ଦୁନିଆର ସବୁଠାରୁ ଭୟଙ୍କର ଭାଇରସ୍: ମାତ୍ର ୩୬ଘଣ୍ଟାରେ ନେବ ୮କୋଟିଙ୍କ ଜୀବନ
ଓ୍ବାଶିଂଟନ୍,୨୦।୯: ବିଶ୍ୱ ସମ୍ମୁଖରେ ଏକ ବଡ଼ ଚ୍ୟାଲେଞ୍ଜ ଆସିବାକୁ ଯାଉଛି। ଯାହା ଲୋକଙ୍କ ପାଇଁ ବହୁ ଭୟଙ୍କର ସାବ୍ୟସ୍ତ ହେବ। ଆଉ ଏହି ଚ୍ୟାଲେଞ୍ଜର ନାଁ ହେଉଛି ଭାଇରସ୍। ଏହି ଭାଇରସ୍ ଆସିବାର ୩୬ଘଣ୍ଟା ମଧ୍ୟରେ ପୂରା ବିଶ୍ୱରେ ଏହା ବ୍ୟାପିଯିବ।…
ବକେୟା ଦରମା ଦାବିରେ ମେଡିକାଲ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
କୋରାପୁଟ,୨୦।୯(ସ୍ବ.ପ୍ର.): କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ନିୟୋଜିତ ସୁରକ୍ଷାକର୍ମୀ, ଝାଡ଼ୁଦାର ଓ ସହାୟକମାନେ ସେମାନଙ୍କ ବକେୟା ଦରମା ପ୍ରଦାନ ଦାବି କରି ଶୁକ୍ରବାର ସକାଳୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଫଳରେ ମେଡିକାଲରେ ପରିମଳ ବ୍ୟବସ୍ଥା ବିଗିଡ଼ିଯାଇଛି।…
ନିଜର ଦୋଷ ସ୍ବୀକାର କଲେ ସ୍ବାମୀ ଚିନ୍ମୟାନନ୍ଦ
ନୂଆଦିଲ୍ଲୀ,୨୦।୯: ଶାହାଜାହାନପୁରରେ ଜଣେ ଆଇନ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେବା ମାମଲାରେ ଶୁକ୍ରବାର ସ୍ବାମୀ ଚନ୍ମୟାନନ୍ଦଙ୍କୁ ଗିରଫ କରାଯାଇଥିଲା। ଏହାପରେ ଚିନ୍ମୟାନନ୍ଦ ନିଜ ଦୋଷ ସ୍ବୀକାର କରିଥିବା ଜଣାପଡିଛି। ତେବେ ଭାଇରାଲ ଭିଡିଓର ସତ୍ୟତା ରହିଥିବା ଓ ସେ ଉକ୍ତ ଛାତ୍ରୀଙ୍କ…
ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ଡିଏମ୍ୟୁ ଟ୍ରେନ୍
ବାରିପଦା ଅଫିସ,୨୦।୯: ଟାଟା ବାଦାମପାହାଡ଼ ଦ୍ବିତୀୟ ଡିଏମ୍ୟୁ ଟ୍ରେନ (ନଂ. ୧୮୪୦୯) ମୟୂରଭଞ୍ଜ ଜିଲାର ଗୋରୁମହିଷାଣୀ ଆସୁଥିବା ସମୟରେ ଷ୍ଟେଶନ ପହଞ୍ଚିବାର ୨ କି.ମି. ପୂର୍ବରୁ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ସାନମଉଦା ନିକଟରେ ରେଳ ଧାରଣା ଦୁଇଖଣ୍ଡ ହୋଇଯାଇଥିବା…
ଫି’ ବୃଦ୍ଧିକୁ ନେଇ ତାଳଚେର ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଉତ୍ତେଜନା, ଫାଟକରେ ତାଲା ପକାଇ ଆନ୍ଦୋଳନରେ ଛାତ୍ରୀଛାତ୍ର
ତାଳଚେର,୨୦।୯(ନି.ପ୍ର.): ରିଆଡ୍ମିଶନ ଫି କମାଇବା ଦାବିରେ ଶୁକ୍ରବାର ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ର ଛାତ୍ରୀଛତ୍ରମାନେ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ଏଥିସହ ଟାୟାର ଜାଳି ରାସ୍ତାରୋକ କରିବା ସହ କଲେଜ ମଧ୍ୟକୁ କାହାରିକୁ ଛାଡ଼ୁନାହାନ୍ତି। ଫଳରେ…
ପ୍ରଥମ ରାଉଣ୍ଡରେ ହାରିଲେ ଦୁଇ ଥର ଅଲିମ୍ପିକ୍ ପଦକଧାରୀ ସୁଶୀଲ
ନୁର-ସୁଲତାନ (କାଜାଖସ୍ତାନ),୨୦।୯: ଦୀର୍ଘ ୮ ବର୍ଷ ପରେ ବିଶ୍ୱ ଚାମ୍ପିୟନଶିପରେ ଭାଗ ନେଇଥିବା ଦୁଇ ଥର ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାର ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଛନ୍ତି। ୭୪ କିଗ୍ରା ବର୍ଗରେ ସେ ପ୍ରଥମ ରାଉଣ୍ଡ ବାଉଟରେ ଆଜାରବଇଜାନର ଖାଦଜିମୁରାଦ…
