ଲିଙ୍ଗରାଜଙ୍କ ଜମିକୁ ନେଇ ହାଇକୋର୍ଟରେ ମାମଲା
କଟକ ଅଫିସ, ୨୦ା୭: ଭୁବନେଶ୍ୱରର ଭୀମପୁର ମୌଜାରେ ମହାପ୍ରଭୁ ଲିଙ୍ଗରାଜଙ୍କ ୨ ଏକର ୩୫୬ ଡେସିମିଲ ଜମିକୁ ଦିଲ୍ଲୀର ଏକ ଘରୋଇ ସଂସ୍ଥାକୁ ୯୯ ବର୍ଷ ପାଇଁ ଲିଜ୍ ଆକାରରେ ଟେକି ଦିଆଯାଇଛି। ସରକାରୀ ଧାର୍ଯ୍ୟ ମୂଲ୍ୟରୁ ଅଧା ଦାମ୍ରେ ଏହି…
ବାବ୍ରୀ ମସ୍ଜିଦ ଭଙ୍ଗ ମାମଲା: ୯ ମାସ ମଧ୍ୟରେ ରାୟ ଦିଅ; ସ୍ବତନ୍ତ୍ର ବିଚାରପତିଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ, ୨୦ା୭(ପି.ଟି.) : ବହୁଚର୍ଚ୍ଚିତ ବାବ୍ରୀ ମସ୍ଜିଦ ଭଙ୍ଗ ମାମଲାର ଶୁଣାଣି କରୁଥିବା ସ୍ବତନ୍ତ୍ର ବିଚାରପତି ଆଗାମୀ ୯ ମାସ ମଧ୍ୟରେ ରାୟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ,…
ମହାପ୍ରଭୁଙ୍କୁ ଦର୍ଶନ କଲେ ବିଶ୍ୱଭୂଷଣ
ପୁରୀ ଅଫିସ, ୨୦ା୭: ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିବା ବିଶ୍ୱଭୂଷଣ ହରିଚନ୍ଦନ ଶୁକ୍ରବାର ଅପରାହ୍ନରେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପ୍ରାୟ ଅଧଘଣ୍ଟା ମନ୍ଦିରରେ ବିତାଇବା ପରେ ସେ ଫେରିଥିଲେ। ସିଂହଦ୍ୱାରଠାରେ ଗଣମାଧ୍ୟମକୁ କହିଥିଲେ, ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ…
ନନ୍ଦନକାନନରୁ ସାତକୋଶିଆ ଗଲେ ୫ ଘଡ଼ିଆଳ କୁମ୍ଭୀର
ବାରଙ୍ଗ,୨୦ା୭(ଡି.ଏନ୍.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ ଶୁକ୍ରବାର ୫ଟି ଘଡିଆଳ କୁମ୍ଭୀର ସାତକୋଶିଆରେ ଛଡାଯାଇଛି। ନନ୍ଦନକାନନର ତିନିଜଣିଆ ଟିମ ଏହି ଘଡିଆଳ କୁମ୍ଭୀରଙ୍କୁ ସାଙ୍ଗରେ ନେଇ ଅପରାହ୍ନରେ ଯାତ୍ରା ଆରମ୍ଭ କରିଛନ୍ତି। ନନ୍ଦନକାନନରେ ଘଡିଆଳ କୁମ୍ଭୀରମାନଙ୍କ ସଂଖ୍ୟା ବୃଦ୍ଧିପାଇବା ପରେ ନନ୍ଦନକାନନ କର୍ତ୍ତୃପକ୍ଷ…
ଲୋକ ସଭା ପ୍ରାର୍ଥିନୀଙ୍କ ଫଟୋ ଭାଇରାଲ ଘଟଣା: ୩ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଜାମିନ ମିଳିଲା
କଟକ ଅଫିସ,୨୦ା୭: ସାଧାରଣ ନିର୍ବାଚନ ସମୟରେ ଜଣେ ଲୋକ ସଭା ପ୍ରାର୍ଥିନୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ଗିରଫ ହୋଇଥିବା ୩ ଅଭିଯୁକ୍ତ ସୀମାଞ୍ଚଳ ପାତ୍ର, ଚିନ୍ମୟ ସେନାପତି ଓ ଜୟଦୀପ ଗିରିଙ୍କୁ ହାଇକୋର୍ଟ ଜାମିନ ଦେଇଛନ୍ତି।…
ଆସାମ, ବିହାର ବନ୍ୟା ମୃତ୍ୟୁସଂଖ୍ୟା ୧୫୦
ନୂଆଦିଲ୍ଲୀ,୨୦ା୭(ପି.ଟି.): ବିହାର ଓ ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ଉନ୍ନତି ଦେଖାଦେଇଥିବାବେଳେ ୧ କୋଟି ୧୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ଷା ଓ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୧୫୦ ଛୁଇଁଛି। ଦିଲ୍ଲୀ ବ୍ୟତୀତ ସମଗ୍ର ଉତ୍ତର ଭାରତରେ ସ୍ବଳ୍ପରୁ ମଧ୍ୟମ…
ସ୍ମାର୍ଟ ସିଟି ସର୍ବସାଧାରଣ ସ୍ଥାନର ଜାତୀୟ ମାନ ନିର୍ଦ୍ଧାରଣ ହେବ
ଭୁବନେଶ୍ୱର, ୨୦ା୭(ବ୍ୟୁରୋ): ମୋବାଇଲରେ ଜାଣିହେବ ଦେଶରେ ଥିବା ସ୍ମାର୍ଟସିଟିଗୁଡ଼ିକର ସବିଶେଷ ତଥ୍ୟ। ବିଶେଷକରି ପାର୍କ, ମାର୍କେଟ, ଐତିହ୍ୟସ୍ଥଳ, ଜଳାଶୟ, ରାସ୍ତା ଆଦି ସର୍ବସାଧାରଣ ସ୍ଥାନ ସଂକ୍ରାନ୍ତରେ ଜାଣିବା ପାଇଁ ସ୍ମାର୍ଟ ସିଟି ମିଶନ ପକ୍ଷରୁ ନୂଆ ଆପ୍ କାର୍ଯ୍ୟକାରୀ କରାଯିବ। ସ୍ମାର୍ଟସିଟି…
ସରକାରୀ ସ୍କୁଲରେ ପଡୁଛି ତାଲା, ଘରୋଇ ସ୍କୁଲକୁ ପ୍ରୋତ୍ସାହନ
ଜଗତ୍ସିଂହପୁର ଅଫିସ,୨୦ା୭: ଶିକ୍ଷାନୁଷ୍ଠାନଗୁଡିକ ପାଇଁ ରାଜ୍ୟ ସରକାରଙ୍କ ଅଜବ ନୀତିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ପଟେ ସରକାର ଆବଶ୍ୟକ ସଂଖ୍ୟକ ଛାତ୍ରୀଛାତ୍ର ନ ଥିବା ସରକାରୀ ବିଦ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଉଥିବାବେଳେ ଅନ୍ୟପଟେ ଏହି ବିଦ୍ୟାଳୟଗୁଡିକରେ…
ପିଅନ୍ତୁ ଗୋଲାପ ସର୍ବତ, ମିଳିବ ଅନେକ ଫାଇଦା
ଥଣ୍ଡାପାଣି ପିଇବାକୁ ପ୍ରାୟ ସମସ୍ତଙ୍କୁ ପସନ୍ଦ। ତେବେ ତାହା କେବଳ ପାଣି ନ ହୋଇ ଯଦି ସର୍ବତ ହୋଇଥାଏ, ଖୁସି ଦ୍ୱିଗୁଣ ହୋଇଯାଏ। ତେବେ ଗୋଲାପ ଫୁଲରେ ପ୍ରସ୍ତୁତ ସର୍ବତରେ ଯେତିକି ଶାନ୍ତି ମିଳିଥାଏ, ସେତିକି ସ୍ବାସ୍ଥ୍ୟ ଉପକାରୀ ମଧ୍ୟ ହୋଇଥାଏ।…
ବର୍ଷା ଉଭାନ, ଚାଷୀ ଚାତକ: ଫାଟିଲାଣି ତଳି ଘେରା
ନାଉଗଁ।,୨୦ା୭(ସ୍ବ.ପ୍ର.): ବିଗତ ବର୍ଷଗୁଡିକ ଅପେକ୍ଷା ଚଳିତବର୍ଷ ନାଉଗଁ। ବ୍ଲକ ଅଞ୍ଚଳରେ କମ୍ ବର୍ଷା ହୋଇଛି। ଫଳରେ ଚାଷ କାର୍ଯ୍ୟ ଏ ପର୍ଯ୍ୟନ୍ତ ଠିକ୍ ଭାବେ ହୋଇପାରିନାହିଁ। ଯେଉଁ ଚାଷୀମାନେ ନିଜସ୍ବ ଉଦ୍ୟମରେ ତଳି ପକାଇଥିଲେ ପାଣି ଅଭାବରୁ ସେମାନଙ୍କ ତଳି ଘେରା…
ରଣପୁର ବ୍ଲକ୍ରେ ଏମ୍ଜିଏନ୍ଆର୍ଇଜିଏସ୍ ବାଟବଣା: ଶ୍ରମିକ ବଦଳରେ ମେଶିନ କରୁଛି କାମ
ରଣପୁର,୨୦ା୭ (ସ୍ବ.ପ୍ର.): ଗ୍ରାମାଞ୍ଚଳରେ ଲୋକମାନଙ୍କୁ କାମ ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଏମ୍ଜିଏନ୍ଆର୍ଇଜିଏସ୍ ପ୍ରଣୟନ କରାଯାଇଛି। ଏହା ଦ୍ୱାରା ଗ୍ରାମ ଓ ସହରର ଶ୍ରମିକ ନିଜ ଅଞ୍ଚଳରେ କାମକରି ରୋଜଗାରକ୍ଷମ ହୋଇପାରିବେ । କିନ୍ତୁ ଅନେକ ସ୍ଥାନରେ ଏହାର ବ୍ୟତିକ୍ରମ…
ଗୋରୁ ଚୋରି ସନ୍ଦେହ: ୩ ଜଣଙ୍କୁ ପିଟି ହତ୍ୟା
ପାଟନା,୨୦ା୭: ବିହାରର ସରନ୍ ଜିଲାରେ ଗୁରୁବାର ବିଳମ୍ବିତ ରାତିରେ ଗୋରୁଚୋରି ସନ୍ଦେହରେ ୩ ଜଣଙ୍କୁ ଉତ୍ତ୍ୟକ୍ତ ଲୋକେ ପିଟିପିଟି ମାରିଦେଇଛନ୍ତି। ଏହି ଭିଡ଼ହିଂସାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ପାଟନାଠାରୁ ୬୦ କିମି ଉତ୍ତରରେ ବଣିଆପୁର ଥାନା ଅନ୍ତର୍ଗତ ନନ୍ଦଲାଲ…

