ଦୁର୍ଗାପୂଜା ପାଇଁ ୫ଦିନ ଟ୍ରାଫିକ କଟକଣା : ଅପରାହ୍ନ ୪ରୁ ରାତି ୨ଟା ସହରକୁ ଭାରିଯାନ ମନା

ଭୁବନେଶ୍ୱର,୪ା୧୦(ବ୍ୟୁରୋ) : ଦୁର୍ଗାପୂଜା ପାଇଁ ସହରର ରାସ୍ତା ଓ ମଣ୍ଡପ ନିକଟରେ ପ୍ରବଳ ଗହଳି ହେବ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା କରାଯାଇଛି। ଅପରାହ୍ନ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ସହର ଭିତରକୁ ଭାରିଯାନ ପଶିପାରିବ ନାହିଁ। ଶୁକ୍ରବାରଠାରୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ନିୟମ ଉଲ୍ଲଂଘନ କଲେ ଗାଡ଼ି ଜବତ କରିବା ସହ ଜରିମାନା କରାଯିବ ବୋଲି କମିଶରେଟ ପୋଲିସ ପକ୍ଷରୁ କୁହାଯାଇଛି। ମାତ୍ରାଧିକ ଯାନବାହନ ଓ ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ପଟୁ ଆସୁଥିବା ଭାରିଯାନଗୁଡିକୁ ପିତାପଲ୍ଲୀଠାରୁ ଚନ୍ଦକା, ବାରଙ୍ଗ ଦେଇ ବାଲିକୁଦାଠାରେ ଜାତୀୟ ରାଜପଥ ଦେଇ ଚଳପ୍ରଚଳ କରିବ। ସିଆର୍‌ପି ଛକଠାରୁ ବିଦ୍ୟୁତ୍‌ ମାର୍ଗ ଯିବା ପାଇଁ ଯାନବାହାନଗୁଡିକ ଏକାମ୍ର ଭିଲ୍ଲା ଦେଇ ଯାଇପାରିବେ। ରାବଣ ପୋଡ଼ି ଦିନ କଟକ ପଟୁ ଏନ୍‌ଏଚ୍‌-୧୬ ଦେଇ ଆସୁଥିବା ଗାଡ଼ିମୋଟର ଜୟଦେବ ବିହାର ଛକଠାରୁ ସିଆର୍‌ପି ଛକକୁ ଯିବା ନିମନ୍ତେ ଏନ୍‌ଏଚରେ ନ ଯାଇ ବେହେରା ସାହି, ଶାସ୍ତ୍ରୀନଗର, ପାଓ୍ବାର ହାଉସ୍‌ ଏବଂ ୟୁନିଟ-୮ ଡିଏଭି୍‌ ସ୍କୁଲ ଦେଇ ଯାଇପାରିବେ। ଏହି ଦିନଗୁଡିକରେ ଯାତ୍ରୀଙ୍କ ସୁବିଧାକୁ ଦେଖି ପୁରୀରୁ ଭୁବନେଶ୍ୱର ଆସୁଥିବା ବସ୍‌ଗୁଡିକ ଲିଙ୍ଗିପୁର ଛକରୁ ସାମନ୍ତରାପୁର, କଳ୍ପନା, ରାଜମହଲ, ଶିଶୁଭବନ, ଗଙ୍ଗନଗର, ଫାୟାରଷ୍ଟେଶନ ଦେଇ ବରମୁଣ୍ଡା ଯିବେ। ସେହିପରି ବରମୁଣ୍ଡାରୁ ପୁରୀ ଯାଉଥିବା ବସ୍‌ଗୁଡ଼ିକ ସମାନ ରାସ୍ତା ଦେଇ ଶିଶୁଭବନ ଛକ, ମାଉସିମା, ମ୍ୟୁଜିୟମ ଛକ ଓ ଲିଙ୍ଗିପୁର ଦେଇ ପୁରୀ ଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri