Home Left

ପୁରୀ-ବାରିପଦା ମଧ୍ୟରେ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର,୫।୧(ବ୍ୟୁରୋ): ନିୟମିତ ଟ୍ରେନ୍‌ରେ ମାତ୍ରାଧିକ ଭିଡ଼ ଯୋଗୁ ପୁରୀଠାରୁ ବାରିପଦାର ଭଞ୍ଜପୁରକୁ ଏକ ସ୍ପେଶାଲ ସାପ୍ତାହିକ ଟ୍ରେନ୍‌ ଚାଲିବ। ପ୍ରତୀକ୍ଷା ତାଲିକା (ଓ୍ବେଟିଂ ଲିଷ୍ଟ)ରେ ରହୁଥିବା ଟିକେଟଧାରୀଙ୍କୁ ଏହି ସ୍ପେଶାଲ ଟ୍ରେନରେ ନିଶ୍ଚିତ ଟିକେଟ ସୁବିଧା ମିଳିପାରିବ। ଏହି ପୁରୀ-ଭଞ୍ଜପୁର ସ୍ପେଶାଲ(୦୮୦୯୨)…

ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ: ଏନ୍‌ସିପିକୁ ମିଳିଲା ଅର୍ଥ ଓ ଗୃହ

ମୁମ୍ବାଇ,୫।୧ପି.ଟି.): ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ କରାଯାଇଛି। ଏହି ତାଲିକା ଶନିବାର ସନ୍ଧ୍ୟାରେ ରାଜ୍ୟପାଳ ଭଗତ୍‌ ସିଂ କୋଶିୟାରୀଙ୍କ ନିକଟକୁ ପଠାଯାଇଥିବା ଏନ୍‌ସିପି ନେତା ତଥା ମନ୍ତ୍ରୀ ଜୟନ୍ତ ପାଟିଲ ପ୍ରକାଶ କରିଛନ୍ତି। ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧଭାବେ ଘୋଷଣା କରାଯିବ।…

ଭୟାବହ ହେଉଛି ଜଙ୍ଗଲ ନିଆଁ

ମେଲବୋର୍ନ,୫।୧(ପି.ଟି.): ଅଷ୍ଟ୍ରେଲିଆରେ ଜଙ୍ଗଲ ନିଆଁ ଭୟାବହ ଦୁର୍ବିପାକରେ ପରିଣତ ହୋଇଛି। ନ୍ୟୁ ସାଉଥ୍‌ଓ୍ବେଲ୍ସ, ଭିକ୍ଟୋରିଆ, ଦକ୍ଷିଣ ଅଷ୍ଟ୍ରେଲିଆରେ ଜଙ୍ଗଲ ନିଆଁ ଭୟଙ୍କର ଭାବେ ମାଡ଼ି ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ ସେଠାକୁ ୩୦୦୦ ସୈନ୍ୟଙ୍କ ସମେତ ବିମାନ ଓ ଜାହାଜ ପଠାଇଛନ୍ତି।…

ରେଳଷ୍ଟେଶନ ବିଲ୍ଡିଂ ଭୁଶୁଡ଼ି ୫ ଆହତ

କୋଲକାତା,୫।୧: ପଶ୍ଚିମବଙ୍ଗର ବଦ୍ଧର୍ର୍ମାନ ରେଳଷ୍ଟେଶନ ସମ୍ମୁଖ ଭାଗ ବିଲ୍ଡିଂ ଶନିବାର ରାତିରେ ଆଂଶିକ ଭୁଶୁଡ଼ି ପଡ଼ିବାରୁ ୫ ବ୍ୟକ୍ତି ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ଅନେକେ ଭଗ୍ନସ୍ତୂପ ତଳେ ଚାପିହୋଇ ରହିଥିବା ବେଳେ…

ନାନ୍‌କାନା ସାହିବ୍‌ ଗୁରୁଦ୍ୱାର ଆକ୍ରମଣ ଘଟଣା: ପାକିସ୍ତାନ ବିରୋଧରେ ବିକ୍ଷୋଭ

ନୂଆଦିଲ୍ଲୀ/ଚଣ୍ଡିଗଡ଼,୫।୧(ପି.ଟି.):ପାକିସ୍ତାନର ନାନ୍‌କାନା ସାହିବସ୍ଥିତ ଗୁରୁଦ୍ୱାର ଉପରେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣ ଘଟଣାକୁ ବିରୋଧ କରି ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାଜପା ସଦସ୍ୟମାନେ ପାକିସ୍ତାନ ବିରୋଧରେ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ପାକ୍‌ ଦୂତାବାସ ଅଭିମୁଖେ ଯାଉଥିବାବେଳେ ସେମାନଙ୍କୁ…

ସୋଲେମାନୀଙ୍କ ଶେଷକୃତ୍ୟ ସମ୍ପନ୍ନ

ବାଗଦାଦ,୫।୧(ଏଏଫ୍‌ପି): କୁଦ୍‌ସ ବାହିନୀର କମାଣ୍ଡର ମେଜର ଜେନେରାଲ କାସିମ ସୋଲେମାନୀଙ୍କ ଶେଷକୃତ୍ୟ ଶନିବାର ସମ୍ପନ୍ନ ହୋଇଛି। ଏଥିରେ ହଜାର ହଜାର ଇରାକୀ ଯୋଗଦେଇ ‘ଆମେରିକା ମୁର୍ଦ୍ଦାବାଦ’ ସ୍ଲୋଗାନ ଦେଇଥିଲେ। କଫିନ୍‌ ଶୋଭାଯାତ୍ରାରେ ଇରାକ ପ୍ରଧାନମନ୍ତ୍ରୀ ଆଦେଲ ଅବ୍‌ଦେଲ ମହଦିଙ୍କ ସମେତ ବହୁ…

ଜଗତ୍‌ସିଂହପୁର ନିୟନ୍ତ୍ରିତ ବଜାର କମିଟିର ୪୧ତମ ଅଧିବେଶନ: ୧୨ କୋଟି ଟଙ୍କାର ବଜେଟ ଘୋଷଣା

ଜଗତ୍‌ସିଂହପୁର ଅଫିସ, ୫ା୧: ଜଗତ୍‌ସିଂହପୁର ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି)ର ୪୧ତମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଆର୍‌ଏମ୍‌ସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ୨୦୧୯-୨୦ ବର୍ଷ (ନଭେମ୍ବରରୁ ଅକ୍ଟୋବର) ପାଇଁ ପାଖାପାଖି ୧୨ କୋଟି ଟଙ୍କାର ବଜେଟ୍‌ (ଆୟ ଅଟକଳ) ପ୍ରସ୍ତୁତ…

ନୋବେଲ ବିଜେତା ଅର୍ଥନୀତିଜ୍ଞ ଏରିକ ମାକ୍ସିନଙ୍କ ଆହ୍ବାନ; ସବୁ ଦେଶ ମିଶି ଆର୍ଥତ୍କ ସଙ୍କଟର ସାମ୍ନା କରନ୍ତୁ

ନୂଆଦିଲ୍ଲୀ,୫-୧: ବିଶ୍ୱସ୍ତରରେ ଏବେ ଜଳବାୟୁ ପରିବର୍ତ୍ତନ ଏବଂ ଆର୍ଥତ୍କ ସଙ୍କଟ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏହି ସମସ୍ୟାକରୁ ବାହାରକୁ ଆସିବା ପାଇଁ ସବୁ ଦେଶ ମିଳିତ ହୋଇ ଲଢିବାର ଆବଶ୍ୟକତା ରହିଛି। ନୋବେଲ ବିଜେତା ଅର୍ଥନୀତିଜ୍ଞ ଏରିକ ମାକ୍ସିନ…

ପୌରପାଳିକା ସ୍କ୍ବାଡ୍‌ର ଚଢ଼ାଉ: ଏକ କୁଇଣ୍ଟାଲ ପଲିଥିନ, ପ୍ଲାଷ୍ଟିକ ଜବତ

ଅନୁଗୋଳ ଅଫିସ, ୫।୧ – ଅନୁଗୋଳ ପୌର ପରିଷଦ ପକ୍ଷରୁ ଶନିବାର ଚଢ଼ାଉ କରାଯାଇ ଲକ୍ଷ୍ମୀ ବଜାରରୁ ଏକ କୁଇଣ୍ଟାଲ ପଲିଥିନ ଓ ପ୍ଲାଷ୍ଟିକ ଜବତ କରାଯାଇଛି। ଏହାର ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ହେବ ବୋଲି ନିର୍ବାହୀ ଅଧିକାରୀ…

ହୃଦ୍‌ରୋଗୀଙ୍କ ପାଇଁ ଉପକାରୀ ଚେରି

ଚେରି ସ୍ବାସ୍ଥ୍ୟ ପକ୍ଷେ ଖୁବ୍‌ ଭଲ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଜାଣନ୍ତୁ ଏହାର ଉପକାରୀ ଗୁଣ ସମ୍ପର୍କରେ… – ଏଥିରେ କାର୍ବୋହାଇଡ୍ରେଟ୍‌, ଭିଟାମିନ ‘ଏ’, ଭିଟାମିନ ‘ବି’ ଏବଂ ଭିଟାମିନ ‘ସି’, ବିଟାକିରୋଟିନ, କ୍ୟାଲ୍‌ସିୟମ ଏବଂ ପୋଟାସିୟମ ପ୍ରଚୁର ପରିମାଣର…

ଶୀଘ୍ର ହୋଇପାରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି

ଓ୍ବାଶିଂଟନ,୫-୧: ଭାରତ ଏବଂ ଆମେରିକା ଶୀଘ୍ର ବାଣିଜି୍ୟକ ଚୁକ୍ତି ସ୍ବାକ୍ଷର କରିପାରନ୍ତି। ଦୁଇ ଦେଶ ଏହି ଚୁକ୍ତିରେ ସାମିଲ ହେବା ନେଇ ନିକଟତର ହୋଇଛନ୍ତି। ଚୁକ୍ତି ସ୍ବାକ୍ଷରିତ ହେଲେ ଦୁଇ ମଧ୍ୟରେ ବ୍ୟବସାୟ ସୁଗମ ହେବା ନେଇ ଆଶା କରାଯାଉଛି। ଭାରତ…

ୟୁଏସ୍‌-ଇରାନ ତିକ୍ତତା;ଭାରତ ଅର୍ଥବ୍ୟବସ୍ଥା ଲାଗି ଦ୍ୱୈତ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୫-୧: ଶୁକ୍ରବାର ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌)ର ଏୟାରଷ୍ଟ୍ରାଇକ ଯୋଗୁ ଇରାନ ଶୀର୍ଷ ସେନାଧିକାରୀ ଜେନେରାଲ କାସିମ ସୋଲେମାନୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିଯୋଗୁ ଦୁଇଦେଶ ମଧ୍ୟରେ ତିକ୍ତତା ବଢିଯାଇଛି। ଏହାର ପ୍ରଭାବ ଅନ୍ତର୍ଜାତୀୟ ତୈଳ ବଜାର ଉପରେ ଗଭୀର ଭାବେ ପରିଲକ୍ଷିତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?