Home Left

ସିଦ୍ଧୁଙ୍କୁ ଖୋଜିଲେ ଇମ୍ରାନ୍‌: ଭିଡିଓ ଭାଇରାଲ

ଇସ୍‌ଲାମାବାଦ,୧୦।୧୧: କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ଶନିବାର କରତାରପୁର କରିଡର ଉଦ୍‌ଘାଟନ ଦିବସରେ ଯୋଗ ଦେଇଥିଲେ। ସେହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ପାକିସ୍ତାନ ପ୍ରଧାନମନ୍ତ୍ରୀ…

ଟ୍ରାଫିକ୍‌ ଜାମ୍‌ରେ ଫଶିବାରୁ ଏହି ବ୍ୟକ୍ତି ନିଜେ ତିଆରି କଲେ ହେଲିକପ୍ଟର

ଦିନକୁ ଦିନ ରାସ୍ତାଘାଟରେ ଗାଡ଼ିମୋଟର ସଂଖ୍ୟା ବଢ଼ିଚାଲିଛି। ଫଳରେ ଟ୍ରାଫିକ ସମସ୍ୟା ଦେଖାଦେବାରୁ ଲୋକେ ଠିକ୍‌ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରୁନାହାନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ଜଣେ ବ୍ୟକ୍ତି ନିଜେ ହେଲିକପ୍ଟର ତିଆରି କରୁଛନ୍ତି। ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ରହୁଥିବା…

ଏମିତି ଦେଶ ଯେଉଁଠି ଏପରି କଲେ ହୁଏ ମୃତ୍ୟୁ…

ପଶ୍ଚିମ ଆଫ୍ରିକାର ରହିଛି ଏକ ଛୋଟ ଦେଶ ବେନିନ୍‌। ଏଠାରୁ ହଁି କଳାଯାଦୁର ଆରମ୍ଭ ହୋଇଥିଲା ବୋଲି ଲୋକେ କୁହନ୍ତି । ଏଠାରେ ବାସ କରନ୍ତି ଇଗୁନଗୁନ ଜନଜାତି । ଇଗୁନଗୁନ ଜନଜାତିର କୌଣସି ବ୍ୟକ୍ତି ଯଦି କାହାକୁ ଛୁଇଁଦିଅନ୍ତି ତେବେ…

ଫସର ଫାଟିଲା ଯୋଜନା: ପିସିସି ସଭାପତି ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି କହିଲେ ଜିତେନ୍ଦ୍ର ସିଂହ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପରିବର୍ତ୍ତନକୁ ନେଇ କିଛି ଦିନ ତଳେ କଂଗ୍ରେସର କିଛି ନେତା ଏକାଠି ହୋଇଥିଲେ। ହେଲେ ଏବେ ସେମାନଙ୍କୁ ଶକ୍ତ ଧକ୍କା ଲାଗିଛି। ବର୍ତ୍ତମାନ ସଭାପତି ଥିବା ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ଲାଗି ସେମାନେ କରିଥିବା…

ଏଟିଏମ୍‌ରୁ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ସମବାୟ ବ୍ୟାଙ୍କ ଅସ୍ଥାୟୀ କର୍ମଚାରୀ, ସହଯୋଗୀ ଗିରଫ

ବଲାଙ୍ଗୀର ଅଫିସ,୧୦।୧୧: ବଲାଙ୍ଗୀର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ଜମାକାରୀଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ଘଟଣାର ରବିବାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ସମବାୟ ବ୍ୟାଙ୍କର ଜଣେ ଅସ୍ଥାୟୀ କର୍ମଚାରୀ ନୀଳମଣି ତ୍ରିପାଠୀ ଓ ତାଙ୍କ ସହଯୋଗୀ ସ୍ବାଗତ କୁମାର…

ଧବଳେଶ୍ୱର ପୀଠରେ ୬୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଭିଡ଼

ଖୁଣ୍ଟୁଣୀ,୧୦।୧୧(ଡି.ଏନ୍‌.ଏ.): ବଡ଼ଓଷା ଉପଲକ୍ଷେ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କଠାରେ ରବିବାର ୬୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଆଜି ପ୍ରତ୍ୟୁଷରେ ଠାକୁରଙ୍କ ପହଡ଼ ଖୋଲିବା ପରେ ମଙ୍ଗଳ ଆଳତି ଓ ପରେ ସ୍ନାନ ନୀତି ଏବଂ ବଡ଼ସିଂହାର ବେଶ ଅନୁଷ୍ଠିତ…

ଚାଲିରୁ ଜାଣନ୍ତୁ ବ୍ୟକ୍ତିତ୍ୱ

ମନୁଷ୍ୟର ଚାଲିଚଳଣ ଏବଂ ଭାବଭଙ୍ଗୀରୁ ବ୍ୟକ୍ତିତ୍ୱ ସମ୍ପର୍କରେ ଅନେକ କଥା ଜାଣିହୁଏ। ତେବେ ଆସନ୍ତୁ ଜାଣିବା ବ୍ୟକ୍ତିଙ୍କ ଚାଲି ତାଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ କ’ଣ ସୂଚନା ଦିଏ… * ଶୀଘ୍ର ଶୀଘ୍ର ଚାଲୁଥିବା ବ୍ୟକ୍ତିମାନେ ସର୍ବଦା ଏନର୍ଜେଟିକ୍‌ ଥା’ନ୍ତି। ଏହି ବ୍ୟକ୍ତିମାନେ…

ଆତଙ୍କବାଦୀ ଆକ୍ରମଣ ଆଶଙ୍କାକୁ ନେଇ ଡୋଭାଲଙ୍କ ଜରୁରୀ ବୈଠକ

ନୂଆଦିଲ୍ଲୀ,୧୦।୧୧: ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ପ୍ରକାଶ ପାଇବାର ୨୪ ଘଣ୍ଟା ନ ପୂରୁଣୁ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲଙ୍କ ଘରେ ବସିଛି ଏକ ସ୍ବତନ୍ତ୍ର ବୈଠକ। ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ ଭାରତରେ ବଡ ଧରଣର ଆକ୍ରମଣ…

ମହମ୍ମଦ୍‌ଙ୍କ ବାଣୀ ସମାଜରେ ସଦ୍‌ଭାବନା ଓ ଶାନ୍ତି ସୃଷ୍ଟି କରୁ: ମୋଦି

ନୂଆଦିଲ୍ଲୀ,୧୦।୧୧: ମହାପୁରୁଷ ମହମ୍ମଦ୍‌ଙ୍କ ବାଣୀ ସମାଜରେ ସଦ୍‌ଭାବନା ଓ ଶାନ୍ତି ସୃଷ୍ଟି କରୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଲାଦ୍‌-ଉନ୍‌-ନବୀ ଅବସରରେ ରବିବାର ଟୁଇଟ୍‌ କରି ଜଣାଇଛନ୍ତି। ଦେଶବାସୀଙ୍କୁ ମୋଦି ଏହି ଦିନର ମହାନତା ସମ୍ପର୍କରେ ଅବଗତ କରାଇ ଏଭଳି କହିଛନ୍ତି।…

ସଚିନଙ୍କୁ ପଛରେ ପକାଇଲେ ଶେଫାଳି

ସେଣ୍ଟ ଲୁସିଆ,୧୦।୧୧(ପି.ଟି.)- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ନାମରେ ଥିବା ୩୦ ବର୍ଷର ପୂରୁଣା ରେକର୍ଡ ଭାଙ୍ଗିଛନ୍ତି ୧୫ ବର୍ଷୀୟା ଶେଫାଳି ବର୍ମା। ସେ ଦେଶର ସର୍ବକନିଷ୍ଠ ଖେଳାଳି ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏଠାରେ ଓ୍ବେଷ୍ଟଇଣ୍ଡିଜ ମହିଳା…

ଜ୍ୟାକଲିନଙ୍କ ସହ ମନଖୋଲି ନାଚିଲେ ଭାଇଜାନ୍‌

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଏବେ ତାଙ୍କ ଡ୍ୟାନ୍ସ ପାଇଁ ଅଛନ୍ତି ଚର୍ଚ୍ଚାରେ। ଏବେ ସେ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ଦବଙ୍ଗ ୩ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଚଳିତବର୍ଷ ଖ୍ରୀଷ୍ଟମାସରେ ଏହା ରିଲିଜ୍‌ ହେବାକୁ ଥିବା ବେଳେ ଏବେଠାରୁ…

ଜୟପୁର କମିଶନରେଟ୍‌ରେ ଇଣ୍ଟରନେଟ୍‌ ସେବା ସୋମବାର ପର୍ଯ୍ୟନ୍ତ ବନ୍ଦ

ଜୟପୁର,୧୦।୧୧: ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜସ୍ଥାନ ଜୟପୁର କମିଶନରେଟ୍‌ରେ ସୋମବାର ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଏଠାରେ ଶନିବାର ପୂର୍ବାହ୍ନ ୧୦ଟାଠାରୁ ଇଣ୍ଟରନେଟ୍‌ ସେବାକୁ ୨୪…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri