Home Left

ଅନ୍ଧାରରେ ଗଞ୍ଜାମ ସହର

ଗଞ୍ଜାମ,୧୦।୪,(ବିଦ୍ୟାଧର ସାହୁ ): ଦୀର୍ଘ ବର୍ଷ ହେବ ବିଭିନ୍ନ ସମସ୍ୟାରେ ଜର୍ଜରିତ ଗଞ୍ଜାମ ସହର l ବିଭିନ୍ନ ସମସ୍ୟାଠାରୁ ବଳିଯାଇଛି ସହରର ଆଲୋକିକରଣ l ଅଧିକାଂଶ ବିଦ୍ୟୁତ ଖୁଣ୍ଟରେ ଲାଇଟ ନାହିଁ l ବିଶେଷ କରି ବଡ଼ବଜାର ଜନସେବା କେନ୍ଦ୍ରଠାରୁ ଜୟଶ୍ରୀ…

ସାନଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ଚନ୍ଦ୍ରଧ୍ୱଜ-ସଭାପତି, କିଶୋର-ସମ୍ପାଦକ ମନୋନୀତ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ ଚନ୍ଦ୍ରଧ୍ୱଜ ସିଂହଙ୍କୁ ସଂଘର ସଭାପତି ଭାବେ ମନୋନୀତ କରାଯାଇଥିବାବେଳେ ମନୋଜ କୁମାର ମହାପାତ୍ରଙ୍କୁ ଉପସଭାପତି, କିଶୋର ଚନ୍ଦ୍ର ଗୌଡ଼ଙ୍କୁ…

ବଡ଼ ଧରଣର ଅବକାରୀ ଚଢାଉ, ଦେଶୀ ମଦ ଭାଟି ଭାଙ୍ଗିଲେ ଅଧିକାରୀ

ଜୟପୁର,୧୦ା୪(ପବନ ପାଣିଗ୍ରାହୀ): ଜୟପୁର ସଦର ଥାନା ଅନ୍ତର୍ଗତ ଗଡପଦର ଜଙ୍ଗଲରେ ଦେଶୀ ବିଷାକ୍ତ ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୂଚନା ପାଇ ଜୟପୁର ଅବକାରୀ ନିରୀକ୍ଷକ କାର୍ଯ୍ୟାଳୟ ପକ୍ଷରୁ ଚଢାଉ କରାଯାଇଛି। ମାଫିଆମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଅବକାରୀ ବିଭାଗ…

ଦିଲ୍ଲୀ ପହଞ୍ଚିଲେ ତହୱୁର ରାଣା, ଗିରଫ କଲା NIA

ନୂଆଦିଲ୍ଲୀ,୧୦।୪: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ରାଣାକୁ ଭାରତ ଅଣାଯାଇଛି। ଆମେରିକାରୁ ତାଙ୍କୁ ଆଣୁଥିବା ସ୍ବତନ୍ତ୍ର ବିମାନଟି ପାଲମ ବିମାନବନ୍ଦରରେ ଅବତରଣ କରିଥିଲା। ଏଠାରୁ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ NIA କାର୍ଯ୍ୟାଳୟକୁ ନିଆଯିବ। ପାଲମ ବିମାନବନ୍ଦର ବାହାରେ ପୋଲିସ…

ଗହଣା ଦୋକାନରୁ ୧୨ ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା ଗ୍ରାମ ମୁଖ୍ୟ ରାସ୍ତାକଡ଼ରେ ଥିବା ପବିତ୍ର କୁମାର ବିଷୋୟୀଙ୍କ ଗହଣା ଦୋକାନରୁ ୧୨୦ ଗ୍ରାମ ଓଜନର ୧୨ଟି ସୁନା ଚେନକୁ ୨ ଦୁର୍ବୃତ୍ତ କୌଶଳକ୍ରମେ ଲୁଟି ନେଇଛନ୍ତି। ପୁର୍ବାହ୍ନ ପ୍ରାୟ…

ହ୍ୱାଟ୍ସଆପ୍ ଚାଟିଂ ଖୋଲିବ କନଷ୍ଟେବଳ ଯଶୋଦା ଦାସଙ୍କ ମୃତ୍ୟୁର ରହସ୍ୟ

ବାଲେଶ୍ୱର,୧୦।୪: ମୃତ ମହିଳା କନଷ୍ଟେବଳ ଯଶୋଦା ଦାସଙ୍କ ମୃତ୍ୟୁର ରହସ୍ୟ ଖୋଲିବ ତାଙ୍କ ହ୍ୱାଟ୍ସଆପ୍ ଚାଟିଂ। ଏହି ରହସ୍ୟମୟ ମୃତ୍ୟୁକୁ ଭେଦ କରିବାରେ ପୋଲିସକୁ ତାଙ୍କ ମୋବାଇଲ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି। ରିପୋର୍ଟ ଅନୁଯାୟୀ, ମୃତ କନଷ୍ଟେବଳ ମାର୍ଚ୍ଚ…

IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୦।୪: ଗୁରୁବାର ଓଡ଼ିଶା ସରକାର ଭାରତୀୟ ପ୍ରଶାସନିକ ସେବା (IAS) କ୍ୟାଡରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ତଦନୁସାରେ, ବର୍ତ୍ତମାନ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଆରାଧନା ଦାସଙ୍କୁ ବିଭାଗର ଯୁଗ୍ମ ସଚିବ ଭାବରେ ନିଯୁକ୍ତ କରାଯାଇଛି।ଧରମ ହାଂସଦା ଜଙ୍ଗଲ…

ନକଲି ସାର୍ଟିଫିକେଟ ଦେଇ ଚାକିରି! ସମ୍ବଲପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ଖୋଳତାଡ଼

ବରଗଡ଼,୧୦।୪: ନକଲି ସାର୍ଟିଫିକେଟ ଦେଇ ଚାକିରି କରିବା ଅଭିଯୋଗରେ ବରଗଡ଼ ସହରରେ ଥିବା ସମ୍ବଲପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ଖୋଳତାଡ଼ ଆରମ୍ଭ ହୋଇଛି। ଏଥିରେ ଜଣେ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା ବେଳେ ୧୭୪ ଜଣଙ୍କ ଖୋଳତାଡ଼ ଚାଲିଛି।

IPL ମଝିରେ ଧୋନୀଙ୍କୁ ପୁଣି ଅଧିନାୟକ କଲା CSK: ଗାୟକ୍ୱାଡ ସିଜିନ୍‌ରୁ ବିଦା

ଚେନ୍ନାଇ,୧୦।୪: IPL 2025 ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଏକ ବଡ଼ ଝଟକା ଲାଗିଛି। ଦଳର ଅଧିନାୟକ ଋତୁରାଜ ଗାୟକ୍ୱାଡ ଆହତ ହୋଇଛନ୍ତି। ଗାୟକ୍ୱାଡ ଆଘାତ ଏତେ ଗମ୍ଭୀର ଯେ, ସେ ଏହି ସିଜିନରେ ଖେଳିପାରିବେ ନାହିଁ। ଗାୟକ୍ୱାଡଙ୍କ କହୁଣୀରେ ଆଘାତ…

ଖୁସି ଖବର ଦେଲା ପାଣିପାଗ ବିଭାଗ! ଏହି ରାଜ୍ୟରେ ହେବ ବର୍ଷା

ନୂଆଦିଲ୍ଲୀ,୧୦।୪: ଉତ୍ତର ଭାରତରେ ପାଗ ପୁଣି ଥରେ ବଦଳି ଯାଇଛି। ଗୁରୁବାର ଦେଶର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ସହିତ ପ୍ରବଳ ପବନ ବହିଥିଲା, ଯାହା ଲୋକଙ୍କୁ ପ୍ରବଳ ଗରମରୁ ଆଶ୍ୱସ୍ତି ଦେଇଥିଲା। ଯଦି ପାଣିପାଗ ବିଭାଗର କଥାକୁ ବିଶ୍ୱାସ କରାଯାଏ,…

ବନ୍ଧା ହେଲେ ଗାଁରେ ଆତଙ୍କ ଖେଳାଉଥିବା ଯୁବକ

ନୂଆପଡ଼ା,୧୦ା୪ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଟାନୱାଟ ପଞ୍ଚାୟତ ଗୋବରା ଗାଁର ଜଣେ ଯୁବକଙ୍କ ଉନ୍ମତ୍ତକାଣ୍ଡ ଯୋଗୁ ଗ୍ରାମବାସୀ ତାଟିକବାଟ ବନ୍ଦ କରି ରହୁଥିଲେ। ଏ ନେଇ ପୋଲିସରେ ଅଭିଯୋଗ ପରେ ମଧ୍ୟ ସୁଫଳ ନ ପାଇବାରୁ ଗ୍ରାମର ଶତାଧିକ…

ଲୋକକଳା ପାଇଁ ଦିନଟିଏ, ଯୁବ ଲେଖକଙ୍କୁ ମିଳିଲା ପ୍ରମାଣପତ୍ର

ଭଞ୍ଜନଗର,୧୦/୪(ବାବୁଲା ପ୍ରଧାନ): ଓଡ଼ିଆ ପକ୍ଷ ପାଳନ ଅବସରରେ ଗୁରୁବାର ଭଞ୍ଜନଗର ପଞ୍ଚାୟତ ସମିତି ପକ୍ଷରୁ ଲୋକକଳା ପାଇଁ ଦିନଟିଏ ଦିବସ ପାଳିତ ହୋଇଯାଇଛି। ଏଥିରେ ଭଞ୍ଜନଗର ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାରମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ବ୍ଲକ କଳାକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?