କଲେଜ ପିଲାଙ୍କୁ ଜୟ ଶ୍ରୀରାମ କହିବାକୁ କହି ବିବାଦରେ ତାମିଲନାଡୁ ରାଜ୍ୟପାଳ
ମଦୁରାଇ,୧୩।୪: ରାଜ୍ୟ ବିଧାନସଭାରେ ଗୃହୀତ ବିଲ୍ଗୁଡ଼ିକୁ ମଞ୍ଜୁରୀ ନ ଦେଇ ଦୀର୍ଘଦିନ ପକାଇରଖିବା ଘଟଣାରେ ଗତ ୮ ତାରିଖରେ ସୁପ୍ରିମକୋର୍ଟରୁ ଭର୍ତ୍ସିତ ହୋଇଥିବା ତାମିଲନାଡୁ ରାଜ୍ୟପାଳ ଆର୍.ଏନ୍. ରବି ପୁଣିଥରେ ବିବାଦ ଘେରକୁ ଆସିଛନ୍ତି। ମଦୁରାଇର ଏକ ଇଞ୍ଜିନିୟରିଂ କଲେଜ କାର୍ଯ୍ୟକ୍ରମରେ…
ଭୁଲ ବୁଝାମଣାରୁ ଏମ୍କେସିଜିରେ ଫାର୍ମାସୀ ଛାତ୍ରଙ୍କୁ ମାଡ଼, କ୍ଷମା ମାଗିଲେ ରୋଗୀଙ୍କ ସମ୍ପର୍କୀୟ
ବ୍ରହ୍ମପୁର,୧୩।୪(ସୁବାସ ଚନ୍ଦ୍ର ପାଢ଼ୀ): ଏମ୍କେସିଜି ମେଡିକାଲରେ ଜଣେ ଫାର୍ମାସୀ ଛାତ୍ରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। କାଜୁଆଲିଟିରେ ଜଣେ ରୋଗୀଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ ସମ୍ପୃକ୍ତ ରୋଗୀଙ୍କ ସମ୍ପର୍କୀୟମାନେ ଛାତ୍ରଙ୍କୁ ମାଡ଼ ମାରିଥିବା ଆହତ ଜଣଙ୍କ କହିଛନ୍ତି। ତେବେ ଏ…
ବଲାଙ୍ଗୀରରେ ପୁଣି ଗଡ଼ିଲା ମୁଣ୍ଡ: ଗ୍ରୋସରୀ ଦୋକାନୀଙ୍କୁ ହାଣି ହତ୍ୟା
ବଲାଙ୍ଗୀର,୧୩।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ୨ ଦିନରେ ଗଡିଛି ୨ ମୁଣ୍ଡ। ଶନିବାର ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ବେଳେ ରବିବାର ରାତିରେ ପୁଣି ବିଷ୍ଣୁମୁଣ୍ଡା ଛକରେ ଜଣେ ଗ୍ରୋସରୀ…
ପଶ୍ଚିମବଙ୍ଗ ପରେ ଆସାମକୁ ବ୍ୟାପିଲା ଓ୍ବକ୍ଫ ନିଆଁ : ବିକ୍ଷୋଭକାରୀଙ୍କ ଟେକାମାଡ଼, ପୋଲିସର ଲାଠିଚାର୍ଜ
ଗୁଆହାଟୀ,୧୩ା୪: ପଶ୍ଚିମବଙ୍ଗରେ ଲାଗିଥିବା ଓ୍ବକ୍ଫ ଆଇନ ବିରୋଧୀ ଆନ୍ଦୋଳନର ନିଆଁ ରବିବାର ଆସାମକୁ ବ୍ୟାପିଛି। କେନ୍ଦ୍ର ସରକାରଙ୍କ ଏହି ସଂଶୋଧିତ ଆଇନ ବିରୋଧରେ ଆସାମର ଚମରାଗୁଡ଼ମ୍, ବେରେଙ୍ଗା ଆଦି ସ୍ଥାନରେ ମୁସଲମାନ ସମ୍ପ୍ରଦାୟର ୪୦୦ରୁ ଊର୍ଦ୍ଧ୍ୱ ଲୋକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।…
୫ ସରପଞ୍ଚ, ୨ ସମିତି ସଭ୍ୟ, ୯ ଓ୍ବାର୍ଡ ସଭ୍ୟ ଲାଗି ହେବ ଉପନିର୍ବାଚନ
ଛତ୍ରପୁର,୧୩ା୪(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାର ୫ ପଞ୍ଚାୟତର ସରପଞ୍ଚ, ୨ ପଞ୍ଚାୟତ ସମିତିସଭ୍ୟ ଏବଂ ୯ ଓ୍ବାର୍ଡ ସଭ୍ୟ ପଦବୀ ଖାଲି ରହିଛି। ଏହି ପଦବୀଗୁଡ଼ିକ ପୂରଣ ଲାଗି ଉପନିର୍ବାଚନ କରାଯିବାକୁ ରାଜ୍ୟ ନିର୍ବାଚନ କମିଶନ ସ୍ଥିର କରି ବିଜ୍ଞପ୍ତି ପ୍ରକାଶ…
ଖବର ପ୍ରସାରଣ ପରେ ଗାଁରୁ ଦୂର ହେଲା ଜଳ ସଙ୍କଟ
ମୋହନା,୧୩ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକଠାରୁ ମାତ୍ର ୩ କି.ମି. ଦୂରରେ ଥିବା ଖାରିକୁଆରେ ୨୫ ପରିବାର ରହନ୍ତି। ଗ୍ରାମରେ ରହିଛି ଗୋଟିଏ ମାତ୍ର ନଳକୂଅ। ଗ୍ରୀଷ୍ମ ଋତୁରେ ଅଧିକ ତାପମାତ୍ରା ଯୋଗୁ ନଦୀ ଶୁଖିଯାଇଥିବା ବେଳେ ଜଳସ୍ତର କମି…
ପ୍ରଥମ ଥର ଶକ୍ତିଶାଳୀ ଲେଜର୍ ବେସଡ୍ ଓ୍ୱିପନ୍ ପ୍ରଦର୍ଶନ କଲା ଭାରତ, ଚମକି ପଡ଼ିଲା ବିଶ୍ୱ
ନୂଆଦିଲ୍ଲୀ,୧୩।୪: ଭାରତ ପ୍ରଥମ ଥର ପାଇଁ ଏକ ଡ୍ରୋନକୁ ଖସାଇ ଦେବା ପାଇଁ ଉଚ୍ଚ-ଶକ୍ତିଶାଳୀ ଲେଜର-ବେସଡ୍ ଓ୍ୱିପନ୍ ବ୍ୟବହାର କରି ଏକ ଭବିଷ୍ୟତରେ ଆବଶ୍ୟକ ଅସ୍ତ୍ରର ସଫଳତାର ସହିତ ପରୀକ୍ଷଣ କରିଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଦ୍ୱାରା…
୧୩ ଦିନିଆ ଯାତ୍ରା ସାରି ମନ୍ଦିର ଫେରିଲେ ମା’ ଦକ୍ଷିଣକାଳୀ
ବାଲିଗୁଡା,୧୩ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ତଥା ଆଖପାଖ ଅଞ୍ଚଳରେ ଚଳିତ ମାସ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ୧୩ ତାରିଖରେ ଉଦ୍ଯାପିତ ହୋଇଯାଇଛି। ବାଲିଗୁଡ଼ାର ମେରୁ ଯାତ୍ରା ସ୍ଥାନୀୟ ମା’…
ପମ୍ପ ପୁନଃଉଦ୍ଧାର କାର୍ଯ୍ୟରେ ଅନିୟମିତତା: ଭିଜିଲାନ୍ସ ତଦନ୍ତ ଦାବି କଲେ ଚାଷୀ
ଛତ୍ରପୁର,୧୩ା୪(ଦିଲ୍ଲୀପ ସାମଲ): ନିମ୍ନମାନର କାମ ସହ ଆର୍ଜବେଷ୍ଟ ଉପରେ ସିମେଣ୍ଟ ପକାଇ ସରକାରୀ ଅର୍ଥକୁ ହରିଲୁଟ କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଦେଖିବାକୁ ମିଳିଛି ଖୋଦ ଗଞ୍ଜାମ ଜିଲା ସଦର ମହାକୁମା ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ବରଙ୍ଗ ଗ୍ରାମ ନିକଟ…
ଚାଲାଣ ହେଉଥିଲା ଖଇରକାଠ: ମାଡ଼ି ବସିଲା ବନ ବିଭାଗ
ପଦ୍ମପୁର,୧୩ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ବନ ବିଭାଗ ପକ୍ଷରୁ ଏକ ଖଇରକାଠ ବୋଝଇ ବୋଲେରୋ ପିକଅପ(ଓଡି ୩୧ -୬୩୩୬ ) ଜବତ କରାଯାଇଛି। ବୋଲେରୋରେ ବେଆଇନ ଖଇରକାଠ ଚାଲାଣ ହେଉଥିବା ଖବର ପାଇ ବନ ବିଭାଗ କୁର୍ମା ଗୌଡ଼ମାଲ ରାସ୍ତାରେ…
ସମୁଦ୍ରମୁହାଁ ଅଲିଭରିଡଲେ ଶାବକ ଦେଖିଲେ ରାଜ୍ୟପାଳ
ଛତ୍ରପୁର/ଗଞ୍ଜାମ,୧୩ା୪(ସନ୍ତୋଷ ପାଢ଼ୀ/ ବିଦ୍ୟାଧର ସାହୁ): ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି ରବିବାର ଗଞ୍ଜାମ ଜିଲା ଗସ୍ତରେ ଆସି ସେ ଜିଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ତଦାରଖ କରିଥିଲେ। ଏହି ସମୟରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ଜ଼ିଲା ପରିଷଦ ମୁଖ୍ୟ ଉନ୍ନୟନ…
ବନ୍ଧୁକ ସହ ଅଭିଯୁକ୍ତ ଗିରଫ
ଭଞ୍ଜନଗର,୧୩ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ବାଇବାଲିର ପଞ୍ଚାନନ ନାଇକଙ୍କୁ ଏକ ହତ୍ୟା ଧମକ ମାମଲାରେ ଗିରଫ କରିଛନ୍ତି। ଏଥିସହ ତାଙ୍କଠାରୁ ପୋଲିସ ଏକ ଦେଶୀ ବନ୍ଧୁକ ଜବତ କରିଛି। ସାରେ ପଞ୍ଚାନନଙ୍କୁ ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଛି।…
Archives


