ସୁପରହିଟ୍ ଫିଲ୍ମର କିଛି ଭୁଲ ଦୃଶ୍ୟ
ବଲିଉଡ୍ରେ ପ୍ରତି ଶୁକ୍ରବାର କିଛି ନା କିଛି ଫିଲ୍ମ ରିଲିଜ୍ ହୋଇଥାଏ। ସେଥିମଧ୍ୟରୁ କିଛି ସିନେମା ବକ୍ସ ଅଫିସରରେ ଭଲ ବ୍ୟବସାୟ କରୁଥିବା ବେଳେ ଆଉ କିଛି ଖରାପ ବ୍ୟବସାୟ କରିଥାଏ। ପ୍ରାୟ ସିନେମାରେ କିଛି ନା କିଛି ଭୁଲ ହୋଇଥାଏ,…
ବାହୁବଳୀ ବିଧାୟକଙ୍କ ଶୁଟର ପୁଅ ଆବ୍ବାସଙ୍କ ଘରେ ଚଢ଼ାଉ
ଲକ୍ଷ୍ନୌ,୧୮।୧୦: ଉତ୍ତରପ୍ରଦେଶ ମଉର ବାହୁବଳୀ ବିଧାୟକ ମୁଖ୍ତାର ଅନସାରୀଙ୍କ ପୁଅ ଆବ୍ବାସ ଅନସାରୀଙ୍କ ଦିଲ୍ଲୀସ୍ଥିତ ବାସଭବନରେ ପୋଲିସ ଚଢ଼ାଉ କରିଛି। ଆବ୍ବାସଙ୍କ ଘରୁ କୋଟି କୋଟି ଟଙ୍କାର ଦେଶୀ ଓ ବିଦେଶୀ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସୂଚନାଯୋଗ୍ୟ, ଗୁରୁବାର ବସନ୍ତକୁଞ୍ଜରେ ଥିବା…
ଧାମନଗର ବିଡିଓଙ୍କୁ ଗାଳିଗୁଲଜ କରିବା ଅଭିଯୋଗ: ଧାରଣାରେ ବସିଲେ ବ୍ଲକ, ତହସିଲ କର୍ମଚାରୀ
ଧାମନଗର,୧୮।୧୦(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ବିଡିଓଙ୍କୁ ଅଫିସ ମଧ୍ୟରେ ପଶି ଗାଳିଗୁଲଜ କରିବା ଅଭିଯୋଗରେ ଧାମନଗର ତହସିଲ ଏବଂ ବ୍ଲକ କର୍ମଚାରୀମାନେ ଶୁକ୍ରବାର ନିଜ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ବ୍ଲକ ଅଧିକାରୀଙ୍କୁ ଗାଳିଗୁଲଜ କରିଥିବା ନେଇ ଥାନାରେ ମଧ୍ୟ ଅଭିଯୋଗ…
ସାହିତ୍ୟ ପତ୍ରିକା ‘ନବନୀତାର ଶାରଦୀୟ’ ସଂଖ୍ୟା ଉନ୍ମୋଚିତ
ବଲାଙ୍ଗୀର ଅଫିସ, ୧୮।୧୦: ବଲାଙ୍ଗୀର ସର୍କିଟ ହାଉସଠାରେ ସାହିତ୍ୟ ପତ୍ରିକା ‘ନବନୀତାର ଶାରଦୀୟ’ ସଂଖ୍ୟା ଶୁକ୍ରବାର ଉନ୍ମୋଚିତ ହୋଇଯାଇଛି। ଜିଲାପାଳ ଅରିନ୍ଦମ ଡାକୁଆ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉନ୍ମୋଚନ କରିଛନ୍ତି । ପ୍ରକାଶକ ରାଜେଶ ଝାଙ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ…
ରାଞ୍ଚିରେ ଟେଷ୍ଟ: ଧୋନୀଙ୍କୁ ଅପେକ୍ଷା
ରାଞ୍ଚି,୧୮।୧୦- ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଏଠାରେ ରବିବାରଠାରୁ ୩ୟ ଟେଷ୍ଟ ଖେଳାଯିବ। ଏହା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ହୋମ ଗ୍ରାଉଣ୍ଡ। ବିଶ୍ୱକପ୍ର ସେମିଫାଇନାଲରୁ ଭାରତୀୟ ଦଳର ବିଦାୟ ପରେ କ୍ରିକେଟ ପଡ଼ିଆକୁ ଫେରି…
ସେଓ ଭର୍ତ୍ତି ଟ୍ରକ୍ରେ ନିଆଁ ଲଗାଇଲେ ଆତଙ୍କବାଦୀ
ଶ୍ରୀନଗର,୧୮।୧୦: ଜମ୍ମୁ-କଶ୍ମୀର ସୋପୋରେ ଶୁକ୍ରବାର ସକାଳେ ପୁଣି କିଛି ଆତଙ୍କବାଦୀ ସେଓ ବ୍ୟବସାୟୀଙ୍କ ଉପରକୁ ଆକ୍ରମଣ କରିଛନ୍ତି। ସେଓ ଭର୍ତ୍ତି ଥିବା ଏକ ଟ୍ରକ୍ରେ ସେମାନେ ନିଅଁା ଲଗାଇଦେଇଛନ୍ତି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି।…
ଇର୍ଫାନଙ୍କ ନୂଆ ଇନିଂସ
ଏକଦା ଭାରତୀୟ କ୍ରିକେଟ ଦଳର ନିର୍ଭରଯୋଗ୍ୟ ଅଲରାଉଣ୍ଡର ବିବେଚିତ ହେଉଥିବା ଇରଫାନ ପଠାନଙ୍କ ଖେଳ କ୍ୟାରିୟର ପ୍ରାୟତଃ ଶେଷ ପର୍ଯ୍ୟାୟରେ। ବର୍ତ୍ତମାନ ଜମ୍ମୁ ଓ କଶ୍ମୀର ଦଳର କୋଚ୍ ଦାୟିତ୍ୱ ନିର୍ବାହ କରୁଛନ୍ତି ଏହି ବାମହାତୀ ଷ୍ଟାଇଲିଶ୍ ଖେଳାଳି। ତାଙ୍କ କ୍ୟାରିୟର…
ଗୋଟିଏ ବର୍ଷରେ ସର୍ବାଧିକ ଶତକ
ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଅଧିକ ସଂଖ୍ୟାରେ ଶତକ ହାସଲ କରିବା ନିଶ୍ଚିତ ଭାବେ ଏକ ବଡ଼ ସଫଳତା। ଏଥିରେ ସଚିନ ତେନ୍ଦୁଲକର, ରିକି ପଣ୍ଟିଂ, ବିରାଟ କୋହଲି ସବୁଠାରୁ ଆଗରେ ରହିଛନ୍ତି … କ୍ରିକେଟରେ ଶତକ ହାସଲ କରିବା ଏକ ସ୍ବତନ୍ତ୍ର…
ଶରଦ ଅରବିନ୍ଦ ବୋବଡେ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି
ନୂଆଦିଲ୍ଲୀ,୧୮।୧୦: ସୁପ୍ରିମକୋର୍ଟ ନୂଆ ପ୍ରଧାନ ବିଚାରପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆସନ୍ତା ନଭେମ୍ବର ୧୭ ତାରିଖରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଅବସର ନେବେ। ତାଙ୍କ ପରେ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ…
କ୍ରିକେଟରରୁ ବିସିସିଆଇ ଅଧ୍ୟକ୍ଷ
ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ହେବା ନିଶ୍ଚିତ ହୋଇଛି। ଜଣେ କ୍ରିକେଟରରୁ ଏହି ହାଇପ୍ରୋଫାଇଲ ପଦ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ବେଶ୍ ସଂଘର୍ଷପୂର୍ଣ୍ଣ… ବିଶ୍ୱ କ୍ରିକେଟରେ ସୌରଭ ଗାଙ୍ଗୁଲିଙ୍କ ପରିଚୟ ଦେବାର କୌଣସି ଆବଶ୍ୟକତା ନାହିଁ। ଭାରତୀୟ କ୍ରିକେଟକୁ…
ଅଲିମ୍ପିକ୍ସ ଓ ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତା : ପଦକ ବିଜେତା ଦମ୍ପତି
ବିଶ୍ୱସ୍ତରୀୟ ଆଥ୍ଲେଟିକ୍ସ ଇଭେଣ୍ଟରେ କେତେଜଣ କ୍ରୀଡ଼ାବିତ୍ ଦମ୍ପତି ପଦକ ହାସଲ କରି ବିରଳ କୃତିତ୍ୱର ଅଧିକାରୀ ହୋଇଛନ୍ତି। ଏମିଲ ଜାଟୋପେକ ଏବଂ ଡାନା ଜାଟୋପେକଙ୍କଠାରୁ ୧୯୫୨ ଅଲିମ୍ପିକ୍ସରୁ ଆରମ୍ଭ ହୋଇଥିବା ଏହି ଧାରାକୁ ୨୦୧୯ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍ରେ ମାଇକେଲ ଉଇବୋ…
ତେଜୁଛି ଆନ୍ଦୋଳନ : ସିଡିଏମ୍ଓଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବି, ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର
ସୁନ୍ଦରଗଡ଼,୧୮।୧୦(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍ଓ) ଡା.ପଙ୍କଜ କୁମାର ପଟେଲଙ୍କ ବିରୋଧରେ ଅନ୍ୟାୟ ଭାବେ ହୋଇଥିବା ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବିରେ ଡାକ୍ତରମାନେ ଗତ ୧୫ ତାରିଖରୁ କଳାବ୍ୟାଜ୍ ପିନ୍ଧି ପ୍ରତୀକ ଧର୍ମଘଟ ଚଳାଇଆସୁଛନ୍ତି। ଗୁରୁବାର ସନ୍ଧ୍ୟାରେ କାର୍ଯ୍ୟରତ ଡାକ୍ତର,…
Archives


