Home Left

ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ମନେ ପକାଇଲେ ମୋଦି

ନୂଆଦିଲ୍ଲୀ,୪।୧୦:ସ୍ବାଧୀନତା ସଂଗ୍ରାମୀ ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ଆଜି ଜନ୍ମଦିବସ। ତାଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ସ୍ମରଣ କରୁଛୁ। ତାଙ୍କୁ କୋଟି କୋଟି…

ଦୁର୍ଗାପୂଜା ପାଇଁ ୫ଦିନ ଟ୍ରାଫିକ କଟକଣା : ଅପରାହ୍ନ ୪ରୁ ରାତି ୨ଟା ସହରକୁ ଭାରିଯାନ ମନା

ଭୁବନେଶ୍ୱର,୪ା୧୦(ବ୍ୟୁରୋ) : ଦୁର୍ଗାପୂଜା ପାଇଁ ସହରର ରାସ୍ତା ଓ ମଣ୍ଡପ ନିକଟରେ ପ୍ରବଳ ଗହଳି ହେବ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା କରାଯାଇଛି। ଅପରାହ୍ନ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ସହର ଭିତରକୁ ଭାରିଯାନ ପଶିପାରିବ ନାହିଁ। ଶୁକ୍ରବାରଠାରୁ…

ଦଶହରାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା : ଓଡ଼ିଶାରେ ହାଇ ଆଲର୍ଟ, ବଢ଼ିଲା ସୁରକ୍ଷା

ଭୁବନେଶ୍ୱର,୪ା୧୦(ବ୍ୟୁରୋ) : ଭାରତକୁ ପାକିସ୍ତାନ ପଟୁ ପଶି ଆସିଛନ୍ତି ଆତଙ୍କବାଦୀ। ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ଦିଲ୍ଲୀ ସମେତ ଦେଶର ବଡ଼ ବଡ଼ ସହରକୁ ଟାର୍ଗେଟ କରିଛି। ନବରାତ୍ରୀ ଓ ଦଶହରାରେ ବିସ୍ଫୋରଣ ପାଇଁ ଯୋଜନା କରୁଥିବା ଗୋଇନ୍ଦା ବିଭାଗ ସତର୍କ କରିବା…

ନଦୀରେ ଓଲଟିଲା ଡଙ୍ଗା:୭ ମୃତ, ୨୦ ନିଖୋଜ

ପାଟନା,୪।୧୦:ବିହାରର କଟିହାରରେ ଏକ ଅଭାବନୀୟ ଘଟଣା ଘଟିଛି। ମହାନନ୍ଦା ନଦୀରେ ଏକ ଡଙ୍ଗା ବୁଡି ଯିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ନିଖୋଜ ଅଛନ୍ତି। ଏପର୍ଯ୍ୟନ୍ତ ୨୮ ଜଣଙ୍କୁ ଉଦ୍ଧାର କରାଯାଇଛି। ଡଙ୍ଗାରେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ…

ମାଙ୍କଡ଼ା ପଥର ଟ୍ରକ୍‌ ଜବତ, ଡ୍ରାଇଭର ଗିରଫ

ଧର୍ମଶାଳା,୪ା୧୦(ଡି.ଏନ୍‌.ଏ.)- ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର ରେଳଷ୍ଟେଶନ ନିକଟରୁ ବେଆଇନ ଭାବେ ପରିବହନ କରୁଥିବା ଏକ ମାଙ୍କଡ଼ା ବୋଝେଇ ଟ୍ରକ୍‌କୁ ପୋଲିସ ଜବତ କରିଛି। ଏଥିସହ ଡ୍ରାଇଭରଙ୍କୁ ଗିରଫ କରିଛି। ଗିରଫ ଡ୍ରାଇଭର ଜଣଙ୍କ ରମେଶ ପରମାଣିକ। ଏ ନେଇ ପୋଲିସ…

‘ମୋ ସରକାର’: ଜାରି ହେଲା ଗାଇଡ୍‌ଲାଇନ : ଘରୋଇ ଢାଞ୍ଚାରେ ଚାଲିବ ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର,୪ା୧୦(ବ୍ୟୁରୋ) : ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନଙ୍କୁ ଉତ୍ତମ ସେବା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଅକ୍ଟୋବର ୨ ତାରିଖରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ୫-ଟି ଅଧୀନରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ଜରିଆରେ ସରକାରୀ କର୍ମଚାରୀମାନଙ୍କର ବ୍ୟବହାର…

୧୭ ଯାଏ ବଢ଼ିଲା ଚିଦାମ୍ବରମଙ୍କ ହାଜତ ମିଆଦ

ନୂଆଦିଲ୍ଲୀ,୪-୧୦(ପି.ଟି.): ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ଦିଲ୍ଲୀର ଏକ ଅଦାଲତ ଅକ୍ଟୋବର ୧୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତାଙ୍କ ହାଜତ ମିଆଦ ବଢ଼ାଇବା ଲାଗି ସିବିଆଇ ସ୍ବତନ୍ତ୍ର ବିଚାରପତି…

୧୨୦ ଉତ୍ତରାଧିକାରୀଙ୍କ ମଧ୍ୟରେ ବଣ୍ଟାହେବ ନିଜାମଙ୍କ ସମ୍ପତ୍ତି

ହାଇଦ୍ରାବାଦ,୪-୧୦:ଦେଶୀୟ ରାଜ୍ୟ ହାଇଦ୍ରାବାଦର ଶେଷ ନିଜାମ ମିର୍‌ ଓସ୍‌ମାନ ଅଲି ଖାନଙ୍କର ନାଟ୍‌ଓ୍ବେଷ୍ଟ ବ୍ୟାଙ୍କରେ ୧୯୪୮ରୁ ଜମା ଥିବା ୩୫ ନିୟୁତ ପାଉଣ୍ଡ (୩୦୬ କୋଟି ଟଙ୍କା) ତାଙ୍କର ୧୨୦ରୁ ଊର୍ଦ୍ଧ୍ୱ ଉତ୍ତରାଧିକାରୀଙ୍କ ମଧ୍ୟରେ ବଣ୍ଟାଯିବ। ନିଜାମଙ୍କ ପରିବାର ସୂତ୍ରରୁ ଏହା…

ଫ୍ରାନ୍ସରେ ରାଫାଲ ଉଡ଼ାଇବେ ରାଜନାଥ

ନୂଆଦିଲ୍ଲୀ,୪-୧୦(ଆଇଏଏନ୍‌ଏସ୍‌):ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୮ ତାରିଖରେ ଫ୍ରାନ୍ସ ଯାଇ ପ୍ରଥମ ରାଫାଲ ଯୁଦ୍ଧବିମାନକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିବେ। ଏହି ଅବସରରେ ସେ ରାଫାଲ ବିମାନ ଉଡ଼ାଇବେ ବୋଲି ଗୁରୁବାର ପ୍ରତିରକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।…

କୋହଳ ହେବନି ଏସ୍‌ସି,ଏସ୍‌ଟି ଆଇନ

ନୂଆଦିଲ୍ଲୀ,୪-୧୦(ପି.ଟି.):ଅନୁସୂଚିତ ଜାତି/ଜନଜାତି (ଏସ୍‌ସି/ଏସ୍‌ଟି) ଆଇନ, ୧୯୮୯ରେ ଥିବା ବ୍ୟବସ୍ଥାକୁ କୋହଳ କରାଯିବନି ବୋଲି ଗୁରୁବାର ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଯେଉଁ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ନ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିବ, ସେ କ୍ଷେତ୍ରରେ ଆଗୁଆ ଜାମିନ ପ୍ରଦାନ କରାଯାଇପାରିବ…

ପୋଲିସ ମୁଖ୍ୟାଳୟରେ ଛୁରାମାଡ଼:୪ ଅଧିକାରୀ ମୃତ, ହତ୍ୟାକାରୀ ନିହତ

ପ୍ୟାରିସ୍‌,୪-୧୦(ଏଏଫ୍‌ପି):ପ୍ୟାରିସ୍‌ର ପୋଲିସ ମୁଖ୍ୟାଳୟରେ ଗୁରୁବାର ଜଣେ ବ୍ୟକ୍ତି ଛୁରାମାଡ଼ କରିଛନ୍ତି। ତାଙ୍କ ଆକ୍ରମଣରେ ୪ ପୋଲିସ ଅଧିକାରୀ ନିହତ ହୋଇଛନ୍ତି। ପୋଲିସର ଗୁଳିମାଡ଼ରେ ଆକ୍ରମଣକାରୀ ଟଳିପଡ଼ିଛନ୍ତି। ରାଜଧାନୀ ପ୍ୟାରିସ୍‌ର କେନ୍ଦ୍ରସ୍ଥଳରେ ରହିଛି ପୋଲିସ ମୁଖ୍ୟାଳୟ। ବିଲ୍ଡିଂ ପରିସରରେ ସ୍ଥାନୀୟ ସମୟ ୧ଟାରେ…

କେନ୍ଦ୍ର କ୍ୟାବିନେଟ୍‌ ସମ୍ପ୍ରସାରଣ ଖୁବ୍‌ଶୀଘ୍ର:ଫେରିପାରନ୍ତି ସୁରେଶ ପ୍ରଭୁ

ନୂଆଦିଲ୍ଲୀ,୪-୧୦(ଆଇଏଏନ୍‌ଏସ୍‌):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ପ୍ରଥମ ସମ୍ପ୍ରସାରଣ ଖୁବ୍‌ଶୀଘ୍ର ହେବାକୁ ଯାଉଛି। ଆଗାମୀ ୧୫ ଦିନ ମଧ୍ୟରେ ଏହି ସମ୍ପ୍ରସାରଣ ହେବ ବୋଲି ଏକ ସୂତ୍ରରୁ ଜଣାପଡିଥିବାବେଳେ ସୁରେଶ ପ୍ରଭୁଙ୍କୁ ପୁଣି ଥରେ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ସମ୍ଭାବନା ରହିଛି। ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?