ହିମାଚଳପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି
ଶିମ୍ଲା,୭।୮: ହିମାଚଳପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ବୀରଭଦ୍ର ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ବୁଧବାର ତାଙ୍କୁ ଆଇଜେଏମ୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୀରଭଦ୍ର କିଛି ଦିନ ହେବ ରାମପୁରରେ ଥିବା ବେଳେ ବୁଧବାର ହଠାତ୍ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି…
ବଣ୍ଡାଘାଟିରେ ବନ୍ୟା ପରିସ୍ଥିତି: ଅନେକ ଗ୍ରାମରେ ପହଞ୍ଚିପାରିନି ପ୍ରଶାସନ
ଖଇରପୁଟ, ୭ା୮(ଡି.ଏନ.ଏ.): ମାଲକାନଗିରି ଜିଲାର ଖଇରପୁଟ ବ୍ଲକରେ ଲଗାଣବର୍ଷା ଯୋଗୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି। ଅନେକ ଗ୍ରାମ ଜଳବନ୍ଦୀ ହୋଇରହିଛି। କେତେକ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଛି। ବଣ୍ଡାଘାଟିରେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି…
ଶ୍ୱାସରୋଗରୁ ଦୂରେଇ ରଖେ ଏହି ଫୁଲ…
ଅରଖଫୁଲର ଅନେକ ଔଷଧୀୟ ଗୁଣ ରହିଛି । ବିଭିନ୍ନ ରୋଗ ଦୂର କରିବାରେ ଏହା ମହୌଷଧୀ ସଦୃଶ କାର୍ଯ୍ୟ କରିଥାଏ। ଅରଖ ଗଛର ପତ୍ର ଓ ଫୁଲ ଶ୍ୱାସରୋଗ, ଡାଇବେଟିସ୍ ଆଦି ରୋଗକୁ ଭଲ କରିଥାଏ ବୋଲି କୁମାୟୁନ ଆୟୁର୍ବେଦ ବିଶ୍ୱବିଦ୍ୟାଳୟରେ…
ବାବର ଆଜମଙ୍କ ଲୋକପ୍ରିୟତା ଯୋଗୁ ସମରସେଟ୍ ଓ୍ବେବସାଇଟ୍ ଅଚଳ
କରାଚୀ,୭।୮- ପାକିସ୍ତାନ ବ୍ୟାଟ୍ସମ୍ୟାନ ବାବର ଆଜମ ବର୍ତ୍ତମାନ କାଉଣ୍ଟି କ୍ଲବ ସମରସେଟ୍ ପାଇଁ ଖେଳୁଛନ୍ତି। ତାଙ୍କ ଲୋକପ୍ରିୟତା ଯୋଗୁ କ୍ଲବର ଓ୍ବେବସାଇଟ୍ ଅଚଳ ହୋଇଯାଇଛି। ସମରସେଟ୍ କ୍ଲବ ତା’ର ସମସ୍ତ ମ୍ୟାଚ୍ର ସିଧାପ୍ରସାରଣ ନିଜ ଓ୍ବେବସାଇଟ୍ରେ କରାଯାଏ। ଦଳର ପ୍ରଥମ ଟି୨୦…
ପଡିଆ ବାହ୍ୟ ଜଗତରୁ ବିଚ୍ଛିନ୍ନ
ପଡିଆ,୭ା୮(ଡି.ଏନ.ଏ.): ମାଲକାନଗିରି ଜିଲାରେ ପୁଣି ଲଘୁଚାପଜନିତ ଲଗାଣ ବର୍ଷା ଜିଲାକୁ ବେହାଲ କରିଦେଇଛି। ସୋମବାର ରାତିରୁ ବର୍ଷା ଲାଗିରହିଥିବାରୁ ଜିଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ଅଧିକାଂଶ ନଦୀର ଜଳପତ୍ତନ ବୃଦ୍ଧି ପାଇଛି। ଜିଲାର ପଡିଆ ବ୍ଲକ ୨ଦିନ ହେଲା ବାହ୍ୟଜଗତରୁ…
ବଦଳିବ ପାକିସ୍ତାନ ଦଳର କୋଚିଂ ସେଟ୍ଅପ
କରାଚୀ,୭।୮- ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଦଳର କୋଚ୍ ମିକି ଆର୍ଥରଙ୍କ କାର୍ଯ୍ୟକାଳରେ ବୃଦ୍ଧି କରାଯିବ ନାହିଁ ବୋଲି ବୁଧବାର ଘୋଷଣା କରିଛି। ଫଳରେ ପାକିସ୍ତାନ ଦଳର କୋଚିଂ ସେଟ୍ଅପରେ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଦଳର ବୋଲିଂ କୋଚ୍ ଆଝାର…
ଟ୍ରାନ୍ସଫର୍ମର ଅଚଳ, ୧୫ ଦିନ ହେଲା ଅନ୍ଧାରରେ ଗ୍ରାମବାସୀ
ଯୋଡ଼ା,୭।୮(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଜଲହରି ପଞ୍ଚାୟତର ଜଲହରିଠାରେ ଟ୍ରାନ୍ସଫର୍ମର ଅଚଳ ଯୋଗୁ ୧୫ ଦିନ ଧରି ଗ୍ରାମବାସୀ ଅନ୍ଧାରରେ ରହିଥିବା ଅଭିଯୋଗ କରିଛନ୍ତି। ଏନେଇ ଗ୍ରାମବାସୀ ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଥିବା ପ୍ରକାଶ କରିଛନ୍ତି। ଜଲହରି,…
କାନ୍ଦିଲେ ଭେଙ୍କାୟା: କହିଲେ, ଏଥର ରାଖୀରେ ଖାଲି ରହିବ ହାତ
ନୂଆଦିଲ୍ଲୀ, ୭।୮: ଶୋକାକୁଳ ପରିବେଶ ମଧ୍ୟରେ ଦିଲ୍ଲୀର ଲୋଧି ରୋଡ ଶ୍ମଶାନ ଘାଟଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତ୍ରୀ ସୁଷମା ସ୍ବରାଜଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ୨୧ଟି ତୋପ ସଲାମୀର ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ କରାଯାଇଛି।…
ଶାହାରୁଖଙ୍କ ଝିଅ ସୁହାନା ଫିଲ୍ମରେ କରିବେ ଡେବ୍ୟୁ
ଶାହାରୁଖ ଖାନ୍ଙ୍କ ଝିଅ ସୁହାନା ଫିଲ୍ମରେ ଡେବ୍ୟୁ କରିବା ନେଇ ଚର୍ଚ୍ଚା ହୋଇ ଆସୁଥିଲା। କିନ୍ତୁ ଏକ ସାକ୍ଷାତକାରରେ ଶାହାରୁଖ ସ୍ପଷ୍ଟ କରିଥିଲେ କି, ତାଙ୍କ ଝିଅ ଫଲ୍ମରେ ଡେବ୍ୟୁ କରିବେ ସତ କିନ୍ତୁ ଏବେ ନୁହେଁ। ତେଣୁ ସୁହାନା କେବେ…
‘ଭାରତୀୟ କ୍ରିକେଟକୁ ଭଗବାନ ସାହା’
ନୂଆଦିଲ୍ଲୀ,୭।୮- ଜାତୀୟ କ୍ରିକେଟ ଏକାଡେମୀ (ଏନ୍ସିଏ) ମୁଖ୍ୟ ତଥା ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଡ୍ରାଭିଡ୍ଙ୍କ ନାମରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ (କନ୍ଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ) ଅଭିଯୋଗ ଆସିଛି। ଏଥିନେଇ ପୂର୍ବତନ ଅଫ୍ ସ୍ପିନର ହରଭଜନ ସିଂ (ଭଜି) ଭାରତୀୟ କ୍ରିକେଟକୁ…
କାନ୍ଦିଲେ ୯୬ ବର୍ଷୀୟ ଧର୍ମପାଲ ଗୁଲାଟୀ
ନୂଆଦିଲ୍ଲୀ, ୭।୮: ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପାର୍ଥିବ ଶରୀର ଦେଖି କାନ୍ଦି ପକାଇଛନ୍ତି ଏମଡିଏଚ୍ କମ୍ପାନୀର ମାଲିକ ମହାଶୟ ଧର୍ମପାଲ ଗୁଲାଟୀ। ୯୬ବର୍ଷୀୟ ଗୁଲଟୀ ସୁଷମାଙ୍କ ଶେଷ ଦର୍ଶନ ପାଇଁ ଭାଜପା କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ତାଙ୍କୁ ଦେଖିବା…
ସୁଷମାଙ୍କ ବିୟୋଗକୁ ନେଇ ଶୋକରେ ବଲିଉଡ୍
ମୁମ୍ବାଇ: ପୁର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ତଥା ଭାରତୀୟ ରାଜନୀତିର ଜଣେ କିମ୍ବଦନ୍ତୀ ମହିଳା ନେତା ସୁଷମା ସ୍ବରାଜଙ୍କ ମୃତ୍ୟୁକୁ ନେଇ ଶୋକରେ ବଲିଉଡ୍। କଳାକାରମାନେ ସୋସିଆଲ ମିଡିଆରେ ଭାବବିହ୍ବଳ ପୋଷ୍ଟ ଲେଖି ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଅମିତାଭ ବଚ୍ଚନ ସୁଷମାଙ୍କ ସହ…

