Home Left

ଜବରଦଖଲ ଉଚ୍ଛେଦ ପାଇଁ ସର୍ଭେ ଆରମ୍ଭ

ପୁରୁଣା ଭୁବନେଶ୍ୱର,୧୬।୧୦ (ଡି.ଏନ.ଏ.):ପୁରୀ ଶ୍ରୀମନ୍ଦିର ଭଳି ଏକାମ୍ର କ୍ଷେତ୍ର ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଜବରଦଖଲ ହଟାଯିବ। ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନାମାନ ହେବ। ଅଧିକରୁ ଅଧିକ ପର୍ଯ୍ୟଟକ ଆସିବେ। ଏହି ଐତିହ୍ୟ କ୍ଷେତ୍ରକୁ ବିଶ୍ୱ ମାନଚିତ୍ରରେ ସ୍ଥାନ ଦେବାକୁ ପ୍ରଥମେ ମନ୍ଦିର ଚତୁଃପାର୍ଶ୍ୱରୁ…

ସୂର୍ଯ୍ୟମନ୍ଦିର ବୁଲି ଦେଖିଲେ ୫୦ଟୁର୍‌ ଅପରେଟର

କୋଣାର୍କ,୧୬।୧୦(ଡି.ଏନ.ଏ.):ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ୫୦ଜଣ ଟୁର୍‌ ଅପରେଟର ମଙ୍ଗଳବାର ପୂର୍ବାହ୍ନରେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଛନ୍ତି। ସେମାନେ ମନ୍ଦିର ସମ୍ମୁଖରେ ପହଞ୍ଚତ୍ବା ପରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। କୋଣାର୍କ ସୂର୍ଯ୍ୟ ମନ୍ଦିର ଆନ୍ତର୍ଜାତିକ ସ୍ତରରେ…

ଶ୍ରୀମନ୍ଦିରରେ ପାନ ଖାଇ ଧରାପଡ଼ିଲେ ୬ଜଣ

ପୁରୀ ଅଫିସ, ୧୬।୧୦:ଶ୍ରୀମନ୍ଦିର ଭିତରେ ପାନ ଖାଇ ମଙ୍ଗଳବାର ୬ଜଣ ଧରାପଡ଼ିଛନ୍ତି। ମଙ୍ଗଳବାର ବାହାର ଦେଉଳିରେ କେତେଜଣ ଖଜା ତିଆରି କରୁଥିଲେ। ଶ୍ରୀମନ୍ଦିର ସ୍କ୍ବାଡ ସେଠାରେ ପହଞ୍ଚତ୍ବା ପରେ ସେମାନଙ୍କ ମଧ୍ୟରୁ ୬ ଜଣ ପାନ ଖାଉଥିବା ଦେଖିଥିଲେ। ଏ ନେଇ…

ପ୍ରେମ ବିବାହ ପାଇଁ ହେମା ମାଳିନୀ କରିଥିଲେ ଧର୍ମ ପରିବର୍ତ୍ତନ

ମୁମ୍ବାଇ,୧୬।୧୦: ବଲିଉଡ୍‌ ଡ୍ରିମ୍‌ ଗର୍ଲ ହେମା ମାଳିନୀ ବୁଧବାର ୭୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୮ ଅକ୍ଟୋବର ୧୬ରେ ତାମିଲ୍‌ନାଡୁ ତାଞ୍ଜୋଭର ଜିଲାର ଆମ୍ମାନକୁଡ଼ିଠାରେ ଜନ୍ମଗ୍ରହଣ କରିଥିଲେ। ୧୯୬୪ରେ ତାମିଲ୍‌ ଫିଲ୍ମ ନିର୍ଦ୍ଦେଶକ ସି.ବି ଶ୍ରୀଧର ରିଜେକ୍ଟ କରିଦେଇଥିଲେ। ତେବେ…

ମୁନିଗୁଡାରେ ଲାଗିଲା ମାଓବାଦୀ ପୋଷ୍ଟର, ବ୍ୟାନର୍‌

ମୁନିଗୁଡା,୧୬।୧୦(ଡି.ଏନ.ଏ.):ରାୟଗଡା ଜିଲା ମୁନିଗୁଡା ଥାନା ଅନ୍ତର୍ଗତ ରାମନାକୁପୁଲି ଛକ ନିକଟରେ ବୁଧବାର କିଛି ମାଓବାଦୀ ବ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖାଯାଇଛି। ଉକ୍ତ ମାଓବାଦୀ ବ୍ୟାନର ଓ ପୋଷ୍ଟରଗୁଡିକ ସରକାରୀ ଫାଶିବାଦୀ ସମାଧାନ ଦମନ ବିରୋଧରେ ଲାଗିଛି। ଅକ୍ଟୋବର ୨୫କୁ ଓଡିଶା…

ଟ୍ରକ-ପିକ୍‌ଅପ ଭ୍ୟାନ ମଧ୍ୟରେ ଧକ୍କା: ୨ ମୃତ

ଛେଣ୍ତିପଦା,୧୬।୧୦(ସ୍ବ.ପ୍ର): ଅନୁଗୋଳ ଜିଲା ଜରପଡା ଥାନା ଅନୁଗୋଳ-ସମ୍ବଲପୁର ୫୫ ନଂମ୍ବର ଜାତୀୟ ରାଜପଥର ମୁଣ୍ତା ସାହି ନିକଟରେ ବୁଧବାର ସକାଳ ୫ଟା ବେଳେ ଟ୍ରକ-ପିକ୍‌ଅପ ଭ୍ୟାନ ମଧ୍ୟରେ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରୁ ପ୍ରକାଶ ଯେ, ପିକ୍‌ଅପ…

ନଭଲଖାଙ୍କୁ ୪ ସପ୍ତାହ ଗିରଫରୁ ମୁକ୍ତି

ନୂଆଦିଲ୍ଲୀ,୧୬ା୧୦(ପି.ଟି.): ଭୀମା କୋରେଗାଁଓ ହିଂସା ମାମଲାରେ ନାଗରିକ ଅଧିକାର କର୍ମୀ ଗୌତମ ନଭଲଖାଙ୍କୁ ଗିରଫଦାରିରୁ ୪ ସପ୍ତାହ ଅନ୍ତରୀଣ ସୁରକ୍ଷା ମିଳିଛି। ଜଷ୍ଟିସ୍‌ ଅରୁଣ ମିଶ୍ର ଓ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ଏହି ମାମଲାରେ ଆଗୁଆ ଜାମିନ…

ଦୁର୍ଘଟଣାରେ ୭ ତୀର୍ଥଯାତ୍ରୀ ମୃତ

ଅମରାବତୀ, ୧୬ା୧୦ : ଆନ୍ଧ୍ରପ୍ରଦେଶରେ ଏକ ସଡ଼କ ଦୁର୍ଘଟଣା ଯୋଗୁ କର୍ନାଟକର ୭ ତୀର୍ଥଯାତ୍ରୀ ପ୍ରାଣ ହରାଇଥିବାବେଳେ ୫ ଗୁରୁତର ଥିବା ଜଣାପଡ଼ିଛି। ପୂର୍ବ ଗୋଦାବରୀ ଜିଲାର ପାର୍ବତ୍ୟାଞ୍ଚଳରେ ମଙ୍ଗଳବାର ଏଭଳି ଦୁର୍ଘଟଣା ଘଟିଥିଲା। ମୃତାହତମାନେ ଚିତ୍ରଦୁର୍ଗ ଜିଲା ଚେଲେକେରୀର ବୋଲି…

‘ସ୍ବଦେଶୀ ଅସ୍ତ୍ରରେ ପରବର୍ତ୍ତୀ ଯୁଦ୍ଧ ଜିତିବୁ’

ନୂଆଦିଲ୍ଲୀ,୧୬ା୧୦(ପି.ଟି.): ସଶସ୍ତ୍ର ବାହିନୀରେ ସ୍ବଦେଶୀ ଜ୍ଞାନକୌଶଳକୁ ଅଧିକ ମାତ୍ରାରେ ସାମିଲ କରିବା ଉପରେ ସେନାମୁଖ୍ୟ ଜେନେରାଲ ବିପିନ ରାଓ୍ବତ ଗୁରୁତ୍ୱାରୋପ କରିଛନ୍ତି। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ର ବ୍ୟବସ୍ଥାରେ ଭାରତ ପରବର୍ତ୍ତୀ ଯୁଦ୍ଧ ଲଢ଼ି ଜିତିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ…

୪୨୦ ହାଇକୋର୍ଟ ବିଚାରପତି ପଦ ଖାଲି

ନୂଆଦିଲ୍ଲୀ, ୧୬ା୧୦ : ଭାରତରେ ଥିବା ବିଭିନ୍ନ ହାଇକୋର୍ଟରେ ବିଚାରପତି ସଂଖ୍ୟା ବହୁ କମ ରହିଛି। ଫଳରେ ବିଚାର ପ୍ରକ୍ରିୟା ବିଳମ୍ବ ହେଉଛି। ଆଇନ ମନ୍ତ୍ରଣାଳୟ ପକ୍ଷରୁ ଅକ୍ଟୋବର ୧ରେ ଦର୍ଶାଯାଇଥିବା ତଥ୍ୟ ଅନୁଯାୟୀ ଦେଶର ୨୫ ହାଇକୋର୍ଟରେ ଆବଶ୍ୟକ ସଂଖ୍ୟକ…

ପ୍ରଫୁଲ୍ଲ ପଟେଲଙ୍କୁ ଇଡି ସମନ

ମୁମ୍ବାଇ,୧୬ା୧୦(ପି.ଟି.): ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ର ସହଯୋଗୀ ତଥା ଗ୍ୟାଙ୍ଗଷ୍ଟର ଇକ୍‌ବାଲ ମିର୍ଚି ସହ ସମ୍ପତ୍ତି କାରବାର ଅଭିଯୋଗରେ ବରିଷ୍ଠ ଏନ୍‌ସିପି ନେତା ପ୍ରଫୁଲ୍ଲ ପଟେଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନ ଜାରି କରିଛି। ମିର୍ଚିର ବେଆଇନ ସମ୍ପତ୍ତି ସହ ମନିଲଣ୍ଡରିଂ…

ମାର୍ଗାରେଟ, ବର୍ନାର୍ଡାଇନ୍‌ଙ୍କୁ ବୁକର୍‌ ପୁରସ୍କାର

ଲଣ୍ଡନ,୧୬ା୧୦: କାନାଡା ଲେଖିକା ମାର୍ଗାରେଟ ଅଟଉଡ୍‌ ଏବଂ ବ୍ରିଟିଶ୍‌ ଲେଖିକା ବର୍ନାର୍ଡାଇନ୍‌ ଏଭାରିଷ୍ଟୋ ଚଳିତ ବର୍ଷ ମିଳିତ ଭାବେ ବୁକର୍‌ ପୁରସ୍କାର ପାଇବେ। ପ୍ରଥମ ଥର ଲାଗି ବିଚାରକ ବୁକର୍‌ ପୁରସ୍କାର ନିୟମ ଭାଙ୍ଗି ଦୁଇଜଣଙ୍କୁ ଏହି ପୁରସ୍କାର ଲାଗି ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?