ହନିଟ୍ରାପ ଜାଲରେ ବଲିଉଡ୍ ଅଭିନେତ୍ରୀ
ଭୋପାଲ,୨୬।୯: ହନିଟ୍ରାପର ଖୁଲାସା ହେବା ପରେ ମଧ୍ୟପ୍ରଦେଶରେ ହଇଚଇ ସୃଷ୍ଟି ହୋଇଛି। ଏହି ମାମଲାରେ ଏସ୍ଆଇଟି ଟିମ୍ ଯାଞ୍ଚ କରୁଥିବା ବେଳେ ପ୍ରତିଦିନ ଏନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ହନିଟ୍ରାପରେ ୪୦ଜଣ କଲ୍ ଗର୍ଲ ରହିଥିବା ବେଳେ…
ଏହି ମହିଳା ହେଲେ କ୍ରିକେଟ ଆସୋସିଏଶନ୍ର ପ୍ରଥମ ସଭାପତି
ଚେନ୍ନାଇ,୨୧।୯: ତାମିଲନାଡୁ କ୍ରିକେଟ ଆସୋସିଏଶନ (ଟିଏନସିଏ)ର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ସାଇ ଗୁରୁନାଥ। ଟିଏନସିଏର ୮୭ତମ ବାର୍ଷିକ ସାଧାରଣ ବୈଠକରେ ରୂପାଙ୍କୁ ସଭାପତି ଭାବେ ଚୟନ କରାଯାଇଛି। ଫଳରେ ରାଜ୍ୟ କ୍ରିକେଟ ଆସୋସିଏଶନର ପ୍ରଥମ ମହିଳା ସଭାପତି ହେବାର କୃତିତ୍ୱ…
ଶୁକ୍ରବାରଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି
ଭୁବନେଶ୍ୱର,୨୬।୯(ବ୍ୟୁରୋ)- ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗୋପାଳପୁରସ୍ଥିତ ଗୋଳାବନ୍ଧଠାରେ ଥିବା ଆର୍ମି ଏୟାର ଡିଫେନ୍ସ କଲେଜର ୨୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ଶୁକ୍ରବାର…
ମେହୁଲ ଚୌକସିଙ୍କୁ ଠକ କହିଲେ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ: ଭାରତ ନ୍ୟାୟିକ ଯାଞ୍ଚ ପାଇଁ ସ୍ବତନ୍ତ୍ର
ନ୍ୟୁୟର୍କ,୨୬।୯: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତି ମାମଲାରେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୌକସିଙ୍କ ଉପରେ ଆଣ୍ଟିଗୁଆ ଓ ବାରବୁଡାର ପ୍ରଧାନମନ୍ତ୍ରୀ ଗେଷ୍ଟୋନ ବ୍ରାଉନି ବଡ଼ ବୟାନ ରଖିଛନ୍ତି। ମେହୁଲଙ୍କୁ ଜଣେ ଠକ ବୋଲି ଗେଷ୍ଟୋନ ସମ୍ବୋଧନ କରିଛନ୍ତି। ଏଥିସହ ତାଙ୍କର…
କାନ୍ଥପଡ଼ି ନାବାଳିକାଙ୍କ ଜୀବନଗଲା, ୨ ଗୁରୁତର
ବାହାନଗା,୨୬।୯(ଡି.ଏନ୍.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତ ମଳଙ୍ଗ ଗ୍ରାମର ସଞ୍ଜୟ ନାୟକଙ୍କ ଘର ମାଟି କାନ୍ଥ ଓ ଆଟୁ ଭାଙ୍ଗିଯିବାରୁ ନାବାଳିକାଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ସୂଚନାଯୋଗ୍ୟ, ବୁଧବାର ରାତିରେ ଘର…
ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ୬୦ ଲକ୍ଷ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ, ବରମୁଣ୍ଡା ବସ୍ଷ୍ଟାଣ୍ଡର ହେବ ନବୀକରଣ
ଭୁବନେଶ୍ୱର,୨୬।୯(ବ୍ୟୁରୋ)- ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗୁରୁବାର ପୂର୍ବହ୍ନରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଧାନ ଓ ଚାଉଳ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ସହ ବରମୁଣ୍ଡା…
ଲୁଙ୍ଗି, ଚପଲ ପିନ୍ଧି ଗାଡି ଚଳାଇବା ଉପରେ ମତ ରଖିଲେ ପରିବହନ ମନ୍ତ୍ରୀ
ନୂଆଦିଲ୍ଲୀ,୨୬।୯: ସେପ୍ଟେମ୍ବର ପହିଲାରୁ ନୂଆ ମୋଟରଯାନ ନିୟମ ଆରମ୍ଭ ହେବାପରେ ଲୋକଙ୍କ ବହୁ ସଂଖ୍ୟାରେ ଚାଲାଣ କଟୁଥିବା ଦେଖିବାକୁ ମିଳିଛି। ନିକଟରେ ଲୁଙ୍ଗି ଓ ଚପଲ ପିନ୍ଧି ଗାଡି ଚଳାଇଲେ ବି ଚାଲାଣ କଟିବ ବୋଲି ଶୁଣିବାକୁ ମିଳିଥିଲା। ହେଲେ ଏନେଇ…
ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀ ନିଖୋଜ
ମହାକାଳପଡ଼ା,୨୬।୯(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାଲିପାଟ ଗ୍ରାମର ବାବୁ ସାମଲ (୪୫) ନାମକ ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିବା ପରିବାର ପକ୍ଷରୁ ଗୁରୁବାର ମେରାଇନ୍ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବତୀଘର ପଞ୍ଚାୟତର ବଡ଼ଟୁବି…
ଏମିତି ଏକ ଏୟାରପୋର୍ଟ, ଦେଖିବାକୁ ଅନ୍ତରୀକ୍ଷ ଯାନ ସଦୃଶ
ବିଶ୍ୱରେ ଏମିତି ଏକ ଏୟାରପୋର୍ଟ ରହିଛି, ଯାହା ଦେଖିବାକୁ ଅନ୍ତରୀକ୍ଷ ଯାନ ସଦୃଶ। ଏପରି ଏୟାରପୋର୍ଟ ରହିଛି ଚାଇନାରେ। ଭିତ୍ତିଭୂମି କ୍ଷେତ୍ରରେ ଚାଇନା ସବୁଠୁ ଆଗରେ। ଏହି ଏୟାରପୋର୍ଟ ବାହାରୁ ଏକ ଅନ୍ତରୀକ୍ଷ ଯାନ ପରି ଦେଖାଯାଉଛି।କିଛିଦିନ ତଳେ ଚାଇନାର ରାଷ୍ଟ୍ରପତି…
ରାଜସ୍ଥାନ ଝିଅଙ୍କୁ ଚେଞ୍ଜ୍ ମେକର୍ ଆଓ୍ବାର୍ଡ
ନୂଆଦିଲ୍ଲୀ: ବିଲ୍ ଆଣ୍ଡ୍ ମିଲିନ୍ଦା ଗେଟ୍ସ ଫାଉଣ୍ଡେଶନ ପକ୍ଷରୁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୁହେଁ ଆଉ ଜଣେ ଭାରତୀୟଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ସ୍ବଚ୍ଛ ଭାରତ ମିଶନ୍ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଗ୍ଲୋବାଲ୍ ଗୋଲ୍କିପର୍ସ ଆଓ୍ବାର୍ଡ ଦେଇ ସମ୍ମାନିତ କରିଛି ଫାଉଣ୍ଡେଶନ।…
ବୁର୍ଲା ଭୀମସାର ମେଡିକାଲରୁ ୫ ଦଲାଲ ଗିରଫ: ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ନେଉଥିଲେ ଟଙ୍କା
ସମ୍ବଲପୁର, ୨୬।୯ (ବ୍ୟୁରୋ)- ଦଲାଲଙ୍କ କବଳରେ ରାଜ୍ୟର ବିଭିନ୍ନ ମେଡିକାଲ। ଗୁରୁବାର ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ ପରିସରରୁ ପୋଲିସ ୫ଜଣ ଦଲାଲଙ୍କୁ ଗିରଫ କରିଛି । ସେମାନେ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଟଙ୍କା ନେବା ସହ ରୋଗୀଙ୍କୁ ଘରୋଇ ମେଡିକାଲ ନେବାକୁ…
ପୁଣି ଜମ୍ମୁ-କଶ୍ମୀରରେ ଗସ୍ତରେ ଗଲେ ଅଜିତ ଡୋଭାଲ
ଶ୍ରୀନଗର,୨୬।୯: ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ପରେ ବୁଧବାର ପୁଣି ଥରେ ଶ୍ରୀନଗରରେ ପହଞ୍ଚିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଗତ ଦେଢ ମାସ ଭିତରେ ଡୋଭାଲଙ୍କ ଏହା ଦ୍ୱିତୀୟ କଶ୍ମୀର ଗସ୍ତ। ଏହି ଗସ୍ତ କାଳରେ ସେ ସୁରକ୍ଷା…

