ଡାକ୍ତରଙ୍କ ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ: ବାରିପଦା ମେଡିକାଲ କଲେଜରେ ଉତ୍ତେଜନା, ଥାନାରେ ଅଭିଯୋଗ କଲେ ମହିଳାଙ୍କ ସ୍ବାମୀ

ବାରିପଦା ଅଫିସ,୧।୨- ଡାକ୍ତରଙ୍କ ଅବହେଳାରୁ ମୃତଶିଶୁ ଜନ୍ମ। ପ୍ରସବ ସ୍ବାଭାବିକ ହେବ କହି ଶେଷରେ ମୃତଶିଶୁ ଜନ୍ମ ଦେଇଥିଲେ ଗର୍ଭବତୀ। ଏଥିସହ ପ୍ରସବ କରାଇବାକୁ ସମ୍ପୃକ୍ତ ଚିକିତ୍ସକ ଓ କର୍ମଚାରୀ ଲାଞ୍ଚ ମାଗିଥିଲେ। ଏଭଳି ଏକ ସଙ୍ଗିନ୍‌ ଅଭିଯୋଗ ମୟୂରଭଞ୍ଜ ଜିଲ୍ଲା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରୁ ଆସିଥିବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମୃତଶିଶୁକୁ ନେଇ ମେଡିକାଲରେ ଉତ୍ତେଜନା ସୃଷ୍ଟି ହୋଇଛି।

ବାରିପଦା ସଦର ଥାନା ଅନ୍ତର୍ଗତ ସମାଖୁଣ୍ଟା ବ୍ଲକ ପାଇକସବା ଗ୍ରାମପଞ୍ଚାୟତ ଅଞ୍ଚଳର ବଜ୍ରତୁଣ୍ଡି ଗାଁର ଚନ୍ଦନ ବେହେରାଙ୍କ ସ୍ତ୍ରୀ ସୁରେଖା ଗର୍ଭବତୀ ଥିଲେ। ଗତ ବୁଧବାର ସୁରେଖାଙ୍କ ଗର୍ଭଯନ୍ତ୍ରଣା ହେବାରୁ ତାଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ମହିଳାଙ୍କ ପ୍ରସବ ସ୍ବାଭାବିକ ହେବ କହି ଡାକ୍ତର ଓ ନର୍ସମାନେ ସୁରେଖାଙ୍କ ସମ୍ପର୍କୀୟଙ୍କୁ ଆଶ୍ୱାସନା ଦେଇଥିଲେ। ଏପରିକି ଡାକ୍ତର ଦିନ ଗଡେଇବା ସହ ସୁରେଖାଙ୍କ ଯନ୍ତ୍ରଣା ବଢିବାରେ ଲାଗିଥିଲା। ଏଣୁ ପରିବାର ଲୋକେ ଅସ୍ତ୍ରୋପଚାର କରିବାକୁ ଡାକ୍ତରଙ୍କୁ କହିଥିଲେ। ତଥାପି ଡାକ୍ତର ସ୍ବାଭାବିକ ପ୍ରସବ ହେବ କହି ସେମାନଙ୍କ ଅନୁରୋଧକୁ ଏଡାଇ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ସମ୍ପର୍କୀୟ। ଫଳରେ ଶନିବାର ଏକ ମୃତଶିଶୁକୁ ଜନ୍ମ ଦେଇଥିଲେ ସୁରେଖା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବାବେଳେ, ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛନ୍ତି। ଅପରପକ୍ଷେ ଏହି ଘଟଣାକୁ ନେଇ ସୁରେଖାଙ୍କ ସ୍ବାମୀ ଚନ୍ଦନ ବେହେରା ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ସମ୍ପୃକ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାକ୍ଷୀ ମଉକାରେ ଚଉକା: ସ୍ତ୍ରୀଙ୍କୁ ବାପଘରେ ଛାଡ଼ିବାକୁ ଯାଉଥିଲେ ସ୍ବାମୀ, ବାଟରେ ମିଠା କିଣିବାକୁ ପଠାଇ ପ୍ରେମିକ ସହ…

ପାଟନା,୨୮।୮: ବିହାରର ମଧେପୁରା ଜିଲାରୁ ରକ୍ଷାବନ୍ଧନ ଦିନ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପତ୍ନୀଙ୍କୁ ତାଙ୍କ ବାପଘରେ ଛାଡ଼ିବା ପାଇଁ ବାଇକରେ ନେଇ ଯାଉଥିବା ଜଣେ…

ଭୋଟର ତାଲିକାରୁ ଶତାଧିକ ଯୋଗ୍ୟ ନାଗରିକଙ୍କ ନାଁ କାଟିବାକୁ ଷଡ଼ଯନ୍ତ୍ର, ଅଭିଯୋଗ ଆଣି ବିଜେଡି କହିଲା…

ଧାମନଗର,୨୮ା୮(ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଏନଏସି ଅଞ୍ଚଳରେ ଶତାଧିକ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍‌ ଦେବା ପାଇଁ ଜାଲିଆତି ଓ ଷଡ଼ଯନ୍ତ୍ର…

ମରିଗଲା ମାନବିକତା! ନେପାଳ ବନ୍ୟାରେ ଭାସିଆସିଥିବା ମୃତଦେହରୁ ଅଳଙ୍କାର ଲୁଟିଲେ ଯୁବକ, ଭିଡିଓ ଭାଇରାଲ ପରେ…

କାଠମାଣ୍ଡୁ,୨୮।୮: ନେପାଳରେ ବିନାଶକାରୀ ବନ୍ୟା ଯୋଗୁ ହଜାର ହଜାର ପରିବାର ପ୍ରଭାବିତ ହୋଇଛନ୍ତି। ଲୋକେ ନିଜ ଜୀବନ ବଞ୍ଚାଇବା ସହ ପରସ୍ପରକୁ ସାହାଯ୍ୟ କରୁଥିବା ବେଳେ ଏହାରି…

୯୦୦ ମନ୍ଦିରର ରହସ୍ୟମୟ ପର୍ବତ! ସୂର୍ଯ୍ୟାସ୍ତ ହେଉ ହେଉ ଦେଖାଯା’ନ୍ତି…

ଭାରତରେ ଅନେକ ସୁନ୍ଦର ପାର୍ୱତ୍ୟ ସ୍ଥଳ ରହିଛି, କିନ୍ତୁ ଗୁଜରାଟର ଶତ୍ରୁଞ୍ଜୟ ପର୍ୱତ ନିଜର ଆଧ୍ୟାତ୍ମିକ ଓ ଧାର୍ମିକ ବିଶେଷତା ପାଇଁ ଏକ ସ୍ୱତନ୍ତ୍ର ପରିଚୟ ବହନ…

ରେଭେନ୍ସା ବିଶ୍ବବିଦ୍ୟାଳୟ ବିବାଦ; ସମୂହ ଛୁଟିରେ ଗଲେ ଅଧ୍ୟାପକ

କଟକ,୨୮।୮(ପ୍ରଭୁକଲ୍ୟାଣ ପାଲ): ସମୁହ ଛୁଟିରେ ଗଲେ ରେଭେନ୍ସା ଅଧ୍ୟାପିକା ଓ ଅଧ୍ୟାପକ । ଏହାସହ କୁଳପତିଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି । ରେଭେନ୍ସା ୟୁନିଭରସିଟି ଟିଚର୍ସ…

କ’ଣ ରାକ୍ଷୀରେ ଭାଇଙ୍କ ଠାରୁ ମିଳୁଥିବା ଟଙ୍କାରୁ ସରକାର ନିଅନ୍ତି ଟ୍ୟାକ୍ସ? ଜାଣନ୍ତୁ କେତେ ଟଙ୍କା ନେଲେ…

ନୂଆଦିଲ୍ଲୀ,୨୮।୮: ରକ୍ଷାବନ୍ଧନ ପର୍ୱ ଭାଇ-ଭଉଣୀଙ୍କ ପବିତ୍ର ସ୍ନେହ ଓ ପ୍ରେମର ପ୍ରତୀକ। ଏହି ଦିନ ଭଉଣୀମାନେ ଭାଇଙ୍କ ହାତରେ ରାଖି ବାନ୍ଧିଥାନ୍ତି ଏବଂ ବଦଳରେ ଭାଇ ସେମାନଙ୍କୁ…

ଥରିଲା ଚାଇନା: ଭୟରେ ଲୋକେ ଦୌଡ଼ିଲେ

ବେଜିଂ,୨୮।୭: ଦକ୍ଷିଣ-ପଶ୍ଚିମ ଚାଇନାର ସିଚୁଆନ ପ୍ରଦେଶରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଚାଇନା ଭୂକମ୍ପ ନେଟୱାର୍କସ ସେଣ୍ଟର (CENC) ଅନୁଯାୟୀ, ଲଙ୍ଗଚାଙ୍ଗ ସହରରେ ୫.୧ ତୀବ୍ରତାର ଭୂକମ୍ପ…

ଖାତାକୁ ଗଲା ସୁଭଦ୍ରା ଟଙ୍କା, ତୁରନ୍ତ ଚେକ୍‌ କରନ୍ତୁ ଆକାଉଣ୍ଟ

ନୟାଗଡ଼,୨୮ା୮(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଲାଠିପଡ଼ାରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚି ଗହ୍ମାପୂର୍ଣ୍ଣିମା ଅବସରରେ ୫ମ କିସ୍ତି ସୁଭଦ୍ରା ଅନୁଦାନ ପ୍ରଦାନ କରିଛନ୍ତି। ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri