Home Left

ଖାଲି ଧାନ ନୁହେଁ, ପନିପରିବା ଚାଷ ବି ହୋଇଛି କ୍ଷତି : ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର,୩୦।୧୨: ଗ୍ରାଉଣ୍ଡ ଜିରୋରୁ ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଧାନ ଫସଲର କ୍ଷୟକ୍ଷତି ଅନୁଧ୍ୟାନ ପରେ ସୋମବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ସୂଚନା ଦେଇ ଧାନ ବ୍ୟତିତ ପନିପରିବା, କପା ଓ ଚିନାବାଦାମ ଚାଷ ମଧ୍ୟ କ୍ଷତି ହୋଇଥିବା…

ଅଭିଯୋଗ ଶୁଣାଣିରେ ଗଣ୍ଡଗୋଳ, ଗ୍ରାମ୍ୟ ଉନ୍ନୟନ ନିର୍ବାହୀଯନ୍ତ୍ରୀଙ୍କୁ ଘେରିଲେ ଗ୍ରାମବାସୀ

ତିହିଡ଼ି,୩୦ା୧୨(ସଞ୍ଜିତ ବଳ): ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀଯନ୍ତ୍ରୀଙ୍କୁ ଭଦ୍ରକ ଜିଲା ତିହିଡ଼ିର ଦହପାଣିଆ ଗ୍ରାମବାସୀ ସୋମବାର ଘେରାଉ କରିଛନ୍ତି। ରାସ୍ତାର ଶୋଚନୀୟ ଅବସ୍ଥା ପ୍ରତିବାଦରେ ସେମାନେ ପାଟିତୁଣ୍ଡ କରିବା ସହ ଏହି ପଦକ୍ଷେପ ନେଇଥିବା ଜଣାଯାଇଛି। ତିହିଡ଼ି ପଞ୍ଚାୟତ ସମିତି ସଭାଗୃହରେ…

୪୪ ବର୍ଷ ବିତିଥିଲେ ବି ପଡ଼ାବାସୀଙ୍କୁ ମିଳୁନି ସ୍ଥାୟୀ ପଟ୍ଟା, ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଦେଲେ ଧାରଣା

କର୍ଲାମୁଣ୍ଡା,୩୦ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ରେଗଡ଼ା କଲୋନୀ ପଡ଼ାବାସୀ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ସୂଚନା ମତେ ରେଗଡ଼ା କଲୋନୀ ପଡ଼ାବାସୀ କଲୋନୀପଡ଼ାରେ ବସବାସ କରିବାର ୪୪ବର୍ଷ ବିତିଯାଇଥିଲେ ମଧ୍ୟ ଏମାନେ ସ୍ଥାୟୀ…

ପୂଜାରୀଙ୍କୁ ପ୍ରତି ମାସରେ ମିଳିବ ୧୮ ହଜାର ଟଙ୍କା

ନୂଆଦିଲ୍ଲୀ,୩୦।୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣାରେ ସେ ଦିଲ୍ଲୀର ପୁରୋହିତ ଏବଂ ଗୁରୁଦ୍ୱାରରେ ଥିବା ମନ୍ଦିରଗୁଡ଼ିକର ଯତ୍ନ ନେଉଥିବା ବ୍ୟକ୍ତିଙ୍କୁ ତାଙ୍କ…

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଫେବୃଆରୀରୁ ରାଜ୍ୟରେ ଆୟୁଷ୍ମାନ ଭାରତ

ଭୁବନେଶ୍ୱର,୩୦।୧୨: ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୋମବାର ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ବୟାନ ଦେଇଛନ୍ତି। ୨୦୨୫ ଫେବୃଆରୀ ମାସରୁ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହେବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ଏପରିକି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମଧ୍ୟ ଲାଗୁ…

ମେଲବୋର୍ନ ଟେଷ୍ଟ ହାରିବାର ବଡ଼ କାରଣ କହିଲେ ରୋହିତ ଶର୍ମା, ନୀତୀଶ ରେଡ୍ଡୀଙ୍କୁ ଦେଲେ ସ୍ପେଶାଲ ବାର୍ତ୍ତା

ନୂଆଦିଲ୍ଲୀ,୩୦।୧୨: ଅଷ୍ଟ୍ରେଲିଆ ମାଟିରେ କ୍ରମାଗତ ତୃତୀୟ ଟେଷ୍ଟ ସିରିଜ ଜିତିବାର ଭାରତୀୟ ଦଳର ସ୍ବପ୍ନ ସୋମବାର ଭାଙ୍ଗି ଯାଇଛି। ବକ୍ସିଂ ଡେ ଟେଷ୍ଟର ଶେଷ ଦିନରେ କଙ୍ଗାରୁ ଦଳ ଭାରତୀୟ ଦଳକୁ ୧୮୪ ରନରେ ପରାସ୍ତ କରିଛି। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ…

ମଣ୍ଡିରୁ ଉଠୁନି ଧାନ, ଜିଲାପାଳଙ୍କ ଅଫିସ ଆଗରେ ଚାଷୀଙ୍କ ଧାରଣା

ବରଗଡ଼,୩୦ା୧୨(ପ୍ରେମାନନ୍ଦ ଖମାରୀ: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୫ସପ୍ତାହରୁ ଅଧିକ ସମୟ ବିତି ଯାଇଛି। କିନ୍ତୁ ଧାନ ସଂଗ୍ରହ ପ୍ରକ୍ରିୟାରେ ଦେଖାଯାଇଥିବା ସମସ୍ୟା ଅସମାହିତ ହୋଇ ରହିଯାଇଛି। ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି। କିନ୍ତୁ ମଣ୍ଡିରୁ…

ଯୁବକଙ୍କୁ ମାରି ବ୍ରିଜ୍‌ ଉପରେ ଫିଙ୍ଗିଦେଲେ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବଲାଙ୍ଗୀର,୩୦ା୧୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର- ସମ୍ବଲପୁର ୨୬ ନମ୍ବର ଜାତୀୟ ରାଜପଥ ସତ୍ୟନାରାୟଣପଡ଼ା ଲକ୍ଷ୍ମୀ ଜୋର ବ୍ରିଜ୍‌ ଉପରୁ ଜଣେ ଯୁବକଙ୍କ ମୃତଦେହକୁ ଟାଉନ ଥାନା ପୋଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ସ୍ଥାନୀୟ ଗେଟସରୋବରପଡ଼ାର ଚିଣ୍ଟୁ କରଣ (୨୬)…

ନଦୀକୁ ଖସିଲା ଟ୍ରକ, ୬୦ ଜଣଙ୍କ ମୃତ୍ୟୁ ଆଶଙ୍କା

ଅଦିସ ଅବାବା,୩୦।୧୨: ଆଫ୍ରିକୀୟ ଦେଶ ଇଥିଓପିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଯାତ୍ରୀ ଭରା ଏକ ଟ୍ରକ ନଦୀରେ ଖସିପଡଛି। ଏହି ଦୁର୍ଘଟଣାରେ ୬୦ ଜଣ ପ୍ରାଣ ହରାଇଛନ୍ତି। ଦକ୍ଷିଣ ସିଡାମା ଅଞ୍ଚଳର ଅଧିକାରୀଙ୍କ ଅନୁଯାୟୀ, ଏହି ଭୟଙ୍କର…

ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଫେଲ୍‌: ଅଷ୍ଟ୍ରେଲିଆର ଚମକପ୍ରଦ ବିଜୟ

ମେଲବୋର୍ନ,୩୦।୧୨: ମେଲବୋର୍ନରେ ଚାଲିଥିବା ବକ୍ସିଂ ଡେ ଟେଷ୍ଟରେ ଅଷ୍ଟ୍ରେଲିଆ ୧୮୪ ରନ୍‌ରେ ଭାରତକୁ ପରାସ୍ତ କରିଛି। ଜିତିବା ପାଇଁ ୩୪୦ ରନର ଲକ୍ଷ୍ୟକୁ ପଛରେ ପକାଇ ଭାରତର ଦ୍ୱିତୀୟ ଇନିଂସକୁ ୧୫୫ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଭାରତୀୟ ଦଳ ଆଜି ଲକ୍ଷ୍ୟ…

ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ପର୍ଯ୍ୟଟକଙ୍କ ଜମୁଛି ଭିଡ଼, ସୁଧୁରୁନି ସମସ୍ୟା

ପଞ୍ଚଲିଙ୍ଗେଶ୍ୱର,୩୦ା୧୨(ଲେଲିନ କୁମାର ଦେ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡର ପଞ୍ଚଲିଙ୍ଗେଶ୍ୱର ଶୈବପୀଠକୁ ଓଡ଼ିଶାର ବିଭିନ୍ନ ଜିଲା ତଥା ଓଡ଼ିଶା ବାହାରୁ ନୂତନ ବର୍ଷ ଏବଂ ଶୀତକାଳୀନ ପର୍ଯ୍ୟଟକଙ୍କ ଭିଡ଼ ଜମିବା ଦେଖାଦେଇଥିବାବେଳେ ପୀଠସ୍ଥଳରୁ ଆରମ୍ଭ କରି ପଞ୍ଚଲିଙ୍ଗେଶ୍ୱର ଛକ ପର୍ଯ୍ୟନ୍ତ ଛୋଟ…

ବିମ୍ବାଧର ମୁଦୁଲି ସ୍ବାଧୀନତା ସଂଗ୍ରାମୀ ସମିତି ସଭାପତି:ପୃଥ୍ବୀରାଜ ହରିଚନ୍ଦନ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ

ଭୁବନେଶ୍ୱର,୩୦ା୧୨ (ବନ୍ଦନା ସେଠୀ):ଓଡ଼ିଶା ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତି ସଭାପତି ଭାବେ କେନ୍ଦ୍ରାପଡା ଜିଲାର ସ୍ବାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲି ମନୋନୀତ ହୋଇଛନ୍ତି। ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଦେହାନ୍ତ ପରେ ରାଜ୍ୟ ସଭାପତି ପଦ ଖାଲି ରହିଥିଲା। ଅଖିଳ ଭାରତୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri