ସାହିତ୍ୟ ଆସରରେ ୪ ସାରସ୍ବତ ସାଧକ ସମ୍ବର୍ଦ୍ଧିତ
ବାରିପଦା ଅଫିସ,୩୧।୭: ବାରିପଦା ପୌର ପରିଷଦ ସମ୍ମିଳନୀ କକ୍ଷରେ ସାରଳା ସାହିତ୍ୟ ସଂସଦ ପକ୍ଷରୁ ଏକ ଆସର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ପ୍ରଦୀପ ଚାନ୍ଦ ଉଦଘାଟନ କରିଥିଲେ। ସଂସଦର ସଭାପତି ଇଂ.ପ୍ରଭାକର…
ବିଇଓ ଅଫିସ୍ ମୁଖ୍ୟ ଫାଟକରେ ତାଲା : ପ୍ରଶାସନ ଚୁପ୍
ଉଦଳା,୩୧ା୭(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ସ୍ଥିତ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ (ବିଇଓ ଅଫିସ) ମୁଖ୍ୟ ଫାଟକରେ ୨ଦିନ ହେବ ତାଲା ପକାଇ ଆନ୍ଦୋଳନକାରୀମାନେ ଧାରଣାରେ ବସିଛନ୍ତି । ଏନେଇ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନ କରି ହାତବାନ୍ଧି ବସିଛି ।…
ମରାମତି ଓ ପ୍ରଶସ୍ତୀକରଣ ଦାବି କରି ରାସ୍ତାରୋକୋ
ବାଲିଆପାଳ,୩୧।୭(ସ୍ବ.ପ୍ର.): ବାରମ୍ବାର ଦାବି ସତ୍ତ୍ୱେ ରାସ୍ତା ମରାମତି ଓ ପ୍ରଶସ୍ତୀକରଣ ନ ହେବାରୁ ବୁଧବାର ପୂର୍ବାହ୍ନରୁ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ମାନ୍ଧାତା ପଞ୍ଚୁପାଲି ରାସ୍ତାର ପଞ୍ଚୁପାଲି ଛକ ନିକଟରେ ଗ୍ରାମବାସୀ ରାସ୍ତାରୋକୋ ଆନ୍ଦୋଳନ କରିଥିଲେ। ଏହି ରାସ୍ତାଟି ଜଳସେଚନ ବିଭାଗ…
ଗାଧୋଇବାକୁ ଯାଇ ଫେରିଲେନି ମହିଳା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଅଭିଯୋଗ
ରଣପୁର,୩୧ା୭(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ସୁନାଖଳା ଫାଣ୍ଡି ଅନ୍ତର୍ଗତ ତାଳକଣି ଗ୍ରାମର ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଗାଁ ପୋଖରୀ ପାହାଚରୁ ବୁଧବାର ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ନାମ ପ୍ରଭାସିନୀ ବେହେରା(୪୨)। ସେ ଭୋର ପ୍ରାୟ ୪ଟାବେଳେ ଗାଧୋଇବାକୁ…
ଅଗୁସ୍ତା ଓ୍ବେଷ୍ଟ୍ଲାଣ୍ଡ ମାମଲାରେ ମୃତ ଘୋଷଣାର ୨୪ ଘଣ୍ଟା ପରେ ସାକ୍ଷୀ ଜୀବିତ
ନୂଆଦିଲ୍ଲୀ,୩୧।୭: ଅଗୁସ୍ତା ୱେଷ୍ଟ୍ଲାଣ୍ଡ ଭିଭିଆଇପି ହେଲିକପ୍ଟର କିଣା ଦୁର୍ନୀତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୨୪ ଘଣ୍ଟାରେ ଦୁଇଥର ବୟାନ ବଦଳାଇଛି। ଏହି ଦୁର୍ନୀତି ଘଟଣାର ମୁଖ୍ୟ ସାକ୍ଷୀ କୁହାଯାଉଥିବା କେ.କେ. ଖୋସ୍ଲାଙ୍କୁ ଇଡି ପକ୍ଷରୁ ମଙ୍ଗଳବାର କୋର୍ଟରେ ମୃତ ବୋଲି ଦର୍ଶାଯାଇଥିବା ବେଳେ…
କନ୍ନଡ଼ ଫିଲ୍ମରେ ସୁନୀଲ ସେଟ୍ଟୀଙ୍କ ଡେବ୍ୟୁ
ମୁମ୍ବାଇ: ବଲିଉଡ୍ ଅଭିନେତା ସୁନୀଲ ସେଟ୍ଟୀ ଲମ୍ବା ସମୟ ପରେ ଫିଲ୍ମ ଜଗତକୁ ଫେରିଛନ୍ତି। ଅଭିନେତାଙ୍କ ଅପ୍ କମିଂ ଫିଲ୍ମରେ ଥିବା ତାଙ୍କ ଫାଷ୍ଟ ଲୁକ୍ ବୁଧବାର ରିଲିଜ୍ ହୋଇଛି। ଏହି ଫାଷ୍ଟ ଲୁକ୍କୁ ଦେଖି ପ୍ରଶଂସକ ବେଶ୍ ପସନ୍ଦ କରିଛନ୍ତି।…
ଚା’ ପତି କିଲୋ ୫୦ ହଜାର…
ଚା’ ପତି କିଲୋ ପୁଣି ହଜାର ହଜାର ଟଙ୍କା ଶୁଣିଲେ ଯେ କେହି ଚକିତ ହେବେ। ତେବେ ଆସାମରେ ଏଭଳି ଏକ ସ୍ବତନ୍ତ୍ର ଚା’ ପତି କିଲୋ ପିଛା ୫୦ ହଜାର ଟଙ୍କାରେ ନିଲାମ ହୋଇଛି। ଏହାକୁ ଲୋକେ ମନୋହରି ଚା’…
ଭଜିଙ୍କୁ ଖେଳରତ୍ନ ନ ମିଳିବା ପ୍ରସଙ୍ଗ: ତଦନ୍ତ ନିର୍ଦ୍ଦେଶ ଦେଲେ କ୍ରୀଡ଼ାମନ୍ତ୍ରୀ
ଚଣ୍ଡିଗଡ଼,୩୧।୭(ପି.ଟି.)- ପୂର୍ବତନ ଅଫ୍ ସ୍ପିନର ହରଭଜନ ସିଂ (ଭଜି)ଙ୍କୁ ଚଳିତ ବର୍ଷ ରାଜୀବ ଗାନ୍ଧୀ ଖେଳରତ୍ନ ଲାଗି ପଞ୍ଜାବ ସରକାରଙ୍କ ପକ୍ଷରୁ ମନୋନୀତ କରାଯାଇଥିଲା। ହେଲେ ବିଳମ୍ବରେ ଆବେଦନ ଯୋଗୁ ତାଙ୍କ ନାମକୁ ଗ୍ରହଣ କରାଯାଇ ପାରି ନ ଥିଲା। ଜାଣିଶୁଣି…
ମାର୍କଣ୍ଡେଙ୍କୁ ଛାଡ଼ିଲା ମୁମ୍ବାଇ ଇଣ୍ଡିଆନ୍ସ
ମୁମ୍ବାଇ,୩୧।୭(ପିଟି)- ସର୍ବାଧିକ ୪ ଥର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ) ଓ୍ବେଷ୍ଟଇଣ୍ଡିଆନ କ୍ରିକେଟର ଶେର୍ଫାନେ ରଦରଫୋର୍ଡଙ୍କ ଲାଗି ଲେଗ୍ ସ୍ପିନର ମୟଙ୍କ ମାର୍କଣ୍ଡେଙ୍କୁ ଦଳରୁ ବିଦା କରିଛି। ଫଳରେ ମାର୍କଣ୍ଡେ ଦିଲ୍ଲୀ କ୍ୟାପିଟାଲ୍ସରେ ସାମିଲ ହୋଇଛନ୍ତି।…
ଏକମାତ୍ର ପୁଅ ସିଦ୍ଧାର୍ଥ ଆଉ ଏ ଦୁନିଆରେ ନାହିଁ, ପିତା ଏପର୍ଯ୍ୟନ୍ତ ଜାଣିନାହାନ୍ତି
ବେଙ୍ଗାଲୁରୁ, ୩୧।୭:‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ କନର୍ର୍ାଟକର ମେଙ୍ଗାଲୁରୁସ୍ଥିତ ନେତ୍ରବତୀ ନଦୀର ଏକ କୂଳରୁ ଉଦ୍ଧାର କରାଯାଇଛି। ତାଙ୍କ ମୃତ୍ୟୁକୁ ନେଇ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଏପର୍ଯ୍ୟନ୍ତ…
ରାଜ୍ୟରେ ଭାଜପା-ବିଜେଡି ସରକାର ଚାଲିଛି: ତାରା
ଭୁବନେଶ୍ୱର,୩୧।୭(ବ୍ୟୁରୋ): କେନ୍ଦ୍ର ସରକାର ମଙ୍ଗଳବାର ପାର୍ଲାମେଣ୍ଟରେ ‘ତିନି ତଲାକ୍ ବିଲ୍’ ପାସ୍ କରିଛନ୍ତି। ଏହି ବିଲ୍କୁ ସମର୍ଥନ କରିବା ପାଇଁ ବିଜେଡି ହୁଇପ୍ ଜାରି କରିଥିଲା। ଏଠାରେ ଭାଜପା-ବିଜେଡି ସରକାର ଚାଲିଛି ନା କ’ଣ ସେ ବିଷୟରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ।…
ଆଜମ ଖାନ୍ଙ୍କ ପୁଅଙ୍କୁ ଅଟକ ରଖିଲା ପୋଲିସ
ଲକ୍ଷ୍ନୌ, ୩୦।୭: ସମାଜବାଦୀ ପାର୍ଟି (ଏସ୍ପି) ଏମ୍ପି ଆଜମ ଖାନ୍ଙ୍କ ପୁଅ ତଥା ବିଧାୟକ ଅବଦୁଲାଙ୍କୁ ବୁଧବାର ରାମପୁର ପୋଲିସ ଅଟକ ରଖିଛି। ମହମ୍ମଦ ଅଲ୍ଲୀ ଜୌହାର ବିଶ୍ୱବିଦ୍ୟାଳୟରେ ଚଢାଉବେଳେ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ ତାଙ୍କୁ ଅଟକ ରଖାଯାଇଛି…

