ଯୁଗ୍ମ ଶ୍ରମ କମିଶନର କାର୍ଯ୍ୟାଳୟ ଅଚଳ: ବର୍ଷେ ହେଲା ଡିଏଲଓ ପଦବୀ ଖାଲି,କାର୍ଯ୍ୟକାରୀ ହେଉନି ଶ୍ରମିକ ଆଇନ

ଯାଜପୁର ଅଫିସ,୨୮ା୨: ଯାଜପୁର ଯୁଗ୍ମ ଶ୍ରମ କମିଶନର କାର୍ଯ୍ୟାଳୟରେ ଅଚଳାବସ୍ଥା ଜାରି ରହିଛି। ଏନେଇ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ, ପ୍ରତିବାଦ ସଭା ଆଦି ହେଉଥିଲେ ହେଁ ସରକାର ଦୃଷ୍ଟି ନ ଦେବା ଜିଲାବାସୀଙ୍କୁ ବ୍ୟଥିତ କରିଛି। ପ୍ରାୟ ୧ ବର୍ଷ ହେବ ଜିଲା ଶ୍ରମ ଅଧିକାରୀ(ଡିଏଲଓ) ପଦବୀ ଖାଲି ପଡିଛି। ଯାଜପୁର ଯୁଗ୍ମ ଶ୍ରମ କମିଶନର(ଜେଏଲ୍‌ସି)ଙ୍କ ଅଧିନରେ ଶିଳ୍ପ ସମୃଦ୍ଧ ଯାଜପୁର ଜିଲା ସମେତ ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲା ରହିଛି। କଳିଙ୍ଗନଗରର ଶିଳ୍ପାଞ୍ଚଳ ଓ ଭଦ୍ରକ ଜିଲା ଧାମରା ବନ୍ଦରର ଏକାଧିକ ସମସ୍ୟା ଓ କାଯର୍‌ୟ ଆଦି ସମାଧାନ ହୋଇପାରୁ ନାହିଁ। ଯାଜପୁର ଡେପୁଟି ଲେବର କମିଶନର ଡିଏଲ୍‌ସି ସୁନୀଲ କୁମାର ସାହୁଙ୍କୁ ୨୨ା୧ା୨୦୨୦ରେ ଜେଏଲ୍‌ସି ଭାବେ ପଦୋନ୍ନତି ଦିଆଯାଇ ଏଠାରେ ଅବସ୍ଥାପିତ କରାଯାଇଥିଲା। ଏହା ପରେ ତାଙ୍କୁ କାର୍ଯ୍ୟ କରିବା ପାଇଁ ରାଜ୍ୟ ଶ୍ରମ ବିଭାଗ ତୁରନ୍ତ କ୍ଷମତା ପ୍ରଦାନ କରିବା କଥା। ହେଲେ ଇତିମଧ୍ୟରେ ୧ମାସରୁ ଊର୍ଦ୍ଧ୍ୱ ସମୟ ଅତିବାହିତ ହୋଇଯାଇଥିଲେ ବି ତାଙ୍କୁ କାର୍ଯ୍ୟ କରିବା ପାଇଁ କ୍ଷମତା ଦିଆଯାଇ ନାହିଁ। ଫଳସ୍ବରୂପ ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ସମୃଦ୍ଧ ଏହି ୪ଟି ଜିଲାର ବ୍ୟବସାୟୀ, ଠିକାଦାର, ଶ୍ରମିକ ଓ କାରଖାନା କର୍ତ୍ତୃପକ୍ଷ ନାହିଁ ନ ଥିବା ଅବସ୍ଥାର ସମସ୍ୟାରେ ପେଷି ହେଉଛନ୍ତି। ଏହାସହ ନିର୍ମାଣ ଶ୍ରମିକ ଚୟନରେ ବହୁ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଯାଜପୁର ଜିଲାରେ ଅତିବେଶିରେ ପ୍ରାୟ ୪୦ହଜାର ନିର୍ମାଣ ଶ୍ରମିକ ଅଛନ୍ତି। ଅଥଚ ଜିଲାରେ ବାସ୍ତବ ପରିସଂଖ୍ୟାନ ଠାରୁ ୩ଗୁଣରୁ ଊର୍ଦ୍ଧ୍ୱ ଅର୍ଥାତ ପ୍ରାୟ ୧ଲକ୍ଷ ୩୨ହଜାର ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇ ପରିଚୟ ପତ୍ର ପାଇଛନ୍ତି। କେତେକ ଟ୍ରେଡ ୟୁନିୟନ କର୍ମକର୍ତ୍ତାଙ୍କ ସୁପାରିଶରେ ପ୍ରାୟ ୯୦ପ୍ରତିଶତ ଜାଲ୍‌ କରି ଅଣ ସଂଗଠିତ ଶ୍ରମିକ ତଥା ଚାଷୀ ଶ୍ରେଣୀର ବ୍ୟକ୍ତି ଉପକୃତ ହେଉଥିବାବେଳେ ବାସ୍ତବ ନିର୍ମାଣ ଶ୍ରମିକ ଯୋଜନା ଅନ୍ତର୍ଗତ ସରକାରୀ ସହାୟତାକୁ ଚାହିଁ ରହିଛନ୍ତି। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବାସ୍ତବ ଚିତ୍ରର ପର୍ଦ୍ଦାଫାଶ ହୋଇ ପାରନ୍ତା ବୋଲି ସାଧାରଣରେ ଦାବି ହେଉଛି। ଏହାବାଦ କଳିଙ୍ଗନଗର ଶିଳ୍ପାଞ୍ଚଳରେ ସରକାରଙ୍କ ବିଭିନ୍ନ ଶ୍ରମ ଆଇନକୁ ଊଲ୍ଲଂଘନ ହେବାର ଅନେକ ନଜିର ରହିଛି। ଦିନକୁ ଦିନ ଠିକା ଶ୍ରମିକଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ବିନା ନୋଟିସରେ ବାହାର କରି ଦେଉଛନ୍ତିି। ଏନେଇ ଶ୍ରମ ବିଭାଗର ଦ୍ୱାରସ୍ଥ ହେଉଥିଲେ ହେଁ କୌଣସି ଫଳପ୍ରଦ ହେଉନାହିଁ। ଯାଜପୁର ଜିଲାରେ ସର୍ବନିମ୍ନ ମଜୁରୀ ଆଇନ, ଠିକା ଶ୍ରମିକ ଉଚ୍ଛେଦ ଆଇନ, ଶିଳ୍ପ ବିବାଦ ଆଇନ, ଇଣ୍ଡଷ୍ଟ୍ର୍ରିଆଲ ଏମ୍ପ୍ଲୋୟମେଣ୍ଟ ଷ୍ଟାଣ୍ଡିଂ ଅର୍ଡର ପ୍ରଭୃତି ଶ୍ରମିକ ଆଇନ ସମ୍ବନ୍ଧୀୟ କ୍ଷେତ୍ରରେ ପ୍ରାୟ ୩୦୦ମାମଲା ବିଚାରାଧୀନ ଅବସ୍ଥାରେ ରହିଛି। ଫଳରେ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନେ ତୁରନ୍ତ ନ୍ୟାୟ ପାଉ ନ ଥିବାରୁ ଶ୍ରମ ବିଭାଗକୁ ଦୌଡି ଦୌଡି ନୟାନ୍ତ ହୋଇ ପଡିଲେଣି। ଏଠାରେ କାର୍ଯ୍ୟରତ ଜିଲା ଶ୍ରମ ଅଧିକାରୀ ଶିବଶଙ୍କର ମିଶ୍ରଙ୍କୁ ୨ା୨ା୨୦୧୯ରେ ଅନୁଗୋଳକୁ ବଦଳି କରି ଦିଆଯାଇଥିଲା। ହେଲେ ତାଙ୍କ ସ୍ଥାନରେ କାହାରିକୁ ଏଠାରେ ଅଦ୍ୟାବଧି ଅବସ୍ଥାପିତ କରାଯାଇପାରି ନାହିଁ। ଏହାଛଡ଼ା ଯାଜପୁର ଶ୍ରମ କାର୍ଯ୍ୟାଳୟରେ ୩୧ା୧ା୨୦୧୯ରୁ କେହି ଚୌକିଦାର ନ ଥିବାବେଳେ କିରାଣୀଙ୍କ ସଂଖ୍ୟା ବହୁ ନଗଣ୍ୟ ରହିଛି। ତେଣୁ ଆଉ କାଳବିଳମ୍ବ ନ କରି ରାଜ୍ୟ ଶ୍ରମ କମିଶନର ଓ ପ୍ରମୁଖ ଶ୍ରମ ସଚିବ ତୁରନ୍ତ ଯାଜପୁର ଜେଏଲସିଙ୍କୁ କାର୍ଯ୍ୟ କ୍ଷମତା ପ୍ରଦାନ କରିବା ସହ ବିଭିନ୍ନ ପଦଗୁଡିକୁ ପୂରଣ କରିବାକୁ ଶ୍ରମିକ ନେତା ବିଦ୍ୟାଧର ମହାନ୍ତି, ଦୁଷ୍ମନ୍ତ କୁମାର ରାଉତ, ପ୍ରଫୁଲ୍ଲ ନାୟକ ପ୍ରମୁଖ ଦାବି କରିଛନ୍ତି। ଏସଂକ୍ରାନ୍ତରେ ଜେଏଲ୍‌ସି ସାହୁଙ୍କୁ ପଚାରିବାରେ ସେ କହିଛନ୍ତି ଏହି କାର୍ଯ୍ୟାଳୟ ଅଧିନରେ ଥିବା ୪ଟି ଜିଲା ସମେତ ଯାଜପୁର ଜିଲା ଶ୍ରମ ଅଧିକାରୀ ଦାୟିତ୍ୱ ମଧ୍ୟ ସେ ବୁଝୁଛନ୍ତି । ଦାୟିତ୍ୱ ସମ୍ପାଦନ କରିବାରେ ସେକେବେ ହେଳା କରୁ ନାହାନ୍ତି । ଦାୟିତ୍ୱ ପ୍ରଦାନ ଏବଂ ଜିଲା ଶ୍ରମ ଅଧିକାରୀ ନିଯୁକ୍ତି ସମ୍ପର୍କରେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଖୁବ୍‌ ଶୀଘ୍ର ଏହି ପଦବୀ ପୂରଣ ହେବ ବୋଲି ଆଶା କରାଯାଉଛି ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri