ସୂର୍ଯ୍ୟମନ୍ଦିର ବୁଲି ଦେଖିଲେ ୫୦ଟୁର୍‌ ଅପରେଟର

କୋଣାର୍କ,୧୬।୧୦(ଡି.ଏନ.ଏ.):ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ୫୦ଜଣ ଟୁର୍‌ ଅପରେଟର ମଙ୍ଗଳବାର ପୂର୍ବାହ୍ନରେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଛନ୍ତି। ସେମାନେ ମନ୍ଦିର ସମ୍ମୁଖରେ ପହଞ୍ଚତ୍ବା ପରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। କୋଣାର୍କ ସୂର୍ଯ୍ୟ ମନ୍ଦିର ଆନ୍ତର୍ଜାତିକ ସ୍ତରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବାବେଳେ ଦେଶ ବିଦେଶରୁ ପର୍ଯ୍ୟଟକ କୋଣାର୍କ, ପୁରୀ ବୁଲିବା ଲାଗି ଓଡ଼ିଶା ଆସୁଥିବା କେତେକ ଟୁର୍‌ ଅପରେଟର କହିବା ସହ ପର୍ଯ୍ୟଟନ ଭିତ୍ତିଭୂମିର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ। ସୂଚନାଯୋଗ୍ୟ, ମଙ୍ଗଳବାର ଚେନ୍ନାଇ, କେରଳ, ଆନ୍ଧ୍ର, ତାମିଲନାଡ଼ୁ, ଗୋଆ ଆଦି ରାଜ୍ୟର ୫୦ଜଣ ଟୁର୍‌ ଅପରେଟର ଆସି ସୂର୍ଯ୍ୟ ମନ୍ଦିର ସହ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିଥିଲେ। ସୂର୍ଯ୍ୟ ମନ୍ଦିରର ସୁକ୍ଷ୍ମ କାରୁକାଯର୍‌ଯ ଦେଖି ବିମୋହିତ ହୋଇଥିଲେ। ଏହି ପରିଦର୍ଶନ ସମୟରେ ଭୁବନେଶ୍ୱର ପର୍ଯ୍ୟଟନ ଅଧିକାରୀ ନିରଞ୍ଜନ ମହାପାତ୍ର, ସରକାରୀ ସ୍ବୀକୃତିପ୍ରାପ୍ତ ଗାଇଡ୍‌ ପ୍ରଦୀପ୍ତ ମଲ୍ଲ ପ୍ରମୁଖ ଉପସ୍ଥିତ ରହି ସୂର୍ଯ୍ୟ ମନ୍ଦିର ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଟୁର ଅପରେଟରମାନଙ୍କ ଗ୍ରସ୍ତ ସମୟରେ କୋଣାର୍କ ଥାନା ପକ୍ଷରୁ ଥାନାଧିକାରୀ ସଞ୍ଜିବ କୁମାର ପ୍ରଧାନଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜିଆରପି ଥାନା ଦାବି କଲା ରେଳ ଉପଭୋକ୍ତା ସଂଘ

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧି ଦଳ ଗୁରୁବାର ବରଗଡ଼ ଏସ୍‌ପି ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କୁ ଫେରାଦ ହୋଇଥିଲେ। ନୂତନ…

କାଠଯୋଡ଼ି ନଦୀରୁ ମୃତଦେହ ଉଦ୍ଧାର ମାମଲା: ମୃତ ଯୁବତୀ FM ମେଡିକାଲ କଲେଜ ଛାତ୍ରୀ, ଘର…

କଟକ/ବାରଙ୍ଗ,୪।୬(ପ୍ରଭୁ କଲ୍ୟାଣ ପାଲ/ ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଥାନା ଅଧୀନ କାଠଯୋଡ଼ି ନଦୀରୁ ଗୁରୁବାର ଭୋରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି। ସେ ହେଲେ…

ବୁଲା କୁକୁର ଆତଙ୍କ, ଗୋଟିଏ ଦିନରେ ୭ଜଣଙ୍କୁ କାମୁଡ଼ିଲା

ଅମ୍ବାଦଳା,୪।୬(ରବୀନ୍ଦ୍ର ପଣ୍ଡା): ରାୟଗଡ଼ା ଜିଲା ଅମ୍ବାଦଳା ଅଞ୍ଚଳରେ ବୁଲା କୁକୁର ଆତଙ୍କ ଦେଖାଦେଇଛି। ଗୁରୁବାର ଏକ ବୁଲା କୁକୁର କାମୁଡାରେ ଜଣେ ଶିଶୁଙ୍କ ସହ ମୋଟ ୭ଜଣ…

ଅଫିସରେ ଅସୁସ୍ଥତା, ଘରେ ଆଖି ବୁଜିଲେ ଜନସ୍ୱାସ୍ଥ୍ୟ ଵିଭାଗ କିରାଣୀ ଗୋପାଳ ରଥ

ବଲାଙ୍ଗୀର, ୪।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜୀବ ନଗର ନିବାସୀ ଗୋପାଳ ଚରଣ ରଥଙ୍କ ଗୁରୁବାର ପରଲୋକ ହୋଇଛି। ସେ ବଲାଙ୍ଗୀର ପିଏଚଡି ସବଡିଭିଜନ ଅଫିସରେ ବିଲିଂ…

ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ, ବନ୍ଧା ହେଲେ ଜମି ମାଲିକ

କୋରୁକୋଣ୍ଡା,୪।୬(ଶିବଦତ୍ତ ସାହୁ): ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମାଲକାନଗିରି ଜିଲା ଓର୍କେଲ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ…

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ: ଖାର୍ଗେ-ପୱନ ଖେରା କର୍ନାଟକରୁ ମନୋନୀତ

ନୂଆଦିଲ୍ଲୀ,୪।୬: କଂଗ୍ରେସ ଦଳ କର୍ନାଟକ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ତାମିଲନାଡୁ ଏବଂ ଝାଡ଼ଖଣ୍ଡ ରାଜ୍ୟ ପାଇଁ ରାଜ୍ୟ ସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ କର୍ନାଟକରୁ…

ପଦ୍ମପୁରରେ ନିଶା କାରବାର ଉପରେ ଚଢାଉ: ୨୨ ବସ୍ତା ବେଆଇନ କଫ୍ ସିରପ୍ ଜବତ, ୨ ଗିରଫ

ପଦ୍ମପୁର,୪।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ପୋଲିସ…

ବିକାଶ ସ୍କୁଲ ଅଫ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ ଛାତ୍ରୀଛାତ୍ରଙ୍କ ସଫଳତା, ଏନ୍‌. ଝାନ୍ସିରାଣୀ ବିଶ୍ବବିଦ୍ୟାଳୟ ଟପ୍ପର

ବରଗଡ,୪।୬(ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଅନୁଷ୍ଠିତ ବିବିଏ ପରୀକ୍ଷାରେ ବିକାଶ ସ୍କୁଲ ଅଫ ବିଜ୍‌ନେସ୍‌ ମ୍ୟାନେଜମେଣ୍ଟର ଛାତ୍ରୀଛାତ୍ରମାନେ ସଫଳତା ହାସଲ କରି ଅନୁଷ୍ଠାନ ଓ ସମଗ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri