ରେକର୍ଡ ନିଶା: ପାଦରେ ନୁହେଁ ଚାଲନ୍ତି ହାତରେ…
ଇଚ୍ଛା ଶକ୍ତି ଓ ଅଧ୍ୟବସାୟ ବଳରେ ଯେ କେ ଣସି ଅସମ୍ଭବ କାମ ବି ସମ୍ଭବ ହୋଇପାରେ ବୋଲି ମଣିଷ ବାରମ୍ବାର ପ୍ରମାଣ ଦେଇଆସିଛି। ଏଇ ଯେମିତି ଭଗବାନ ଆମକୁ ପାଦ ଦେଇଛନ୍ତି ଚାଲିବା ପାଇଁ ଆଉ ହାତ ଦେଇଛନ୍ତି ଦୈନନ୍ଦିନ…
ସ୍ମାର୍ଟ ଫୋନ୍ କିଣିଲେ ମାଗଣାରେ ମିଳିବ ପିଆଜ
ପାଟୁକୋଟାଇ,୮।୧୨: ଦେଶରେ ପିଆଜର ଦରବୃଦ୍ଧି ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଏତିକିବେଳେ ତାମିଲନାଡୁ ପାଟୁକୋଟାଇର ଥାଲାୟାରି ଷ୍ଟ୍ରିଟ୍ରେ ଥିବା ଜଣେ ମୋବାଇଲ ଦୋକାନୀ ଫୋନ୍ ବିକ୍ରି କରିବାକୁ ନିଆରା ଅଫର୍ ଦେଉଥିବା ଜଣାପଡିଛି। ଏସ୍ଟିଆର୍ ମୋବାଇଲ ଦୋକାନର ମାଲିକ କହିଛନ୍ତି ଯେଉଁମାନେ…
ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କ ଭଉଣୀ ସାୟମାଙ୍କ ପରଲୋକ
ମୁମ୍ବାଇ,୮।୧୨: ବଲିଉଡ୍ର ନାଁ କରା କଳାକାର ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କ ଭଉଣୀ ସାୟମା ତାମସି ସିଦ୍ଦିକିଙ୍କ ଶୁକ୍ରବାର ପରଲୋକ ହୋଇଛି। ସେ ଦୀର୍ଘଦିନ ଧରି କ୍ୟାନସରରେ ପୀଡିତ ଥିବା ବେଳେ ପୁଣେରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏବେ ଏକ ଫିଲ୍ମ ଶୁଟିଂରେ…
ଅଡି ବସିଛନ୍ତି ଉନ୍ନାଓ ପୀଡ଼ିତାଙ୍କ ପରିବାର
ଲକ୍ଷ୍ନୌ,୮।୧୨: ଉନ୍ନାଓ ବଳାତ୍କାର ପୀଡିତାଙ୍କ ମୃତ୍ୟୁ ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଏକ ଘର ମଧ୍ୟ…
ରେଭେନ୍ଶା ବିଶ୍ୱବିଦ୍ୟାଳୟ: ଦୂର ହେଉନି ଅଧ୍ୟାପକ ସଙ୍କଟ, ୨୬୭ ପଦବୀରେ ଅଛନ୍ତି ୯୫
କଟକ ଅଫିସ,୮।୧୨: ରାଜ୍ୟର ଐତିହାସିକ ଶିକ୍ଷାନୁଷ୍ଠାନ ରେଭେନ୍ଶା ବିଶ୍ୱବିଦ୍ୟାଳୟରୁ ଦୂରହେବା ନଁା ଧରୁନି ଅଧ୍ୟାପକ ସଙ୍କଟ। ଦୀର୍ଘବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ କରାଯାଉନାହିଁ। ଶୁକ୍ରବାର ଚଳିତବର୍ଷର ଶେଷ କାର୍ଯ୍ୟନିର୍ବାହୀ ବୈଠକ(ଇସି) ବିଶ୍ୱବିଦ୍ୟାଳୟ କୁଳପତିଙ୍କ…
ରବିବାର ହେଲେ ଖୋଜା ପଡ଼େ ‘ରୟାଲ କ୍ଲବ’
ସାମାଜିକ କାର୍ଯ୍ୟକଳାପ ସହ ଯୋଡ଼ି ହେଉଛନ୍ତି ଯୁବପିଢ଼ି। ଅଧିକରୁ ଅଧିକ ସଂଖ୍ୟାରେ ଯୁବଗୋଷ୍ଠୀ ଏବେ ନିଜକୁ ସମାଜସେବାରେ ସାମିଲ କରୁଥିବା ଦେଖିବାକୁ ମିଳିଲାଣି। ଫଳରେ ଦିନକୁ ଦିନ କ୍ଲବ ସଂଖ୍ୟା ବଢୁଛି। କେତେଜଣ ଯୁବକ ଏକତ୍ରିତ ହୋଇ ତିଆରି କରୁଛନ୍ତି କ୍ଲବ।…
ପରଲୋକରେ ପୂର୍ବତନ ମନ୍ତ୍ରୀ ଭାଗବତ ମହାନ୍ତି
ଭୁବନେଶ୍ୱର,୮।୧୨(ବ୍ୟୁରୋ): କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ଶନିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ୯୩ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭାଗବତ କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ନିର୍ବାଚନମଣ୍ଡଳୀରୁ…
ଦେବକୁଣ୍ଡ ଯାଉଥିବା ବେଳେ ଟ୍ରକ୍କୁ ଧକ୍କା ଦେଲା ଟୁରିଷ୍ଟ ଭ୍ୟାନ୍: ୩ ପର୍ଯ୍ୟଟକ ମୃତ, ୧୫ ଗୁରୁତର
ବାଲେଶ୍ୱର ଅଫିସ,୮।୧୨: ବାଲେଶ୍ୱର ଜିଲା ସେରଗଡ଼ସ୍ଥିତ ଜଗନ୍ନାଥ ପେଟ୍ରୋଲ ପମ୍ପ ନିକଟରେ ରବିବାର ଭୋର ୫ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପର୍ଯ୍ୟଟକ ଗାଡ଼ି ଟ୍ରକ୍କୁ ପଛରୁ ଧକ୍କା ଦେବାରୁ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ଜଣ ଗୁରୁତର…
ବିକ୍ଷୋଭକାରୀଙ୍କୁ ପୋଲିସ ଘଉଡ଼ାଇଲା
ନୂଆଦିଲ୍ଲୀ,୮ା୧୨(ପି.ଟି.): ଉନ୍ନାଓ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଶନିବାର ଦିଲ୍ଲୀରେ ଶତାଧିକ ବିକ୍ଷୋଭକାରୀ ମହମବତି ଧରି ପ୍ରତିବାଦ କରୁଥିବାବେଳେ ବାରିକେଡ୍ ଡେଇଁବାକୁ ଉଦ୍ୟମ କରିବାରୁ ପୋଲିସ ସେମାନଙ୍କୁ ଘଉଡାଇବା ପାଇଁ ପାଣିମାଡ଼ କରିଥିଲା। ବିକ୍ଷୋଭକାରୀ ପ୍ଲାକାର୍ଡ, ବ୍ୟାନର ଧରି ଓ ନ୍ୟାୟ ଦାବିରେ…
ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ
ଲକ୍ଷ୍ନୌ,୮ା୧୨(ପି.ଟି.): ଉନ୍ନାଓ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ଲାଗି ଉତ୍ତରପ୍ରଦେଶ ସରକାରର ୨ ଜଣ ମନ୍ତ୍ରୀ ଯାଇଥିବାବେଳେ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକେ ଓ କଂଗ୍ରେସ କର୍ମୀମାନେ ସେମାନଙ୍କୁ ଜୋରଦାର ବିରୋଧ କରିଥିଲେ। ମନ୍ତ୍ରୀ କମଳ ରାଣୀ ବରୁନ୍ ଓ ସ୍ବାମୀ ପ୍ରସାଦ…
ଝାଡ଼ଖଣ୍ଡ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୬୪% ମତଦାନ : ଭୋଟବେଳେ ହିଂସା ; ପୋଲିସ ଗୁଳିରେ ଜଣେ ମୃତ, ୨ ଗୁରୁତର
ରାଞ୍ଚି, ୮ା୧୨(ପି.ଟି.): ଝାଡ଼ଖଣ୍ଡରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୬୪% ମତଦାନ ହୋଇଛି। ଭୋଟବେଳେ ହିଂସାକାଣ୍ଡ ଘଟି ପୋଲିସ ଗୁଳିରେ ଜଣେ ପ୍ରାଣ ହରାଇବା ସହ ୨ ଜଣ ଆହତ ହୋଇଛନ୍ତି। ସିସାଇ ଆସନ ଅନ୍ତର୍ଗତ ବଧନି ଗ୍ରାମର ୩୬…
ଅଗ୍ନିକାଣ୍ଡରେ ୧୨ ବଖରା ଭସ୍ମୀଭୂତ
ବ୍ରହ୍ମଗିରି, ୮ା୧୨(ଡି.ଏନ୍.ଏ.) ବ୍ରହ୍ମଗିରି ବ୍ଲକ ଚଣ୍ଡପଡ଼ା ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୨ ବଖରା ଭସ୍ମୀଭୂତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଗ୍ରାମରେ ସମସ୍ତେ ଶୋଇଯିବା ପରେ ବିଳମ୍ବିତ ରାତିରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡରେ…
Archives


