Home Left

ମିଶିଲା କାଳିଆ-ପିଏମ୍‌ କିଷାନ ଯୋଜନା

ଭୁବନେଶ୍ୱର,୬।୧୨ (ବ୍ୟୁରୋ):ରାଜ୍ୟ ସରକାର କାଳିଆ ଯୋଜନାରେ ଲୋକମାନଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିସାରିଥିବା ବେଳେ ଏବେ ଦ୍ୱିତୀୟ କିସ୍ତି ପ୍ରଦାନ କରୁଛନ୍ତି। ତେବେ କାଳିଆ ଯୋଜନା ଆରମ୍ଭ ହେବା ପରେ କେନ୍ଦ୍ର ସରକାର ପିଏମ୍‌ କିଷାନ ଯୋଜନା ଚାଷୀଙ୍କ ପାଇଁ ଆରମ୍ଭ କରିଥିଲେ।…

ବ୍ୟାଙ୍କ ମ୍ୟାନେଜର ରଞ୍ଜିତାଙ୍କ ରହସ୍ୟଜନକ ମୃତ୍ୟୁ

ଭୁବନେଶ୍ୱର,୬।୧୨ (ବ୍ୟୁରୋ):ଖଣ୍ଡଗିରି ଥାନା ବରମୁଣ୍ଡା ହାଉସିଂବୋର୍ଡ କଲୋନୀର ପ୍ଲଟ୍‌ ନଂ.ଏମ୍‌ଆଇଜି-୫୧ରେ ଜଣେ ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ନବରଙ୍ଗପୁରର ଆର୍‌. ରଞ୍ଜିତା ରାଓ(୩୧)। ରଞ୍ଜିତା ଅଶୋକ ନଗର ୟୁକୋ ବ୍ୟାଙ୍କର ସିନିୟର ମ୍ୟାନେଜର ଭାବେ କାର୍ଯ୍ୟ କରିବା…

ପିଏମ୍‌ସି ଠକେଇର ଫୋରେନସିକ ଅଡିଟ୍‌ ରିପୋର୍ଟ ଶୀଘ୍ର

ମୁମ୍ବାଇ,୬-୧୨: ଠକେଇ ଦ୍ୱାରା ପ୍ରଭାବିତ ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କର ଫରେନସିକ ରିପୋର୍ଟ ଚଳିତ ମାସ ଶେଷ ସୁଦ୍ଧା ଆସିବ ବୋଲି ରିଜର୍ଭ ବ୍ୟାଙ୍କ କହିଛି। ଏହା ଆସିଲେ ଋଣ ନେଇଥିବା ବ୍ୟକ୍ତି ବିଶେଷଙ୍କ ସମ୍ପତ୍ତିର ମୂଲ୍ୟ ନିର୍ଦ୍ଧାରଣ କରିବା…

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା:ସାମିଲ ହେବେ ଆହୁରି ୨ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀ

ଭୁବନେଶ୍ୱର,୬।୧୨ (ବ୍ୟୁରୋ):ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ୨ ଲକ୍ଷ ୨ ହଜାର ୮୦୯ ଅନ୍ତର୍ଭୁକ୍ତ କରାଯିବ। ଯେଉଁ ଯୋଗ୍ୟ ହିତାଧିକାରୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇପାରିନାହାନ୍ତି, ସେମାନଙ୍କୁ ଏହି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଖାଦ୍ୟ…

ସ୍ୟାଟ୍‌କୁ ନେଇ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ଜଣିକିଆ ଖଣ୍ଡପୀଠରେ ହେବ ମାମଲାର ଶୁଣାଣି

କଟକ ଅଫିସ, ୬।୧୨ :ସ୍ୟାଟ୍‌(ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ) ଉଚ୍ଛେଦ ଉପରେ କେନ୍ଦ୍ର ମୋହର ଲଗାଇବା ପରେ ଏହା ଏକପ୍ରକାର ଅଚଳ ହୋଇପଡ଼ିଛି। ସ୍ୟାଟ୍‌ରେ ଅଚଳାବସ୍ଥା ଯୋଗୁ ଏଠାରେ ରୁଜୁ ହୋଇଥିବା ମାମଲାଗୁଡ଼ିକର ବିଚାରରେ ସମସ୍ୟା ଉପୁଜିଛି। ଏଭଳି ସ୍ଥିତିରେ ଗୁରୁବାର ସ୍ୟାଟ୍‌କୁ ନେଇ…

ରାଜଧାନୀ ମଡେଲ ସ୍କୁଲ ଲାଗି ଖଣ୍ଡଗିରି ନିକଟରେ ଜାଗା ଚିହ୍ନଟ

ଭୁବନେଶ୍ୱର,୬।୧୨ (ବ୍ୟୁରୋ):ରାଜ୍ୟର ବର୍ତ୍ତମାନ ୨୧୪ଟି ବ୍ଲକରେ ମଡେଲ ସ୍କୁଲ ରହିଛି। ଏହିସବୁ ମଡେଲ ସ୍କୁଲରେ ଛାତ୍ରୀନିବାସ ରହିଥିବାବେଳେ ଛାତ୍ର ନିବାସ ଏବଂ ଖେଳପଡ଼ିଆ ବ୍ୟବସ୍ଥା ରହିନାହିଁ। ତେଣୁ ଆଗକୁ ରାଜଧାନୀ ଭୁବନେଶ୍ୱରରେ ଏକ ଇଣ୍ଟିଗ୍ରେଟେଡ ମଡେଲ ସ୍କୁଲ ଖୋଲିବା ଲାଗି ରାଜ୍ୟ ସରକାର…

ସଂସଦୀୟ ବ୍ୟାପାର ବିଭାଗରେ କାର୍ଯ୍ୟକାରୀ ହେବ ୫-ଟି

ଭୁବନେଶ୍ୱର,୬।୧୨ (ବ୍ୟୁରୋ): ସଂସଦୀୟ ବ୍ୟାପାର ବିଭାଗରେ ୫-ଟି କାର୍ଯ୍ୟକାରୀ କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ୫-ଟି ଆଧାରରେ ବିଭାଗରେ କେତେକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତାବ ରହିଛି। ବିଧାନସଭାରେ ଏକକାଳୀନ ବ୍ୟାଖ୍ୟାକରଣ ଓ ସେବାପ୍ରଦାନ ବ୍ୟବସ୍ଥାକୁ ଇଂଲିଶରୁ ଓଡ଼ିଆ…

ଜି.ଉଦୟଗିରିରେ ୭.୬ ଡିଗ୍ରୀକୁ ଖସିଲା ପାରଦ

ଜି.ଉଦୟଗିରି, ୬ା୧୨ (ଡି.ଏନ.ଏ.)- ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ୨ଦିନ ହେବ ପ୍ରବଳ ଶୀତ ଅନୁଭୂତ ହେଉଛି। ସର୍ବନିମ୍ନ ପାରଦ ୭.୬ ଡିଗ୍ରୀ ସେଲସିୟସକୁ ଖସିଆସିଛି ବୋଲି ସ୍ଥାନୀୟ କୃଷି ଗବେଷଣା କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଅକ୍ଷୟ କୁମାର ସେଠୀ…

ଫେରିଲା ସାତକୋଶିଆ ସୌନ୍ଦର୍ଯ୍ୟ: ୧୪ ମାସ ପରେ ବୋଟିଂ ବ୍ୟବସ୍ଥା

ବନ୍ତଳା, ୬ା୧୨(ଡି.ଏନ.ଏ.)- ବାଘୁଣୀ ସୁନ୍ଦରୀ ଆକ୍ରମଣକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ଓ ବ୍ୟାପକ ପୋଡ଼ାଜଳା ପରଠାରୁ ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ଗଣ୍ଡରେ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହୋଇଯାଇଥିବା ବୋଟିଂ ବ୍ୟବସ୍ଥା ୧୪ ମାସ ପରେ ପୁନଃ ଆରମ୍ଭ ହୋଇଛି।…

ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବ୍ୟବସ୍ଥାକୁ ବିରୋଧ:୧୯ ଆନ୍ଦୋଳନକାରୀ ଗିରଫ, ଉତ୍ତେଜନା

ତାଳଚେର,୬ା୧୨(ନି.ପ୍ର.) କୋଇଲା ପରିବହନରେ ସୁବ୍ୟବସ୍ଥା ପାଇଁ ଏମ୍‌ସିଏଲ୍‌ର ବଳରାମ ଖଣିରେ ଗୁରୁବାର ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବ୍ୟବସ୍ଥା ଲାଗୁ କରାଯାଇଥିଲେ ହେଁ ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି। କାର୍ଯ୍ୟର କିଛି ସମୟ ପରେ ତାଳଚେର ବ୍ଲକ ଡଅଁରା ଗ୍ରାମବାସୀ ଏହାକୁ…

ଜିଲା ସମୀକ୍ଷା କଲେ କେନ୍ଦ୍ରୀୟ ସଚିବ:ଅନ୍‌ଲାଇନରେ ଠିକ୍‌ ତଥ୍ୟ ପ୍ରଦାନ ନିର୍ଦ୍ଦେଶ

ଢେଙ୍କାନାଳ ଅଫିସ, ୬।୧୨ କେନ୍ଦ୍ର ସରକାରଙ୍କ ଅତିରିକ୍ତ ଶାସନ ସଚିବ ତଥା ଆଇଏଏସ୍‌ ଅଧିକାରୀ ଯତୀନ୍ଦ୍ରନାଥ ସ୍ବାଇଁ ଗୁରୁବାର ଢେଙ୍କାନାଳ ଗସ୍ତରେ ଆସି ଆଂକାକ୍ଷା ଜିଲା ସମ୍ପର୍କିତ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ…

ଦିବ୍ୟାଙ୍ଗ ପୁଓର ଚିକିଛା ଲାଗି ଟଁକା ଅଭାବ: ଗରିବ୍‌ ମା’ବାପ୍‌ ହଟହଟା, ପରଶାସନ ଚୁପ୍‌

  ଧମା, ୬।୧୨ (ଡି.ଏନ.ଏ.)- ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଦିବ୍ୟାଙ୍ଗମାନକର ଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଅନେକ ଜାଗାରେ ହକ୍‌ଦାର ହିତାଧିକାରୀ ଇଥିର ଲାଭ ନାଇଁ ପାଏବାର। ଏନ୍‌ତାଥି ନିଜର ଦିବ୍ୟାଙ୍ଗ ଛୁଆପିଲାକର ଚିକିଛା, ସରକାରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri