ରାଜସ୍ଥାନ ଝିଅଙ୍କୁ ଚେଞ୍ଜ୍‌ ମେକର୍‌ ଆଓ୍ବାର୍ଡ

ନୂଆଦିଲ୍ଲୀ: ବିଲ୍‌ ଆଣ୍ଡ୍‌ ମିଲିନ୍ଦା ଗେଟ୍ସ ଫାଉଣ୍ଡେଶନ ପକ୍ଷରୁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୁହେଁ ଆଉ ଜଣେ ଭାରତୀୟଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ସ୍ବଚ୍ଛ ଭାରତ ମିଶନ୍‌ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଗ୍ଲୋବାଲ୍‌ ଗୋଲ୍‌କିପର୍ସ ଆଓ୍ବାର୍ଡ ଦେଇ ସମ୍ମାନିତ କରିଛି ଫାଉଣ୍ଡେଶନ। ସେହିପରି ସମାଜରେ ପରିବର୍ତ୍ତନ ଆଣି ଅନ୍ୟମାନଙ୍କ ପ୍ରେରଣା ପାଲଟିଥିବା ରାଜସ୍ଥାନର ଝିଅ ପାୟଲ ଜାଙ୍ଗିଦ୍‌ଙ୍କୁ ଚେଞ୍ଜମେକର ଆଓ୍ବାର୍ଡରେ ସମ୍ମାନିତ କରାଯାଇଛି। ପାୟଲ ନିଜ ପରିବାରରୁ ହିଁ ପ୍ରଥମେ ପରିବର୍ତ୍ତନର ଲଢ଼େଇ ଆରମ୍ଭ କରିଥିଲେ। ତାଙ୍କ ପରିବାର ଲୋକେ ଅତି କମ୍‌ ବୟସରେ ତାଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ। କିନ୍ତୁ ଏହାର ବିରୋଧ କରି ଏତେ କମ୍‌ ବୟସରେ ବିବାହ କରିବେ ନାହିଁ ବୋଲି ସେ ମନା କରିଦେଇଥିଲେ। ଏହାସହ ସେ ବାଲ୍ୟ ଅଧିକାରରୁ ବଞ୍ଚିତ ଶିଶୁମାନଙ୍କ ପାଇଁ ଲଢ଼େଇ ଆରମ୍ଭ କରିଦେଇଥିଲେ। ବିଭିନ୍ନ ରାଲି, ପୋଷ୍ଟର ଓ ଘରକୁ ଘର ଯାଇ ମାଆ-ବାପାଙ୍କୁ ବାଲ୍ୟ ଅଧିକାର ବିଷୟରେ ସଚେତନ କରନ୍ତି ପାୟଲ। ପ୍ରତ୍ୟେକ ପିଲାଙ୍କୁ ତାଙ୍କ ଶିକ୍ଷା ଅଧିକାରରୁ ବଞ୍ଚିତ ନ କରି ଗୋଟିଏ ସୁଯୋଗ ଦେବାକୁ ସେ ଅଭିଭାବକଙ୍କୁ ସଚେତନ କରାଇଥାନ୍ତି। ପାୟଲଙ୍କ ଲକ୍ଷ୍ୟ, ବିଶ୍ୱର ସମସ୍ତ ଶିଶୁଙ୍କୁ ଶିକ୍ଷାର ସୁଯୋଗ ମିଳୁ ଓ ସମସ୍ତେ ପଢ଼ନ୍ତୁ। ପାୟଲଙ୍କ ବାପା ପପ୍ପୁରାମ ଜାଙ୍ଗିଦ୍‌ଙ୍କ କହିବା ଅନୁସାରେ, ପାୟଲଙ୍କ ଏହି ଅଭିଯାନ ପରେ ତାଙ୍କ ଗ୍ରାମରେ ପ୍ରାୟ ସମସ୍ତ ପିଲା ସ୍କୁଲ ଯାଇ ପାଠ ପଢ଼ୁଛନ୍ତି ଏବଂ ବାଲ୍ୟ ବିବାହ ଏବେ ଦେଖିବାକୁ ମିଳୁନି। ତେବେ ଏଭଳି ମହତ୍‌ ଉଦ୍ଦେଶ୍ୟ ଦିଗରେ କାମ କରି ସାମାଜିକ ପରିବର୍ତ୍ତନ ଆଣିପାରିଥିବାରୁ ପାୟଲ ଜାଙ୍ଗିଦଙ୍କୁ ବିଲ୍‌ ଆଣ୍ଡ୍‌ ମିଲିନ୍ଦା ଗେଟ୍ସ ଫାଉଣ୍ଡେଶନ ଚେଞ୍ଜ ମେକର ଆଓ୍ବାର୍ଡ ଦେଇ ସମ୍ମାନିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri