Home Left

ବିପର୍ଯ୍ୟୟ ବେଳେ ଭରସା ‘ଆଞ୍ଚଳିକ ପ୍ରଶମନ କେନ୍ଦ୍ର’

ବାଲେଶ୍ୱର ଅଫିସ,୧୭-୯:ପ୍ରାକୃତିକ ବିପର୍ଯ୍ୟୟର ତତ୍କାଳ ମୁକାବିଲା ଲାଗି ବାଲେଶ୍ୱରଠାରୁ ୧୨କି.ମି. ଦୂର ଚାନ୍ଦିପୁର ନିକଟବର୍ତ୍ତୀ ହିଡିଙ୍ଗା ଅଞ୍ଚଳରେ ସୋମବାର ରିଜିଓନାଲ ରେସପନ୍ସ ସେଣ୍ଟର (ଆର୍‌ଆର୍‌ସି) ବା ଆଞ୍ଚଳିକ ପ୍ରଶମନ କେନ୍ଦ୍ର ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି କେନ୍ଦ୍ର ଜରିଆରେ…

ସମବାୟ ମନ୍ତ୍ରୀଙ୍କ ଅଚାନକ ଗସ୍ତ:କୋଅପରେଟିଭ ୟୁନିୟନ, ଓପୋଲଫେଡ୍‌ କାର୍ଯ୍ୟାଳୟରେ ଅଧା କର୍ମଚାରୀ ଅନୁପସ୍ଥିତ

ଭୁବନେଶ୍ୱର,୧୭-୯(ବ୍ୟୁରୋ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୋମବାର ଅପରାହ୍ନରେ ଓଡ଼ିଶା ରାଜ୍ୟ କୋଅପରେଟିଭି ୟୁନିୟନକୁ ଅଚାନକ ପରିଦର୍ଶନ କରିଥିଲେ। ମନ୍ତ୍ରୀ କାର୍ଯ୍ୟାଳୟ ବୁଲି ଦେଖିବା ସହ ଉପସ୍ଥାନ ଯାଞ୍ଚ କରିଥିଲେ। ଗସ୍ତ ସମୟରେ…

ବାପାଙ୍କ ମୃତଦେହକୁ ବାଇକ୍‌ରେ ନେଲେ ପୁଅ

ନବରଙ୍ଗପୁର/ଉମରକୋଟ,୧୭-୯(ବି.ପ୍ର./ଡି.ଏନ.ଏ):ଦେଶୀ ଚିକିତ୍ସା ପାଇଁ ବାପାଙ୍କୁ ଆଣିଥିବା ବେଳେ ମୃତ୍ୟୁ ଘଟିଥିଲା। ବାପାର ମୃତଦେହକୁ ଏକ କାଠପଟାରେ ବାନ୍ଧି ବାଇକରେ ପୁଅ ଘରକୁ ଆଣୁଥିଲେ। ଦୀର୍ଘ ୨୨ କି.ମି ପର୍ଯ୍ୟନ୍ତ ମୃତଦେହକୁ ରବିବାର ରାତିରେ ଏପରି ଧରି ଆସିବା ପରେ ନବରଙ୍ଗପୁର ଜିଲା…

୭୫ ମିଟର ଉଚ୍ଛେଦ ପାଇଁ ମାପଚୁପ ଆରମ୍ଭ

ପୁରୀ ଅଫିସ, ୧୭-୯:ଶ୍ରୀମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରିଠାରୁ ୭୫ ମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ଖାଲି କରାଯିବ। ଏହି ପରିସୀମା ଭିତରେ ଥିବା ମଠ, ଧର୍ମଶାଳା, ବାସଗୃହ, ଦୋକାନ, ହୋଟେଲ, ଲଜିଂ ସବୁ ଭଙ୍ଗାଯିବ। ଏଥିପାଇଁ ପ୍ରଥମେ ସିଂହଦ୍ୱାରକୁ…

୨ ବିଶ୍ବବିଦ୍ୟାଳୟ ହେବ ଅନୁବନ୍ଧିତ ବିଶ୍ବବିଦ୍ୟାଳୟ

ଭୁବନେଶ୍ୱର, ୧୭-୯(ବ୍ୟୁରୋ):ବଲାଙ୍ଗୀରର ରାଜେନ୍ଦ୍ର ଏକକ ବିଶ୍ବବିଦ୍ୟାଳୟ ଏବଂ ଭବାନୀପାଟଣା ଏକକ ବିଶ୍ବବିଦ୍ୟାଳୟ ଅନୁବନ୍ଧିତ(ଆଫିଲିଏଟେଡ୍‌) ବିଶ୍ବବିଦ୍ୟାଳୟ ହେବ। ରାଜ୍ୟରେ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଦୁଇଟି ବିଶ୍ୱବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟ କରିବା ପାଇଁ…

ହିନ୍ଦୀକୁ ଶାହଙ୍କ ଗୁରୁତ୍ୱ ପ୍ରସଙ୍ଗ: ୟେଦୁରାପ୍ପା, କମଲ ହାସନ୍‌ଙ୍କ ବିରୋଧ

ନୂଆଦିଲ୍ଲୀ, ୧୭ା୯ (ପି.ଟି.): ହିନ୍ଦୀକୁ ଗୁରୁତ୍ୱ ଦେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଗୋଟିଏ ରାଷ୍ଟ୍ର ଗୋଟିଏ ଭାଷା କଥା କହିଥିବାବେଳେ ଏହାକୁ ଆଞ୍ଚଳିକ ଦଳଗୁଡ଼ିକ ତୀବ୍ର ବିରୋଧ କରିଛନ୍ତି। କର୍ନାଟକ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବି.ଏସ୍‌. ୟେଦୁରାପ୍ପା ମଧ୍ୟ…

ପ୍ରମୋଦ ମିଶ୍ର, ଡୋଭାଲଙ୍କୁ ଦାୟିତ୍ୱ ବଣ୍ଟନ

ନୂଆଦିଲ୍ଲୀ,୧୭ା୯: ଓଡ଼ିଆ ଅଫିସର ପ୍ରମୋଦ କୁମାର ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଏବଂ ପି.କେ. ସିହ୍ନା ପ୍ରମୁଖ ଉପଦେଷ୍ଟା ନିଯୁକ୍ତ ହେବା ପରେ ସେମାନଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଛି। ଜାତୀୟ ନିରାପତ୍ତା ଉପଦେଷ୍ଟା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲଙ୍କୁ…

ଥାଇଲାଣ୍ଡ ମନ୍ଦିରରୁ ଉଦ୍ଧାର ୮୦ ବାଘ ମୃତ

ବ୍ୟାଙ୍କକ୍‌,୧୭ା୯(ଏଏଫପି): ଥାଇଲାଣ୍ଡର ଏକ ବିବାଦୀୟ ମନ୍ଦିରରୁ ୧୪୭ ବାଘଙ୍କୁ ଉଦ୍ଧାର କରାଯାଇ ଅନ୍ୟତ୍ର ନିଆଯାଇଥିଲା। ସେଥିରୁ ୮୦ରୁ ଊର୍ଦ୍ଧ୍ୱ ବାଘଙ୍କ ମୃତ୍ୟୁ ଘଟିଛି। ଜିନ୍‌ଗତ ସମସ୍ୟା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇଥିବା ଅଭୟାରଣ୍ୟ କର୍ତ୍ତୃପକ୍ଷ କହିଛନ୍ତି। ଥାଇଲାଣ୍ଡର କାଞ୍ଚନବୁରୀ ପ୍ରଦେଶର ଓ୍ବାଟ…

ଭାରତ, ସିଙ୍ଗାପୁର, ଥାଇଲାଣ୍ଡ ମିଳିତ ନୌସମରାଭ୍ୟାସ

ନୂଆଦିଲ୍ଲୀ,୧୭ା୯(ପି.ଟି.): ପୋର୍ଟ ବ୍ଲେୟାରରେ ସୋମବାରଠାରୁ ଭାରତ, ସିଙ୍ଗାପୁର ଓ ଥାଇଲାଣ୍ଡ ନୌସେନା ପକ୍ଷରୁ ତ୍ରିପାକ୍ଷିକ ସମରାଭ୍ୟାସ ଆରମ୍ଭ ହୋଇଛି। ଏହାବ୍ୟତୀତ ମୈତ୍ରୀ ନାମରେ ଭାରତ ଓ ଥାଇଲାଣ୍ଡ ସେନା ମଧ୍ୟରେ ଦ୍ୱିପାକ୍ଷିକ ସମରାଭ୍ୟାସ ମେଘାଳୟର ଉମ୍ରୋଇସ୍ଥିତ ଫରେନ୍‌ ଟ୍ରେନିଂ ନୋଡ୍‌ (ଏଫ୍‌ଟିଏନ୍‌)ରେ…

ୟୁପିରେ ଅନର କିଲିଂ: ଦଳିତ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ

ହର୍ଦୋଇ, ୧୭ା୯ (ପି.ଟି.): ଅନ୍ୟ ଜାତିର ଯୁବତୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଜଣେ ଦଳିତ ଯୁବକଙ୍କୁ ଜିଅନ୍ତା ଜାଳି ଦିଆଯାଇଛି। ଉତ୍ତରପ୍ରଦେଶର ହର୍ଦୋଇ ଜିଲା ଅନ୍ତର୍ଗତ ଭଦେଶାରେ ଏଭଳି ଘଟଣା ଘଟିଛି। ଅଭିଷେକ ଓରଫ୍‌ ମୋନୁ(୨୦)ଙ୍କୁ ଏକ ଘରେ ବାନ୍ଧିଦିଆଯାଇ…

ମୋଦିଙ୍କ ହ୍ୟୁଷ୍ଟନ ସମାବେଶରେ ଯୋଗଦେବେ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୭ା୯: ଭାରତ-ଆମେରିକା ସମ୍ପର୍କ ବୃଦ୍ଧି ଲାଗି ଆସନ୍ତା ରବିବାର ହ୍ୟୁଷ୍ଟନ୍‌ ସହରରେ ଅନୁଷ୍ଠିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିନନ୍ଦନ ସମାବେଶରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଯୋଗଦେବେ ବୋଲି ଜଣାପଡିଛି। ହ୍ବାଇଟ ହାଉସ୍‌ ପକ୍ଷରୁ ଏହା ଘୋଷଣା କରାଯାଇଛି। ଭାରତୀୟ…

ଫାରୁକ୍‌ ଅବଦୁଲ୍ଲା ପିଏସ୍‌ଏରେ ଅଟକ: କେନ୍ଦ୍ର ଓ ଜମ୍ମୁ-କଶ୍ମୀରକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ/ଶ୍ରୀନଗର,୧୭ା୯(ପି.ଟି.): ଜମ୍ମୁ-କଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କୁ ଅଟକ ରଖାଯିବା ନେଇ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାର ଓ ରାଜ୍ୟ ପ୍ରଶାସନକୁ ଜବାବ ମାଗିଛନ୍ତି। ଜମ୍ମୁ-କଶ୍ମୀରର ଜନସୁରକ୍ଷା ଆଇନ (ପିଏସ୍‌ଏ)ରେ ଫାରୁକ୍‌ଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri