Home Left

ସଲମାନ୍‌, ଅମୀରଙ୍କୁ କେବେ ପ୍ରଶଂସା କରନ୍ତିନି ଏହି ପ୍ରଯୋଜକ

ନିଜର ଦମ୍‌ଦାର ଅଭିନୟ ପାଇଁ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ଖବର ବଲିଉଡ୍‌ ସହିତ ସମଗ୍ର ଦେଶରେ ଥିବା ପ୍ରଶଂସକମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳାଇ ଦେଇଛି। ଅମିତାଭଙ୍କୁ ସଲମାନ୍‌ ଏବଂ…

ଭିଜିଲାନ୍ସ ଜାଲରେ ଜେଇ

ଭବାନୀପାଟଣା,୨୫।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସର୍ବଶିକ୍ଷା ଅଭିଯାନ ଅଫିସରେ କାର୍ଯ୍ୟରତ ଜେଇ ଅଭୟ ପତିଙ୍କ ଘରେ ବୁଧବାର ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ଭଡ଼ାଘର ସମେତ ଢେଙ୍କାନାଳ, ଭୁବନେଶ୍ୱର, କଟକ, ପୁରୀ, ସୁକିନ୍ଦା…

କର୍ନାଟକ ପ୍ରିମିୟର ଲିଗ୍‌ ଦଳର ମାଲିକ ଗିରଫ

ବେଙ୍ଗାଲୁରୁ,୨୫।୯: କର୍ନାଟକ ପ୍ରିମିୟର କ୍ରିକେଟ ଲିଗ୍‌ ଦଳର ମାଲିକ ବେଟିଂ ସ୍କାଣ୍ଡାଲରେ ଜଡ଼ିତ ହେବା କାରଣରୁ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ ଅଲି ଅଶଫାକ ଥାରା। ସେ କେପିଏଲ ଦଳ ବେଲାଗାଭି ପାନ୍ଥର୍ସ ଫ୍ରାଞ୍ଚାଇଜ ମାଲିକ। ପୋଲିସ ଯୁଗ୍ମ…

ବାଲୁକାକଳାରେ ଅମିତାଭଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ଭୁବନେଶ୍ୱର,୨୫।୯(ବ୍ୟୁରୋ): ଚଳିତ ବର୍ଷ ଦାଦାସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ ହେବେ ମେଗାଷ୍ଟାର ଅମିଚାଭ ବଚ୍ଚନ। ତେବେ ଏହି ଅବସରରେ ସୁଦର୍ଶନ ପଟ୍ଟନାୟକ ତାଙ୍କୁ ନିଜର ବାଲୁକାକଳାରେ ଶୁଭେଚ୍ଛା ଜଣାଇଛନ୍ତି। ଅମିତାଭ ଅଭିନୀତ ସୁପରହିଟ୍‌ ଚଳଚ୍ଚିତ୍ରଗୁଡ଼ିକର ନାମ ସହ ଅମିତାଭଙ୍କୁ ବାଲୁକାକଳାରେ ଦେଖିବାକୁ…

ପୋଖରୀରେ ବୁଡ଼ି ଶିଶୁକନ୍ୟାର ମୃତ୍ୟୁ

ଢେଙ୍କିକୋଟ,୨୫।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମନହରପୁର ପଞ୍ଚାୟତ କଟରାବେଡା ଚତୁରି ସାହିରେ ବୁଧବାର ପୂର୍ବାହ୍ନରେ ପୋଖରୀରେ ବୁଡି ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ସେ ହେଲେ ଜିଆର୍‌ଏସ୍‌ ଯୋଗେନ୍ଦ୍ର ମହାନ୍ତିଙ୍କ ଅଢ଼େଇ ବର୍ଷର ଝିଅ ଭୂମିଶ୍ରୀ । ସୂଚନାଯୋଗ୍ୟ,…

ବିଜେପୁର ଉପନିର୍ବାଚନରେ ଲଢ଼ିବାକୁ କଂଗ୍ରେସ ପାଖରେ ଟଙ୍କା ନାହିଁ, ବଦାନ୍ୟ ବ୍ୟକ୍ତି ଆର୍ଥିକ ସହାୟତା ଦିଅନ୍ତୁ: ନିରଞ୍ଜନ

ଭୁବନେଶ୍ୱର,୨୫।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି। ନିର୍ବାଚନକୁ ଓହ୍ଲାଇବା ଲାଗି ରାଜ୍ୟର ୩ ପ୍ରମୁଖ ଦଳ ପାଗ ଭିଡୁଥିବା ବେଳେ ଲଢ଼ିବା ପାଇଁ କଂଗ୍ରେସ ପାଖରେ ଟଙ୍କା ନାହିଁ। ବୁଧବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏପରି କଥା…

ପିଟି ଉଷାଙ୍କୁ ଭେଟେରାନ ପିନ୍‌ ସମ୍ମାନ

ନୂଆଦିଲ୍ଲୀ,୨୫।୯(ପିଟି): ପୂର୍ବତନ ଭାରତୀୟ ଆଥ୍‌ଲେଟ୍‌ ଓ ଅଲିମ୍ପିଆନ ପିଟି ଉଷାଙ୍କୁ ସମ୍ମାନଜନକ ଅନ୍ତର୍ଜାତୀୟ ଆସୋସିଏଶନ ଅଫ୍‌ ଆଥ୍‌ଲେଟିକ୍ସ ଫେଡେରେଶନ (ଆଇଏଏଏଫ୍‌) ଭେଟେରାନ ପିନ ପୁରସ୍କାର ମିଳିଛି। ଦୋହାଠାରେ ଅନୁଷ୍ଠିତ ୫୨ତମ ଆଇଏଏଏଫ୍‌ କନଫରେନ୍ସ ଅବସରରେ ଉଷାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।…

ବ୍ରହ୍ମପୁର ଏମ୍‌ପିଙ୍କୁ ନବୀନ ନିବାସରୁ ଡାକରା, ଚାପୁଡ଼ା ମାରିବାର ତର୍ଜମା ହେବା ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୫।୯(ବ୍ୟୁରୋ): ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ବେହେରାଙ୍କୁ ନବୀନ ନିବାସରୁ ଡାକରା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଅପରାହ୍ନ ୪ଟାରେ ତାଙ୍କୁ ନବୀନ ନିବାସ ଡାକିଛନ୍ତି। ତେବେ କେଉଁ କାରଣ ଲାଗି ଏମ୍‌ପିଙ୍କୁ ଡକାଯାଇଛି ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ…

ସ୍କୁଟିକୁ ଧକ୍କାଦେଲା ବୋଲେରୋ: ୩ ଗୁରୁତର

ରାଇସୁଆଁ,୨୫।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ରାଇସୁଆଁ ଓଭରବ୍ରିଜ୍‌ ନିକଟରେ ବୁଧବାର ମଧ୍ୟାହ୍ନରେ ବୋଲେରୋ ଏକ ସ୍କୁଟିକୁ ଧକ୍କା ଦେବା ଫଳରେ ୩ ଜଣ ଗୁରୁତର ହୋଇଥିବା ଜଣାପଡିଛି। ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଚିକିତ୍ସା ଲାଗି କେନ୍ଦୁଝର…

ପୁରୁଷୋତ୍ତମପୁର ବିଡିଓ ଭାବେ କାର୍ଯ୍ୟରେ ଯୋଗଦେଲେ ସୀମାଞ୍ଚଳ ମହାନ୍ତି : ଲୋକଙ୍କ ଘରକୁ ଯାଇ ସମସ୍ୟାର ସମାଧାନ କରିବାକୁ ଦେଲେ ପ୍ରତିଶ୍ରୁତି

ପୁରୁଷୋତ୍ତମପୁର,୨୫।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ବିଡିଓ ଭାବେ ସୀମାଞ୍ଚଳ ମହାନ୍ତି ମଙ୍ଗଳବାର ଯୋଗଦେଇଥିବାବେଳେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଲୋକେ ଘରେ ରହି ସରକାରୀ ସୁବିଧା ଯେପରି ପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦେବେ ବୋଲି ବିଡିଓ ପ୍ରତିଶ୍ରୁତି…

ପିଲାଙ୍କୁ ପଢ଼ାଇଲେ କେନ୍ଦୁଝର ଜିଲାପାଳ

କେନ୍ଦୁଝର,୨୫।୯( ସ୍ବ.ପ୍ର.): କେନ୍ଦୁଝର ଜିଲାପାଳ ଆଶିଷ ଥାକରେ ବୁଧବାର ସ୍ଥାନୀୟ ରାଙ୍କିଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ବିଷୟରେ ଅଧ୍ୟୟନ କରାଇଛନ୍ତି। ଏଥିସହ କଠିନ ପରିଶ୍ରମ କରି ଉଚ୍ଚ ଶିକ୍ଷିତ ହେବାକୁ ପରାମର୍ଶ ଦେଇଛନ୍ତି। ସୂଚନାନୁଯାୟୀ, ଜିଲାପାଳ ଦଶମ, ଏକାଦଶ…

ପ୍ରେମିକାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି ପ୍ରେମିକ ଗିରଫ

ବାରିପଦା ଅଫିସ,୨୫।୯- ମୟୁରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧିନ ଧନପୁର ଅଞ୍ଚଳର ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ସହ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରି ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସଦର ଥାନା ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?