ନବନିର୍ମାଣ କୃଷକ ସଂଗଠନର ନବୀନ ନିବାସ ଘେରାଉ ଉଦ୍ୟମ: ଟୋକନ ବ୍ୟବସ୍ଥାକୁ ବିରୋଧ, ଚାଷୀ-ପୋଲିସ ଖଣ୍ଡଯୁଦ୍ଧ

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ମଣ୍ଡିରେ ଧାନ ଦେବା ପାଇଁ ଅନ୍‌ଲାଇନ୍‌ ଟୋକନ ବ୍ୟବସ୍ଥାକୁ ନେଇ ତୀବ୍ର ବିରୋଧ କରୁଛନ୍ତି ଚାଷୀ। ଏହି ବ୍ୟବସ୍ଥା ପାଇଁ ପଶ୍ଚିମ ଓଡ଼ିଶାରେ ଧାନ ସଂଗ୍ରହରେ ମୂଳରୁ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ରାଜଧାନୀ ପର୍ଯ୍ୟନ୍ତ ମାଡ଼ି ଆସିଛନ୍ତି। ଗୁରୁବାର ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ବିଶାଳ ଚାଷୀ ଶୋଭାଯାତ୍ରା ରେଳଷ୍ଟେଶନରୁ ବାହାରି ନବୀନ ନିବାସ ଅଭିମୁଖେ ଯାଉଥିଲା। ଟୋକନ ବ୍ୟବସ୍ଥା ତୁରନ୍ତ ପ୍ରତ୍ୟାହାର ଦାବି କରିବା ସହ ବିଭିନ୍ନ ସ୍ଲୋଗାନ ଦେଇ ପୁରୁଷ ଓ ମହିଳା ଚାଷୀମାନେ ଆଗକୁ ବଢ଼ୁଥିବାବେଳେ ଶିଶୁ ଭବନ ଛକରେ ପୋଲିସ ଅଟକାଇଥିଲା। ଫଳରେ ଚାଷୀ-ପୋଲିସ ମଧ୍ୟରେ ବହୁ ସମୟ ଧରି ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା। ଚାଷୀମାନେ ପୋଲିସ ବ୍ୟାରିକେଡ୍‌ ଭାଙ୍ଗି ଆଗକୁ ଯିବାକୁ ଉଦ୍ୟମ କରିଥିଲେ। ଶିଶୁ ଭବନ ଛକରେ ଏକପ୍ରକାର ଖଣ୍ଡଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାରୁ ପୋଲିସ ଶେଷରେ ବିକ୍ଷୋଭକାରୀଙ୍କ ଉପରେ ବଳ ପ୍ରୟୋଗ କରିଥିଲା। ଚାଷୀ ନେତା ତଥା ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ଭାରତ ଓ ଯୁବ ଛାତ୍ର ସଂଗଠନ ସଭାପତି ମନୱର ଅଲ୍ଲୀଙ୍କ ସମେତ ବହୁ ଚାଷୀଙ୍କୁ ଉଠାଇ ନେଇ ଗିରଫ କରିଥିଲା।
ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିଲେ ହେଁ ଏଠାରେ ଚାଷୀଙ୍କ ପ୍ରସ୍ତାବ ଓ ସମସ୍ୟାକୁ ଗୁରୁତ୍ୱ ନ ଦେଇ ପ୍ରଶାସନ ସବୁବେଳେ ଆଇନକୁ ଲଦି ଦେବାକୁ ଉଦ୍ୟମ କରୁଛି। ଚାଷୀ ବିରୋଧୀ ଆଇନକାନୁନକୁ ତିଳେମାତ୍ର ବରଦାସ୍ତ କରାଯିବ ନାହିଁ। ସେହିପରି ରାଜ୍ୟ ସଂଯୋଜକ ଶେଷଦେବ କହିଛନ୍ତି, ମଣ୍ଡି ପରିଚାଳନା ବାବଦରେ ଆସୁଥିବା କୋଟି କୋଟି ଟଙ୍କା ହରିଲୁଟ୍‌ ହେଉଛି। କିନ୍ତୁ ଏହା ଉପରେ ରାଜ୍ୟ ସରକାର କେବେ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ମୌଳିକ ଆବଶ୍ୟକତାକୁ ଚାଷୀଙ୍କଠାରୁ ଦୂରେଇବାକୁ ଚେଷ୍ଟା ଚଳାଇଛନ୍ତି। ଆଗାମୀ ୭ଦିନ ମଧ୍ୟରେ ଯଦି ସରକାର ଟୋକନ କେନ୍ଦ୍ରୀକରଣ ହଟାଇବା ପଦକ୍ଷେପରୁ ଓହରି ନ ଯାଆନ୍ତି, ଭବିଷ୍ୟତରେ ଏକ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି। ଆନ୍ଦୋଳନରେ ସଂଗଠନର ରାଜ୍ୟ ସହ ସଂଯୋଜକ ନିମାଇଁ ରାୟ, କେନ୍ଦୁଝର ଜିଲା ସଂଯୋଜକ ଲକ୍ଷ୍ମୀଧର ପ୍ରଧାନ, ସୁରେଶ ମାନସିଂହ, ସୁରେନ୍ଦ୍ରନାଥ ମହାରଣା, ସୁଧାକର ପରିଡ଼ା, ଦୁର୍ଗାପ୍ରସାଦ ଦାସ, ମହେଶ୍ୱର ଜେନା, ମମତା ନାଥ, ଦୀନେଶ ଦାସ, ମଧୁମିତା ସାମଲ, ଗୋବିନ୍ଦ ମହାପାତ୍ର, ସୁବାସ ପଣ୍ଡା, ଅଶ୍ୱିନୀ ଜେନା, ମୀନା କୁମାରୀ ସାହୁ, ଜୟନ୍ତୀ ତ୍ରିପାଠୀ, ଜଟାଧାରୀ ସ୍ବାଇଁ, ନିରଞ୍ଜନ ପ୍ରଧାନ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri