୨୩ରୁ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବିଲି: ଯୋଗଦେବେ ୧୦ ହଜାର ପୁରାତନ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ଆସନ୍ତା ୨୩ରୁ ୨୭ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଉତ୍କଳ ବିଶ୍ୱବିଦ୍ୟାଳୟର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ଲାଟିନମ ଜୁବିଲି ପାଳନ କରାଯିବ। ଏ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ କାର୍ଯ୍ୟସୂଚୀ ନିର୍ଦ୍ଧାରଣ ହୋଇଛି। ଉକତ୍ଳ ବିଶ୍ୱବିଦ୍ୟାଳୟ ପରିସରସ୍ଥ ବିଜୁ ପଟ୍ଟନାୟକ ଖେଳପଡ଼ିିଆରେ ୨୩ ତାରିଖ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ଲାଟିନମ୍‌ ଜୁବିଲି ଉତ୍ସବକୁ ଉଦ୍‌ଘାଟନ କରିବେ। ସମ୍ମାନିତ ଅତିଥି ଭାବେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଯୋଗଦେବେ। ୨୪ ତାରିଖରେ ପୁରାତନ ଛାତ୍ରୀଛାତ୍ରଙ୍କ ମହାମିଳନ ଆୟୋଜନ ହେବ। ଏଥିରେ ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରୀଛାତ୍ର ଯୋଗଦେବେ ବୋଲି ସୂଚନା ମିଳିଛି। ସକାଳ ୯ଟାରୁ ୧୦ଟା ୪୫ ପର୍ଯ୍ୟନ୍ତ ପୁରାତନ ଛାତ୍ରୀଛାତ୍ରମାନେ ସେମାନଙ୍କ ବିଭାଗ ପରିଦର୍ଶନ କରିବେ। ଆଲୁୁମିନି ବିଭାଗ ଆବାହକ ତଥା ପୂର୍ବତନ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ। ସମ୍ମାନିତ ଅତିଥି ଭାବେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଏମ୍‌ପି ଅଚ୍ୟୁତ ସାମନ୍ତ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡେଇ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ ଯୋଗଦେବେ। ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ‘ଇଣ୍ଡଷ୍ଟ୍ରି ଆଣ୍ଡ ଏକାଡେମିଆ କନେକ୍ଟ: ରିସର୍ଚ୍ଚ, ପ୍ଲେସମେଣ୍ଟ ଓ କ୍ୟାମ୍ପସ ଡେଭଲପମେଣ୍ଟ’ ବିଷୟରେ ଆଲୋଚନା ହେବ। ୨୫ତାରିଖ ସକାଳେ ଅଭିଭାବକମାନେ ଛାତ୍ରୀଛାତ୍ରଙ୍କ ବିଭିନ୍ନ ବିଭାଗ ଓ ହଷ୍ଟେଲ ବୁଲିବେ। ପୂର୍ବାହ୍ନରେ ଅଭିଭାବକ, ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ନେଇ ଏକ ସମ୍ମିଳନୀ ଆୟୋଜନ ହେବ। ବିହାରସ୍ଥ ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ପ୍ରଫୁଲ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ସମ୍ମିଳନୀରେ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ଚନ୍ଦ୍ରଭାନୁ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସମ୍ମାନିତ ଅତିଥି ଭାବେ ପ୍ରଫେସର ଅଶୋକ ଦାସ, ଆଇଏଏସ୍‌ ମଧୁସୂଦନ ପାଢୀ ଏବଂ ଶାଶ୍ୱତ ମିଶ୍ର ଯୋଗଦେବେ। ଅପରାହ୍ନରେ ସେମାନେ ବିଭିନ୍ନ ହଷ୍ଟେଲ ଓ କ୍ୟାମ୍ପସ ବୁଲିବାର କାର୍ଯ୍ୟକ୍ରମ ରହିଛି। ୨୬ରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆଲୋଚନାଚକ୍ର, ବକ୍ତୃତା, କୁଇଜ, କ୍ୟାମ୍ପସ ସଫେଇ ଓ ସାମାଜିକ ଦାୟିତ୍ୱବୋଧ ଆଦି ସଂକ୍ରାନ୍ତ କାର୍ଯ୍ୟକ୍ରମ ହେବ। ସନ୍ଧ୍ୟାରେ ମୁଖ୍ୟ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଶେଷ ଦିବସରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରଭାତ ଫେରି, ଚାରାରୋପଣ, ରକ୍ତଦାନ ଶିବିର ଆଦି କରାଯିବ। ଉଦଯାପନୀ ଉତ୍ସବରେ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ଯୋଗଦେବେ। ଏହି ଅବସରରେ ଅନ୍ତର୍ଜାତୀୟ କାର୍ଯ୍ୟାଳୟର ଓ୍ବେବସାଇଟ ରୁରାଲ ଟେକ୍ନୋଲୋଜି ପାର୍କର ଉଦ୍‌ଘାଟନ କରାଯିବ ବୋଲି ସ୍ଥିର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ

ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଶୋଇଥିବାବେଳେ ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା…

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପାଣ୍ଡା ଛକ ନିକଟ ଉଲୁକପଲ୍ଲୀ ସାହିର ସୁରେନ୍ଦ୍ର ସାହୁଙ୍କ ଘରେ ବୁଧବାର ବିଳମ୍ବିତ…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri