Home Left

ମେହେନ୍ଦିରେ ମିଶାଇ ଲଗାନ୍ତୁ ଏହି ଜିନିଷ: ଧଳା କେଶ ହେବ କଳା

ବର୍ତ୍ତମାନ ସମୟରେ କେଶ ପାଚିବା ଅଥବା ଧଳା ହେବା ଏକ ସାଧାରଣ କଥାରେ ପରିଗଣିତ ହେଲାଣି। ଏଥିରେ ପିଲାମାନଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ସମସ୍ୟା ଦେଖାଯାଉଛି। ଅନେକେ ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ମେହେନ୍ଦିର ବ୍ୟବହାର କରିଥାନ୍ତି। ମାତ୍ର ଏପରି…

କଂଗ୍ରେସ ଛାଡିବାକୁ ଧମକ ଦେଲେ ସଞ୍ଜୟ ନିରୁପମ

ନୂଆଦିଲ୍ଲୀ,୪।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଟିକେଟ୍‌ ନ ଦିଆଯିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସଞ୍ଜୟ ନିରୁପମ। ଏପରିକି ସେ ଦଳ ଛାଡିବାକୁ ମଧ୍ୟ ଧମକ ଦେଇଛନ୍ତି। ଦିଲ୍ଲୀରେ ବସିଥିବା ଦଳର ନେତାଙ୍କୁ…

ବାଲିମେଳା ଜଳଭଣ୍ଡାରରୁ ଜଳ ନିଷ୍କାସନ ଦାବି: ସରକାରଙ୍କୁ ପୋଷ୍ଟର ମାଧ୍ୟମରେ ଚେତାବନୀ

ଚିତ୍ରକୋଣ୍ଡା, ୪।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଆଦିବାସୀ ବିପ୍ଳବୀ ଚାଷୀ ମୂଲିଆ ସଂଗଠନ ପକ୍ଷରୁ ଏକ ପୋଷ୍ଟର ମାଧ୍ୟମରେ ଶୁକ୍ରବାର ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଛି। ପୋଷ୍ଟରରେ ଉଲ୍ଲେଖ କରାଯାଇଛି ଯେ, ବାଲିମେଳା ଜଳଭଣ୍ଡାରରେ ଉଚ୍ଚସ୍ତର ପର୍ଯ୍ୟନ୍ତ ଜଳ…

ସୁଧହାର କମାଇଲା ଆରବିଆଇ

ନୂଆଦିଲ୍ଲୀ,୪।୧୦: ମୁଦ୍ରାନୀତି ସମୀକ୍ଷା ପରେ ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୦.୨୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ଫଳରେ ୫.୧୫ ପ୍ରତିଶତକୁ ରେପୋ ରେଟ ହ୍ରାସ ପାଇଛି। ମୁଦ୍ରାନୀତି ସମୀକ୍ଷା ପରେ ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଘୋଷଣା…

ଦିଲ୍ଲୀରେ ବଡ଼ ଧରଣର ଆକ୍ରମଣ ପାଇଁ ସେଓ ବଗିଚାରେ ଷଡ଼ଯନ୍ତ୍ର ରଚିଥିଲେ ଆତଙ୍କବାଦୀ

ନୂଆଦିଲ୍ଲୀ,୪।୧୦: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ରକ୍ତକୁଖା ହୋଇପଡ଼ିଛି। ଭାରତରେ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିବାରେ ଲାଗିଛି ପାକିସ୍ତାନ। ଏନେଇ ରାଜଧାନୀ ଦିଲ୍ଲୀରେ ଆକ୍ରମଣ ଲାଗି ଏକ ସେଓ ବଗିଚାରେ ଯୋଜନା କରୁଥିବା ନେଇ ଏକ…

ପିଏମ୍‌ସି ବ୍ୟାଙ୍କ୍‌ ଠକେଇ ମାମଲା: ମହାରାଷ୍ଟ୍ରର ୬ଟି ସ୍ଥାନରେ ଇଡି ଚଢାଉ

ମୁମ୍ବାଇ,୪।୧୦: ପଞ୍ଜାବ ଏବଂ ମହାରାଷ୍ଟ କୋଅପରେଟିଭ୍‌ ବ୍ୟାଙ୍କ୍‌ ଠକେଇ ମାମଲାରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ମୁମ୍ବାଇର ୬ଟି ସ୍ଥାନରେ ଚଢାଉ କରାଯାଇଛି। ଏହି ମାମଲାରେ ହାଉସିଂ ଡେଭଲୋପମେଣ୍ଡ ଇନଫ୍ରାଷ୍ଟ୍ରକ୍‌ଚର୍‌ ଲିମିଟେଡ(ଏଚଡିଆଇଏଲ)ର ଦୁଇ ନିର୍ଦ୍ଦେଶକଙ୍କୁ ଗିରଫ କରାଯାଇଛି। ଏପର୍ଯ୍ୟନ୍ତ କମ୍ପାନୀର ୩୫୦୦…

ରଣବୀର କିଣିଲେ ନୂଆ ଗାଡ଼ି, ମୂଲ୍ୟ ୩ କୋଟି

ମୁମ୍ବାଇ: ନୂଆ ଗାଡ଼ି କିଣିଛନ୍ତି ରଣବୀର ସିଂହ। ଯାହାକୁ ନେଇ ଏବେ ଚର୍ଚ୍ଚା। ଲାଲ ରଙ୍ଗର ଲମ୍ବୋରଗିନି ୟୁଆର୍‌ୟୁଏସ୍‌କୁ ଚଳାଉଥିବାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରଣବୀର କିଣିଥିବା ଗାଡ଼ିର ଦାମ ୩ କୋଟିି। ଫଟୋରେ ରଣବୀର…

ଜେଲରେ ଥିବା ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ପିଟର ମୁଖାର୍ଜୀଙ୍କ ମଧ୍ୟରେ ଛାଡ଼ପତ୍ର

ନୂଆଦିଲ୍ଲୀ,୪।୧୦: ଶୀନା ବୋରା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ପିଟର ମୁଖାର୍ଜୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଛି। ଉଭୟ ଏବେ ଜେଲରେ ବନ୍ଦୀ ଜୀବନ ବିତାଉଥିବାବେଳେ ମୁମ୍ବାଇର ଏକ କୋର୍ଟ ତାଙ୍କ ଛାଡ଼ପତ୍ରକୁ ମଞ୍ଜୁରୀ ଦେଇଛନ୍ତି। ୨୦୦୨ରେ ଉଭୟଙ୍କ…

ପୁଣି ବାଲାଷ୍ଟିକ୍‌ ମିଶାଇଲ୍‌ ପରୀକ୍ଷଣ କଲା ଉତ୍ତର କୋରିଆ

ସିଓଲ,୪।୧୦: ମିଳିତ ଜାତିସଂଘ ଏବଂ ଆମେରିକାର ସମସ୍ତ କଟକଣା ସତ୍ତ୍ୱେ ତିନି ବର୍ଷ ପରେ ଉତ୍ତର କୋରିଆ ପୁଣି ବାଲାଷ୍ଟିକ ମିଶାଇଲ୍‌ ପରୀକ୍ଷଣ କରିଛି ଉତ୍ତର କୋରିଆ। ଗୁରୁବାର ଅଣ୍ଡରଓ୍ବାଟର୍‌ ଏହି ବାଲାଷ୍ଟିକ ମିଶାଇଲ୍‌ ପରୀକ୍ଷଣ କରାଯାଇଥିବା ଉତ୍ତର କୋରିଆ ପକ୍ଷରୁ…

ଲକ୍ଷ୍ନୌରେ ଗଡ଼ିଲା ତେଜସ ଏକ୍ସପ୍ରେସ: ଯୋଗୀ ଆଦିତ୍ୟନାଥ କଲେ ଶୁଭାରମ୍ଭ

ଲକ୍ଷ୍ନୌ,୪।୧୦: ଦେଶର ପ୍ରଥମ ପ୍ରାଇଭେଟ ଟ୍ରେନ ତେଜସ ଏକ୍ସପ୍ରେସ ଶୁକ୍ରବାର ଟ୍ରାକ୍‌ରେ ଗଡ଼ିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌ ଷ୍ଟେସନରେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ ଲକ୍ଷ୍ନୌରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଅକ୍ଟୋବର…

ଘର ଆଗରେ ମଳତ୍ୟାଗ କରିବା ହେଲା କାଳ: ଦୁଇ ପଡୋଶୀଙ୍କ କଳିରେ ଦେଢ ବର୍ଷ ଶିଶୁର ପ୍ରାଣ ଗଲା

ଭୋପାଳ,୪।୧୦:ମଧ୍ୟ ପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। ୭ବର୍ଷର ଶିଶୁ ଘର ଆଗରେ ମଳତ୍ୟାଗ କରିବାରୁ ଦୁଇ ପଡୋଶୀ ମଧ୍ୟରେ ଝଗଡା ଲାଗି ଦେଢ ବର୍ଷର ଶିଶୁଙ୍କ ପ୍ରାଣ ଯାଇଛି। ସୂଚନାଯୋଗ୍ୟ, ସାଗର ଜିଲାର ଭାନଗଢ ଗ୍ରାମରେ ଉମେଶ ସିଂଙ୍କ ୭…

ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ନିର୍ଦ୍ଦେଶକଙ୍କ ଦରମା ପ୍ରସଙ୍ଗ : ପଦକ୍ଷେପ କ’ଣ ନେଇଛ ଜଣାଅ: ହାଇକୋର୍ଟ

କଟକ ଅଫିସ,୪ା୧୦: ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ନିର୍ଦ୍ଦେଶକ ଡା. ଲଲାଟେନ୍ଦୁ ଷଡଙ୍ଗୀ ଚଞ୍ଚକତା କରି ନିଜ ବେତନ ବାବଦରେ ପ୍ରାପ୍ୟଠାରୁ ୩୦ ଲକ୍ଷରୁ ଅଧିକ ଉଠାଇ ନେଇଥିବା ଅଭିଯୋଗର ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?