୧୦ମ ଶ୍ରେଣୀ ଛାତ୍ରୀ ପ୍ରସବ କରିବା ଘଟଣା: ଅଭିଯୁକ୍ତ ଅଟକ

ବରୀ,୨୭।୨(ମହେନ୍ଦ୍ର କୁମାର ସ୍ବାଇଁ): ଯାଜପୁର ଜିଲା ବରୀ ଶିକ୍ଷା ମଣ୍ଡଳ ଅଧିନସ୍ଥ ସରକାରୀ ପଞ୍ଚାୟତ ହାଇସ୍କୁଲ ରାମପୁରର ଜନୈକ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ପ୍ରସବ କରିଛନ୍ତି। ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖି ବରୀ ପୋଲିସ ପଚରାଉଚରା ଚଳାଇଛି।
ସୂଚନା ମୁତାବକ, ଛାତ୍ରୀଜଣଙ୍କ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଥିଲେ। ସେ ଦୁଇଟି ବିଷୟରେ ପରୀକ୍ଷା ଦେବା ପରେ ବୁଧବାର ବିଳମ୍ବିତ ରାତିରେ ନିଜ ପେଟରେ ଯନ୍ତ୍ରଣା ହେଉଛି ବୋଲି ନିଜ ପରିବାର ଲୋକଙ୍କୁ କହିଥିଲେ। ଏଣୁ ତାଙ୍କୁ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ମାତ୍ର ଦାୟିତ୍ୱରେ ଥିବା ଡ଼ାକ୍ତର ସେ ଗର୍ଭବତୀ ଥିବା ଏବଂ ଏହା ପ୍ରସବ ଜନିତ ଯନ୍ତ୍ରଣା ବୋଲି ଅନୁଭବ କରି ପ୍ରସବ କରାଇଥିଲେ। ସମ୍ପୃକ୍ତ ଛାତ୍ରୀଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ଖବର ପାଇ ବରୀ ପୋଲିସ ଓ ଉଚ୍ଚ ପଦସ୍ଥ ଅଧିକାରୀମାନେ ସ୍ଥାନୀୟ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ସମ୍ପୃକ୍ତ ଛାତ୍ରୀଜଣଙ୍କ ବିଦ୍ୟାଳୟକୁ ଯିବା ସମୟରେ ବିଦ୍ୟାଳୟର କର୍ତ୍ତୃପକ୍ଷ କିମ୍ବା ସେହି ଗ୍ରାମର ଦାୟିତ୍ୱରେ ଥିବା ସ୍ବାସ୍ଥ୍ୟକର୍ମୀ କିଭଳି ଭାବରେ ଏଭଳି ଘଟଣା ଉପରେ ଅବଗତ ହୋଇ ପାରିଲେ ନାହିଁ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ଦୁଇ ଦିନ ତଳେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟ ପରିସରରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଏକ ଶିଶୁକୁ ଜନ୍ମ ଦେଇଥିବା ଜଣାପଡ଼ିଥିଲା। ଦଶମ ଶ୍ରେଣୀର ଛାତ୍ରୀ ଜଣକ ସୋମବାର ସକାଳେ ପରୀକ୍ଷା ଦେଇ ସ୍କୁଲ ହଷ୍ଟେଲକୁ ଫେରିଥିଲେ। ତେବେ ସା ସମୟରେ ସ୍କୁଲ ହଷ୍ଟେଲରୁ ଝିଅଙ୍କ ବାପାଙ୍କୁ ଝିଅ ହଷ୍ଟେଲରେ ନ ଥିବା ନେଇ ଫୋନ ଯାଇଥିଲା। ସ୍କୁଲରେ ଝିଅଙ୍କ ମା-ବାପା ପହଞ୍ଚିବା ପରେ ହଷ୍ଟେଲରେ ଛାତ୍ରୀ ଜଣକ ଏକ ଶିଶୁ ଜନ୍ମ ଦେଇଥିବା ଜାଣିବାକୁ ପାଇଥିଲେ। ତେବେ ସ୍କୁଲ ଚାରି କାନ୍ଥ ଭିତରେ ଏତେ ବଡ଼ ଘଟଣା କିପରି ଘଟିଲା ତାକୁ ନେଇ ମା’ବାପା ଚିନ୍ତା ପ୍ରକଟ କରିବା ସହ ଏଥିପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିଲେ। ଚିତ୍ରକୋଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲକୁ ଆଣି ଅଧିକ ଚିକିତ୍ସା ଯୋଗାଇ ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାରେ ମାଟ୍ରନ ସୁଚିତ୍ରା ଚର୍ଚ୍ଚି ବହିଷ୍କୃତ ହୋଇଥିବା ବେଳେ ଏଏନ୍‌ଏମ୍‌ କବିତା କୁମାରୀ ପାତ୍ର ନିଲମ୍ବିତ ହୋଇଥିଲେ। ଏହାଛଡ଼ା ସମ୍ପୃକ୍ତ ଜଣେ ଯୁବକଙ୍କୁ ଚିତ୍ରକୋଣ୍ଡା ପୋଲିସ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ବିଜୟ ହେଲେ ଭାରତୀୟ ବଂଶୋଦ୍ଭବ ଅମିଶ ଶାହା

ଓ୍ବାଶିଂଟନ,୫ା୧୧: ଭାରତୀୟ ବଂଶୋଦ୍ଭବ ୪୮ ବର୍ଷୀୟ ଡାକ୍ତର ଅମିଶ ଶାହା ଆରିଜୋନାର ପ୍ରଥମ କଂଗ୍ରେସ ନିର୍ବାଚନ ମଣ୍ଡଳୀରୁ ୟୁଏସ୍‌ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସ ନିର୍ବାଚନରେ ବିଜୟୀ ହୋଇଛନ୍ତି।…

ଗଜପତିରେ ଅପରାଧୀଙ୍କୁ ଦଣ୍ଡ ପ୍ରଦାନ ହାର ବୃଦ୍ଧି ଉପରେ ଜୋର୍: ଏସପିଙ୍କ ଦ୍ୱାରା ୪ କର୍ତ୍ତବ୍ୟନିଷ୍ଠ ଅଧିକାରୀ ପୁରସ୍କୃତ

ପାରଳାଖେମୁଣ୍ଡି,୫ା୧୧(ଗିରିଧାରୀ ପରିଛା): ମାମଲାର ତଦନ୍ତ ଓ ପରିଚାଳନାରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଗଜପତି ଜିଲାର ୪ ଜଣ ଅଭିଯୋଜନ ଅଧିକାରୀ ଓ ଥାନାଧିକାରୀଙ୍କୁ ସମ୍ମାନିତ କରାଯାଇଛି। ଜିଲା…

ପୁଣି ଥରେ ଏସଆଇଆର୍‌ (SIR) ବିରୋଧରେ ଏକ ବଡ଼ ଘୋଷଣା କଲା ସିଜେପି (CJP)

ନୂଆଦିଲ୍ଲୀ,୫।୧୧: ‘କକରୋଚ ଜନତା ପାର୍ଟି’ (CJP) ନଭେମ୍ବର ୭ରେ କେରଳର କୋଚି ଠାରେ ଏକ ବଡ଼ ଧରଣର ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଘୋଷଣା କରିଛି। ଏହି…

ନନ୍ଦିପଦା ଥାନାରେ ଉତ୍ତରପ୍ରଦେଶ ପୋଲିସ୍: ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନ ସମ୍ପର୍କରେ ସଂଗ୍ରହ କଲା…

ହାଟଡିହୀ/ଛେନାପଦୀ,୫ା୧୧(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନାରେ ଉତ୍ତରପ୍ରଦେଶ ପୋଲିସ୍ ପହଞ୍ଚି ଯାଜପୁର ଜିଲା ଯଖପୁରା ଥାନା ଦଶମାଣିଆ ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନ…

OPSC ପକ୍ଷରୁ ୩୪୦ ASO ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ: ଏହି ଦିନରୁ ଆବେଦନ, ବୟସସୀମା ୨୧ରୁ…

ଭୁବନେଶ୍ୱର,୫ା୧୧: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ରାଜ୍ୟର ଯୁବକଯୁବତୀଙ୍କ ପାଇଁ ଏକ ବଡ଼ ନିଯୁକ୍ତି ସୁଯୋଗ ଆସିଛି। ଗୃହ ବିଭାଗ ଅଧୀନରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର…

କୁନି ଝିଅ ସ୍ୱସ୍ତିକାଙ୍କ କମାଲ: ୩୨ଟି ବିଭାଗରେ ଦକ୍ଷତା ପ୍ରଦର୍ଶନ, ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡରେ ପାଇଲେ ସ୍ଥାନ

ହାଟଡିହୀ/ଛେନାପଦୀ,୫ା୧୧(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ମାତ୍ର ୪ ବର୍ଷର କୁନି ଝିଅ ସ୍ୱସ୍ତିକା ରାଉତ ୨୦ ପ୍ରକାର ଯୋଗାସନ ସମେତ…

କମ୍ବଳ ଘୋଡ଼େଇ ଶୋଇଥିବା ଅବସ୍ଥାରେ ଚାପିଦେଲା ମାଟି-ପଥର: ଭୂସ୍ଖଳନ ସ୍ଥଳରୁ ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର

ଜି.ଉଦୟଗିରି,୫ା୧୧ (ଚିନ୍ମୟ କୁମାର ସେଠି): କନ୍ଧମାଳ ଏବଂ ଗଞ୍ଜାମ ଜିଲା ସୀମାନ୍ତ ବାଇବାଲି ପଞ୍ଚାୟତର ଗିଡ଼ିପାବାଲି ଗ୍ରାମରେ ଘଟିଥିବା ଭୟଙ୍କର ଭୂସ୍ଖଳନ ସ୍ଥାନରେ ଗୁରୁବାର ସକାଳୁ ପୁଣି…

କଡ଼ା ବିରୋଧ ପରେ ପଛଘୁଞ୍ଚା: ନିଜ ସୀମାରେ ବୁଥ୍ କରି ଓଡ଼ିଶା ଭୋଟରଙ୍କୁ ହାତେଇଲା ଆନ୍ଧ୍ର, ୪୮% ମତଦାନ

ପଟ୍ଟାଙ୍ଗି,୫।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ପୁଣି ଥରେ ଛକାପଞ୍ଜା ଦେଖାଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?