Home Left

କୋହଲିଙ୍କ ଫଟୋ ଉପରେ ପ୍ରଶ୍ନ ଉଠାଇଲେ ପ୍ରଶଂସକ

ନୂଆଦିଲ୍ଲୀ,୨।୮- ଭାରତୀୟ କ୍ରିକେଟ ଦଳ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଦୁଇ ଟି ୨୦ ମ୍ୟାଚ୍‌ ଖେଳିବା ପାଇଁ ଆମେରିକା ଗସ୍ତରେ ଯାଇଛି। ଫ୍ଲୋରିଡାଠାରେ ଶନିବାର ପ୍ରଥମ ଟି ୨୦ ମ୍ୟାଚ୍‌ ଖେଳାଯିବା ପୂର୍ବରୁ ଖେଳାଳିମାନେ ଅଭ୍ୟାସ କରିବା ସହ ସୋସିଆଲ ମିଡିଆରେ ଫଟୋ…

କଂଗ୍ରେସ କାର୍ଯ୍ୟାଳୟରେ ମାଡ଼ପିଟ୍‌: ପୋଲିସ ସୁରକ୍ଷାରେ ବୈଠକ କରିଲେ ପ୍ରଦେଶ ଅଧ୍ୟକ୍ଷ

ରାଞ୍ଚି,୨।୮: ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଦଳ ଏବେ ନେତୃତ୍ୱହୀନ ହୋଇପଡ଼ିଛି। ନିର୍ବାଚନର ଫଳାଫଳ ପାଇଁ ପରସ୍ପର ଉପରେ କାଦୁଅଫିଙ୍ଗା ଚାଲିଥିବା ବେଳେ ଝାଡ଼ଖଣ୍ଡ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ କୁମାରଙ୍କୁ ଦାୟୀ କରି ପ୍ରଦେଶ କାର୍ଯ୍ୟାଳୟରେ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ରିଞ୍ଜା ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କର୍ଲାମୁଣ୍ଡା,୨।୮ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ ସରପଞ୍ଚ ଭୋଜବନ୍ତୀ ସାହୁଙ୍କ ବାସଭବନରେ ଶୁକ୍ରବାର ଭୋରରୁ କଳାହାଣ୍ଡି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ୍‌ ମହାନନ୍ଦଙ୍କ ନେତୃତ୍ୱରେ ସରପଞ୍ଚଙ୍କ ନିଜ ବାସଭବନ ଟକାରୁମାଲ ଓ…

ଶ୍ରମ ଆଇନରେ ସଂଶୋଧନକୁ ସିଆଇଟିୟୁ ପକ୍ଷରୁ ବିରୋଧ

ବ୍ରହ୍ମପୁର ଅଫିସ,୨।୮: ଶ୍ରମ ଆଇନରେ ସଂଶୋଧନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଶ୍ରମିକ ସଂଗଠନ ସିଆଇଟିୟୁ। ଶୁକ୍ରବାର ବ୍ରହ୍ମପୁରସ୍ଥିତ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୪୪ଟି ଶ୍ରମ ଆଇନକୁ…

ଶୁଆକାଠି ଖଣି ଅଞ୍ଚଳରେ ଚଢ଼ାଉ: ମଦ କାରବାରରେ ସମ୍ପୃକ୍ତ ୪ ଗିରଫ

କେନ୍ଦୁଝର, ୨।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ପୋଲିସ ଗୁରୁବାର ଶୁଆକାଠି ଖଣି ଅଞ୍ଚଳରେ ଚଢ଼ାଉକରି ବହୁ ମଦ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ୪ ଜଣଙ୍କୁ ପୋଲିସ ଗିରଫକରି ଶୁକ୍ରବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଶୁଆକାଠି ଗ୍ରାମର…

ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟିଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ, ୨।୮: ସଂସଦରେ ଗୃହୀତ ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ବିଧେୟକକୁ ବିରୋଧ କରି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ପକ୍ଷରୁ ଅନିଶ୍ଚିତ କାଳ ପାଇଁ ବନ୍ଦ ଡାକରା ଦିଆଯାଇଛି। ଦିଲ୍ଲୀରେ ଡାକ୍ତରଙ୍କ ଏକ ପ୍ରତିନିଧିମଣ୍ଡଳ ଶୁକ୍ରବାର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଭେଟିଛନ୍ତି।…

ନଦୀରେ ଭାସୁଛି ୫ ମହଲା ବିଶିଷ୍ଟ ହୋଟେଲ, ଭିଡିଓ ଭାଇରାଲ

ଚାଇନାର ୟାଙ୍ଗ୍‌ଜି ନଦୀରେ ୫ମହଲା ବିଶିଷ୍ଟ ହୋଟେଲ ଭାସୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିଲେ ଲାଗିବ ଯେମିତି ବଢ଼ିପାଣିରେ ହୋଟେଲଟି ଭାସି ଯାଉଛି। କିନ୍ତୁ ଭିଡିଓ ଭାଇରାଲ ହେବା ପରେ ଲୋକଙ୍କ ବିଶ୍ୱାସ ହେଲା…

ଏହି ଗାଁରେ ୯ ବର୍ଷ ହେଲା ଖାଲି ଜନ୍ମ ନେଉଛନ୍ତି ଝିଅ, ପୁଅ ଜନ୍ମ ହେଲେ ମିଳିବ ପୁରସ୍କାର

ପୋଲାଣ୍ଡର ମିଜେସ୍କେ ଔନ୍ଦ୍ରଜେନ୍‌ସ୍କି ନାମକ ଏକ ଗାଁରେ ଦୀର୍ଘ ୯ ବର୍ଷ ହେବ କେବଳ ଝିଅ ଜନ୍ମ ହେଉଛନ୍ତି। ୨୦୧୦ ମସିହାରେ ଏହି ଗାଁରେ କେବଳ ଜଣେ ମାତ୍ର ପୁତ୍ରସନ୍ତାନ ଜନ୍ମନେଇଛି। ସେବେଠାରୁ ଆଜିପର୍ଯ୍ୟନ୍ତ କୌଣସି ପୁଅ ଜନ୍ମ ନେଇନାହାନ୍ତି। ଖାସ୍‌…

ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

କଲମ୍ବୋ, ୨।୮: ଇଷ୍ଟର ବୋମା ବିସ୍ଫୋରଣ ପରେ ଶ୍ରୀଲଙ୍କାକୁ ସମସ୍ତ ସହାୟତା ଯୋଗାଇ ଦେଇଥିଲା ଭାରତ। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରନିଲ୍‌ ବିକ୍ରମସିଂଘେ ଏଥିପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଏଭଳି ବିପଦ ସମୟରେ ପଡୋଶୀ ଭାରତ…

ସ୍କୁଟରକୁ ଧକ୍କା ଦେଲା ଟ୍ରକ୍‌: ଜଣେ ମୃତ, ପ୍ରତିବାଦରେ ତାଳଚେର- ବଅଁରପାଳ ରାସ୍ତାରୋକୋ

ତାଳଚେର,୨।୮(ନି.ପ୍ର.): ଅନୁଗୋଳ ଜିଲା ତାଳଚେରସ୍ଥିତ ଚାଇଁପାଳ ଓଭରବ୍ରିଜ ନିକଟରେ ଶୁକ୍ରବାର ଏକ ଟ୍ରକ୍‌ ସ୍କୁଟରକୁ ଧକ୍କା ଦେଇଛି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ମୃତ ମହିଳା ଜଣଙ୍କ ହେଲେ ତୃପ୍ତିମୟୀ ଭୂତିଆ (୩୦)।…

ଗରିବଙ୍କ ପାଇଁ ୨ ଲକ୍ଷ ବାସଗୃହ ନିର୍ମାଣ କରିବେ କର୍ନାଟକ ସରକାର

ବେଙ୍ଗାଲୁରୁ, ୨।୮: ପୁଣି ଥରେ ସରକାରକୁ ଫେରିବା ପରେ ଗରିବଙ୍କ ପାଇଁ ୨ ଲକ୍ଷ ବାସଗୃହ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି। ୨୦୨୨ ଭିତରେ ସମସତ୍କୁ ଘର ଯୋଗଦିଆଯିବ। ଏଥିପାଇଁ ବେଙ୍ଗାଲୁରୁରେ ୧୦୦୦ ଏକ ଜମି ଚିହ୍ନଟ କରାଯାଇଛି ବୋଲି…

ତୃତୀୟ ଦିନରେ ଡାକ୍ତରଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ୨।୮: ଦିଲ୍ଲୀରେ ନ୍ୟାଶନାଲ ମେଡିକାଲ କମିଶନ ବିଲ୍‌(ଏନ୍‌ଏମ୍‌ସି) ବିରୋଧରେ ଡାକ୍ତରଙ୍କ ବିରୋଧ ଜାରି ରହିଛି। ଦିଲ୍ଲୀ ଏମ୍ସ ଡାକ୍ତରଙ୍କ ଆନ୍ଦୋଳନ ଶୁକ୍ରବାରକୁ ତୃତୀୟ ଦିନରେ ପହଞ୍ଚିଛି। ଆନ୍ଦୋଳନ ଯୋଗୁ ଡାକ୍ତରମାନେ କାର୍ଯ୍ୟରେ ଯୋଗଦେଉ ନ ଥିବାରୁ ରୋଗୀସେବା ବ୍ୟାହତ ହୋଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?