Home Left

ରକ୍ତ ଜୁଡୁବୁଡୁ ହୋଇଥିଲେ ସୈଫ ଅଲି ଖାନ, ହସ୍ପିଟାଲ ପହଞ୍ଚାଇଥିବା ଅଟୋ ଡ୍ରାଇଭର ବଖାଣିଲେ ସବୁକିଛି

ମୁମ୍ବାଇ,୧୭।୧: ଗୁରୁବାର ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରୀରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ପରେ, ସେ ରକ୍ତ ଜୁଡୁବୁଡୁ ଏକ ଅଟୋ ରିକ୍ସାରେ ହସ୍ପିଟାଲରେ ପହଞ୍ଚିଥିଲେ। ଏବେ ସେହି ଅଟୋ ଡ୍ରାଇଭର ସେଦିନ ରାତିର ଘଟଣା ବିଷୟରେ ସମ୍ପୂର୍ଣ୍ଣ କାହାଣୀ…

ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର: ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ

ବଲାଙ୍ଗୀର,୧୭।୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅଧୀନ ୨୬ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଥିବା ରତାଖଣ୍ଡି ଜଙ୍ଗଲରୁ ଶୁକ୍ରବାର ଜଣେ ଯୁବକଙ୍କ ଗଳିତ ମୃତଦେହ ପୋଲିସ ଉଦ୍ଧାର କରିଛି। ଯୁବକଙ୍କ ପରିଚୟ ମିଳିପାରି ନ ଥିବା ବେଳେ ପୋଲିସ…

ସରିଲା ରିଙ୍କୁ ସିଂଙ୍କ ନିର୍ବନ୍ଧ, ସମାଜବାଦୀ ପାର୍ଟିର ଏହି ଚର୍ଚ୍ଚିତ ଏମ୍‌ପି ହେବେ ଜୀବନସାଥୀ…

ନୂଆଦିଲ୍ଲୀ,୧୭।୧: ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ରିଙ୍କୁ ସିଂଙ୍କ ପ୍ରଶଂସକଙ୍କ ଲାଗି ଖୁସିଖବର। ଉତ୍ତରପ୍ରଦେଶର ଏମ୍‌ପି ପ୍ରିୟା ସରୋଜଙ୍କ ସହ ତାଙ୍କର ନିର୍ବନ୍ଧ ଶେଷ ହୋଇଛି। ପ୍ରିୟା ସମାଜବାଦୀ ପାର୍ଟିରୁ ଏମ୍‌ପି ଅଛନ୍ତି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ। ଏନେଇ ସୋସିଆଲ…

ବିଜୟ ହଜାର ଟ୍ରଫି ନ ଖେଳି ଦୁବାଇରେ ସମୟ ବିତାଉଛନ୍ତି ଏହି ଷ୍ଟାର ଖେଳାଳି, ଚାମ୍ପିୟନ୍ସ ଟ୍ରଫି ଦଳରେ ମିଳିବନି ସ୍ଥାନ

ନୂଆଦିଲ୍ଲୀ, ୧୭।୧: ଭାରତୀୟ ଦଳର ଉଇକେଟ କିପର ସଞ୍ଜୁ ସାମସନ ବିଜୟ ହଜାର ଟ୍ରଫି ନ ଖେଳିବା ଚାମ୍ପିୟନ୍ସ ଟ୍ରଫି ଖେଳିବାରୁ ତାଙ୍କୁ ବଞ୍ଚିତ କରିପାରେ। ପୂର୍ବରୁ ବିସିସିଆଇ ଏହା ସ୍ପଷ୍ଟ କରିଛି ଯେ, ଜାତୀୟ ଟିମ୍ ସହିତ ଖେଳୁ ନ…

ଭାଜପା ଶାସିତ ରାଜ୍ୟରେ ୧୦୦ ପ୍ରତିଶତ ବଢିଲା ମନ୍ତ୍ରୀ ବିଧାୟକଙ୍କ ଦରମା

ଅଗରତାଲା,୧୭।୧: ତ୍ରିପୁରା ବିଧାନସଭା ଏହାର ବିଧାୟକ ଏବଂ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି ପାଇଁ ଏକ ବିଲ ପାସ୍‌ କରିଛି। ଏହି ବୃଦ୍ଧି ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କଠାରୁ ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦରମା ୮୧ ରୁ ୯୨% ବୃଦ୍ଧି ପାଇବ। ଏହା ସହିତ, ସମସ୍ତ…

ଶ୍ରୀମନ୍ଦିରରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଆସିଲା ବଡ଼ ନିୟମ, ନ ମାନିଲେ…

ପୁରୀ,୧୭ା୧: ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟରତ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ ୫ ସୂତ୍ରୀ କାର୍ଯ୍ୟାବଳୀ ଲାଗୁ ହେବା ନେଇ ମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଡ୍ୟୁଟି ସମୟରେ ଶ୍ରୀମନ୍ଦିର ପ୍ରଶାସନର କୌଣସି ଅଧିକାରୀ ତଥା…

ମୋଦିଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ୨୫ କୃଷକଙ୍କ ବିରୋଧରେ ଆରେଷ୍ଟ ଓ୍ବାରେଣ୍ଟ ଜାରି

ନୂଆଦିଲ୍ଲୀ,୧୭।୧: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ମାମଲାରେ ଫିରୋଜପୁର କୋର୍ଟ ୨୫ଜଣ ଚାଷୀଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରିଛନ୍ତି। ଏହି ମାମଲାରେ, IPCର ଧାରା ୩୦୭ ଏବଂ ହତ୍ୟା ଉଦ୍ୟମ ଧାରା ଯୋଡାଯାଇଛି। ୨୦୨୨ ମସିହାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାଫଲାକୁ…

ଭାଜପାର ବଡ଼ ଘୋଷଣା, ମହିଳା-ବରିଷ୍ଠ ନାଗରିକଙ୍କୁ ମିଳିବ…

ନୂଆଦିଲ୍ଲୀ,୧୭।୧: ଦିଲ୍ଲୀରେ ବିଧାନସଭା ନିର୍ବାଚନ ୫ ଫେବୃଆରୀରେ ଅନୁଷ୍ଠିତ ହେବ ଏବଂ ଫଳାଫଳ ୮ ଫେବୃଆରୀରେ ଘୋଷଣା କରାଯିବ। ଏବେ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ପରେ, ଭାରତୀୟ ଜନତା ପାର୍ଟି(ଭାଜପା)ମଧ୍ୟ ଶୁକ୍ରବାର ତାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି।…

୪ ଖେଳାଳିଙ୍କୁ ଖେଳରତ୍ନ, ୩୪ଜଣଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ,୧୭।୧: ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ରାଷ୍ଟ୍ରପତି ଭବନରେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଏବଂ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମନୋନୀତ ସମସ୍ତ ଖେଳାଳିଙ୍କୁ ପୁରସ୍କୃତ କରିଛନ୍ତି। ଖେଳାଳି ମନୁ…

କେବଳ ଏଇ ଛୋଟିଆ କାମ କରିଦେଲେ ଶୀଘ୍ର ମିଳିଯିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର,୧।୧୭: ସୁଭଦ୍ରାଙ୍କୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଖୋଷଣା କରିଛନ୍ତି। ଏଯାବତ୍‌ ସୁଭଦ୍ରାରେ ୧୭ ହଜାର ମହିଳା ପୁଣି ସାମିଲ ହୋଇଛନ୍ତି। ୩୧ ହଜାର ଅପ୍ଟ ଆଉଟ ହୋଇଥିଲେ, ୧୭ ହଜାର ମିଶିଲେ। ବାକି ୧୪ ହଜାର ମହିଳା ଅପ୍ଟ…

ମହାକୁମ୍ଭ ଛାଡିବେ ସୁନ୍ଦରୀ ସାଧ୍ୱୀ ହର୍ଷା ରିଛାରିଆ

ପ୍ରୟାଗରାଜ,୧୭।୧: ସଙ୍ଗମ ସହରରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭରେ, ବହୁ ସଂଖ୍ୟକ ଭକ୍ତ ସ୍ନାନ ପାଇଁ ପହଞ୍ଚୁଛନ୍ତି। ଏହି ସମୟରେ ଭାଇରାଲ ସାଧ୍ୱୀ ହର୍ଷା ରିଛାରିଆ ମହାକୁମ୍ଭ ଛାଡିବାକୁ ଘୋଷଣା କରିଛନ୍ତି। ମହାକୁମ୍ଭ ପୂର୍ବରୁ ଅମୃତ ସ୍ନାନରେ ହର୍ଷାଙ୍କୁ ସାମିଲ କରିବା ଏବଂ…

ପାକିସ୍ତାନ କୋର୍ଟରୁ ଇମ୍ରାନଙ୍କୁ ଲାଗିଲା ବଡ଼ ଝଟ୍‌କା

ଇସଲାମାବାଦ,୧୭।୧: ଅଲ-କାଦିର ଟ୍ରଷ୍ଟ ସହ ଜଡିତ ଜମି ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଜେଲଦଣ୍ଡ ଦିଆଯାଇଛି। ଏହା ବ୍ୟତୀତ ବୁଶରା ବିବିଙ୍କୁ ୭ ବର୍ଷ ଜେଲଦଣ୍ଡ ଦିଆଯାଇଛି। ଆର୍ଯ୍ୟ ନ୍ୟୁଜର ରିପୋର୍ଟ ଅନୁଯାୟୀ, ରାୱଲପିଣ୍ଡିର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri