମନଗ୍ରହ, ଗ୍ରହାଣୁପୁଞ୍ଜ, ଧୂମକେତୁ ଓ ଅଗଣିତ ପିଣ୍ଡକୁ ନେଇ ଆମ ସୌରଜଗତ ତିଆରି ହୋଇଛି। ଆଜି ଆମେ ବିନା ଦ୍ୱିଧା ଓ ବିନା ସନ୍ଦେହରେ ସୌରଜଗତର ପରିଚୟ ପ୍ରଦାନ କରିପାରୁଛୁ। ମାତ୍ର ଅଢ଼େଇ ହଜାର ବର୍ଷ…

ଚିଲିକା ଉପକୂଳରେ ନିଶା ଔଷଧ ଦେଇ ପକ୍ଷୀ ଶିକାର

କଣାସ,୩ା୬(ବିଭୂତି ଭୂଷଣ ତ୍ରିପାଠୀ): କଣାସ ବ୍ଲକର ଶେଷ ସୀମା ଚିଲିକା ଦୟାନଦୀର ମୁହାଁଣଠାରୁ ମକରାନଦୀ ମୁହାଁଣ ଦେଇ ଭୁଷଣ୍ଡପୁର ପର୍ଯ୍ୟନ୍ତ ଚିଲିକା ଉପକୂଳରେ ଦେଶୀ ଓ ବିଦେଶୀ ପକ୍ଷୀମାନଙ୍କୁ ନିଶା ଔଷଧ ଦେଇ ଶିକାରୀମାନେ ଦୈନନ୍ଦିନ ଧରିନେଉଥିଲେ ମଧ୍ୟ ବନ ବିଭାଗ…

ବିଶୁ ମହାରଣା ନୁହନ୍ତି, ଶିବେଇ ସାନ୍ତରା ଧର୍ମପଦଙ୍କ ବାପା

ପୂର୍ବ ଆଲୋଚନାଗୁଡ଼ିକରେ ଆମେ ଦୁଇଟି ପ୍ରସଙ୍ଗକୁ ଗୁରୁତ୍ୱ ଦେଇଆସିଛୁ। ଗୋଟିଏ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ପାଇଁ ଓଡ଼ିଶା ସାମ୍ରାଜ୍ୟର କେଉଁ କେଉଁ ପାହାଡ଼ରୁ କେଉଁ କିସମର ପଥର କେଉଁ କେଉଁ ଜଳପଥ ଦେଇ କୋଣାର୍କରେ ପହଞ୍ଚିଥିଲା। ଦ୍ୱିତୀୟ ପ୍ରସଙ୍ଗ-ପଥର ଆଣିବାକୁ ଓ…

ଜିଏସ୍‌ଟି ସଂଗ୍ରହରେ ରେକର୍ଡ, ମେ’ରେ ୧,୭୨,୭୩୯ କୋଟି

ନୂଆଦିଲ୍ଲୀ, ୩।୬(ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ମାସରେ ମଧ୍ୟ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍‌ସ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ ବା ଜିଏସ୍‌ଟି) ସଂଗ୍ରହ କରାଯାଇଛି ବୋଲି ଶନିବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri