ଜବରଦଖଲ ଉଚ୍ଛେଦ ପାଇଁ ସର୍ଭେ ଆରମ୍ଭ

ପୁରୁଣା ଭୁବନେଶ୍ୱର,୧୬।୧୦ (ଡି.ଏନ.ଏ.):ପୁରୀ ଶ୍ରୀମନ୍ଦିର ଭଳି ଏକାମ୍ର କ୍ଷେତ୍ର ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଜବରଦଖଲ ହଟାଯିବ। ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନାମାନ ହେବ। ଅଧିକରୁ ଅଧିକ ପର୍ଯ୍ୟଟକ ଆସିବେ। ଏହି ଐତିହ୍ୟ କ୍ଷେତ୍ରକୁ ବିଶ୍ୱ ମାନଚିତ୍ରରେ ସ୍ଥାନ ଦେବାକୁ ପ୍ରଥମେ ମନ୍ଦିର ଚତୁଃପାର୍ଶ୍ୱରୁ ଏବଂ ଠାକୁରଙ୍କ ବିଭିନ୍ନ ଅଞ୍ଚଳରେ ଥିବା ଜମି ଜବରଦଖଲ ଉଚ୍ଛେଦ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଉଦ୍ୟମ ମଙ୍ଗଳବାର ଆରମ୍ଭ ହୋଇଛି, ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ, ପୂର୍ବାହ୍ନ ୧୦ଟାରେ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ ଅଧିକାରୀ ପ୍ରଦୀପ କୁମାର ସାହୁ ଏବଂ ଅନ୍ୟ ଅଧିକାରୀ, ବିଏମ୍‌ସି, ବିଡ଼ିଏ, ଜିଏର ପ୍ରମୁଖ ଅଧିକାରୀମାନେ ମନ୍ଦିର ସମ୍ମୁଖରୁ ୩୧୬ ନମ୍ବର ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଗ୍ୟାରେଜ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟପାର୍ଶ୍ୱ ମାପଚୁପ କରିଥିଲେ। ବେଆଇନ ଭାବେ ଏହି ଅଞ୍ଚଳରେ ଗଢି ଉଠିଥିବା ଘର ଓ ବ୍ୟବସାୟ ପ୍ରତିଷ୍ଠାନର ନିର୍ଦ୍ଦିଷ୍ଟ ଦୂରତା ମଧ୍ୟରେ ଚିହ୍ନ ଦେଇଥିଲେ। କେଉଁଠି ଶ୍ରୀଲିଙ୍ଗରାଜଙ୍କ ଜମିରେ ତ କେଉଁଠି ସରକାରୀ ଜମିରେ ଏହି ବେଆଇନ ନିର୍ମାଣ ହୋଇଥିବା ଜଣାପଡିଥିଲା। ପରେ ମନ୍ଦିର ଚତୁଃପାର୍ଶ୍ୱ କୋଟିତୀର୍ଥ ଲେନ, ବିନ୍ଦୁସାଗର ଚତୁଃପାର୍ଶ୍ୱରେ ଥିବା ଜବରଦଖଲକୁ ଚିହ୍ନଟ କରାଯାଇଥିଲା।

