ବିବାହ ପୂର୍ବରୁ କାହିଁକି ମାଆ ହୋଇ ଯାଇଥିଲେ ଏସବୁ ଲୋକପ୍ରିୟ ଅଭିନେତ୍ରୀ, ଲିଷ୍ଟ ଦେଖିଲେ ଉଡିବ ହୋସ୍‌

ମା’ – ଦୁନିଆର ସବୁଠୁ ମଧୁର ଶବ୍ଦ । ଜଣେ ନାରୀତ୍ୱର ପରିପୂର୍ଣ୍ଣତା ମା’ ଡାକରୁ ହିଁ ଜଣାପଡେ। କିନ୍ତୁ ଜାଣି ତାଜୁବ ହେବେ ବଲିଉଡର ବହୁ ଲୋକପ୍ରିୟ ଅଭିନେତ୍ରୀ ବାହା ହେବା ପୂର୍ବରୁ ମାଆ ହୋଇ ସାରିଥିଲେ। ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ସେଲିବ୍ରେଟି ଅଭିନେତ୍ରୀଙ୍କ ବିଷୟରେ ଜଣାଇବୁ, ଯିଏ ବିବାହ ପୂର୍ବରୁ ମା ହେବା ପାଇଁ ସ୍ଥିର କରିଥିଲେ ।

ବିବାହ ପୂର୍ବରୁ ମା ହେବା କଥା ଉଠିଲେ ପ୍ରଥମେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କ କଥା ମନକୁ ଆସେ । ବଲିଉଡର ଚାନ୍ଦନୀ ଅର୍ଥାତ ଶ୍ରୀଦେବୀ ବିବାହ ପୂର୍ବରୁ ଗର୍ଭବତୀ ଥିଲେ । ସେ ନିଜେ ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ । ଯେତେବେଳେ ସେ ବୋନି କପୁରଙ୍କୁ ବିବାହ କରିଥିଲେ ସେତେବେଳେ ସେ ୭ ମାସର ଗର୍ଭବତୀ ଥିଲେ । ବିବାହର କିଛି ମାସ ପରେ ତାଙ୍କ ବଡ଼ ଝିଅ ଜାହ୍ନବୀ ଜନ୍ମ ହୋଇଥିଲେ ।

ସେହିପରି ବଲିଉଡର ଆଗ ଧାଡିର ନାୟିକା ଇଲିଆନା ଡିକ୍ରୁଜ ମଧ୍ୟ ବିବାହ ପୂର୍ବରୁ ମା ହୋଇଛନ୍ତି । କିଛି ବର୍ଷ ତଳେ ଅଭିନେତ୍ରୀ ସୋସିଆଲ ମିଡିଆରେ ନିଜ ପ୍ରେଗ୍ନେସି ଖବର ଶେୟାର କରି ଫ୍ୟାନ୍ସଙ୍କୁ ଚକିତ କରି ଦେଇଥିଲେ । ଯାହା ପରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ସେ ଆଜି ପର୍ଯ୍ୟନ୍ତ ବି ତାଙ୍କ ସନ୍ତାନର ବାପାଙ୍କ ନାଁ ଗୁପ୍ତ ଭାବରେ ରଖିଛନ୍ତି । ଫ୍ୟାନ୍ସମାନେ ମଧ୍ୟ ତାଙ୍କ ସନ୍ତାନର ବାପା କିଏ ଜାଣିବା ପାଇଁ ବେଶ ଆଗ୍ରହୀ ଅଛନ୍ତି ।

ବଲିଉଡ ଏବଂ ସାଉଥ ଷ୍ଟାର କମଲ ହାସନଙ୍କ ଦ୍ୱିତୀୟ ପତ୍ନୀ ସାରିକା ମଧ୍ୟ ବିବାହ ପୂର୍ବରୁ ଗର୍ଭବତୀ ଥିଲେ । କମଲ ଏବଂ ସାରିକାଙ୍କ ବିବାହ ପୂର୍ବରୁ ତାଙ୍କର ବଡ଼ ଝିଅ ଶ୍ରୁତି ହାସନ ଜନ୍ମ ନେଇଥିଲେ ।

ମିସ ଇଣ୍ଡିଆ ୟୁନିଭର୍ସ ସେଲିନା ଜେଟଲି ତାଙ୍କ ସ୍ବାମୀଙ୍କୁ ବହୁତ ଦିନ ଧରି ଡେଟ କରିଥିଲେ, ଯିଏ ଦୁବାଇ ସ୍ଥିତ ଏକ ହୋଟେଲର ମାଲିକ । ଗଣମାଧ୍ୟମରେ ଖବର ଆସିଥିଲା ଯେ ସେଲେନା ହଠାତ ଜୁଲାଇ ୨୦୧୧ରେ ବିବାହ କରିଥିଲେ । ବିବାହର କିଛି ସମୟ ପରେ ସେଲିନା ତାଙ୍କ ଗର୍ଭଧାରଣ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଏବଂ ଯାଆଁଳା ପୁଅକୁ ଜନ୍ମ ଦେଇଥିଲେ ।

ସେହିଭଳି ନବେ ଦଶକର ଲୋକପ୍ରିୟ ଅଭିନେତ୍ରୀ ନୀନା ଗୁପ୍ତା ହଠାତ ଗର୍ଭବତୀ ଥିବା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ସେହି ସମୟରେ ସେ ପିଲାର ବାପାଙ୍କ ନାମ ମଧ୍ୟ ପ୍ରକାଶ କରିନଥିଲେ । କିନ୍ତୁ ପରେ ଜଣାପଡିଥିଲା ଯେ କ୍ରିକେଟର ଭିଭିଆନ ରିଚାର୍ଡସ ହେଉଛନ୍ତି ତାଙ୍କ ସନ୍ତାନର ବାପା ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପତ୍ନୀ ଅର୍ଥାତ ବଲିଉଡ ଅଭିନେତ୍ରୀ ନତାଶା ଷ୍ଟାଙ୍କୋଭିକ ମଧ୍ୟ ନିଜ ଗର୍ଭବତୀ ଥିବା ଖବର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଏହି କାରଣରୁ ଲକଡାଉନ ସମୟରେ ଦୁହେଁ ଶୀଘ୍ର ବିବାହ କରିଥିଲେ । ଯାହାପରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?