୨୧ବର୍ଷ ରେକର୍ଡ ଭାଙ୍ଗିଲେ ଏହି ବୋଲର୍
ନଟିଂହାମ, ୭ା୬:ଟ୍ରେଣ୍ଟବ୍ରିଜଠାରେ ଗୁରୁବାର ଖେଳାଯାଇଥିବା ଆଇସିସି ବିଶ୍ୱକପ ମ୍ୟାଚରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ୧୫ ରନରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଦେଇଛି। ୨୮୯ ରନର ବିଜୟ ଲକ୍ଷ୍ୟକୁ ପିଛା କରିି ଓ୍ବେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ବିନିମୟରେ ୨୭୩ରନ କରିପାରିଥିଲା। ଦଳ…
ପିତାଙ୍କୁ ହତ୍ୟା ଅଭିଯୋଗରେ ପୁଅ ଅଟକ
ବୌଦ୍ଧ,୭ା୬(ସ୍ବ.ପ୍ର.): ବୌଦ୍ଧ ସହର ନିକଟବର୍ତ୍ତୀ ମୁରୁଷୁଣ୍ଡି ପଞ୍ଚାୟତର ସରଣ୍ଡା ଗ୍ରାମରେ ପିତାଙ୍କୁ ହତ୍ୟା ଅଭିଯୋଗରେ ପୁଅ ଅଟକ ଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ସଦାଶିବ ପାତ୍ର (୪୫) ପ୍ରଚୁର ମଦ୍ୟପାନ କରି ଘରକୁ ଫେରିବା ପରେ…
ଫଳାଫଳ ଆସିବା ପରେ ଆଜି ପ୍ରଥମଥର ବାୟନାଡ ଗସ୍ତରେ ଯିବେ ରାହୁଲ
ଥିରୁଭାନନ୍ତପୂରମ, ୭।୬: ଲୋକ ସଭା ନିର୍ବାଚନ ଫଳାଫଳ ଆସିବା ପରେ ଶୁକ୍ରବାର ପ୍ରଥମଥର ପାଇଁ କେରଳର ବାୟନାଡ ଗସ୍ତରେ ଯିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ବାୟନାଡ ଲୋକ ସଭା ଆସନରୁ ଜିତିବା ପରେ ରାହୁଲ ଦୁଇଦିନିଆ ଗସ୍ତରେ ସେଠାକୁ ଯିବେ…
ହାଇକୋର୍ଟ ବାର୍ ବାହାରୁ ବିଚାରପତି ଚୟନପ୍ରତିବାଦରେ ୧୭ରେ କୋର୍ଟ ବର୍ଜନ
କଟକ ଅଫିସ,୭ା୬: ହାଇକୋର୍ଟ ବାର୍ ବାହାରୁ ବିଚାରପତି ଚୟନ କରାଯାଉଛି। ଅର୍ଥାତ୍ ଯେଉଁମାନେ ହାଇକୋର୍ଟ ବାର୍ରେ ନିୟମିତ ପ୍ରାକ୍ଟିସ କରୁନାହାନ୍ତି କିମ୍ବା ମକଦ୍ଦମା ପରିଚାଳନା କରୁନାହାନ୍ତି ସେମାନଙ୍କୁ ହାଇକୋର୍ଟ କଲେଜିୟମ ବିଚାରପତି ଭାବେ ଚୟନ କରିଛି। ହାଇକୋର୍ଟ କଲେଜିୟମର ଏଭଳି ନିଷ୍ପତ୍ତିକୁ…
ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ : ସରକାରୀ ସ୍କୁଲରେ ଇଂଲିଶ କହିବା ଶିଖିବେ ପିଲା
କଟକ ଅଫିସ, ୭ା୬: ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ ଛାତ୍ରୀଛାତ୍ରମାନଙ୍କୁ ଇଂଲିଶରେ କହିବା (ସ୍ପୋକନ ଇଂଲିଶ) ଶିକ୍ଷା ଦିଆଯିବ। ଗତ ମାଟ୍ରିକ ପରୀକ୍ଷାରେ ୮୨ଟି ସ୍କୁଲର ଫଳାଫଳ ଶୂନ ରହିଥିଲା। ଉପରୋକ୍ତ ସ୍କୁଲଗୁଡ଼ିକୁ ଏଭଳି ଖରାପ ଫଳାଫଳ ସମ୍ପର୍କରେ ନୋଟିସ ଦିଆଯିବ। ଗୁରୁବାର…
ସିଦ୍ଧୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ହରାଇଲେ
ଚଣ୍ଡିଗଡ଼,୭ା୬(ପି.ଟି.)-ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଗୁରୁବାର ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏଥିରେ ନବଜ୍ୟୋତ୍ ସିଂ ସିଦ୍ଧୁଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ହରାଇବାକୁ ପଡିଛି। ତାଙ୍କଠାରୁ ସ୍ବାୟତ୍ତ ଶାସନ, ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ କାଢ଼ି ନିଆଯାଇ ଶକ୍ତି ବିଭାଗ…
ନୀତି ଆୟୋଗ ପୁନର୍ଗଠିତ
ନୂଆଦିଲ୍ଲୀ୍,୭ା୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ନୀତି ଆୟୋଗର ପୁନର୍ଗଠନ କରିଛନ୍ତି। ଏଥିରେ ସେ ପୂର୍ବଭଳି ରାଜୀବ କୁମାରଙ୍କ ଉପାଧ୍ୟକ୍ଷ ପଦ ବଜାୟ ରଖିଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଏଥିରେ ଏକ୍ସ ଅଫିସିଓ ସଦସ୍ୟ ରଖାଯାଇଛି। ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ,…
ତେଲେଙ୍ଗାନା କଂଗ୍ରେସରେ ବିଦ୍ରୋହ
ହାଇଦ୍ରାବାଦ,୭ା୬ (ଆଇଏଏନ୍ଏସ୍):ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଗୁରୁବାର ତେଲେଙ୍ଗାନାରେ ଦଳକୁ ବଡ଼ ଝଟକା ଲାଗିଛି। ରାଜ୍ୟରେ କଂଗ୍ରେସ ନେତୃତ୍ୱ ପ୍ରତି ଅସନ୍ତୁଷ୍ଟ ୧୨ ବିଧାୟକ ଦଳ ଛାଡ଼ି ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍)ରେ ଯୋଗଦେଇଛନ୍ତି। ଏହାସହ ସେମାନେ…
୧୩ରେ ଏସ୍ସିଓ ସମ୍ମିଳନୀ:ହେବନି ମୋଦି-ଇମ୍ରାନ ବୈଠକ
ନୂଆଦିଲ୍ଲୀ,୭ା୬(ପି.ଟି.):ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ)ର ଶିଖର ସମ୍ମିଳନୀ ଆସନ୍ତା ୧୩ ଓ ୧୪ ତାରିଖରେ କିର୍ଗିଜ୍ସ୍ତାନ ରାଜଧାନୀ ବିଶ୍କେକ୍ଠାରେ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପାକିସ୍ତାନ ପ୍ରତିପକ୍ଷ ଇମ୍ରାନ ଖାନ୍ ମଧ୍ୟ ଯୋଗଦେବେ। ତେବେ ଏହି ଦୁଇ…
୧୫ ଦଳକୁ ମିଳିଛି ‘ନୋଟା’ଠୁ କମ୍ ଭୋଟ
ନୂଆଦିଲ୍ଲୀ,୭ା୬:ସପ୍ତଦଶ ଲୋକ ସଭାକୁ ୩୬ ରାଜନୈତିକ ଦଳର ପ୍ରତିନିଧି ନିର୍ବାଚିତ ହୋଇ ଆସିଥିବାବେଳେ ୧୫ଟି ଦଳ ‘ନୋଟା’(ନନ୍ ଅଫ୍ ଦ ଆବଭ୍) ଠାରୁ କମ୍ ସଂଖ୍ୟକ ଭୋଟ ପାଇଥିବା ଜଣାପଡ଼ିଛି। ଏହି ଦଳଗୁଡ଼ିକ ମଧ୍ୟରୁ ଅନେକ ନାମକୁ ମାତ୍ର ନିର୍ବାଚନ ରଣାଙ୍ଗନରେ…
ଥାଇଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଜେଲ
ବ୍ୟାଙ୍କକ୍,୭ା୬(ଆଇଏଏନ୍ଏସ୍) :ବେଆଇନ ଲଟେରି ଲଞ୍ଚ କରିବା ମାମଲାରେ ଥାଇଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଥକ୍ସିନ୍ ଶିନାଓ୍ବାତ୍ରାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ସୁପ୍ରିମକୋର୍ଟ ଶିନାଓ୍ବାତ୍ରାଙ୍କୁ ଦୋଷୀସାବ୍ୟସ୍ତ କରି ଏଭଳି ଦଣ୍ଡବିଧାନ କରିଛନ୍ତି। ଏହି ଲଟେରି ବ୍ୟବସ୍ଥା ଯୋଗୁ ସରକାରୀ ରାଜକୋଷରୁ ୨୦୦୩-୨୦୦୬…
ଉପକାରୀ ଅପରାଜିତା ଫୁଲ ଚା’
ସାରାଦିନର କାର୍ଯ୍ୟବ୍ୟସ୍ତ ମଧ୍ୟରେ ଯଦି ଥକ୍କା ଅନୁଭବ କରୁଛନ୍ତି, ତେବେ ଅପରାଜିତା ଫୁଲ ଚା’ର ସେବନ କରନ୍ତୁ। ଫୁଲଟି ଦେଖିବାକୁ ଯେତିକି ସୁନ୍ଦର ଏହାର ଔଷଧୀୟ ଫାଇଦା ମଧ୍ୟ ସେତିକି ରହିଛି। ଏହି ଫୁଲରୁ ପ୍ରସ୍ତୁତ ଚା’ କେବଳ ଥକାପଣ ଦୂର…

