Home Left

ନୟାଗଡ଼ ବନ ବିଭାଗର ନିଆରା ଉଦ୍ୟମ: ପ୍ଲାଷ୍ଟିକ ବଦଳରେ ବାଉଁଶ ଖୋଳରେ ଲାଗିବ ଚାରା

ନୟାଗଡ଼ ଅଫିସ,୧୨ା୧୨: ଆମେ ବ୍ୟବହାର କରୁଥିବା ଅଧିକାଂଶ ଜିନିଷ ପ୍ଲାଷ୍ଟିକରୁ ତିଆରି। ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏପରି କି ରାଜ୍ୟ ସରକାର ପଲିଥିନକୁ ବ୍ୟାନ୍‌ ମଧ୍ୟ କରିଛନ୍ତି। ଏ କ୍ଷେତ୍ରରେ…

ଭିଜିଲାନ୍ସ ଜାଲରେ ୨ ବରିଷ୍ଠ ଯନ୍ତ୍ରୀ ୧.୪୬ ଲକ୍ଷ ଟଙ୍କା ଜବତ

ନୟାଗଡ଼ ଅଫିସ,୧୨ା୧୨: ନୟାଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ-୧ର ନିର୍ବାହୀ ଯନ୍ତ୍ରୀ ଶିଶିର ରଞ୍ଜନ ପୃଷ୍ଟି ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁ ବୁଧବାର ଅନୈତିକ ଉପାୟରେ ଟଙ୍କା ସଂଗ୍ରହ କରି ଭୁବନେଶ୍ୱର ଯାଉଥିବା ବେଳେ ଭିଜିଲାନ୍ସ ହାତରେ…

ଶୀତ ଗାଏବ: ଉପକୂଳରେ କୁହୁଡି, ୧୩ରେ ହାଲୁକା ବର୍ଷା

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ଡିସେମ୍ବର ମାସ ଅଧା ହେଲାଣି। ମାତ୍ର ଏପର୍ଯ୍ୟନ୍ତ ଶୀତର ଦେଖା ନାହିଁ। ସହରାଞ୍ଚଳରେ ଶୀତ ଗାଏବ ହୋଇଯାଇଥିଲେ ମଧ୍ୟ ବଣପାହାଡ଼ ଘେରା ଜିଲାରେ ବି ଶୀତ ଅନୁଭୂତ ହେଉନାହିଁ। ଓଡ଼ିଶାର କଶ୍ମୀର କୁହାଯାଉଥିବା ଫୁଲବାଣୀ ଜିଲାର ଦାରିଙ୍ଗବାଡ଼ିରେ ଶୀତ ଗାଏବ…

ଅଧାରେ ଲଟକିଛି ସାଗରମାଳା ପ୍ରକଳ୍ପ: ୭୦୦ କୋଟି ଟଙ୍କାର ପ୍ରକଳ୍ପକୁ ମିଳୁନି କେନ୍ଦ୍ରର ଅନୁମୋଦନ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ସମୁଦ୍ର ଉପକୂଳର ବିକାଶ କରାଯିବ। ବନ୍ଦରଗୁଡ଼ିକର ଆଧୁନିକୀକରଣ, ଭିତ୍ତିଭୂମିର ଉନ୍ନତି, ବନ୍ଦରକୁ ଯୋଗାଯୋଗର ବିକାଶ, ମତ୍ସ୍ୟଜୀବୀ, ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ରହୁଥିବା ଲୋକ ଏବଂ ସମୁଦ୍ରକୂଳ ଶିଳ୍ପାଞ୍ଚଳର ବିକାଶ କରିବାକୁ କେନ୍ଦ୍ର ସରକାର ସାଗରମାଳା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ୨୦୧୫ ମାର୍ଚ୍ଚ…

ଜାନୁୟାରୀରୁ ପୌର ପାଳିକାରେ ଲାଗୁହେବ ମୋ ସରକାର

ପାରାଦୀପ,୧୨ା୧୨(ସ୍ବ.ପ୍ର.): ୨୦୨୦ ଜାନୁୟାରୀ ପହିଲାରୁ ପାରାଦୀପ ପୌରପାଳିକାରେ ମୋ ସରକାର ଯୋଜନା ଲାଗୁହେବ। ଏହା ଜାନୁୟାରୀ ୧୦ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ଚାଲିବ। ତା’ପରଠାରୁ ପୂର୍ଣ୍ଣାଙ୍ଗଭାବେ ମୋ ସରକାର ନୀତି ନିୟମ ଲାଗୁ ହେବ। ଏନେଇ ରାଜ୍ୟର ୧୧୪ ପୌରସଂସ୍ଥା ମଧ୍ୟରୁ…

ଶାରଳା ମନ୍ଦିର ହୁଣ୍ଡିରୁ ଟଙ୍କା ଗାଏବ୍‌ : ଧାରଣାରେ ବସିଲେ ପଣ୍ଡା, ସେବାୟତ

ଜଗତ୍‌ସିଂହପୁର ଅଫିସ,୧୨ା୧୨: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କ ହୁଣ୍ଡିରୁ ବୁଧବାର ଟଙ୍କା ଗାଏବ ହୋଇଥିବା ସନ୍ଦେହ କରାଯାଇଛି। ଚଞ୍ଚକତାପୂର୍ବକ ହୁଣ୍ଡି ଖୋଲାଯାଇ ଟଙ୍କା ଗାଏବ୍‌ ହୋଇଥିବା ପଣ୍ଡା, ସେବାୟତମାନେ ଅଭିଯୋଗ କରିବା ସହ ପାଖାପାଖି ୪ ଘଣ୍ଟା ମନ୍ଦିର ପରିସରରେ…

ସକାଳୁ ପଇଡ ପାଣି ପିଇଲେ ମିଳିବ ଏହିସବୁ ଫାଇଦା

ପଇଡ ପାଣି ଶରୀର ପାଇଁ ଲାଭଦାୟକ ହୋଇଥାଏ। ସକାଳେ ଖାଲି ପେଟରେ ପଇଡ ପାଣି ପିଇବା ଫଳପ୍ରଦ ହୋଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରରେ ରୋଗ ପ୍ରତିରୋକ ଶକ୍ତି ବଢିବା ସହ ଓଜନ କମ ହୋଇଥାଏ। ଯଦି ଆପଣ ବ୍ୟାୟାମ…

ସ୍ତ୍ରୀଙ୍କ ଶାଢ଼ିରେ ଝୁଲି ଆତ୍ମହତ୍ୟା କଲେ ସ୍ବାମୀ: ଦ୍ୱିତୀୟ ବିବାହକୁ କେନ୍ଦ୍ରକରି ଲାଗି ରହିଥିଲା ଅଶାନ୍ତି

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ସ୍ବାମୀଙ୍କ ଦ୍ୱିତୀୟ ବିବାହକୁ କେନ୍ଦ୍ର କରି ପରିବାରରେ ଲାଗି ରହିଥିବା ଅଶାନ୍ତି ଶେଷରେ ଉଗ୍ର ରୂପ ନେଇଛି। ସ୍ତ୍ରୀଙ୍କ ପିନ୍ଧା ଶାଢ଼ୀରେ ଝୁଲି ଆତ୍ମହତ୍ୟା କରିଛନ୍ତି ସ୍ବାମୀ। ଶହୀଦନଗର ଥାନା ତ୍ରିନାଥ ବସ୍ତି ଅଞ୍ଚଳରେ ଏମିତି ଏକ ଅଭାବନୀୟ ଘଟଣା…

ଭାଲୁ ସହ ବୃଦ୍ଧଙ୍କ ଲଢେଇ

ମୈଇଦଲପୁର,୧୧ା୧୨(ଡି.ଏନ.ଏ.)-ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ କରିଥିଲା। ଜୀବନ ବଞ୍ଚାଇବା ପାଇଁ ଭାଲୁ ସହ ଲଢେଇ କରି ଗୁରୁତର ହୋଇଛନ୍ତି ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ କେନ୍ଦୁଗୁଡାର ଗାଁର ସଗ ପୂଜାରୀ (୬୦)। ଗୁରୁତର ଅବସ୍ଥାରେ ସଗଙ୍କୁ…

୧୨ କି.ମି. ରାସ୍ତାକୁ ବନ ବିଭାଗ କଣ୍ଟା: ରୋହିତଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେଲେ ଦୁଇ ପଞ୍ଚାୟତବାସୀ

ନାକଟିଦେଉଳ,୧୧।୧୨(ଡି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ରାଇଲ ଗ୍ରାମଠାରୁ କୁଡ଼ାନାଳୀ ଗ୍ରାମ ପର୍ଯ୍ୟନ୍ତ ୧୨ କି.ମି. ରାସ୍ତା କାମ ଅଟକିଛି। ବନ ବନ ବିଭାଗ ପୂର୍ତ୍ତ ବିଭାଗକୁ ଅନୁମତି ଦେଉନି। ଜାମୁଯୋରୀ ଏବଂ ଘୋଷରାମାଳ ପଞ୍ଚାୟତବାସୀ ଏ ନେଇ ବୁଧବାର…

ରାଜେଶ ମହାନ୍ତିଙ୍କୁ ୧୦ ଉଇକେଟ ସଫଳତା

ଭୁବନେଶ୍ୱର,୧୧।୧୨(ସ୍ପୋଟର୍‌ସ ବ୍ୟୁରୋ)- ଏଠାରେ ଛତିଶଗଡ଼ ବିପକ୍ଷରେ ଖେଳାଯାଇଥିବା ରଣ୍‌ଜୀ ମ୍ୟାଚ୍‌କୁ ଓଡ଼ିଶା ଦଳ ଏକ ଇନିଂସ ଓ ୩ ରନ୍‌ରେ ଜିତି ନେଇଛି। ବିଜୟୀ ଦଳ ପାଇଁ ପେସର ରାଜେଶ ମହାନ୍ତି ୧୦ ଉଇକେଟ ସଫଳତା ପାଇଛନ୍ତି। ସେ ପ୍ରଥମ ଇନିଂସରେ…

ଦଶନ୍ଧି ପରେ ପାକିସ୍ତାନକୁ ଫେରିଲା ଟେଷ୍ଟ କ୍ରିକେଟ: ଶ୍ରୀଲଙ୍କା ୨୦୨/୫

ରାଓ୍ବଲପିଣ୍ଡି,୧୧।୧୨(ଏଏଫ୍‌ପି)- ପାଖାପାଖି ଏକ ଦଶନ୍ଧି ପରେ ପାକିସ୍ତାନରେ ପୁଣି ଥରେ ଟେଷ୍ଟ କ୍ରିକେଟ ଖେଳାଯାଇଛି। ସ୍ଥାନୀୟ ରାଓ୍ବଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବୁଧବାରଠାରୁ ପାକିସ୍ତାନ ଓ ଭ୍ରମଣକାରୀ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri