ରେଳପଥରେ ସୁନା ସ୍ମଗ୍‌ଲିଂ : ୧୨.୯ କେଜି ସୁନା ଜବତ

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ) : ଓଡ଼ିଶା ଦେଇ ଚାଲିଛି ସୁନା ସ୍ମଗ୍‌ଲିଂ। ବିମାନ ବନ୍ଦରରେ କଷ୍ଟମ ବିଭାଗର କଡ଼ା ଯାଞ୍ଚ ପରେ ଏବେ ସୁନା ମାଫିଆମାନେ ରେଳପଥକୁ ସୁରକ୍ଷିତ ମାଧ୍ୟମ କରିଦେଇଛନ୍ତି। ଗୁରୁବାର ମୁମ୍ବାଇରୁ ହାଓଡ଼ାକୁ ଯାଉଥିବା ଜ୍ଞାନେଶ୍ୱରୀ ଏକ୍ସପ୍ରେସ(ନଂ.୧୨୧୦୨)ରୁ ୧୨.୯ କେଜି ସୁନା ଧରାପଡ଼ିଛି। ସୁଟ୍‌କେସ୍‌ ଭିତରେ ୧୧୦ଖଣ୍ଡ ସୁନା ବିସ୍କୁଟ ଆକାରରେ ରଖାଯାଇ ଚାଲାଣ କରାଯାଉଥିଲା। ଝାରସୁଗୁଡା ଓ ରାଜଗାଙ୍ଗପୁର ଷ୍ଟେଶନ ମଧ୍ୟବର୍ତ୍ତୀ ସ୍ଥାନରେ କେନ୍ଦ୍ରୀୟ ଅବକାରୀ ବିଭାଗ, ରାଜସ୍ବ ଗୋଇନ୍ଦା ଓ ଆର୍‌ପିଏଫ୍‌ର ମିଳିତ ଟିମ୍‌ ଚଢାଉ କରି ଏହି ବଡ଼ ଧରଣର ସୁନା ଚୋରା ଚାଲାଣକୁ ଧରିଛି। ଜବତ ସୁନାର ମୂଲ୍ୟ ପାଖାପାଖି ୫ କୋଟି ଟଙ୍କା ହେବ ବୋଲି ରାଜସ୍ବ ଗୋଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ୨ଜଣ ଯାତ୍ରୀଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ପ୍ରାଥମିକ ତଦନ୍ତରୁ ଏମାନଙ୍କ ଘର ମୁମ୍ବାଇରେ ବୋଲି ଜଣାପଡିଛି। ତେବେ ସୁନା କେଉଁଠୁ ଆଣିଲେ ଓ କାହା ପାଖକୁ ନେଉଥିଲେ ସେ ସଂକ୍ରାନ୍ତରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଜବତ ସୁନାର ମାନ ଯାଞ୍ଚ ସହ ଦୁଇ ଯାତ୍ରୀଙ୍କ ଅସଲ ପରିଚୟ ଓ ସୁନା ଚୋରାଚାଲାଣ ର଼୍ୟାକେଟ ଠାବ ପାଇଁ ଅଧିକ ଖୋଳତାଡ଼ ଚାଲିଥିବା ସୂଚନା ମିଳିଛି।
ମିଳିଥିବା ସୂଚନାନୁଯାୟୀ, ଏହି ଦୁଇ ଯାତ୍ରୀ ମୁମ୍ବାଇରୁ ହାଓଡା ଜ୍ଞାନେଶ୍ୱରୀ ଏକ୍ସପ୍ରେସ୍‌ରେ ଚଢିଥିଲେ। ଏକ ଏସି ବଗି ବୁକ୍‌ କରି ସେଥିରେ ଯାଉଥିଲେ। ସୁନା ବିସ୍କୁଟକୁ ଏକ ସୁଟ୍‌କେସ୍‌ ଭିତରେ ପୂରାଇ ନେଉଥିଲେ। ଏନେଇ କେନ୍ଦ୍ରୀୟ ଅବକାରୀ ବିଭାଗ ଓ ରାଜସ୍ବ ଗୋଇନ୍ଦା ବିଭାଗ ନିକଟରେ ଖବର ପହଞ୍ଚତ୍ଥିଲା। ଦୁଇ ବିଭାଗ ପକ୍ଷରୁ ରେଳ ସୁରକ୍ଷା ବଳ(ଆରପିଏଫ୍‌)କୁ ଅବଗତ କରାଯିବା ସହ ଚଢ଼ାଉ ପାଇଁ ଯୋଜନା ହୋଇଥିଲା। ୩ ବିଭାଗର ଅଧିକାରୀଙ୍କୁ ନେଇ ଗଠିତ ମିଳିତ ଟିମ୍‌ ରାଜଗାଙ୍ଗପୁର ଓ ଝାରସୁଗୁଡା ଷ୍ଟେଶନ ମଝିରେ ଉକ୍ତ ଟ୍ରେନରେ ଚଢି ଯାଞ୍ଚ ଆରମ୍ଭ କରିଥିଲେ। ଦୁଇ ଯାତ୍ରୀଙ୍କ ଉପରେ ସନ୍ଦେହ ହେବାରୁ ସେମାନଙ୍କୁ କଡ଼ାକଡ଼ି ଯାଞ୍ଚ କରାଯିବା ପରେ ଏକ ସୁଟ୍‌କେସ୍‌ରୁ ବିପୁଳ ସୁନା ମିଳିଥିଲା। ଧରାପଡ଼ିଥିବା ଉକ୍ତ ଦୁଇ ଯାତ୍ରୀ କେବଳ ସୁନା ଚାଲାଣକାରୀ ବୋଲି ଜଣାପଡିଛି। ଏମାନେ ବିମାନ ଯୋଗେ ମୁମ୍ବାଇରେ ଓହ୍ଲାଇବା ପରେ ଟ୍ରେନ୍‌ ଯୋଗେ ଅନ୍ୟ ରାଜ୍ୟକୁ ଚାଲାଣ କରୁଥିବା ସନ୍ଦେହ କରାଯାଉଛି। ଏହି ସୁନା ସ୍ମଗ୍‌ଲିଂ ପଛରେ ମାଷ୍ଟର କିଏ ତାହା ଜଣାପଡିନାହିଁ। ମାଷ୍ଟରମାଇଣ୍ଡ ଦେଶ ବାହାରର ହୋଇଥିବା ମିଳିତ ଟିମ୍‌ ଅନୁମାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri