Home Left

ମିଳିଲା କାର ଆକାରର କଇଁଛ ଜୀବାଶ୍ମ

ଓ୍ବାଶିଂଟନ, ୧୩।୨: ଦକ୍ଷିଣ ଆମେରିକାରେ ଏକ କଇଁଛର ଜୀବାଶ୍ମ ମିଳିଛି। ଏହାର ଆକାର ଏକ ବଡ଼ କାର ସଦୃଶ। କଲମ୍ବିଆର ତାତାକୋଆ ମରୁଭୂମିରୁ ଏହି ଜୀବାଶ୍ମ ମିଳିଛି। ଏଭଳି ପ୍ରଜାତିର କଇଁଛ କୋଟିଏ ୩୦ ଲକ୍ଷ ବର୍ଷ ତଳେ ପୃଥିବୀ ପୃଷ୍ଠରେ…

ନୂଆ ସିନେମା ଧର୍ମାସୁର

ଏକ ଭିନ୍ନଧରଣର କାହାଣୀକୁ ଆଧାର କରି ପ୍ରସ୍ତୁତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା ‘ଧର୍ମାସୁର’। ୧୯୬୦ର ଏକ ଜାତିଭିତ୍ତିକ ଘଟଣାକୁ ନେଇ ଏହି ଫିଲ୍ମର କାହାଣୀ ପରିକଳ୍ପନା କରାଯାଇଛି। ଖାସ୍‌ କଥା ହେଲା, ନିକଟରେ ଓଲିଉଡ୍‌ରେ ପାଦ ଦେଇଥିବା ବିଶ୍ୱରୂପ…

ନିର୍ଭୟା ମାମଲା: ଗୋଟିଏ ଦିନ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ,୧୩।୨: ନିିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀଙ୍କର ବଞ୍ଚିବାର ବାଟ ପ୍ରାୟତଃ ବନ୍ଦ ହୋଇଯାଇଥିବା ବେଳେ ଏମାନଙ୍କ ଫାଶୀ ତାରିଖକୁ ନେଇ କେନ୍ଦ୍ର ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣିକୁ ଶୁକ୍ରବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ବୁଧବାର ଏହି ମାମଲାର ଶୁଣାଣି କରାଯାଇଥିବା ବେଳେ…

ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମକୁ ଉଦ୍‌ଘାଟନ କରିବେ ଡୋନାଲ୍ଡ ଟ୍ରମ୍ପ

ଅହମଦାବାଦ୍‌,୧୩।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଗାମୀ ୨୪ ଓ ୨୫ ତାରିଖରେ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଟ୍ରମ୍ପଙ୍କ ସମ୍ମାନାର୍ଥେ ଗୁଜରାଟର ଅହମ୍ମଦାବାଦଠାରେ ‘କେମ ଛୋ ଟ୍ରମ୍ପ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ହ୍ୟୁଷ୍ଟନରେ ‘ହାଓଡି ମୋଦି’ ଶୈଳୀରେ ‘କେମ…

ପୂରଣ ହେଲା ଆଶା

ପୂଜା ହେଗେଡ୍‌ ଯାହା ଚାହୁଁଥିଲେ ତାହା ପୂରଣ ହୋଇଛି। ‘ହାଉସ୍‌ଫୁଲ-୪’ ପରେ ସାଦିଦ୍‌ ନାଦିଓ୍ବାଦଓ୍ବାଲାଙ୍କ ପରବର୍ତ୍ତୀ ଫିଲ୍ମରେ ସେ ଅଭିନୟ କରିବାକୁ ଯାଉଛନ୍ତି। କଥା କ’ଣ କି, ସାଦିଦ୍‌ଙ୍କ ଫିଲ୍ମ ‘କଭି ଇଦ୍‌ କଭି ଦିଓ୍ବାଲି’ ପାଇଁ ତାଙ୍କୁ ସାଇନ୍‌ କରାଯାଇଛି।…

ଭିସୁଟରେ ରାଗିଂ ଅଭିଯୋଗ: ଭିଡିଓ ଭାଇରାଲ କରି ଅଭିଯୋଗ କଲେ ପ୍ରଥମ ବର୍ଷ ଛାତ୍ର

ସମ୍ବଲପୁର, ୧୩।୨(ବ୍ୟୁରୋ)- ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟୀକ ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ଜଣେ ପ୍ରଥମ ବର୍ଷ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଛାତ୍ର ଭିଡିଓ ଭାଇରାଲ କରି ଏହି ଅଭିଯୋଗ ଆଣିଛନ୍ତି । ଅଭିଯୋଗ କ୍ରମେ ବୁଧବାର ଅପରାହ୍ନ ପ୍ରାୟ…

ରାୟଗଡ଼ ପୋଲିସ ଦ୍ୱାରା ପୂର୍ବତନ ବିଧାୟକ ଅଟକ, ହତ୍ୟାକାଣ୍ଡରେ ସମ୍ପୃକ୍ତି ନେଇ ଚାଲିଛି ପଚରାଉଚରା

ଝାରସୁଗୁଡ଼ା ଅଫିସ,୧୩।୨: ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅନୁପ କୁମାର ସାଏଙ୍କୁ ଛତିଶଗଡ଼ ପୋଲିସ ଅଟକ ରଖିଛି। ଛତିଶଗଡ଼ ରାୟଗଡ଼ ପୋଲିସ ବୁଧବାର ରାତିରେ ଅନୁପଙ୍କୁ ଏକ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଉଠାଇନେଇଛି। ବର୍ତ୍ତମାନ ତାଙ୍କୁ ରାୟଗଡ଼…

ଶ୍ରୀଧରଙ୍କ ନୀରବତା

ପ୍ରଯୋଜକ ଶ୍ରୀଧର ମାର୍ଥା। ଏବେ ସେ ବେଶ୍‌ ମାପିଚୁପି କଥାବାର୍ତ୍ତା କରୁଛନ୍ତି। ଦେଖୁନାହାନ୍ତି, ହୋମ୍‌ ବ୍ୟାନର ରେଞ୍ଜ ରୟାଲ ସିନେ ଲ୍ୟାବ୍‌ରେ ପ୍ରସ୍ତୁତ ହୋଇଛି ସତ୍ୟ ଘଟଣା ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ‘ପାଟଣାଗଡ଼’। ହେଲେ ଫିଲ୍ମଟି କେବେ ପରଦା ଉପରକୁ…

ସିଗାରେଟ୍‌ ପାଇଁ ଯୁବକଙ୍କୁ ହତ୍ୟା: ଗ୍ରାମବାସୀଙ୍କ ଆକ୍ରମଣରେ ୪ ଯୁବକ ଗୁରୁତର, ମୃତକଙ୍କୁ ନ୍ୟାୟ ଦାବିରେ ରାସ୍ତାରୋକୋ

ବାଲେଶ୍ୱର ଅଫିସ,୧୩।୨: ବାଲେଶ୍ୱର ସଦର ବ୍ଲକ ସାର୍ଥା ଗ୍ରାମରେ ସିଗାରେଟ ପାଇଁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଘଟଣାରେ ଗ୍ରାମବାସୀଙ୍କ ପ୍ରତିଆକ୍ରମଣରେ ୪ଜଣ ଯୁବକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଯୁବକଙ୍କୁ ନ୍ୟାୟ ପ୍ରଦାନ…

ଆଜିର ଦିନରେ ରାଜଧାନୀ ମାନ୍ୟତା ପାଇଥିଲା ଦିଲ୍ଲୀ

ନୂଆଦିଲ୍ଲୀ,୧୩।୨: ୧୯୩୧, ଫେବୃୟାରୀ ୧୩ ଅର୍ଥାତ୍‌ ୮୯ ବର୍ଷ ପୂର୍ବେ ଠିକ୍‌ ଆଜିର ଦିନରେ ଦିଲ୍ଲୀ ଦେଶର ରାଜଧାନୀ ଭାବେ ମାନ୍ୟତା ପାଇଥିଲା। ତେଣୁ ଏହି ଦିନଟି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଅଭୁଲା ଦିନ। ଯଦିଓ ୧୯୧୧, ଡିସେମ୍ବର ୧୧ରେ…

ମଣ୍ଟୁ ଯାହା ଚାହୁଁଥିଲେ…

ନାୟକ ମଣ୍ଟୁ ଓରଫ ମଣ୍ଟୁ ଦାସ। ପାଠ ପଢ଼ିବା ବେଳେ ଘାରିଲା ଅଭିନୟ ନିଶା। ଏହା ତାଙ୍କୁ ଏମିତି ଘାଇଲା କଲା ଯେ, ପାଠପଢ଼ାରେ ଅଧାରୁ ଡୋରି ବାନ୍ଧି ହୋଇଗଲା। ଏପରି କି ଚାକିରିଟିଏ ମିଳିଗଲା। ହେଲେ ତାହା ମଧ୍ୟ ତାଙ୍କୁ…

ଇର୍‌ଫାନ୍‌ଙ୍କ ଇମୋଶନାଲ୍‌ ପୋଷ୍ଟ

ମୁମ୍ବାଇ: ଅନେକ ଦିନ ହେଲାଣି ବଲିଉଡ୍‌ ଭର୍ସାଟାଇଲ୍‌ ଆକ୍ଟର ଇର୍‌ଫାନ ଖାନ୍‌ଙ୍କ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ୍‌’କୁ ନେଇ ଚର୍ଚ୍ଚା ଚାଲିଛି। ଫିଲ୍ମର ପ୍ରଥମ ଲୁକ୍‌ ରିଲିଜ୍‌ ହୋଇସାରିିଥିବା ବେଳେ ଗୁରୁବାର ଟ୍ରେଲର୍‌ ରିଲିଜ୍‌ ହେବ। ତେବେ ଏହା ପୂର୍ବରୁ ଇର୍‌ଫାନ୍‌ଙ୍କ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?