Home Left

୨୩ରୁ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବିଲି: ଯୋଗଦେବେ ୧୦ ହଜାର ପୁରାତନ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ଆସନ୍ତା ୨୩ରୁ ୨୭ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଉତ୍କଳ ବିଶ୍ୱବିଦ୍ୟାଳୟର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ଲାଟିନମ ଜୁବିଲି ପାଳନ କରାଯିବ। ଏ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ କାର୍ଯ୍ୟସୂଚୀ ନିର୍ଦ୍ଧାରଣ ହୋଇଛି। ଉକତ୍ଳ ବିଶ୍ୱବିଦ୍ୟାଳୟ ପରିସରସ୍ଥ ବିଜୁ ପଟ୍ଟନାୟକ ଖେଳପଡ଼ିିଆରେ ୨୩…

ଆଜି ବିଧାନସଭା ଘେରିବେ ୫୦ ହଜାର ବସ୍ତିବାସିନ୍ଦା

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ) : ଗୌଡ ବସ୍ତି, ବୀରବସ ବସ୍ତି, ଲକ୍ଷ୍ମୀପୁର ବସ୍ତି ଓ ଶ୍ରୀକ୍ରିଷ୍ଣ ନଗର ବସ୍ତିରେ ଥିବା ୫୦ ହଜାରରୁ ଊର୍ଦ୍ଧ୍ୱ ବସ୍ତିବାସିନ୍ଦା ଶୁକ୍ରବାର ଗୋଟିଏ ଦାବି ନେଇ ବିଧାନସଭା ଘେରାଉ କରିବେ ବୋଲି ଜଣାପଡ଼ିଛି। ସମାନ୍ତରାଳ ରାସ୍ତା କରିବା ଲାଗି…

କାଜୁ ନିଗମର ୨୦୧୭-୧୮ ଆର୍ଥିକ ବର୍ଷ ରିପୋର୍ଟ: ନଗଦ ଲାଭ ୧୪୦୧.୮୯ ଲକ୍ଷ ଟଙ୍କା

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ଓଡ଼ିଶା କାଜୁ ଉନ୍ନୟନ ନିଗମ ପକ୍ଷରୁ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ବାର୍ଷିକ ରିପୋର୍ଟ ନିକଟରେ ବିଧାନସଭାରେ ଉପସ୍ଥାପନ କରାଯାଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ନିଗମର ୧୪୦୧.୮୯ ଲକ୍ଷ ଟଙ୍କା ନଗଦ ଆୟ ହୋଇଛି। ପୂର୍ବବର୍ଷ ଏହି ଆୟ ୪୦୫.୭୪…

କେନ୍ଦ୍ରାପଡ଼ା ଜଳକ୍ଳିଷ୍ଟ ଜିଲା

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରାପଡା ଜିଲାକୁ କେନ୍ଦ୍ର ସରକାର ଜଳକ୍ଳିଷ୍ଟ ଜିଲା ବୋଲି ଘୋଷଣା କରିଛନ୍ତି। ତେଣୁ ଜଳକଷ୍ଟକୁ ଦୂର କରିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଜିଲା ଜଳନିକାସ ବିଭାଜନ ଦ୍ୱାରା ପାଟନାଳୀମାନଙ୍କରେ ୯୯…

ପାଣିରେ ପଡି ଦନ୍ତା ହାତୀ ମୃତ

ନିରାକାରପୁର,୨୨।୧୧(ଡି.ଏନ.ଏ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନ ବିଭାଗ ଅଧୀନରେ ଥିବା ବାଘେପୁଟ ମୌଜା ଖଦେଇ ଗହୀର ମଲାଗୁଣୀ ନଦୀ ପଠା ଉପରେ ପାଣିରେ ପଡି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ମୃତ ହାତୀର ବୟସ ୨୦ରୁ ୨୫ ବର୍ଷ ହେବ…

ଡିଜିପିଙ୍କ ବଦଳିକୁ ବିରୋଧୀଙ୍କ କଟାକ୍ଷ: ସତ୍‌ସାହସ ଥିଲେ ମାରିକଙ୍କ ବିରୋଧରେ ଥିବା ଲୋକପାଳ ରିପୋର୍ଟ ଦେଖାଅ

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ରାଜ୍ୟ ସରକାର ବୁଧବାର ସାରେ ହଠାତ୍‌ ଡିଜିପି ବି.କେ. ଶର୍ମାଙ୍କୁ ଦାୟିତ୍ୱରୁ ହଟାଇବା ଘଟଣାକୁ ବିରୋଧୀ କଡା ସମାଲୋଚନା କରିଛନ୍ତି। ଜଣେ ବରିଷ୍ଠ ଆଇପିଏସ୍‌ ଅଫିସରଙ୍କୁ ଏମିତି ରାତିଅଧିଆ କାଢି ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ଦାୟିତ୍ୱ ଦେବା, ପୂର୍ବତନ…

ନବନିର୍ମାଣ କୃଷକ ସଂଗଠନର ନବୀନ ନିବାସ ଘେରାଉ ଉଦ୍ୟମ: ଟୋକନ ବ୍ୟବସ୍ଥାକୁ ବିରୋଧ, ଚାଷୀ-ପୋଲିସ ଖଣ୍ଡଯୁଦ୍ଧ

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ମଣ୍ଡିରେ ଧାନ ଦେବା ପାଇଁ ଅନ୍‌ଲାଇନ୍‌ ଟୋକନ ବ୍ୟବସ୍ଥାକୁ ନେଇ ତୀବ୍ର ବିରୋଧ କରୁଛନ୍ତି ଚାଷୀ। ଏହି ବ୍ୟବସ୍ଥା ପାଇଁ ପଶ୍ଚିମ ଓଡ଼ିଶାରେ ଧାନ ସଂଗ୍ରହରେ ମୂଳରୁ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ରାଜଧାନୀ ପର୍ଯ୍ୟନ୍ତ ମାଡ଼ି…

ଅଗ୍ନି ନିରାପତ୍ତା ନିର୍ଦ୍ଦେଶାଳୟରେ ଅଦଳବଦଳ

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ରାଜ୍ୟ ସରକାର ଗୁରୁବାର ଓଡ଼ିଶା ଅଗ୍ନି ଓ ବିପର୍ଯ୍ୟୟ ପ୍ରଶମନ ଏକାଡେମୀ(ଓଏଫ୍‌ଏଡିଆରଏ)ର ନିର୍ଦ୍ଦେଶକ(ସିଏଫ୍‌ଓ) ମହେଶ୍ୱର ସ୍ବାଇଁଙ୍କୁ ଫାୟାର ପ୍ରିଭେନ୍‌ସନ ୱିଙ୍ଗ୍‌ ଅଫ୍‌ ଦ ଡାଇରେକ୍ଟୋରେଟ୍‌ ଅଫ୍‌ ଫାୟାର ସର୍ଭିସର ଅତିରିକ୍ତ ଦାୟିତ୍ୱରୁ ଅବ୍ୟାହତି ଦେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶାନାମା ଆସିବା ପର୍ଯ୍ୟନ୍ତ…

ଯାଜପୁର ମୁଖ୍ୟ ଚିକିତ୍ସାଳୟ: ଅଟୋରିକ୍ସା ଦ୍ୱାରା ଅବରୋଧ ହେଉଛି ପ୍ରବେଶ ଦ୍ୱାର

ଯାଜପୁର ଟାଉନ,୨୨।୧୧(ଡିଏନଏ): ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ମହିଳା ଓ ଶିଶୁଙ୍କ ପାଇଁ ରହିଥିବା ସ୍ବତନ୍ତ୍ର ଚିକିତ୍ସାଳୟ ପ୍ରବେଶଦ୍ୱାରରେ କେତେକ ଅଟୋ ନିୟମିତ ଭାବେ ପାର୍କିଂ କରିବା ଯୋଗୁ ରୋଗୀଙ୍କୁ ନେଇ ଆସୁଥିବା ଗାଡି ଏବଂ ଆମ୍ବୁଲାନ୍ସଗୁଡିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର…

ସ୍ଥାୟୀ ଜମିପଟ୍ଟା, ଘରଢ଼ିହ ପ୍ରଦାନ ପାଇଁ ଦାବିପତ୍ର

ଯାଜପୁର ଟାଉନ,୨୨।୧୧(ଡିଏନଏ): ଯାଜପୁର ଜିଲା ଧର୍ମଶାଳା ଅଞ୍ଜିରା ଗ୍ରାମର ଗ୍ରାମବାସୀ ଭାରପ୍ରାପ୍ତ ଜିଲାପାଳଙ୍କୁ ଗୁରୁବାର ଭେଟି ସ୍ଥାୟୀ ଜମିପଟ୍ଟା ଓ ଭୂମିହୀନଙ୍କୁ ଘରଢ଼ିହ ଦେବାକୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅଞ୍ଜିରା ପଞ୍ଚାୟତର ୧୬ଟି ଗ୍ରାମର ଗ୍ରାମବାସୀ ୧୯୫୪ ମସିହାରୁ ଜମିଦାରୀ ଉଚ୍ଛେଦ…

ଆବାସ ଯୋଜନାରେ ସହାୟତା ପ୍ରଦାନରେ ବିଳମ୍ବ: ବିଡିଓଙ୍କୁ ଦାବିପତ୍ର ଦେଲେ ହିତାଧିକାରୀ

କୋରେଇ,୨୨ା୧୧(ସ୍ବ.ପ୍ର.): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ଜହ୍ନା ପଞ୍ଚାୟତର ବହୁ ହିତାଧିକାରୀ ୧ ବର୍ଷ ହେବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ଆବାସ ଯୋଜନାରେ ଘର ନିର୍ମାଣ କରିଛନ୍ତି। ତେବେ ଗୃହ ନିର୍ମାଣ ବାବଦରେ ପ୍ରଥମ କିସ୍ତି ଟଙ୍କା…

ରାହାଡପୁର ପାହାଡ଼ରେ ଚଢ଼ାଉ: ଖାଦାନ ରାସ୍ତା କାଟି ଅଲଗା କଲା ତହସିଲ ପ୍ରଶାସନ, ହାଇୱା ସହ ୨ ଟ୍ରକ୍‌ ଜବତ

ଧର୍ମଶାଳା/ଚଢେଇଧରା.୨୨ା୧୧(ଡି.ଏନ୍‌.ଏ.): ଧର୍ମଶାଳା ତହସିଲ ଅନ୍ତର୍ଗତ ରାହାଡପୁର କଳାପଥର ପାହାଡରୁ ବେଆଇନ ପଥର ଉତ୍ତୋଳନ ରୋକିବା ନେଇ ଗୁରୁବାର ତହସିଲ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ପାହାଡରେ ବେଆଇନ ପଥର ଉତ୍ତୋଳନ ରୋକିବାକୁ ଯାଇ ୧୪୪ ଧାରା ଜାରି କରାଯାଇଛି। ହେଲେ ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?