ଇର୍‌ଫାନ୍‌ଙ୍କ ଇମୋଶନାଲ୍‌ ପୋଷ୍ଟ

ମୁମ୍ବାଇ: ଅନେକ ଦିନ ହେଲାଣି ବଲିଉଡ୍‌ ଭର୍ସାଟାଇଲ୍‌ ଆକ୍ଟର ଇର୍‌ଫାନ ଖାନ୍‌ଙ୍କ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ୍‌’କୁ ନେଇ ଚର୍ଚ୍ଚା ଚାଲିଛି। ଫିଲ୍ମର ପ୍ରଥମ ଲୁକ୍‌ ରିଲିଜ୍‌ ହୋଇସାରିିଥିବା ବେଳେ ଗୁରୁବାର ଟ୍ରେଲର୍‌ ରିଲିଜ୍‌ ହେବ। ତେବେ ଏହା ପୂର୍ବରୁ ଇର୍‌ଫାନ୍‌ଙ୍କ ଏକ ଇମୋଶନାଲ ପୋଷ୍ଟ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି।
ଇର୍‌ଫାନ୍‌ ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲ୍‌ରେ ଏକ ଇମୋଶନାଲ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ତାଙ୍କ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ୍‌’ର ଫଟୋଗୁଡ଼ିକୁ ଦୃଶ୍ୟଭାବେ ବ୍ୟବହାର କରାଯାଇଥିବା ବେଳେ ଖୋଦ୍‌ ଇର୍‌ଫାନ୍‌ଙ୍କ ଭଏସ୍‌ଓଭର ଶୁଣିବାକୁ ମିଳିଛି। ଏହି ଭିଡିଓ ମାଧ୍ୟମରେ ସେ ନିଜ ଭାବନାକୁ ପରିପ୍ରକାଶ କରିଛନ୍ତି, ଯାହା ଅତ୍ୟନ୍ତ ମର୍ମସ୍ପର୍ଶୀ ହୋଇଛି। ତେବେ ଏନେଇ ଫ୍ୟାନ୍‌ମାନେ ଇର୍‌ଫାନ୍‌ଙ୍କୁ ନିଜ ଭଲପାଇବା ଜଣାଉଥିବା ବେଳେ ବି-ଟାଉନ୍‌ର ଅନେକ ବଡ଼ ବଡ଼ କଳାକାର ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଭିଡିଓଟିରେ ଇର୍‌ଫାନ କହିଛନ୍ତି, “ହେଲୋ ଭାଇ ଭଉଣୀମାନେ, ନମସ୍କାର। ଆଜି ମୁଁ ଆପଣଙ୍କ ସହ ଅଛି ଆଉ ନାହିଁ ମଧ୍ୟ। ଏହି ଫିଲ୍ମ ‘ଅଂଗ୍ରେଜୀ ମିଡିୟମ୍‌’ ମୋ ପାଇଁ ବହୁତ ସ୍ବତନ୍ତ୍ର। ବିଶ୍ୱାସ କରନ୍ତୁ, ମୋର ହୃଦୟରୁ ଇଚ୍ଛା ଥିଲା ଫିଲ୍ମଟିକୁ ଯେତିକି ଶ୍ରଦ୍ଧାରେ ବନେଇଥିଲି, ସେତିକି ହିଁ ଭଲପାଇବା ସହ ଏହାର ପ୍ରମୋଶନ ମଧ୍ୟ କରିଥାନ୍ତି। କିନ୍ତୁ ମୋ ଶରୀର ଭିତରେ କିଛି ଅନାବଶ୍ୟକ ଅତିଥି ବସି ରହିଛନ୍ତି। ସେମାନଙ୍କ ସହ ଆଲୋଚନା ଚାଲିଛି। ଦେଖିବା ଏହି ଆଲୋଚନା କେଉଁ ଦିଗକୁ ଯାଉଛି। ସେ ଯାହା ବି ହେବ, ମୁଁ ଆପଣଙ୍କୁ ଜଣାଇଦେବି।” ଇର୍‌ଫାନ୍‌ ଏଭଳି ଅନେକ ଇମୋଶନାଲ୍‌ ଶବ୍ଦ କହି ନିଜ ଭାବନା ବ୍ୟକ୍ତ କରିଛନ୍ତି। ଏହାସହ ଗୁରୁବାର ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହେବ ବୋଲି ଜଣାଇବା ସହ ତାଙ୍କୁ ଅପେକ୍ଷା କରିବାକୁ ଅନୁରୋଧ କରିଛନ୍ତି। ଅନ୍ୟପଟେ ଏନେଇ ଅଭିନେତା ହ୍ରିତିକ୍‌ ରୋଶନ ଏକ ଟୁଇଟ୍‌ କରି ଇର୍‌ଫାନଙ୍କ ପ୍ରତି ନିଜ ଭଲପାଇବା ଜଣାଇଛନ୍ତି। ସେ ଲେଖିଛନ୍ତି, “ଇର୍‌ଫାନ, ଆପଣଙ୍କ ପାଇଁ ମୋର ଭଲପାଇବା ଏବଂ ପ୍ରାର୍ଥନା ସବୁବେଳେ ରହିଛି। ଫିଲ୍ମଟି ବହୁତ ଖାସ୍‌ ଲାଗୁଛି । ମୁଁ ଏହାକୁ ଅପେକ୍ଷା କରିଛି। ଆଉ ଯେପରି ଆପଣ କହିଲେ, ଆପଣଙ୍କୁ ମଧ୍ୟ ଅପେକ୍ଷା କରିଛି।” ସେହିଭଳି ବଲିଉଡ୍‌ ହିରୋ ବରୁଣ ଧାଓ୍ବନ ମଧ୍ୟ ଟୁଇଟ୍‌ କରି ଲେଖିଛନ୍ତି, “ପରିଶ୍ରମ ଓ ସାହସର ସହ ଫିଲ୍ମ ନିର୍ମାଣ କରାଯାଇଛି। ଇର୍‌ଫାନ୍‌ ସାର୍‌, ଆପଣଙ୍କୁ ଅପେକ୍ଷା କରିଛୁ।” ଅନ୍ୟପକ୍ଷରେ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ୍‌’ରେ ଇର୍‌ଫାନଙ୍କ ବ୍ୟତୀତ କରୀନା କପୁର ଖାନ୍‌ ଓ ରାଧିକା ମଦାନ ମୁଖ୍ୟ ଭୂମିକାରେ ନଜରକୁ ଆସିବେ। ସେହିଭଳି ଡିମ୍ପଲ୍‌ କପାଡିଆ ଏବଂ ଦୀପକ ଡୋବରିୟାଲ୍‌ଙ୍କୁ ମଧ୍ୟ ଦେଖିବାକୁ ମିିଳିବ। ସୂଚନା ଯେ, ଇର୍‌ଫାନ ଏକ ବିରଳ କ୍ୟାନ୍‌ସରରେ ପୀଡ଼ିତ, ଯାହା ନ୍ୟୁରୋଏଣ୍ଡୋକ୍ରାଇନ୍‌ ଟ୍ୟୁମର ବୋଲି ଚିହ୍ନଟ ହୋଇଛି। ସେ ଲଣ୍ଡନରେ କ୍ୟାନ୍‌ସର ଚିକିତ୍ସା ସାରି ୨୦୧୯ ଫେବୃୟାରୀରେ ଭାରତ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri