Home Left

ରାସ୍ତା ମଝିରେ ଭୋ-ଭୋ ହୋଇ କାନ୍ଦିଲେ ପ୍ରାର୍ଥୀ

ଲକ୍ଷ୍ନୌ,୧୧।୧୦: ଉତ୍ତର ପ୍ରଦେଶର ଘୋସି ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଥିବାବେଳେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ନିର୍ବାଚନ ପ୍ରଚାର ପାଇଁ ଯାଉଥିବା ଗାଡିକୁ ପୋଲିସ ସିଜ୍‌ କରିଦେବାରୁ ପ୍ରାର୍ଥୀ ଭୋ-ଭୋ ହୋଇ କାନ୍ଦିବାକୁ ଲାଗିଥିଲେ। ତାଙ୍କ ସମର୍ଥକମାନେ ଏହାକୁ…

ଭାଲୁ ଆକ୍ରମଣ, ଚାଷୀ ଗୁରୁତର

ବରଗଡ଼ ଅଫିସ,୧୧।୧୦: ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ଶରଧାପାଲି ଗ୍ରାମରେ ଶୁକ୍ରବାର ସକାଳୁ ଭାଲୁ ଆକ୍ରମଣର ଜଣେ ଚାଷୀ ଗୁରୁତର ହୋଇଛନ୍ତି। ଆହତ ଚାଷୀ ଜଣକ ହେଲେ ଉକ୍ତ ଗ୍ରାମର ମଧୁ ରୋହିଦାସ(୪୫)।ଚାଷଜମିକୁ ପାଣି ମଡ଼ାଇବାକୁ ଯାଇଥିବାବେଳେ ଭାଲୁ ତାଙ୍କୁ…

ବିଜେପୁର ଉପନିର୍ବାଚନ ପୂର୍ବରୁ ବ୍ୟବସାୟୀଙ୍କ କାର୍‌ରୁ ୧୯ ଲକ୍ଷ ଜବତ

ବରଗଡ଼ ଅଫିସ,୧୧।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ଆସନ୍ତା ୨୧ ତାରିଖ ଅନୁଷ୍ଠିତ ହେବ। ଉପନିର୍ବାଚନକୁ ଅବାଧ, ନିରପେକ୍ଷ ଭାବେ ଶେଷ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ବରପାଲି ନାକାପୋଷ୍ଟରେ ଯାଞ୍ଚ…

ରାସ୍ତା ଉପରେ ଶୋଇଥିବା ଶ୍ରଦ୍ଧାଳୁଙ୍କ ଉପରେ ଚଢ଼ିଗଲା ବସ୍‌: ୭ମୃତ

ବୁଲନ୍ଦସହର,୧୧।୧୦: ଉତ୍ତରପ୍ରଦେଶର ବୁଲନ୍ଦସହରରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୭ ଜଣଙ୍କ ମତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ମହିଳା ଓ ୩ ଶିଶୁ ଅଛନ୍ତି। ସୂଚନାଯୋଗ୍ୟ, ସମସ୍ତ ଶ୍ରଦ୍ଧାଳୁ ବୈଷ୍ଣୋଦେବୀ ଦର୍ଶନ କରି ବସ୍‌ରେ…

ପୁଣି ଜୋର୍‌ ଧରିଲା ଏସ୍‌ଆଇଏ ସର୍ଭେ

ପୁରୀ ଅଫିସ,୧୧ା୧୦ : ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ଚାଲିଛି ସାମାଜିକ ପ୍ରଭାବ ନିର୍ଦ୍ଧାରଣ (ଏସ୍‌ଆଇଏ) ସର୍ଭେ। ଉପଜିଲାପାଳ ଭବତାରଣ ସାହୁ ଏବଂ ୫ ଶିକ୍ଷାନବିସ ଆଇଏଏସ୍‌ ଅଧିକାରୀଙ୍କ ନେତୃତ୍ୱରେ ଗଠିତ ୫ ଟିମ୍‌ ଏହି…

ଟ୍ରକ ଡାଲାରେ ବସି କ୍ରିକେଟ ଖେଳିବାକୁ ଯାଉଥିଲେ ଏହି ଖେଳାଳି

ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଜି ୨୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୩ ମସିହା, ଅକ୍ଟୋବର ୧୧ରେ ଗୁଜରାଟର ସୁରତରେ ଜନ୍ମଗ୍ରହଣ କରିଥିବା ହାର୍ଦ୍ଦିକଙ୍କୁ କ୍ରିକେଟକୁ ଆସିବା ପାଇଁ ବହୁ ସଂଘର୍ଷ କରିବାକୁ ପଡିଥିଲା। ପାଣ୍ଡ୍ୟା ମାତ୍ର ନବମ…

ଦୁଇ ଅନୁବନ୍ଧିତ ବିଶ୍ୱବିଦ୍ୟାଳୟରେ ପଦ ପୂରଣ ଲାଗି ଅର୍ଥ ବିଭାଗର ମଞ୍ଜୁରୀ : ଆଜି ଉଚ୍ଚଶିକ୍ଷା ବିଭାଗ ଜାରି କରିବ ବିଜ୍ଞପ୍ତି

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ) : ବଲାଙ୍ଗୀରର ରାଜେନ୍ଦ୍ର ଏକକ ବିଶ୍ୱବିଦ୍ୟାଳୟ ଏବଂ କଳାହାଣ୍ଡିର ଏକକ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ (ଆଫିଲିଏଟେଡ) ବିଶ୍ୱବିଦ୍ୟାଳୟ ହେବ। ଏହି ଦୁଇଟି ବିଶ୍ୱବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିଲେ।…

ସରକାରୀ, ଘରୋଇ ସଂସ୍ଥାରେ ନାହିଁ କ୍ରେଚ୍‌ : ଓଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ୨୦୧୭ ମାତୃତ୍ୱ ଆଇନ ଅନୁସାରେ ସରକାରୀ ଓ ବେସରକାରୀ ସଂସ୍ଥା କାର୍ଯ୍ୟାଳୟରେ କ୍ରେଚ୍‌ ବ୍ୟବସ୍ଥା ରଖିବା ପାଇଁ କଡ଼ା ନିର୍ଦ୍ଦେଶ ରହିଛି। ହେଲେ ଏହି ଆଇନକୁ ପାଳନ କରାଯାଉନାହିଁ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ୬ଜଣ ମାନବିକ ଅଧିକାର କର୍ମୀ…

ରେଳପଥରେ ସୁନା ସ୍ମଗ୍‌ଲିଂ : ୧୨.୯ କେଜି ସୁନା ଜବତ

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ) : ଓଡ଼ିଶା ଦେଇ ଚାଲିଛି ସୁନା ସ୍ମଗ୍‌ଲିଂ। ବିମାନ ବନ୍ଦରରେ କଷ୍ଟମ ବିଭାଗର କଡ଼ା ଯାଞ୍ଚ ପରେ ଏବେ ସୁନା ମାଫିଆମାନେ ରେଳପଥକୁ ସୁରକ୍ଷିତ ମାଧ୍ୟମ କରିଦେଇଛନ୍ତି। ଗୁରୁବାର ମୁମ୍ବାଇରୁ ହାଓଡ଼ାକୁ ଯାଉଥିବା ଜ୍ଞାନେଶ୍ୱରୀ ଏକ୍ସପ୍ରେସ(ନଂ.୧୨୧୦୨)ରୁ ୧୨.୯ କେଜି ସୁନା…

ପୂଜା ପଦ୍ଧତି ଉପରେ ପ୍ରଶ୍ନ ଉଠାଇବା ଠିକ୍‌ ନୁହେଁ: ରାଜନାଥ ସିଂ

ନୂଆଦିଲ୍ଲୀ,୧୧।୧୦: ରାଫାଲ ବିମାନ ଗ୍ରହଣ କରିବା ବେଳେ ‘ଶସ୍ତ୍ର ପୂଜା’କୁ ନେଇ ସମାଲୋଚକଙ୍କୁ ଜବାବ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଫ୍ରାନ୍ସରୁ ସ୍ବଦେଶ ଫେରି ରାଜନାଥ କହିଛନ୍ତି, ପୂଜା ପଦ୍ଧତି ଉପରେ ପ୍ରଶ୍ନବାଚୀ ଉଠାଇବା ଠିକ ନୁହଁ। ଏହା ଆମର…

ଆଜିଠାରୁ ବଢ଼ିବ ପାହାଳ ମିଠା ଦର

ବାଲିଅନ୍ତା,୧୧।୧୦(ଡି.ଏନ୍‌.ଏ): ଓମଫେଡ କ୍ଷୀର ଲିଟର ପିଛା ୪ଟଙ୍କା ବୃଦ୍ଧି ପରେ ଛେନାଦର କିଲୋ ପିଛା ୧୫ଟଙ୍କା ବୃଦ୍ଧି ପାଇଛି। ଫଳରେ ପାହାଳ ମିଠା ଦର ନିର୍ଦ୍ଧାରଣ ହୋଇପାରୁ ନ ଥିବାରୁ ଦୁଇ ଦିନ ହେବ ପାହାଳର ମିଠା ବଜାରରେ ଥିବା ପ୍ରାୟ…

ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନାଁରେ ଗିରଫ ଓ୍ବାରେଣ୍ଟ ଜାରି

ଢାକା,୧୧।୧୦:ବାଲାଂଦେଶର ଅର୍ଥନୀତିଜ୍ଞ ତଥା ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନାଁରେ ଗିରଫ ଓ୍ବାରେଣ୍ଟ ଜାରି ହୋଇଛି। ଢାକାର ଏକ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ୟୁନୁସଙ୍କ କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କ ବରଖାସ୍ତକୁ ନେଇ କୋର୍ଟରେ ମାମଲା ଚାଲିଥିଲେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?