ସୁଧୁରୁନି ଜଣ୍ଡିସ ସ୍ଥିତି : ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉନି ଉପଯୁକ୍ତ ପଦକ୍ଷେପ
କଟକ ଅଫିସ, ୧।୭ : କଟକ ମହାନଗର ନିଗମ(ସିଏମ୍ସି) ଅଞ୍ଚଳରେ ଜଣ୍ଡିସ ସ୍ଥିତି ସୁଧୁରୁନି। ଏବେ ପଟ୍ଟାପୋଲ, ସୂତାହାଟ, ଦର୍ଜିସାହି ଅଞ୍ଚଳର ଅଧିକାଂଶ ଘରେ ଜଣ୍ଡିସ୍ ଆକ୍ରାନ୍ତ ଥିବା ଜଣାପଡିଛି। ଏପରି କି ସୁତାହାଟ ଅଞ୍ଚଳରେ ଗୋଟିଏ ପରିବାରର ୩/୪ ଜଣ…
ଅସରାଏ ବର୍ଷାରେ କଟକ ବେହାଲ : ଡ୍ରେନ୍ରେ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାରେ ଜମିରହୁଛି
କଟକ ଅଫିସ,୧।୭ : ଅସରାଏ ବର୍ଷାରେ କଟକ ସହର ବେହାଲ ହୋଇପଡିଛି। ଗତ ଶନିବାର ହୋଇଥିବା ବର୍ଷାରେ ସହରର ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିଲା। ଫଳରେ ସହରବାସୀ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ। କଟକ ମହାନଗର ନିଗମ(ସିଏମ୍ସି) ପକ୍ଷରୁ ନଭେମ୍ବର…
ସୁଇସ୍ ବ୍ୟାଙ୍କରେ ଧନ ସ୍ଥିତି: ଭାରତର ର଼୍ୟାଙ୍କ ଖସିଲା
ନୂଆଦିଲ୍ଲୀ,୧-୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍ଡିଏ ସରକାର କଳାଧନ ପ୍ରତି କଡ଼ା ମନୋଭାବ ଆପଣାଇଛନ୍ତି। ଫଳରେ ଭାରତୀୟମାନେ ଭୟଭୀତ ହୋଇ ସୁଇସ୍ ବ୍ୟାଙ୍କରୁ ଅର୍ଥ ଉଠାଇବା ଆରମ୍ଭ କଲେଣି। ସୁଇସ୍ ନ୍ୟାଶନାଲ ବ୍ୟାଙ୍କ ପକ୍ଷରୁ ଜାରି ଧନ ସଂକ୍ରାନ୍ତ ସଦ୍ୟତମ…
ଆଜିଠୁ ଟଙ୍କା ଟ୍ରାନ୍ସଫର ଛାଡ଼: ଆର୍ଟିଜିଏସ୍, ଏନ୍ଇଏଫ୍ଟି ଫି ଛାଡ
ନୂଆଦିଲ୍ଲୀ,୧-୭: ସୋମବାରଠାରୁ ଆର୍ଟିଜିଏସ୍ ଓ ଏନ୍ଇଏଫ୍ଟି ବ୍ୟବସ୍ଥା ମାଧ୍ୟମରେ ଫଣ୍ଡ୍ ଟ୍ରାନ୍ସଫର କରିବା ପାଇଁ ଆଉ ଫିସ୍ ଦେବାକୁ ପଡିବ ନାହିଁ। ରିଜର୍ଭ ବ୍ୟାଙ୍କର ଘୋଷଣା ଅନୁଯାୟୀ ଏହା ସମ୍ପୂର୍ଣ୍ଣ ମାଗଣା ହେବ। ଜୁଲାଇ ପହିଲାରୁ ଏ ସମ୍ପର୍କରେ ଗ୍ରାହକଙ୍କୁ ମାଗଣା…
ପେଟ୍ରୋଲ, ଡିଜେଲରେ ଜିଏସ୍ଟି: ନିଷ୍ପତ୍ତି ନେବ ଜିଏସ୍ଟି କାଉନ୍ସିଲ: ଧର୍ମେନ୍ଦ୍ର
ନୂଆଦିଲ୍ଲୀ,୧-୭:ପେଟ୍ରୋଲ, ଡିଜେଲ, ବିମାନ ଇନ୍ଧନ ଓ ପ୍ରାକୃତିକ ବାଷ୍ପକୁ ଜିଏସ୍ଟି ଅଧୀନକୁ ଆଣିବା ଲାଗି ଜିଏସ୍ଟି କାଉନସିଲ୍ ନିଷ୍ପତ୍ତି ନେବ ବୋଲି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂସଦରେ କହିଛନ୍ତି। ରାଜ୍ୟ ସଭାରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି…
ଘରଭଙ୍ଗା ତଦନ୍ତ ପାଇଁ ଯାଇ ଅତିରିକ୍ତ ତହସିଲଦାର ହଟହଟା : ଗାଁ ଭିତରକୁ ଛାଡ଼ିଲେନି ଶତାଧିକ ମହିଳା
ନିମାପଡ଼ା,୧।୭ (ଡି.ଏନ୍.ଏ.) : ନିମାପଡ଼ା ବ୍ଲକ ଅନ୍ତର୍ଗତ ରେଞ୍ଚଶାସନ ପଞ୍ଚାୟତର ବିଶ୍ୱାଳସାହି ଗ୍ରାମରେ ରବିବାର ବାତ୍ୟା କ୍ଷତିଗ୍ରସ୍ତ ଘରଭଙ୍ଗା ତଦନ୍ତ କରିବାକୁ ଯାଇ ଜଣେ ଅତିରିକ୍ତ ତହସିଲଦାର ହଟହଟା ହୋଇଛନ୍ତି। ଏପରିକି ଗ୍ରାମର ଶତାଧିକ ମହିଳା ଅତିରିକ୍ତ ତହସିଲଦାରଙ୍କୁ ଅଟକାଇବା ସହ…
ଭାରତରେ ଭିଡ଼ହିଂସା, ଆମେରିକାରେ ବିକ୍ଷୋଭ: ସଂଖ୍ୟାଲଘୁଙ୍କୁ ନ୍ୟାୟ ମିଳୁ
ନୂଆଦିଲ୍ଲୀ/ଓ୍ବାଶିଂଟନ,୧ା୭: ଗୋସୁରକ୍ଷା ନାମରେ ଓ ଜୋର୍ଜବରଦସ୍ତ ‘ଜୟ ଶ୍ରୀରାମ’ କୁହାଇବା ଲାଗି ଭାରତରେ ଭିଡ଼ହିଂସା ବଢ଼ିବାରେ ଲାଗିଛି। ସଂଖ୍ୟାଲଘୁ ଓ ଦଳିତ ସମ୍ପ୍ରଦାୟର ଲୋକଙ୍କୁ ତଥାକଥିତ ହିନ୍ଦୁତ୍ୱବାଦୀମାନେ ଟାର୍ଗେଟ କରୁଛନ୍ତି। ଏହାକୁ ନେଇ ଦେଶରେ ରାଜନୀତି ଜୋର୍ ଧରିଥିବାବେଳେ ବିଦେଶରେ ବିକ୍ଷୋଭ…
ଖୋର୍ଦ୍ଧାରେ ଏସ୍ଟିଏଫ୍ର ଏନ୍କାଉଣ୍ଟର ଘଟଣା : ଦୁଇ ମୋଷ୍ଟଓ୍ବାଣ୍ଟେଡ୍ଙ୍କୁ ଧରିବାକୁ ଚଢ଼ାଉ ଜୋର୍ଦାର
ଭୁବନେଶ୍ୱର,୧।୭ (ବ୍ୟୁରୋ) : ଖୋର୍ଦ୍ଧା ଏଲ୍ଆଇସି ପଡ଼ିଆରେ ଶନିବାର ରାତିରେ ଚଢ଼ାଉ ସମୟରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ସହ ଅପରାଧୀ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷରୁ ଗୁଳିବର୍ଷା ପରେ ପଛଘୁଞ୍ଚା ଦେଇଥିଲା ପୋଲିସ୍ର ମୋଷ୍ଟ ଓ୍ବାଣ୍ଟେଡ୍ ଥିବା ସଞ୍ଜୟ ଓ ଅନିଲ…
ଚେନ୍ନାଇରେ ଜଳସଙ୍କଟ ଉତ୍କଟ: ଇଡ୍ଲି ପିଠଉ କିଣିଲେ ପାଣି ମାଗଣା
ଚେନ୍ନାଇ,୧ା୭: ଚେନ୍ନାଇ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଜଳସଙ୍କଟ ଉତ୍କଟ ରୂପ ଧାରଣ କରିଥିବାବେଳେ ଟ୍ରିପ୍ଲିକେନ୍ର ଜଣେ ବ୍ୟବସାୟୀ ପାଣି ପାଇଁ ବିଚିତ୍ର ଘୋଷଣାନାମା କରିଛନ୍ତି। ବାଲଟିଏ ପାଣି ମାଗଣାରେ ନେବାକୁ ହେଲେ ଗ୍ରାହକଙ୍କୁ ୧ କିଲୋଗ୍ରାମ ଇଡ୍ଲି-ଦୋସା ପିଠଉ କିଣିବାକୁ…
ନୂଆ ଘରୋଇ ବସ୍ଷ୍ଟାଣ୍ଡ ଛେଳି ଗୁହାଳ
ବରଗଡ଼ ଅଫିସ୍,୧।୭: ବରଗଡ଼ ସହରର ନୂଆ ଘରୋଇ ବସ୍ଷ୍ଟାଣ୍ଡ ଉଦଘାଟନକୁ ୭ ମାସ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ସେହି ବସଷ୍ଟାଣ୍ଡ ପରିସରରେ ବସ୍ର ଚକ ବି ଗଡ଼ିନାହିଁ । ଅନ୍ୟପଟେ ବସଷ୍ଟାଣ୍ଡଟି ଏବେ ଛେଳି ଗୁହାଳ ପାଲଟିଛି । କେବଳ ସେତିକି…
କମ୍ଲା ହାରିସ୍ ଅନ୍ଲାଇନରେ ବର୍ଣ୍ଣବୈଷମ୍ୟର ଶିକାର
ଓ୍ବାଶିଂଟନ,୧ା୭(ପି.ଟି.): ଆଗାମୀ ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ଡେମୋକ୍ରାଟ ପ୍ରାର୍ଥୀ ଦୌଡ଼ରେ ଥିବା ଭାରତୀୟ ବଂଶୋଦ୍ଭବ ସିନେଟର କମଲା ହାରିସ୍ ତାଙ୍କ ପରିଚୟ ପାଇଁ ଅନ୍ଲାଇନ୍ରେ ବର୍ଣ୍ଣବୈଷମ୍ୟର ଶିକାର ହୋଇଛନ୍ତି। ସେ ଜଣେ ଆମେରିକୀୟ ଅଣଶ୍ୱେତାଙ୍ଗ ନୁହନ୍ତି ବୋଲି ଗଣମାଧ୍ୟମରେ…
ଅନୁକୂଳ ପାଣିପାଗ: ଖରିଫ ଚାଷ ପାଇଁ ଚାଷୀ ତତ୍ପର
ଉଲୁଣ୍ଡା, ୧ା୭(ଡି.ଏନ.ଏ.) ରୋହିଣୀ ତାତେ, ମୃଗଶିରା ମାତେ, ଆରଦ୍ରା କରେ ଛନ୍ ଛନ୍, ଚାଷୀ ବଇଲା ଚଷାନୀଲୋ ଇ ବଛର କେନନ ରଖମା ଧାନ। ବିଶ୍ୱାସ ଅନୁସାରେ ରୋହିଣୀ ନକ୍ଷତ୍ର (ମେ ୨୨- ଜୁନ ୭) ପ୍ରଚଣ୍ଡ ଖରାରେ ଧରାପୃଷ୍ଠକୁ ତତାଇ…

