ଘରଭଙ୍ଗା ତଦନ୍ତ ପାଇଁ ଯାଇ ଅତିରିକ୍ତ ତହସିଲଦାର ହଟହଟା : ଗାଁ ଭିତରକୁ ଛାଡ଼ିଲେନି ଶତାଧିକ ମହିଳା

ନିମାପଡ଼ା,୧।୭ (ଡି.ଏନ୍‌.ଏ.) : ନିମାପଡ଼ା ବ୍ଲକ ଅନ୍ତର୍ଗତ ରେଞ୍ଚଶାସନ ପଞ୍ଚାୟତର ବିଶ୍ୱାଳସାହି ଗ୍ରାମରେ ରବିବାର ବାତ୍ୟା କ୍ଷତିଗ୍ରସ୍ତ ଘରଭଙ୍ଗା ତଦନ୍ତ କରିବାକୁ ଯାଇ ଜଣେ ଅତିରିକ୍ତ ତହସିଲଦାର ହଟହଟା ହୋଇଛନ୍ତି। ଏପରିକି ଗ୍ରାମର ଶତାଧିକ ମହିଳା ଅତିରିକ୍ତ ତହସିଲଦାରଙ୍କୁ ଅଟକାଇବା ସହ ଗ୍ରାମ ଭିତରକୁ ଛାଡି ନ ଥିଲେ। ପ୍ରକାଶ ଯେ, ବାତ୍ୟାରେ ନିମାପଡ଼ା ବ୍ଲକ ଅଧୀନ ଅଞ୍ଚଳଗୁଡିକ ଅଧିକ କ୍ଷୟକ୍ଷତି ହୋଇଥିଲା। ଶତାଧିକରୁ ଊର୍ଦ୍ଧ୍ୱ ଲୋକ ବାସଗୃହ ହରାଇ ବେସାହାରା ହୋଇପଡିଥିଲେ। ଏ ନେଇ ବାତ୍ୟା ପରେ ରାଜସ୍ବ ନିରୀକ୍ଷକ(ଆରଆଇ) ଓ ଅନ୍ୟ ସରକାରୀ କର୍ମଚାରୀଙ୍କ ସହ ବିଶ୍ୱାଳସାହି ଗ୍ରାମକୁ ଆସି ଘରଭଙ୍ଗା ତଦନ୍ତ କରିଥିଲେ। ଇତିମଧ୍ୟରେ ବାତ୍ୟା ଯିବାର ଓ ତଦନ୍ତ କରିବାର ବହୁଦିନ ବିତିଯାଇଥିଲେ ମଧ୍ୟ ନିମାପଡ଼ାର ଅନେକ ଅଞ୍ଚଳବାସୀ ଠିକ ଭାବେ ସହାୟତା ପାଇନାହାନ୍ତି। ଏହାସହ ତଦନ୍ତରେ ଅନିୟମିତତା ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିବାପରେ ନିମାପଡ଼ା ତହସିଲର ଅତିରିକ୍ତ ତହସିଲଦାର ଲୋଚନ ଦାସ ରବିବାର ପୁନଃ ତଦନ୍ତ ପାଇଁ ବିଶ୍ୱାଳସାହି ଗ୍ରାମକୁ ଯାଇଥିଲେ। କିନ୍ତୁ ଶତାଧିକ ମହିଳା ସେମାନଙ୍କୁ ଅଟକାଇ ପୂର୍ବରୁ ତଦନ୍ତ ହୋଇଥିବା ରିପୋର୍ଟ କୁଆଡେ ଗଲା, କିଭଳି ତଦନ୍ତ ହୋଇଛି ବୋଲି ପ୍ରଶ୍ନ କରିଥିଲେ। ଫଳରେ ଅତିରିକ୍ତ ତହସିଲଦାର ପୂର୍ବ ରିପୋର୍ଟରେ ଅନିୟମିତତା ଥିବାର ଅଭିଯୋଗ ହେବା ଯୋଗୁ ପୁନଃ ଏହି ତଦନ୍ତ ହୋଇଛି ବୋଲି ମହିଳାମାନଙ୍କୁ ବୁଝାଇଥିଲେ। କିନ୍ତୁ ମହିଳାମାନେ ନିଜ ଜିଦ୍‌ରେ ଅଟଳ ରହିବାରୁ ବାଧ୍ୟହୋଇ ଅତିରିକ୍ତ ତହସିଲଦାର ବିନା ତଦନ୍ତରେ ନିରାଶ ହୋଇ ସେଠାରୁ ଫେରିଥିଲେ। ଏ ସମ୍ପର୍କରେ ଅତିରିକ୍ତ ତହସିଲଦାର ଲୋଚନ ଦାସ କୁହନ୍ତି, ଶତାଧିକ ମହିଳା ମୋତେ ଅଟକାଇ ତଦନ୍ତ ପାଇଁ ଗ୍ରାମକୁ ନ ଛାଡିବାରୁ ମୁଁ ବିଶ୍ୱାଳସାହି ଗ୍ରାମରୁ ଫେରିଆସି ଅନ୍ୟ ଗ୍ରାମକୁ ତଦନ୍ତ ପାଇଁ ଯାଇଥିଲି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri