‘ହିଂସା-ନିର୍ଯାତନା ମହିଳାମାନଙ୍କ ସ୍ବାଧୀନତାକୁ କ୍ଷୁଣ୍ଣ କରିଦିଏ’

ଦାରିଙ୍ଗବାଡ଼ି,୨୫ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଜାଗୃତି କାର୍ଯ୍ୟାଳୟ ପରିସରରେ ସୋମବାର କମଳା ଦିବସ ପାଳିତ ହୋଇଯାଇଛି। ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହିଳା ବିକାଶ ପ୍ରତିଷ୍ଠାନର ସମ୍ପାଦିକା ମିନତୀ ପାଢ଼ୀ, ଦାରିଙ୍ଗବାଡ଼ି ଥାନାର ମହିଳା ଏସଆଇ ବାସନ୍ତି ବେହେରା, ସମାଜସେବୀ ନଟ ଭାଇ, ପ୍ରେରଣା ଦିଦି ନୟମି ପ୍ରଧାନ, ଜୀବିକା ମିଶନର ବିପିଏମ ପିଣ୍ଟୁ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମକୁ ଜାଗୃତିର ଶକ୍ତି ପ୍ରକଳ୍ପ ପକ୍ଷରୁ ପରିଚାଳନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ  ଯୋଗ ଦେଇଥିବା ଶତାଧିକ ମହିଳାଙ୍କୁ ସଚେତନ କରାଯାଇଥିଲା। ମହିଳା ହିଂସା ବିରୋଧରେ ସଚେତନ କରାଯିବା ସହ ବାଲ୍ୟ ବିବାହ ରୋକିବା, କନ୍ୟା ଭ୍ରୁଣ ବଞ୍ଚେଇବା, ଦିତୀୟ ବିବାହ ରୋକିବା ଅନ୍ୟାୟରେ ବିବାହ ପରେ ଛାଡ଼ିଦେବା ଆଦି ସମ୍ପର୍କରେ ମହିଳାମାନଙ୍କୁ ସଚେତନ କରାଯାଇଥିଲା। ହିଂସା ମହିଳାମାନଙ୍କ ଶାରୀରିକ, ମାନସିକ ଏବଂ ଆର୍ଥିକ ସ୍ବାଧୀନତାକୁ କ୍ଷୁଣ୍ଣ କରିଥାଏ। ତେଣୁ ଏହାକୁ ପ୍ରତିବାଦ କରିବାକୁ ଉପସ୍ଥିତ ମହିଳାମାନଙ୍କୁ କୁହାଯାଇଥିଲା। ସେହିପରି ମହିଳା ଓ ଶିଶୁ କନ୍ୟା ପ୍ରତି ହେଉଥିବା ହିଂସା ବନ୍ଦ କରି ଏକ ହିଂସା ମୁକ୍ତ ଓ ଉନ୍ନତ ସମାଜ ଗଠନ ପାଇଁ ଆହ୍ବାନ ଦିଆଯାଇଥିଲା।

ଏହି ଅବସରରେ ସିର୍କାବର୍ଗ ପଞ୍ଚାୟତର ଦୁଇ ଜଣ ମହିଳା ତଥା ଶ୍ରାକିପାଙ୍ଗା ଗ୍ରାମର ସରୋଜିନୀ ପ୍ରଧାନ ଏବଂ ସିର୍କାବର୍ଗ ଗ୍ରାମର ଚନ୍ଦ୍ରମା ପ୍ରଧାନଙ୍କୁ ନିଜ ଅଞ୍ଚଳରେ ମହିଳା ହିଂସା ବିରୋଧୀ କାର୍ଯ୍ୟ ସହ ନିଜ ପଞ୍ଚାୟତକୁ ନିଶାମୁକ୍ତ ଅଞ୍ଚଳ କରିବାକୁ ପ୍ରୟାସ କରୁଥିବାରୁ ତାଙ୍କୁ ଏହି ଦିବସରେ ସମ୍ମାନିତ କରାଯାଇଥିଲା। ସେହିପରି ଭ୍ରମରବାଡ଼ି ପଞ୍ଚାୟତରେ ମଧ୍ୟ ମହିଳା ହିଂସା ରୋକିବାକୁ କାର୍ଯ୍ୟ କରୁଥିବା କେରୁବାଡ଼ି ଗ୍ରାମର ସନ୍ଧ୍ୟାରାଣୀ ନାୟକଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଧ୍ରୁବଚରଣ ନାୟକଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ମନମୁଖୀ କରାଯାଉଛି କର୍ମଚାରୀ ଛଟେଇ: ଟିପିଡବ୍ଲ୍ୟୁଓଡିଏଲ ବିରୋଧରେ ବିକ୍ଷୋଭ

ଲୋଇସିଂହା,୧।୫(ସୁଶାନ୍ତ ବାରିକ):ଟିପିଡବ୍ଲ୍ୟୁଓଡିଏଲର ମନମୁଖୀ ଛଟେଇ ବିରୋଧରେ ୱେଷ୍ଟର୍ଣ୍ଣ ଓଡ଼ିଶା ବିଦ୍ୟୁତ ଶ୍ରମିକ ମହାସଂଘ ତରଫରୁ ଲୋଇସିଂହା ବିଦ୍ୟୁୁତ ସେକ୍ସନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନର…

ଲେଙ୍ଗୁ ମିଶ୍ର ଛକରୁ ପୁରୁଣା ଜିରାବ୍ରିଜ ରାସ୍ତା ଜବରଦଖଲ: ପୁଣି ଜୋର୍‌ ଧରିଲା ଉଚ୍ଛେଦ ଦାବି

ବରଗଡ,୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ବହୁଚର୍ଚ୍ଚିତ ଲେଙ୍ଗୁ ମିଶ୍ର ଛକରୁ ପୁରୁଣା ଜିରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ଦାବି ପୁଣି ତେଜି ଉଠିଛି। ଏହି ଦାବି ନେଇ ବରଗଡ଼…

କାଳବୈଶାଖୀ ପ୍ରଭାବରେ ଭାଙ୍ଗିଲା ଘର କାନ୍ଥ, କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ଦାବି

କଲ୍ୟାଣସିଂହପୁର,୧ା୫(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ଜଗନ୍ନାଥ କଲୋନୀରେ ଗୁରୁବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଘର…

ନିର୍ବାଚନୀ ଫଳାଫଳ ମଧ୍ୟରେ ମମତାଙ୍କ ପାଇଁ ଆସିଲା ଖୁସିଖବର: ଜାଣିଲେ ଖୁସିରେ ନାବିବେ…

କୋଲକାତା,୧।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ସଦ୍ୟତମ ଏକଜିଟ ପୋଲ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଧିକାଂଶ ଏକଜିଟ ପୋଲ ପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ହେବାର ପୂର୍ବାନୁମାନ…

ନିର୍ବାଚନ ଫଳାଫଳ ପୂର୍ବରୁ ମମତାଙ୍କୁ ଟ୍ରିପଲ ଝଟକା! TMC ପାଇଁ ଆସୁଛି…

କୋଲକାତା,୧।୫: ୨୦୨୬ ବଙ୍ଗଳା ନିର୍ବାଚନ ଫଳାଫଳ ପୂର୍ବରୁ ତୀବ୍ର ରାଜନୈତିକ କାର୍ଯ୍ୟକଳାପ ଚାଲିଛି। ଦିନ ହେଉ କି ରାତି, ସମଗ୍ର ବଙ୍ଗଳାରେ ଉତ୍ତେଜନାର ପରିସ୍ଥିତି ସୃଷ୍ଟି ହୋଇଛି।…

କାଳବୈଶାଖୀର ଭୀଷଣ ତାଣ୍ଡବ: ତପ୍ତପାଣିରେ ଘର ଉପରେ ପଡ଼ିଗଲା ଗଛ, ଭିତରେ ଶୋଇଥିଲେ ପରିବାର

ଦିଗପହଣ୍ଡି,୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଧୀନ ବିଭିନ୍ନ ଗ୍ରାମାଞ୍ଚଳରେ ଗୁରୁବାର ରାତି ପ୍ରାୟ ସାଢେ ୧୧ ଟାରୁ ଭୋର ୪…

ଶ୍ରମିକ ଦିବସରେ ପୁରୁଣା କଥାକୁ ମନେ ପକାଇଲେ ଶେଖ ହସିନା, କହିଲେ ଆମେ ଦେଢ ଦଶକରେ ଯାହା କରିଥିଲୁ, ୟୁନୁସ ସରକାର…

ଢାକା,୧।୫: ଶୁକ୍ରବାର ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ, ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ଦେଶର ବର୍ତ୍ତମାନର ପରିସ୍ଥିତିକୁ ଚିନ୍ତାଜନକ ବୋଲି ବର୍ଣ୍ଣନା କରିଥିଲେ। ହସିନା…

Nobel Peace Prize: ଟ୍ରମ୍ପଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର? ୨୮୭ ଜଣଙ୍କ ନାମ ସର୍ଟଲିଷ୍ଟ କରୁଛି କମିଟି

ଓସଲୋ,୧।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ପ୍ରକୃତରେ, ୨୦୨୬ ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପ ମନୋନୀତ ହୋଇପାରନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri