ରୋହିତଙ୍କ ଦ୍ୱିଶତକ: ଖେଳ ରୋକିଲା ଖରାପ ଆଲୋକ
ରାଞ୍ଚି,୨୦।୧୦- ଏଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନ ମଧ୍ୟ ଖରାପ ଆଲୋକ ଯୋଗୁ ଶୀଘ୍ର ଖେଳ ବନ୍ଦ ହୋଇଯାଇଛି। ଭାରତୀୟ ଦଳ ତା’ର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୨୪/୩ରୁ ବ୍ୟାଟିଂ ଆରମ୍ଭ…
ନେପାଳ ସୀମା ଦେଇ ଉତ୍ତର ପ୍ରଦେଶ ଆସୁଛନ୍ତି ଆତଙ୍କବାଦୀ
ଲକ୍ଷ୍ନୌ,୨୦।୧୦: ଆଗାମୀ ଦୀପାବଳିରେ ଉତ୍ତର ପ୍ରଦେଶର ପ୍ରମୁଖ ସହରରେ ଆକ୍ରମଣ ଯୋଜନା କରି ନେପାଳ ସୀମା ଦେଇ ଆତଙ୍କବାଦୀ ଉତ୍ତର ପ୍ରଦେଶରେ ପ୍ରବେଶ କରୁଥିବା ଅନୁମାନ କରାଯାଉଛି। ଏହାକୁ ନଜରରେ ରଖି ଶୁକ୍ରବାର କାନପୁର ଏଡିଜି ପ୍ରେମ ପ୍ରକାଶ ପୋଲିସ ଓ…
ଭାଇରାଲ ହେଉଛି ଭାଜପା ନେତାଙ୍କ ବିବାଦୀୟ ବୟାନ
ହରିୟାଣା,୨୦।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ସୋମବାର ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଏହା ପୂର୍ବରୁ ଜଣେ ଭାଜପା ନେତାଙ୍କ ବିବାଦୀୟ ବୟାନ ଭାଇରାଲ ହେବାରେ ଲାଗିଛି। ବଖଶିଶ ସିଂ ଭିର୍କ ନାକ ଏହି ଭାଜପା ନେତା ଜଣଙ୍କ ଭୋଟରଙ୍କୁ…
ଜମ୍ମୁ-କଶ୍ମୀରରୁ ଟ୍ରାନ୍ସଫର୍ ହେବେ ଲଦାଖ ବାସିନ୍ଦା ୩୮୦ ପୋଲିସ
ନୂଆଦିଲ୍ଲୀ,୨୦।୧୦: ଜମ୍ମୁ-କଶ୍ମୀରରେ ମୁତୟନ ଥିବା ୩୮୦ ପୋଲିସଙ୍କୁ ଲଦାଖକୁ ଟ୍ରାନ୍ସଫର କରାଯିବ। ସେମାନେ ଲଦାଖର ବାସିନ୍ଦା। ଲଦାଖରେ ବିଭିନ୍ନ ଅଞ୍ଚଳ ସମ୍ପର୍କରେ ଭଲଭାବେ ସେମାନେ ପରିଚିତ ଥିବାରୁ ସୁରକ୍ଷା କାର୍ଯ୍ୟ ସୁଦୃଢ଼ ହୋଇପାରିବ। ସୂଚନାଯୋଗ୍ୟ, ଏନେଇ ୩୮୫ ପୋଲିସଙ୍କ ଟ୍ରାନ୍ସଫର ପାଇଁ…
ଆସୁଛି ଦୀପାବଳି: ରାସ୍ତା କଡ଼ରେ ଦୀପର ପସରା
ଭବାନୀପାଟଣା,୨୦।୧୦(ଡି.ଏନ୍.ଏ.): ଆଲୋକର ପର୍ବ ଦୀପାବଳି। ଏହି ପର୍ବରେ ଦୀପର ମହତ୍ତ୍ୱ ଗୁରୁତ୍ୱପୂର୍ଣ୍ଣ। ତେବେ ଏହି ପର୍ବ ପାଖେଇ ଆସୁଥିବାରୁ କଳାହାଣ୍ଡି ଜିଲା ଭବାନୀପାଟଣା ଅଞ୍ଚଳରେ ମାଟି ଦୀପର ପସରା ରାସ୍ତା କଡ଼ରେ ଦେଖିବାକୁ ମିଳିଛି। ମାଟି ଦୀପ ବିକି କୁମ୍ଭାରମାନେ ମଧ୍ୟ…
ରିଲିଜ୍ ହେଲା ‘ଦ ଅନସଙ୍ଗ ଓ୍ବାରିୟର’ର ନୂଆ ପୋଷ୍ଟର
ମୁମ୍ବାଇ: ପୁଣି ଥରେ ବଡ ପରଦାରେ କାଜଲ ଓ ଅଜୟ ଦେବଗନଙ୍କ ଯୋଡି ଦେଖିବାକୁ ମିଳିବ। ଅଜୟ ଦେବଗନ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ‘ଦ ଅନସଙ୍ଗ ଓ୍ବାରିୟର’ର ନୂଆ ପୋଷ୍ଟର ଶେୟାର କରିଛନ୍ତି। ଓମ ରାଉତ ଏହାର ନିର୍ଦ୍ଦେଶନା ଦେଉଥିବା ବେଳେ…
ସେହ୍ବାଗ ପାଳିଲେ ଜନ୍ମଦିନ
ନୂଆଦିଲ୍ଲୀ,୨୦।୧୦- ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ ରବିବାର ୪୧ତମ ଜନ୍ମଦିନ ପାଳନ କରିଛନ୍ତି। ନିଜ କ୍ରିକେଟିଂ କ୍ୟାରିୟରରେ ବୋଲରଙ୍କ ଦୁଃସ୍ବପ୍ନ ପାଲଟିଥିବା ସେହ୍ବାଗ ଭାରତ ପାଇଁ ସମସ୍ତ ଫର୍ମାଟରେ ମ୍ୟାଚ୍ ଓ୍ବିନର ଥିଲେ। ଏକମାତ୍ର ଭାରତୀୟ ଭାବେ ଟେଷ୍ଟରେ ଦୁଇ…
ବଡ ପରଦାରେ ରୋମାନ୍ସ କରିପାରନ୍ତି ଅନୁଷ୍କା-ହ୍ରିତିକ
ମୁମ୍ବାଇ: ବଲିଉଡ୍ କୁଇନ୍ ଅନୁଷ୍କା ଶର୍ମା ବେଶ୍ କିଛିଦିନ ହେବ ବଡ ପରଦାଠାରୁ ଦୂରରେ ଥିବା ବେଳେ ଏବେ ପୁଣିଥରେ ସେ ଫେରିବେ ବୋଲି ଶୁଣିବାକୁ ମିଳୁଛି। ବଲିଉଡ୍ରେ ଏବେ ରିମେକର ଜମାନା ଚାଲିଥିବା ବେଳେ ୧୯୮୨ରେ ଅମିତାଭ ବଚ୍ଚନଙ୍କ ଫିଲ୍ମ…
୧୨ ତାଲିବାନ୍ ଆତଙ୍କବାଦୀ ନିହତ: ୧୬ ସାଧାରଣ ଲୋକ ମୁକ୍ତ
କାବୁଲ,୨୦।୧୦: ଆଫଗାନିସ୍ତାନରେ ମିଳିତ ସୁରକ୍ଷାବଳଙ୍କୁ ଏନ୍ କାଉଣ୍ଟରରେ ୧୨ ତାଲିବାନ୍ ଆତଙ୍କବାଦୀ ନିହତ ହୋଇଛନ୍ତି। ତାଲିବାନ୍ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ହୋଇଥିବା ୧୬ ଜଣ ସାଧାରଣ ଲୋକଙ୍କୁ ମିଳିତ ସୁରକ୍ଷାକର୍ମୀ ମୁକ୍ତ କରିଛନ୍ତି। ବାଘଲାନ୍ ପ୍ରଦେଶର ଉତ୍ତର ଅଞ୍ଚଳରେ ଜାରି ରହିଥିବା…
ସୁନା ମଣିଷ: ପ୍ରତିଦିନ ପିନ୍ଧନ୍ତି ୫ କି.ଗ୍ରା.ରୁ ଅଧିକ ସୁନା
ପ୍ରତିଦିନ ସେ ପିନ୍ଧନ୍ତି ୫ କି.ଗ୍ରା.ରୁ ଅଧିକ ଓଜନର ସୁନା। ବେକରେ ମୋଟା ମୋଟା ସୁନାର ଚେନ୍, ହାତରେ ସୁନାର କଙ୍କଣ ସହ ୧୦ ଆଙ୍ଗୁଳିରେ ୧୦ଟି ବଡ଼ ବଡ଼ ସୁନାର ମୁଦି, ତାସହ ସୁନାର ଘଣ୍ଟା। କେବଳ ସେତିତି ନୁହେଁ…
ଗଛରେ ପିଟିହେଲା ବାଇକ୍ : ୨ ଯୁବକ ମୃତ
ସିମୁଳିଆ,୨୦।୧୦(ଡି.ଏନ୍.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମାର୍କୋଣା ଅଞ୍ଚଳରେ ଲକ୍ଷ୍ମୀପୂଜା ଅବସରରେ ଅପେରା ଦେଖିବା ପାଇଁ ଆସି ଦୁଇ ଯୁବକ ରବିବାର ଭୋର୍ ୪ଟାରେ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ତେବେ ବାଇକ୍ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଫଳରେ…
୩ ଜଣ ଯାତ୍ରୀଙ୍କୁ ନେଇ ୧୫ ଶହ ୮୧ କିମି ଯାତ୍ରା କଲା ଟ୍ରେନ୍
ଫିରୋଜପୁର,୨୦।୧୦: ପାର୍ବଣ ଋତୁରେ ଯାତ୍ରୀଙ୍କ ସୁବିଧା ପାଇଁ ରେଳ ବିଭାଗ ପକ୍ଷରୁ ବିଭିନ୍ନ ସ୍ପେଶାଲ ଟ୍ରେନ୍ ଯାତ୍ରା କରିଥାଏ। ଚଳିତ ପାର୍ବଣ ଋତୁରେ ପଞ୍ଜାବର ଫିରୋଜପୁରରୁ ବିହାରର ଦରଭଙ୍ଗା ପର୍ଯ୍ୟନ୍ତ ସ୍ପେଶାଲ ଟ୍ରେନ୍ ଆରମ୍ଭ ହୋଇଛି। ଶୁକ୍ରବାର ଟ୍ରେନ୍ଟି ଯାତ୍ରା ଆରମ୍ଭ…
Archives


