ଗଞ୍ଜାମରେ ଶନିବାର ନୋ ବ୍ୟାଗ୍‌ ଡେ

ଛତ୍ରପୁର,୫ା୩(ଡି.ଏନ.ଏ.): ପିଲାମାନେ ଅତ୍ୟଧିକ ଓଜନର ସ୍କୁଲବ୍ୟାଗ ନେଉଥିବାରୁ ସେମାନଙ୍କ ଶାରିରୀକ ସମସ୍ୟା ଦେଖାଦେଉଛି। ଏହାକୁ କମାଇବା ପାଇଁ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେଉଁ ଶ୍ରେଣୀ ପର୍ଯ୍ୟନ୍ତ ପିଲା କେତେ ଓଜନର ବହିପତ୍ର ନେବେ ତାହା ସ୍ଥିର କରାଯାଇଛି। ଏହିକ୍ରମରେ ଗଞ୍ଜାମ ଜିଲା ପ୍ରଶାସନ ଏକ ନୂଆ ପ୍ରୟାସ ଆରମ୍ଭ କରିଛି। ଏଣିକି ପ୍ରତି ଶନିବାର ହେବ ନୋ ବ୍ୟାଗ ଡେ’। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷାପ୍ରତି ଆଗ୍ରହ ସୃଷ୍ଟି କରିବା ଓ ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆସନ୍ତା ୭ ତାରିଖଠାରୁ ଏହା କାର୍ଯ୍ୟକାରୀ ହେବ। ଜିଲାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଶନିବାର ସ୍କୁଲକୁ ବହିଖାତା ନେବେନି। ପାରମ୍ପରିକ ଶିକ୍ଷା ବଦଳରେ ସେମାନଙ୍କୁ ଅଭିନବ ଶୈଳୀରେ ଶିକ୍ଷାଦାନ କରାଯିବ। ଶାରୀରିକ, ମାନସିକ ଏବଂ ବୌଦ୍ଧିକ ବିକାଶ ପାଇଁ ଚାପମୁକ୍ତ ଶିକ୍ଷା ପଦ୍ଧିତ ଲାଭଦାୟକ ହେବ। ପିଲାଙ୍କୁ ପ୍ରଥମେ ଯୋଗଶିକ୍ଷା ଦିଆଯିବ। ପରେ ସାମୂହିକ ବିଦ୍ୟାଳୟ ସଫେଇ, ପ୍ଲାଷ୍ଟିକ୍‌ ବ୍ୟବହାର ନିଷେଧ, ଶୌଚାଳୟ ବ୍ୟବହାର କରିବାର ଉପକାରିତା ଏବଂ ଚାରାରୋପଣ ନେଇ ସଚେତନ କରାଯିବ। ପିଲାଙ୍କୁ ବିଭିନ୍ନ ଗପ ଶୁଣାଇ ସେମାନେ ଯେଉଁ ଗପ ଜାଣିଛନ୍ତି ତାହା କହିବା ପାଇଁ ଉତ୍ସାହିତ କରାଯିବ। ସୁନାମଧନ୍ୟ ବ୍ୟକ୍ତିବିଶେଷଙ୍କ ଜୀବନୀ ଉପରେ ଛାତ୍ରୀଛାତ୍ରଙ୍କୁ ମୌଖିକ ଶିକ୍ଷା ଦିଆଯିବ। ଏଥିସହ ସାଧାରଣ ଜ୍ଞାନ ସମ୍ପର୍କିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହେବ। ବାଳିକା ଶିକ୍ଷାର ଆବଶ୍ୟକତା ଉପରେ ଶିକ୍ଷକମାନେ ବକ୍ତବ୍ୟ ରଖିବେ। ମହିୟସୀ ମହିଳାମାନଙ୍କର କାର୍ଯ୍ୟାବଳୀ ଅବଗତ କରାଯିବ। ଛାତ୍ରୀଛାତ୍ରମାନେ ଚିତ୍ରାଙ୍କନ କରିବା ସହିତ ସାମ୍ପ୍ରତିକ ଘଟଣାବଳୀ ଉପରେ ସେମାନଙ୍କୁ ସୂଚନା ଦିଆଯିବ। ଏହି ଅଭିନବ ଶିକ୍ଷା ପଦ୍ଧତି ଦ୍ୱାରା ଛାତ୍ରୀଛାତ୍ର କେତେ ଅନୁପ୍ରାଣିତ ହୋଇପାରୁଛନ୍ତି, ଶିକ୍ଷକମାନେ ଏହାର ମୂଲ୍ୟାୟନ କରିବେ। ପ୍ରାଥମିକ ପର୍ଯ୍ୟାୟରେ ଜିଲାର ପ୍ରତ୍ୟେକ ବ୍ଲକ ଶିକ୍ଷାଧିକାରୀ ସେମାନଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ୨୦ଟି ବିଦ୍ୟାଳୟକୁ ଏହି କାର୍ଯ୍ୟକ୍ରମ ପାଇଁ ଚୟନ କରିବେ। ଏହାର ସଫଳତାକୁ ଅନୁଧ୍ୟାନ କରି ଅନ୍ୟ ବିଦ୍ୟାଳୟକୁ ସମ୍ପ୍ରସାରିତ କରାଯିବ ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?