ଟ୍ରକ୍ ଧକ୍କାରେ ଛାତ୍ରୀ ଗୁରୁତର: ଟ୍ରକ୍ ସହ ଡ୍ରାଇଭର ଅଟକ, ଘଟଣାସ୍ଥଳରେ ଉତ୍ତେଜନା
ଅନୁଗୋଳ ଅଫିସ,୨୦।୯: ଅନୁଗୋଳ ଜିଲା କୁମଣ୍ଡ-ଜରାସିଂହା ରାସ୍ତାରେ ଶୁକ୍ରବାର ମଧ୍ୟାହ୍ନରେ ଟ୍ରକ୍ ଧକ୍କାରେ ନୋଡାଲ ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି। ସେ ହେଲେ ଆଞ୍ଚଳ ସାହୁ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାରକରି ଜିଲା ମୁଖ୍ୟ ଚିକିତ୍ସାଳୟରେ…
ପଞ୍ଜାବ ଦଳରେ ସ୍ଥାନ ନ ମିଳିବାରୁ ଚଣ୍ଡିଗଡ଼ ପାଇଁ ଖେଳିବେ ବରିନ୍ଦର ସରନ
ଚଣ୍ଡିଗଡ଼,୨୦।୯: ଭାରତ ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିସାରିଥିବା ବରିନ୍ଦର ସରନଙ୍କୁ ଆସନ୍ତା ବିଜୟ ହଜାରେ ଟ୍ରଫି ପାଇଁ ଘୋଷିତ ପଞ୍ଜାବ ଦଳରେ ସ୍ଥାନ ମିଳି ନାହିଁ। ଏଥିଯୋଗୁ ସେ ଚଣ୍ଡିଗଡ଼ ପକ୍ଷରୁ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ୨୬ ବର୍ଷୀୟ ପେସରଙ୍କୁ…
ବିବାହର ପ୍ରଲୋଭନ ଦେଖାଇ ପ୍ରତାରଣା: ଯୁବତୀ ୮ ମାସର ଗର୍ଭବତୀ, ଅଭିଯୁକ୍ତ ପ୍ରେମିକ ଗିରଫ
ପାଟଣା,୨୦।୯(ସ୍ବ.ପ୍ର.): ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ପ୍ରତାରଣା କରିବା ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ପୋଲିସ ଜନୈକ ବିବାହିତ ଅଭିଯୁକ୍ତ ପ୍ରେମିକଙ୍କୁ ଶୁକ୍ରବାର ଗିରଫ କରିଛି। ଗିରଫ ଯୁବକ ହେଲେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା କୁଚେଇକୁଦ ଗ୍ରାମର ବଡ଼ସାଖିଲା ମାଝିଙ୍କ…
ଏକଦିବସୀୟ ମ୍ୟାଚ୍ରେ ପ୍ରଥମ ହ୍ୟାଟ୍ରିକ୍ ନେଇଥିଲେ ଏହି ବୋଲର୍
କ୍ରିକେଟରେ ହ୍ୟାଟ୍ରିକ୍ ନେବା ବୋଲରଙ୍କ ପାଇଁ ଏକ ବଡ ଉପଲବ୍ଧି। ବିଶ୍ୱର ଅନେକ ବୋଲର୍ ହ୍ୟାଟ୍ରିକ୍ ମଧ୍ୟ ନେଇସାରିଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ୍ରେ ପ୍ରଥମ ହ୍ୟାଟ୍ରିକ୍ କେଉଁ ବୋଲର୍ ନେଇଥିଲେ। ସେ ହେଉଛନ୍ତି ପାକିସ୍ତାନ ବୋଲର୍…
ପାଚିକା ଜିତିଲେ ଏକ କୋଟି
ମୁମ୍ବାଇ: ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ସବୁଠାରୁ ଲୋକପ୍ରିୟ କାର୍ଯ୍ୟକ୍ରମ ‘କୌନ ବନେଗା କରୋଡପତି’ ସିଜିନ୍ ୧୧ରେ ଭାଗ ନେଇ ଜଣେ ପାଚିକା ଏକ କୋଟି ଟଙ୍କା ଜିତିବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ ବୋଲି ଆଲୋଚନା ହେଉଛି। ମହାରାଷ୍ଟ୍ରର…
ନର୍ସ ନିହାରିକା ହତ୍ୟା ମାମଲା: ପୋଲିସ ନିକଟରେ ପ୍ରେମିକଙ୍କ ଆତ୍ମସମର୍ପଣ
ଜଗତସିଂହପୁର ଅଫିସ/ବିରିଡ଼ି(ଡି.ଏନ୍.ଏ.), ୨୦।୯: ବିରିଡ଼ି ଥାନା କୁଳକଇଜଙ୍ଗା ପଞ୍ଚାୟତ ନୂଆପାରି ଗ୍ରାମ ନିକଟ ବିଲୁଆଖାଇ ନଦୀପଠାରୁ ନର୍ସ ନିହାରିକା ପାତ୍ର ଓରଫ ରୂପାଲୀ(୨୪)ଙ୍କ ମୃତଦେହ ଉଦ୍ଧାର ହେବାର ତିନି ଦିନ ପରେ ଧରାପଡ଼ିଛନ୍ତି ପ୍ରେମିକ କିଶୋର ଚନ୍ଦ୍ର ଆଞ୍ଚଲ। ସେ ପୋଲିସ…

