ନବୀନ ସରକାରର ଗୁମର ଖୋଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
କେନ୍ଦୁଝର,୧୪ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ୩ ଦିନିଆ କେନ୍ଦୁଝର ଗସ୍ତ ଅବସରରେ ସୋମବାର ପଦ୍ମପୁର ଲକ୍ଷ୍ମୀ ପଡ଼ିଆଠାରେ ଭାଜପାର ଏକ ମେଗା ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ଉପସ୍ଥିତ ଲୋକଙ୍କୁ ନୂତନ ସଦସ୍ୟ ଭାବେ ଭାଜପାରେ…
‘୧୯ ଅକ୍ଟୋବର ସୁଦ୍ଧା ଦିଲ୍ଲୀ ଛାଡନ୍ତୁ’, କାନାଡା କୂଟନୀତିଜ୍ଞଙ୍କୁ ଭାରତର ଅଲ୍ଟିମେଟମ
ନୂଆଦିଲ୍ଲୀ,୧୪।୧୦: କାନାଡା ସରକାରଙ୍କ ସହ ବିବାଦ ମଧ୍ୟରେ ଭାରତ ସରକାର ୬ ଜଣ କାନାଡା କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କୁ ଅକ୍ଟୋବର ୧୯ରେ ରାତି ୧୧:୫୯ରେ କିମ୍ବା ପୂର୍ବରୁ ଭାରତ ଛାଡିବାକୁ ପଡିବ। ଭାରତ ସରକାର ମଧ୍ୟ କାନାଡାରୁ…
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ: ଜଣେ ଗୁରୁତର
ହିଞ୍ଜିଳିକାଟୁ, ୧୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ତଥା ବେଲଗାଁ ଥାନା ଭାବନ୍ଧ ଗ୍ରାମ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ବେଲଗାଁ ଥାନା ଭାବନ୍ଧ…
ନାବାଳିକାଙ୍କୁ ନିଶା ଦେଇ କଲେ ବଳାତ୍କାର, ତା’ପରେ…
ଜାଲ୍ନା,୧୪ା୧୦: ମହାରାଷ୍ଟ୍ରର ଜାଲ୍ନା ସହରରେ ଜଣେ ୯ ବର୍ଷର ବାଳିକାଙ୍କୁ ନିଶା ଦେଇ ବଳାତ୍କାର କରିବା ପରେ ଅଭିଯୁକ୍ତ ତାଙ୍କୁ ରାସ୍ତାରେ ଫିଙ୍ଗିଦେଇଛନ୍ତି। ସହରର ଚନ୍ଦନିଝିର ଅଞ୍ଚଳରେ ରବିବାର ରାତି ୧୧ଟାରେ ଏହି ଘଟଣା ଘଟିଛି। ନାବାଳିକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ…
ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟରେ ବଡ଼ଧରଣର ବିସ୍ଫୋରଣ
ଅନୁଗୋଳ,୧୪ା୧୦(ଜ୍ୟୋତିରଞ୍ଜନ ସାହୁ)/ ଛେଣ୍ଡିପଦା (ଅଜିତ ଧଳ)- ଅନୁଗୋଳ ନିଶା ଶିଳ୍ପାଞ୍ଚଳଠାରେ ଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର (ଜେଏସ୍ପି)ର ବଡ଼ଧରଣର ବିସ୍ଫୋରଣ ହୋଇଛି। ବ୍ଲାଷ୍ଟ ଫର୍ଣ୍ଣେସ୍ରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା…
କାନାଡାକୁ ମୁହଁତୋଡ ଜବାବ: କୂଟନୀତିଜ୍ଞଙ୍କୁ ଫେରାଇ ଆଣିଲା ଭାରତ
ନୂଆଦିଲ୍ଲୀ,୧୪ା୧୦:ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍ ସିଂ ନିଜ୍ଜାର ହତ୍ୟା ମାମଲାରେ ଭାରତୀୟ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞମାନଙ୍କୁ କାନାଡା ଅଭିଯୁକ୍ତ କରିବା ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କରେ ତିକ୍ତତା ବଢ଼ିଯାଇଛି। ପ୍ରତିବାଦରେ ନୂଆଦିଲ୍ଲୀ ସୋମବାର କାନାଡାରୁ ଭାରତୀୟ ହାଇକମିଶନର ସଞ୍ଜୟ…
ଆଖିବୁଜିଲେ ପ୍ରସିଦ୍ଧ ଅଭିନେତା
ଜଣାଶୁଣା ଅଭିନେତା ଅତୁଲ ପାରଚୁରେଙ୍କ ୫୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ କ୍ୟାନସର୍ରେ ପୀଡିତ ଥିଲେ। ସେ ‘ଦି କପିଲ ଶର୍ମା ଶୋ’ ସମେତ ଅନେକ ଟିଭି ସିରିଏଲ ଏବଂ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଅତୁଲ ଜଣେ ଦକ୍ଷ ଅଭିନେତା…
ନାବାଳିକାଙ୍କୁ ଛୁରି ଦେଖାଇ ସାରା ରାତି ବଳାତ୍କାର, ଅଭିଯୁକ୍ତ ଫେରାର
ଏମ୍ଭି ୭୯, ୧୪ା୧୦(ଭିକି ବାରିକ): ଦୁର୍ଗାପୂଜା ପାଇଁ ମଣ୍ଡପଗୁଡିକରେ ଗହଳି ଲାଗି ରହିଥିବା ବେଳେ ମାଲାକନଗିରି ଜିଲା ମୋଟୁ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଛୁରି ଦେଖାଇ ଭୟଭୀତ କରି ସାରା ରାତି ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏ…
ଦୂର ହେବ ଦାଦନ ସମସ୍ୟା, ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି
ଭୁବନେଶ୍ୱର,୧୪।୧୦: ଦାଦନ ରୋକିବାକୁ ରାଜ୍ୟ ସରକାର ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରିଛନ୍ତି। ଦାଦନ ସମସ୍ୟାର ନିରାକରଣ ପାଇଁ ଦିଗଦର୍ଶନ ଦେବାକୁ ଟାସ୍କଫୋର୍ସ ଗଠନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏହି ସ୍ବତନ୍ତ୍ର ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠିତ ହୋଇଛି। ଟାସ୍କଫୋର୍ସରେ…
ଏକ ମୋବାଇଲ ଚୋରି ଖୋଲିଦେଲା ସବୁ ଗୁମର: ଧରାପଡ଼ିଲେ ପୁଣା ଗ୍ୟାଙ୍ଗ, ୩ କୋର୍ଟ ଚାଲାଣ
ଭବାନୀପାଟଣା,୧୪।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଏକ ମୋବାଇଲ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗରେ ଥିବା ୩ ଜଣକୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ…
ଏକନାଥ ଶିନ୍ଦେଙ୍କ ହାତ ଛାଡି ଦେବେ କି ଅଜିତ ପାୱାର! ଏନସିପି ନେତାଙ୍କ ବୟାନକୁ ନେଇ…
ମୁମ୍ବାଇ,୧୪।୧୦: ଅଜିତ ପାୱାର ଦେବେନ୍ଦ୍ର ଫଡନ୍ଭିସ ଏବଂ ଏକନାଥ ଶିନ୍ଦେଙ୍କ ହାତ ଛାଡି ଦେବେ କି? କିମ୍ବା ଚାପ ସୃଷ୍ଟି କରିବା ପାଇଁ ଏହା ଏକ ରଣନୀତି? ଗତ କିଛି ଦିନ ହେବ ତାଙ୍କ ନେତାମାନେ କ୍ରମାଗତ ଭାବରେ ଏପରି ବିବୃତ୍ତି…
ସାମ୍ନାକୁ ଆସିଲା ଚାଇନାର ଅସଲ ଚେହେରା: ଭାରତ ବିରୋଧରେ କରୁଛି ଭିତିରିଆ ଷଡଯନ୍ତ୍ର
ନୂଆଦିଲ୍ଲୀ,୧୪।୧୦:ଭାରତ-ଚାଇନା ସୀମାରେ ଲାଗିରହିଥିବା ଉତ୍ତେଜନା ହ୍ରାସ ଲାଗି ଗୋଟିଏ ପଟେ କୂଟନୈତିକ ଉଦ୍ୟମ ଜାରି ରହିଥିବାବେଳେ ଅନ୍ୟପଟେ ବେଜିଂ ପାଙ୍ଗୋଙ୍ଗ୍ ହ୍ରଦର ଉତ୍ତର ପାର୍ଶ୍ୱ ନିକଟରେ ବିଶାଳ ବସ୍ତି ନିର୍ମାଣ କରୁଥିବା ସାଟେଲାଇଟ୍ ଚିତ୍ରରୁ ସ୍ପଷ୍ଟ ହୋଇଛି। ଏଥିରେ ନିର୍ମିତ ହୋଇଥିବା…
Archives


