ଯୋଗୀଙ୍କୁ ଭେଟିଲେ ଅଦିତି ସିଂ, ଭାଜପାରେ ଯୋଗ ଦେବା ନେଇ ଚର୍ଚ୍ଚା
ଲକ୍ଷ୍ନୌ,୧୮।୧୦: ଉତ୍ତରପ୍ରଦେଶର କଂଗ୍ରେସ ବିଧାୟିକା ଅଦିତି ସିଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ଫଳରେ ସେ ଭାଜପାରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି। ଏନେଇ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁ କହିଛନ୍ତି, ଯେଉଁ ଲୋକ ନିଜ…
ରେଲୱେ କଲ୍ୟାଣ ମଣ୍ଡପ ପଛପଟୁ ମୃତଦେହ ଉଦ୍ଧାର: ପରିଚୟ ଅସ୍ପଷ୍ଟ
ଜଟଣୀ,୧୮।୧୦(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅନ୍ତର୍ଗତ ରେଳୱେ କଲ୍ୟାଣ ମଣ୍ଡପ ପଛପଟୁ ଶୁକ୍ରବାର ସକାଳେ ଏକ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ଜଣାପଡ଼ି ନାହିଁ। ଦୁର୍ଗନ୍ଧ ହେଉଥିବାରୁ ୨ରୁ୩ ଦିନ ପୂର୍ବରୁ ଏହି ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।…
ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ୍ ତାର: ସଂସ୍ପର୍ଶରେ ଆସି ବାପା, ବଡ଼ ପୁଅ ମୃତ, ସାନ ଗୁରୁତର
ଅମରପାଲି, ୧୮।୧୦(ଡି.ଏନ୍.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ପିତାମହୁଲ ଗ୍ରାମରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଯନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାପା ଓ ବଡ଼ ପୁଅଙ୍କ ମୃତ୍ୟୁ…
ବିଜେପୁର ଉପନିର୍ବାଚନ : ପ୍ରଚାର ମୈଦାନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ
ବରଗଡ଼ ଅଫିସ,୧୮।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ସନତ କୁମାର ଗଡ଼ତିଆଙ୍କ ପାଇଁ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ବରପାଲି ବ୍ଲକ ମହଦାରୁ ସେ ପ୍ରଚାର ଆରମ୍ଭ କରି ପଦଯାତ୍ରାରେ ବିଭିନ୍ନ ଗ୍ରାମକୁ ଯାଇ…
ଆରୋଗ୍ୟ ନ ହେବା ଭଳି ରୋଗରେ ପୀଡିତ କଂଗ୍ରେସ: ମୋଦି
ସୋନିପଥ,୧୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପ୍ରଚାରରେ ଯାଇଛନ୍ତି। ହରିୟାଣା ସୋନିପଥର ଗୋହାନାଠାରେ ସେ ଏକ ଜନସଭାକୁ ସମ୍ବୋଧନ ଦେବା ଅବସରରେ କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି। ସେ କହିଛନ୍ତି ହରିୟାଣାବାସୀ କଂଗ୍ରେସର ଅହଂକାରକୁ ମାଟିରେ…
ପିଏମସି ଦୁର୍ନୀତିର ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୮।୧୦: ପଞ୍ଜାବ-ମହାରାଷ୍ଟ୍ର ସମବାୟ(ପିଏମସି) ବ୍ୟାଙ୍କ ଦୁର୍ନୀତିର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଆବେଦନକାରୀଙ୍କୁ ହାଇକୋର୍ଟରେ ପିଟିଶନ ଦାଖଲ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଦ୍ୱାରା ଗଠିତ ଖଣ୍ଡପୀଠ ଅନୁଚ୍ଛେଦ ୩୨ ଅନୁଯାୟୀ ଏହି ମାମଲାର…
ଜିଲା ଗସ୍ତ କରିବେ ବରିଷ୍ଠ କୃଷି ଅଧିକାରୀ
ଭୁବନେଶ୍ୱର,୧୮।୧୦(ବ୍ୟୁରୋ) : ରାଜ୍ୟ ସରକାର ନେଉଥିବା ନିଷ୍ପତ୍ତି ଓ ଯୋଜନାଗୁଡ଼ିକ ତୃଣମୂଳ ସ୍ତରରେ ଚାଷୀମାନଙ୍କ ନିକଟରେ ପହଞ୍ଚୁଛି କି ନାହିଁ। ଏହାର ଫାଇଦା ସେମାନଙ୍କୁ କେତେ ମିଳୁଛି। ଯୋଜନାଗୁଡ଼ିକ ଠିକ କାର୍ଯ୍ୟକାରୀ ହେଉଛି କି ନାହିଁ। ଏ ସବୁର ତଦାରଖ କରିବେ…
ବାରାଣସୀ, ଅଯୋଧ୍ୟା ଉପରେ ରହିଛି ଆତଙ୍କବାଦୀଙ୍କ ନଜର
ଗୋରଖପୁର,୧୮।୧୦: ନେପାଳ ସୀମା ଅତିକ୍ରମ କରି ଉତ୍ତର ପ୍ରଦେଶର ଗୋରଖପୁର ଦେଇ ଭାରତରେ କେତେଜଣ ଆତଙ୍କବାଦୀ ପ୍ରବେଶ କରିବା ସୂଚନା ମିଳିବା ପରେ, ଗୋରଖପୁର ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ତେବେ ଗୁଇନ୍ଦା ସଂସ୍ଥାକୁ ମିଳିଥିବା…
ସମସ୍ତ ରାସ୍ତାକୁ ଖାଲଖମାରୁ ମୁକ୍ତ କରିବାକୁ ଯୋଗୀ ସରକାରଙ୍କ ନିର୍ଦ୍ଦେଶ
ଲକ୍ଷ୍ନୌ,୧୮।୧୦: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଦେଶର ସମସ୍ତ ରାସ୍ତାକୁ ଖାଲଖମାରୁ ମୁକ୍ତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଲୋକଭବନରେ ଆୟୋଜିତ ହୋଇଥିବା ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଖରାପ ସଡ଼କକୁ ନେଇ କ୍ରୋଦ୍ଧ ପ୍ରକାଶ କରିଥିଲେ। ଏଥିସହ ସେ…
ଗାଙ୍ଗୁଲିଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ତୁଳନା କଲେ ଅଖତର
କରାଚୀ,୧୮।୧୦- ପୂର୍ବତନ ପାକିସ୍ତାନ ସ୍ପିଡ୍ଷ୍ଟାର ଶୋଏବ ଅଖତର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ନୂଆ ଅଧ୍ୟକ୍ଷ ହେବାକୁ ଯାଉଥିବା ସୌରଭ ଗାଙ୍ଗୁଲିଙ୍କୁ ସମର୍ଥନ କରିଛନ୍ତି। ଏହା ଏକ ଭଲ ଖବର କହିବା ସହ ଗାଙ୍ଗୁଲିଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ…
ଏହି ଶାଗ ଉଚ୍ଚ ରକ୍ତଚାପ, ଡାଇବେଟିସ କରିଥାଏ ଦୂର
ଶୀତଦିନରେ ବଜାରରେ ବିଭିନ୍ନ ଶାଗ ମିଳିଥାଏ। ଶାଗ ଖାଇଲେ ନାନା ରୋଗ ଦୂର ହୋଇଥାଏ। ଶାଗଗୁଡ଼ିକ ମଧ୍ୟରୁ ମେଥି ଶାଗ ସ୍ବାସ୍ଥ୍ୟ ପାଇଁ ବହୁ ଉପକାରୀ। ଏଥିରେ ପ୍ରୋଟିନ୍, ଫାଇବର୍, ଭିଟାମିନ୍ ସି’, ନିୟାସିନ୍, ଆଇରନ୍, ଫଲିକ୍ ଏସିଡ୍, ମ୍ୟାଗ୍ନେସିୟମ, କପର…
୨୦୨୦ ଅକ୍ଟୋବର ୨ ସୁଦ୍ଧା ଗ୍ରାମାଞ୍ଚଳରୁ ବ୍ୟାନ୍ ହେବ ପ୍ଲାଷ୍ଟିକ୍
ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ଏବେ ରାଜ୍ୟର ସମସ୍ତ ପୌରାଞ୍ଚଳରେ ପ୍ଲାଷ୍ଟିକ୍କୁ ବ୍ୟାନ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ୨୦୨୦ ଅକ୍ଟୋବର ୨ ତାରିଖ ସୁଦ୍ଧା ଗ୍ରାମାଞ୍ଚଳରୁ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ପୁରା ବ୍ୟାନ୍ ହେବ। ଏନେଇ ଶୁକ୍ରବାର ପରିବେଶ ବିଭାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।…
Archives


