ନିର୍ବାଚନ ପୂର୍ବରୁ ଗୋଟେ କଥା, ଶାସନକୁ ଆସିବା ପରେ ଦ୍ୱନ୍ଦ୍ୱ ସୃଷ୍ଟି….
ଭୁବନେଶ୍ୱର, ୧୭।୯(ସୁନିତ୍ ମିଶ୍ର): ବର୍ତ୍ତମାନ ରାଜ୍ୟ ସରକାର ସୁଭଦ୍ରା ଯୋଜନାକୁ ନେଇ ବେଶ୍ ଉତ୍ସାହିତ। ଏହାର ପ୍ରଚାର ପ୍ରସାର ପାଇଁ ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଉଛି। ମାତ୍ର ବାସ୍ତବରେ ଏହା ଭାଜପା ସରକାରର ଆଉ ଏକ ଜୁମ୍ଲା। କାରଣ…
ଡାକ୍ତରୀମାଇନା କରୁନାହାନ୍ତି, ସିସିଟିଭି ଲଗେଇ ନାହାନ୍ତି
ଭୁବନେଶ୍ୱର, ୧୭।୯(ସୁନିତ୍ ମିଶ୍ର): ଭୁବନେଶ୍ୱରସ୍ଥିତ ଭରତପୁର ଥାନା ଏପରି ସୁନ୍ଦର ଭାବେ ନିର୍ମାଣ କରାଯାଇଛି ବାହାରୁ ଦେଖିଲେ ତାହା ଏକ ହୋଟେଲ୍ ଭଳି ଲାଗୁଛି। ଏହି ଥାନା ନିର୍ମାଣରେ ଅନେକ କୋଟି ଟଙ୍କା ଖର୍ଚ୍ଚ ହେଇଥିବା ସତ୍ତ୍ୱେ ଏଠାରେ ପୀଡ଼ିତଙ୍କୁ ନ୍ୟାୟ…
ଆଜି ଖଣ୍ଡପଡ଼ା ଏନ୍ଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ
ଖଣ୍ଡପଡ଼ା,୧୭।୯(ଅଜୟ କୁମାର ମହାରଣା): ନିର୍ଦ୍ଧାରିତ ସୂଚନାକ୍ରମେ ଦୀର୍ଘ ୪୫ ଦିନ ପରେ ବିରୋଧୀ ବିଜେଡି କାଉନ୍ସିଲରଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ମଙ୍ଗଳବାର ଖଣ୍ଡପଡ଼ା ଏନ୍ଏସି ଅଧ୍ୟକ୍ଷା ଆରତୀ ପ୍ରଧାନଙ୍କ ବିରୋଧରେ ଭୋଟ ଗ୍ରହଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଏଥି ନିମନ୍ତେ…
ବ୍ଲକ ସମ୍ମିଳନୀ କକ୍ଷରେ ବିଡିଓଙ୍କୁ ହତ୍ୟା ଧମକ: ତେଜୁଛି ବିଜେଡି-ଭାଜପା କଳି
କୁଜଙ୍ଗ, ୧୭।୯(ମନୋଜ ପ୍ରଧାନ): ଜଗତ୍ସିଂହପୁର ଜିଲା କୁଜଙ୍ଗ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଶୁକ୍ରବାର ବିଡିଓ ଦୀପକ ପ୍ରସାଦ ସ୍ବାଇଁଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ଏହି ଘଟଣାକୁ ନେଇ ପାରାଦୀପରେ ରାଜନୀତି ସରଗରମ ହେବାରେ ଲାଗିଛି। ବିଜେଡି ଓ ଭାଜପା ନେତାମାନେ ଖବରଦାତା…
ଶେୟାର ବଜାର କାରବାରରେ ଉତ୍ସାହ
ନୂଆଦିଲ୍ଲୀ,୧୭।୯: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢାଇଛନ୍ତି। ବିଶେଷକରି ସୋମବାର ବମ୍ବେ ଷ୍ଟକ୍…
୮ ନିୟୁତ ଟନ୍କୁ ବୃଦ୍ଧିପାଇବ ଉତ୍ପାଦନ କ୍ଷମତା
ଯାଜପୁର,୧୭ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା କଳିଙ୍ଗନଗର ଟାଟା ଷ୍ଟିଲ କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଖୁବ୍ଶୀଘ୍ର ସମ୍ପନ୍ନ ହେବାକୁ ଯାଉଛି। ଏହିକ୍ରମରେ ଏହାର ଉତ୍ପାଦନ କ୍ଷମତା ବାର୍ଷିକ ୩ ନିୟୁତ ଟନ୍ (ଏମ୍ଟିପିଏ)ରୁ ୮ ନିୟୁତ ଟନ୍ (ଏମ୍ଟିପିଏ)କୁ ବୃଦ୍ଧିପାଇବ। ଏହି…
ଭାରତରେ ବିଏମ୍ଡବ୍ଲ୍ୟୁ ରିଟେଲ ନେକ୍ସଟର ଶୁଭାରମ୍ଭ
ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଭାରତରେ ବିଏମ୍ଡବ୍ଲ୍ୟୁ ଗ୍ରୁପର ରିଟେଲ ନେକ୍ସଟ ଡିଲରଶିପ ଶୁଭାରମ୍ଭ ସମ୍ପର୍କରେ କମ୍ପାନୀର ଇଣ୍ଡିଆ ୟୁନିଟ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଏପରିକି ରିଟେଲ ନେକ୍ସଟରେ ପୁନଃପରିକଳ୍ପିତ ସେବା ଓ ସୁବିଧା ଉପଲବ୍ଧ ରହିବ। ଯାହାକୁ ଆଧୁନିକ…
ଭାରତ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ଆହ୍ବାନ
ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ୪ର୍ଥ ବିଶ୍ୱ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ପ୍ରଦର୍ଶନୀ (ରି-ଇନ୍ଭେଷ୍ଟ)କୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ଏପରିକି ଏହି ୩ ଦିନିଆ ସମ୍ମିଳନୀ ଓ ପ୍ରଦର୍ଶନୀରେ…
ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ
ଦୁବାଇ: ଦୁବାଇରେ ସୋମବାର ସାଉଥ୍ ଇଣ୍ଡିଆନ୍ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍ସ (ଏସ୍ଆଇଆଇଏମ୍ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍ ସେଲଭନ: ପାର୍ଟ ୨’ରେ ଦମଦାର ଅଭିନୟ ପାଇଁ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ଏହି ସମାରୋହରେ ଶ୍ରେଷ୍ଠ ଅଗ୍ରଣୀ…
ଧର୍ମୀୟ ସ୍ବାଧୀନତାକୁ ସମର୍ଥନ: ବ୍ରାଜିଲରେ ବିଶାଳ ଶୋଭାଯାତ୍ରା
ରିଓ ଡି ଜେନେରୋ ,୧୭ା୯: ବ୍ରାଜିଲରେ ଗତ ୬ ବର୍ଷ ମଧ୍ୟରେ ଅସହିଷ୍ଣୁତା ମାମଲା ସଂଖ୍ୟା ଦ୍ୱିଗୁଣିତ ହୋଇଛି। ଦେଶରେ ଧର୍ମୀୟ ସ୍ବାଧୀନତାକୁ ସମର୍ଥନ ଜଣାଇ ରବିବାର ହଜାର ହଜାର ଲୋକ ରିଓ ଡି ଜେନିରୋ ସହରରେ ବିଶାଳ ଶୋଭାଯାତ୍ରା ବାହାର କରିଥିଲେ।…
ଏଇ ଭାରତରେ
ବାୟୋଫର୍ଟିଫାଏଡ ସିଡ୍ସ ବା ମଞ୍ଜି ଅର୍ଥାତ୍ ଏହି ମଞ୍ଜିକୁ ବ୍ୟବହାର କରି ଯେଉଁ ଶସ୍ୟ ଉପତ୍ାଦନ କରାଯାଏ ସେଥିରେ ଆଇରନ, ଜିଙ୍କ୍, ମାଙ୍ଗାନିଜ, କପର ଆଦି ପୋଷକ ତତ୍ତ୍ୱ ଅଧିକ ରହିଥାଏ। ଏଭଳି ମଞ୍ଜି ବା ବିହନ ପ୍ରସ୍ତୁତ କରୁଛନ୍ତି ଲକ୍ଷ୍ନୌର…
ମହାକାଶରେ ମଣିଷ
ଖ୍ରୀଷ୍ଟପୂର୍ବ ୩୯୯ରେ ଗ୍ରୀକ୍ ଦାର୍ଶନିକ ସକ୍ରେଟିସ୍ କହିଥିଲେ, ”ମଣିଷ ପୃଥିବୀ ଉପରୁ ବାୟୁମଣ୍ଡଳର ଶୀର୍ଷ ଭାଗକୁ କିମ୍ବା ତା’ଠାରୁ ଅଧିକ ଉପରକୁ ଯାଇପାରିଲେ ହିଁ ସେ ନିଜ ଦୁନିଆକୁ ସମ୍ପୂର୍ଣ୍ଣ ରୂପେ ଜାଣିପାରିବ। “ ତେଣୁ ମହାକାଶକୁ ମାନବ ପ୍ରେରଣ କରିବା…
Archives


