୧୦ହଜାର ଟଙ୍କା ଲାଞ୍ଚ ନେଇ ସେସୁ କିରାଣି ଗିରଫ: ସହଯୋଗ କରିଥିବା ପାନଦୋକାନୀ ମଧ୍ୟ ବନ୍ଧାହେଲେ
ପୁରୀ ଅଫିସ/କଣାସ, ୫ା୧୧(ଡି.ଏନ୍.ଏ): ପୁରୀ ଜିଲା କଣାସ ବ୍ଲକ ବିଦ୍ୟୁତ୍ ବିଭାଗ ସେସୁ ଅଧୀନରେ କାର୍ଯ୍ୟରତ କିରାଣି ସୁରେନ୍ଦ୍ର ନାୟକ ସୋମବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏକ ଟ୍ରାନ୍ସଫରମର ସ୍ଥାପନା ଲାଗି ଜନୈକ ବ୍ୟକ୍ତିଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ…
ଜନ୍ମଦିନରେ ନିଜକୁ ଏକ ହୃଦୟସ୍ପର୍ଶୀ ଚିଠି ଲେଖିଲେ ବିରାଟ କୋହଲି
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଜି ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ନିଜ ଟୁଇଟରରେ ଏକ ହାତ ଲେଖା ହୃଦୟସ୍ପର୍ଶୀ ଚିଠି ପୋଷ୍ଟ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସବୁଠୁ ରୋଚକ…
ଇଣ୍ଡିଗୋ ନେଟ୍ଓ୍ବର୍କ ସମସ୍ୟା, ଚଳାଚଳ ବାଧାପ୍ରାପ୍ତ
ଭୁବନେଶ୍ୱର,୫ା୧୧(ବ୍ୟୁରୋ): ନେଟ୍ଓ୍ବର୍କରେ ସମସ୍ୟା ଲାଗି ରହିବାରୁ ସୋମବାର ସାରା ଦେଶରେ ଇଣ୍ଡିଗୋ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କେତେକ ବିମାନ ୨ରୁ ୩ ଘଣ୍ଟା ବିଳମ୍ବରେ ଚଳାଚଳ କରିଥିବାବେଳେ ଆଉ କେତେକ ସେବାକୁ ବାତିଲ କରିଦିଆଯାଇଥିଲା। ଏଭଳି ସମସ୍ୟା ଯୋଗୁ ହଜାର…
ତାରପୁର ମହାନଦୀ ବ୍ରିଜ୍ରୁ ଡେଇଁ ବ୍ୟକ୍ତି ନିଖୋଜ
ରଘୁନାଥପୁର, ୫।୧୧(ଡି.ଏନ୍.ଏ.): ଜଗତ୍ସିଂହପୁର ଜିଲା ରଘୁନାଥପୁର ଥାନା ତାରପୁର ବାଇପାସ୍ ନିକଟ ମହାନଦୀ ବ୍ରିଜ୍ରୁ ପାଣିକୁ ଡେଇଁ ମଙ୍ଗଳବାର ସକାଳେ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି। ତାଙ୍କ ପରିଚୟ ଜଣାପଡ଼ି ନ ଥିବା ବେଳେ ତାଙ୍କୁ ପ୍ରାୟ ୫୦ ବର୍ଷ ହେବ…
ମହଙ୍ଗା ପଡ଼ିଲା ଜାଲ୍ ଆଧାର କାର୍ଡରେ ମାଗଣା ଯାତ୍ରା: ବାନ୍ଧବୀଙ୍କ ସହ ବନ୍ଧାହେଲେ ବିମାନ କର୍ମଚାରୀ
ଭୁବନେଶ୍ୱର, ୫ା୧୧(ବ୍ୟୁରୋ): ବାନ୍ଧବୀଙ୍କୁ ନିଜ ପରିବାର ସଦସ୍ୟ ଭାବେ ପ୍ରମାଣ ଦେବାକୁ ପ୍ରସ୍ତୁତ କରିଥିଲେ ଜାଲ୍ ଆଧାରକାର୍ଡ। ଉକ୍ତ କାର୍ଡ ମାଧ୍ୟମରେ ଟିକେଟ କରି କମ୍ପାନୀର ମାଗଣା ସେବା ପାଇବା ଜଣେ ବିମାନ କର୍ମଚାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଶେଷରେ ବାନ୍ଧବୀଙ୍କ…
ବିଶ୍ୱସ୍ତରୀୟ ମାନବ ସମ୍ବଳ ସୃଷ୍ଟି ଲକ୍ଷ୍ୟ’
ଭୁବନେଶ୍ୱର,୫ା୧୧(ବ୍ୟୁରୋ): ରାଜ୍ୟର ଯୁବତୀଯୁବକଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗକୁ ପ୍ରଶସ୍ତ କରିବାକୁ ରାଜ୍ୟ ସରକାର ୩ଟି ବୁଝାମଣାପତ୍ର(ଏମ୍ଓୟୁ) ସ୍ବାକ୍ଷର କରିଛନ୍ତି। ସୋମବାର ଖାରବେଳ ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟ ସରକାର ଟାଟା ଷ୍ଟ୍ରାଇଭ ଏବଂ ଟେକ୍ ମହିନ୍ଦ୍ରା…
ଓକିଲଙ୍କ ବିରୋଧରେ ତାତିଲେ ପୋଲିସ: ହେଡ୍କ୍ୱାଟର ସମ୍ମୁଖରେ ବିରୋଧ ପ୍ରଦର୍ଶନ
ନୂଆଦିଲ୍ଲୀ,୫।୧୧: ଦିଲ୍ଲୀର ତିସ୍ ହଜାରୀ କୋର୍ଟ ବାହାରେ ପୋଲିସ ଓ ଓକିଲଙ୍କ ମଧ୍ୟରେ ହୋଇଥିବା ହିଂସା ମାମଲା ଏବେ ଉଗ୍ରରୂପ ଧାରଣ କରିଛି। ମଙ୍ଗଳବାର ସକାଳେ ଦିଲ୍ଲୀର ପୋଲିସ ହେଡ୍କ୍ୱାଟର ସମ୍ମୁଖରେ ବହୁ ମାତ୍ରାରେ ପୋଲିସ ଯବାନ ଏକତ୍ରିତ ହୋଇ ବିରୋଧ…
ବସନ୍ତମଞ୍ଜରୀ ହସ୍ପିିଟାଲର ଉନ୍ନତୀକରଣ ପାଇଁ ବୈଠକ
ଭୁବନେଶ୍ୱର,୫ା୧୧(ବ୍ୟୁରୋ): ନୟାଗଡ଼ ଜିଲା ରଣପୁର ଚାନ୍ଦିପୁରସ୍ଥିତ ବସନ୍ତ ମଞ୍ଜରୀ ହସ୍ପିଟାଲର ଉନ୍ନତୀକରଣ ଦିଗରେ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ହସ୍ପିଟାଲକୁ କିଭଳି କ୍ରିୟାଶୀଳ କରାଯାଇପାରିବ ଓ ଏହାଦ୍ୱାରା…
ମହିଳା କର୍ମଚାରୀଙ୍କୁ ଅସଦାଚରଣ ମାମଲା: ଜେଲ ଗଲେ କେସିସିଏସ୍ ସଭାପତି ପ୍ରମୋଦ
କେନ୍ଦ୍ରାପଡ଼ା ଅଫିସ,୫ା୧୧: ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିବା ମାମଲାରେ କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ ସୋସାଇଟି (କେସିସିଏସ୍) ସଭାପତି ପ୍ରମୋଦ ସାହୁ ସୋମବାର ଗିରଫ ହୋଇଛନ୍ତି। କେନ୍ଦ୍ରାପଡ଼ା ଟାଉନ ଥାନାପୋଲିସ ପ୍ରମୋଦଙ୍କୁ ଏସ୍ଡିଜେଏମ୍ ଦିଗ୍ବିଜୟ ଦାଶଙ୍କ କୋର୍ଟରେ ହାଜର କରିଥିଲା। ସେଠାରେ…
କଲାମଙ୍କ ନାଁରେ ଦିଆଯାଉଥିବା ପୁରସ୍କାରର ନାଁ ପରିବର୍ତ୍ତନ କଲେ ଆନ୍ଧ୍ର ସରକାର
ଅମରାବତି,୫।୧୧: ଆନ୍ଧ୍ର ପ୍ରଦେଶର ଓ୍ବାଇଏସ୍ ଜଗନ ମୋହନ ରେଡ୍ଡି ସରକାର ଡ. ଏପିଜେ ଅବଦୁଲ କଲାମ ପ୍ରତିଭା ପୁରସ୍କାରର ନାଁ ପରିବର୍ତ୍ତନ କରିଛନ୍ତି। ଏହାକୁ ଓ୍ବାଇଏସ୍ଆର୍ ବିଦ୍ୟା ପୁରସ୍କାର ନାମ ଦିଆଯାଇଛି। ୨୦୧୯ରୁ ରାଜ୍ୟ ସରକାର ଏହି ନାଁରେ ପୁରସ୍କାର ପ୍ରଦାନ…
୬୨୮୪ ସରକାରୀ ବିଦ୍ୟାଳୟକୁ ‘ଗରିମା’ ତାମ୍ର ପୁରସ୍କାର
ଭୁବନେଶ୍ୱର, ,୫ା୧୧(ବ୍ୟୁରୋ): ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ରାଜ୍ୟର ୬୨୮୪ ସରକାରୀ ବିଦ୍ୟାଳୟ ‘ଗରିମା’ ତାମ୍ର ପୁରସ୍କାର ପାଇବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଏହି ବିଦ୍ୟାଳୟଗୁଡ଼ିକୁ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯିବ। ବିଭାଗ ପକ୍ଷରୁ…
‘ମୋ ପିତା ପୋଲିସ, କମ୍ ପାଠ ପଢିଛନ୍ତି ହେଲେ ଆପଣ ପରା ଓକିଲ ଅଧିକ ପଢିଛନ୍ତି’: ଭାଇରାଲ ହେଉଛି ମେସେଜ୍
ନୂଆଦିଲ୍ଲୀ,୫।୧୧: ଏବେ ସୋସିଆଲ ମିଡିଆରେ ଏମିତି ଏକ ମେସେଜ୍ ଭାଇରାଲ ହେବାରେ ଲାଗିଛି ଯାହା ସବୁଠି ଆସିଛି ଚର୍ଚ୍ଚାକୁ। ଦିଲ୍ଲୀର ତିସ୍ ହଜାରି କୋର୍ଟରେ ପୋଲିସ ଓ ଓକିଲଙ୍କ ମଧ୍ୟରେ ହୋଇଥିବା ହିଂସା ସହ ଏହା ଜଡିତ ବୋଲି କୁହାଯାଉଛି। ତେବେ…