ଜବରଦଖଲ ଉଚ୍ଛେଦ ହେଲେ ପର୍ଯ୍ୟଟକ ଆକୃଷ୍ଟ ହେବେ
ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଭଲ କଥା। ଏଥିରେ ପାତରଅନ୍ତର କରା ନ ଯାଉ। ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ସହ କୋଟିତୀର୍ଥ ଲେନ୍‌ର ଉଭୟପାର୍ଶ୍ୱରେ ଥିବା ବେଆଇନ ନିର୍ମାଣ ଓ ଜବରଦଖଲ ଉଚ୍ଛେଦ କରିବା ଦରକାର। ଏହାଦ୍ୱାରା ପୁରୀ ଭଳି ଏହି ସ୍ଥାନର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ।
-ଦିଲୀପ କୁମାର ମହାପାତ୍ର, ସ୍ଥାନୀୟ ବାସିନ୍ଦା
ଉଚ୍ଛେଦ ପ୍ରକ୍ରିୟା ପଦକ୍ଷେପ ସ୍ବାଗତଯୋଗ୍ୟ
ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ୮୦୦ ବେଆଇନ ଘର ଓ ୩୦୦ ଦୋକାନ ରହିଛି। ଜବରଦଖଲରେ ଜନପ୍ରତିନିଧି, ପ୍ରଭାବଶାଳୀ ବ୍ୟକ୍ତି, ଗଣମାଧ୍ୟମ ବ୍ୟକ୍ତି ଯିଏ ବି ଥାନ୍ତୁ, ସମସ୍ତଙ୍କ ପାଇଁ ନିୟମ ସମାନ ରହୁ। ପୁରୀ ଶ୍ରୀମନ୍ଦିର ଭଳି ଏଠାରେ ସ୍ବତନ୍ତ୍ର ଆଇନ ରହୁନାହିଁ। ଉଚ୍ଛେଦ ପ୍ରକ୍ରିୟା ସ୍ବାଗତଯୋଗ୍ୟ। ଏହାଦ୍ୱାରା ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ।
-ଗୋପାଳ ଚନ୍ଦ୍ର ବଟୁ, ସ୍ଥାନୀୟ ବାସିନ୍ଦା
ମନ୍ଦିର ଚତୁଃପାର୍ଶ୍ୱ ସଫାସୁତରା ରହିବା ଦରକାର
ବହୁତ ଜାଗା ବୁଲିଛୁ। ତେଣୁ ଶ୍ରୀଲିଙ୍ଗରାଜ ମନ୍ଦିର ମଧ୍ୟ ବୁଲି ଆସିଥିଲୁ। ଜବରଦଖଲ ଉଚ୍ଛେଦ ହଟାଇ ମନ୍ଦିର ଚତୁଃପାର୍ଶ୍ୱ ସଫା ସୁତରା ରହିବା ଦରକାର। ଐତିହ୍ୟସ୍ଥଳର ଏଣେତେଣେ ଅପରିସ୍କାର ଯୋଗୁ ପର୍ଯ୍ୟଟକମାନେ ପରିସ୍ରା କରୁଛନ୍ତି, ଯାହା ସୌନ୍ଦର୍ଯ୍ୟକରଣରେ ପ୍ରତିକୂଳ ଅବସ୍ଥା ସୃଷ୍ଟି କରୁଛି। ସରକାରଙ୍କ ପଦକ୍ଷେପ ସ୍ବାଗତଯୋଗ୍ୟ।
-ମଦନ ଗୁପ୍ତା, ପର୍ଯ୍ୟଟକ, କଲିକତା
ଜବରଦଖଲକାରୀ ସରକାରଙ୍କୁ ସହଯୋଗ କରନ୍ତୁ
ଶ୍ରୀଲିଙ୍ଗରାଜ ମନ୍ଦିର ପାରିପାର୍ଶ୍ୱିକ ଉନ୍ନତୀକରଣ ସହ ପଣ୍ଡା, ପଢିହାରୀମାନଙ୍କ ଧର୍ମ ସଂସ୍କୃତିର ଜ୍ଞାନ ବଢାଇବା ଦିଗରେ କାର୍ଯ୍ୟ କରାଯିବା ଦରକାର। ଏହାଦ୍ୱାରା ପର୍ଯ୍ୟଟନସ୍ଥଳର ମହାତ୍ମ୍ୟ ପ୍ରକୃତ ମାତ୍ରାରେ ପ୍ରତିପାଦିତ ହେବ। ଜବରଦଖଲ ଉଚ୍ଛେଦ ଦ୍ୱାରା ସ୍ଥାନୀୟ ବାସିନ୍ଦାଙ୍କ ପରୋକ୍ଷରେ ଉନ୍ନତ ହେବ। ସେଥିଲାଗି ଜବରଦଖଲରେ ଥିବା ବ୍ୟକ୍ତି ସରକାରଙ୍କୁ ସହଯୋଗ କରନ୍ତୁ।
-ଲିଙ୍ଗରାଜ ସେଠୀ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଗବେଷକ
ଐତିହ୍ୟସ୍ଥଳର ବିକାଶ ହେବ
ଅତୀତରେ ଠାକୁରଙ୍କ ନୀତିକାନ୍ତି ସହ ପ୍ରତ୍ୟକ୍ଷ ଭାବେ ଜଡିତ ଜାଗାଗୁଡିକ ଜବରଦଖଲକୁ ନେଇ ପ୍ରତିବାଦ କରିଛୁ। ବିଳମ୍ବରେ ହେଲେ ମଧ୍ୟ ସମସ୍ତ ବିଭାଗର ଉଦ୍ୟମକୁ ପ୍ରଶଂସା କରିବା ଦରକାର। ତେଣୁ ସମସ୍ତେ ଏହି କାର୍ଯ୍ୟରେ ସହଯୋଗ କଲେ ଐତିହ୍ୟ ସ୍ଥଳର ବିକାଶ ହେବ।
-ଭୀଷ୍ମ ନାରାୟଣ ନାୟକ, ଆଇନଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ବକ୍ରୀ ହେବେ ବୁଧ : ୩ ରାଶିଙ୍କ ଅଧୁରା ସ୍ବପ୍ନ ହେବ ପୂରଣ, ଭାଗ୍ୟରେ ଲାଗିବ ଲଟେରୀ, ଚାରିଆଡୁ ଆସିବ ଟଙ୍କା!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୪ ଅକ୍ଟୋବର ୨୦୨୬ରେ ବୁଧ ତୁଳା ରାଶିରେ ବକ୍ରୀ ହୋଇଛନ୍ତି। ବୁଧଙ୍କ ଏହି ଚଳନର ପ୍ରଭାବ ସମସ୍ତ ରାଶି ଉପରେ ଭିନ୍ନ ଭିନ୍ନ…

୪ ବର୍ଷ ପରେ କମ୍‌ବ୍ୟାକ, ଏବେ ଶେଷ ହୋଇଯିବ କ୍ୟାରିୟର? ଭୁବନେଶ୍ୱରଙ୍କୁ ନେଇ ସାଂଘାତିକ ବୟାନ କଲେ…

ନ୍ୟୁଜଲାଣ୍ଡ, ୨୮।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ୩ଟି ଟି-୨୦ ମ୍ୟାଚ ଭୁବନେଶ୍ୱର କୁମାରଙ୍କ ପାଇଁ ଭଲ ରହିନାହିଁ। ଆଇପିଏଲ ଏବଂ ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା: ମିଳିବନି ବର୍ଦ୍ଧିତ ପେନଶନ

ନୂଆଦିଲ୍ଲୀ,୨୮।୧୦: ଅବସର ପରେ ପ୍ରତି ମାସରେ ମିଳୁଥିବା ପେନସନ ହିଁ ଲୋକଙ୍କ ଖର୍ଚ୍ଚ ତୁଲାଇବାରେ ସାହାଯ୍ୟ କରିଥାଏ। ଏହି ପେନସନ ବଳରେ ହିଁ ଲୋକେ ନିଜ ଦୈନନ୍ଦିନ…

ଦ୍ରୁତଗାମୀ ଟ୍ରେନ ଦୁର୍ଘଟଣା; ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି

ମାଡ୍ରିଡ,୨୮।୧୦: ସ୍ପେନର କେନ୍ଦ୍ରୀୟ ଅଞ୍ଚଳ ଟୋଲେଡୋରେ ଦୁଇଟି ଦ୍ରୁତଗାମୀ ଟ୍ରେନ ମଧ୍ୟରେ ଏକ ଭୟଙ୍କର ଧକ୍କା ହୋଇଛି। ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାରେ ପ୍ରାୟ ୪୬ ଜଣଙ୍କର…

କେଉଁ ଧନ ପାଖରେ ସ୍ଥାୟୀ ହୋଇ ରହେ, ଆଉ କେଉଁ ଧନ ରହେ ନାହିଁ, ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ…

ମହାନ ରାଜନେତା, ଅର୍ଥନୀତିଜ୍ଞ ଏବଂ ଜଣେ ଦକ୍ଷ ରଣନୀତିଜ୍ଞ ଭାବରେ ଜଣାଶୁଣା ଆଚାର୍ଯ୍ୟ ଚାଣକ୍ୟ କହିଥିଲେ ଯେ, ଜୀବନରେ ସଫଳତା ହାସଲ କରିବା ପାଇଁ ଯୁବାବସ୍ଥା ଏକ…

ଜେଜେ ମା’ଙ୍କ ଶବ ସତ୍କାର କରି ତୁଠରେ ଗାଧୋଉଥିବାବେଳେ ଚାଲିଗଲା ନାତିଙ୍କ ଜୀବନ, ଲୁହରେ ଭିଜିଲା ପୂରା ଗାଁ

ଜଗନ୍ନାଥପ୍ରସାଦ,୨୮ା୧୦(ବିଭୁ ପ୍ରସାଦ ପଟ୍ଟନାୟକ): ଜେଜେ ମା’ଙ୍କ ମୃତ୍ୟୁ ପରେ ଶବ ସତ୍କାର ସାରି ତୁଠରେ ଗାଧୋଉଥିବା ସମୟରେ ପୋଖରୀରେ ବୁଡ଼ି ନାତିଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ…

‘ଅର୍ଣ୍ଣବ’ ପ୍ରଭାବ: ତପ୍ତପାଣି ଘାଟିରେ ରାସ୍ତା ବୁଡ଼ିଲା, ଯାତାୟାତ ପ୍ରଭାବିତ

ଗଞ୍ଜାମ,୨୮।୧୦ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ଥିବା ତପ୍ତପାଣି ଘାଟି ଅଞ୍ଚଳରେ ବର୍ଷା ଯୋଗୁ ସ୍ଥିତି ପ୍ରଭାବିତ ହୋଇଛି। ଜାତୀୟ…

PNB ଗ୍ରାହକଙ୍କ ପାଇଁ ବଡ଼ ଖବର: ଖାତାରେ ଟଙ୍କା ଅଛି କି? ନଭେମ୍ୱର ୧୦ରୁ ବନ୍ଦ ହୋଇଯିବ ଏସବୁ ବ୍ୟାଙ୍କ୍‌ ଆକାଉଣ୍ଟ!

ନୂଆଦିଲ୍ଲୀ,୨୮।୧୦: ଯଦି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ବା PNB ରେ ଆପଣଙ୍କର କୌଣସି ପୁରୁଣା ଆକାଉଣ୍ଟ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?